ରିଲିଜ୍ ହେଲା ‘କିସ୍ କିସ୍ କୋ ପ୍ୟାର କରୁଁ’ ର ଟ୍ରେଲର

ମୁମ୍ବାଇ: ରିଲିଜ୍ ହେଲା ଲୋକପ୍ରିୟ ହାସ୍ୟ ଅଭିନେତା କପିଲ ଶର୍ମାଙ୍କ ପ୍ରଥମ ବଲିଉଡ ଫିଲ୍ମ କିସ୍ କିସ୍ କୋ ପ୍ୟାର କରୁଁର ଟ୍ରେଲର। ରିଲିଜ୍ ପୂର୍ବରୁ ଏହି ଫିଲ୍ମକୁ ନେଇ ଜୋରଦାର ଚର୍ଚ୍ଚା ହୋଇଛି। ଫିଲ୍ମର ମୁଖ୍ୟ ଭୂମିକାରେ  ଅଛନ୍ତି କପିଲ ଶର୍ମା । ତେବେ କପିଲଙ୍କ ସହିତ ନଜର ଆସିବେ ୪ଜଣ ଅଭିନେତ୍ରୀ- ମଞ୍ଜରୀ ପଡନିସ, ସିମରନ କୌର, ଏଲି ଆବ୍ରାହାମ ଓ ସାଇ ଲୋକୁର। ଲଭ୍ କନଫ୍ୟୁଜନକୁ ନେଇ ରହିଛି ଫିଲ୍ମର ପୂରା ପ୍ଲଟ୍। ଏଥିରେ ଅନ୍ୟ ଭୂମିକାରେ ନଜର ଆସିବେ ଅର୍ବାଜ ଖାନ୍, ବରୁଣ ଶର୍ମା ଓ ସୁପ୍ରିୟା ପାଠକଙ୍କ ପରି ଜଣାଶୁଣା ଅଭିନେତା। ଏହି ରୋମାଣ୍ଟିକ କମେଡିର ନିର୍ଦ୍ଦେଶନା ଦେଇଛନ୍ତି ଆବ୍ବାସ-ମସ୍ତାନ। ୨୫ ସେପ୍ଟେମ୍ୱରରେ ପରଦାକୁ ଆସିବ ‘କିସ୍ କିସ୍ କୋ ପ୍ୟାର୍ କରୁଁ’।