ରିଲିଜ ହେଲା ଫାଣ୍ଟମର ରୋମାଣ୍ଟିକ୍ ନମ୍ୱର

ମୁମ୍ୱାଇ: ସୈଫ୍ ଅଲ୍ଲୀ ଖାନ୍ ଓ କ୍ୟାଟ୍ରିନା କୈଫ୍ ଷ୍ଟାରର ଅପ୍କମିଂ ଫିଲ୍ମ ଫାଣ୍ଟମର ଏକ ରୋମାଣ୍ଟିକ ନମ୍ୱର ରିଲିଜ ହୋଇଛି। ଫିଲ୍ମର ଏହି ସୋଲଫୁଲ୍ ମେଲୋଡିୟସ୍ ଗୀତଟି ଦର୍ଶକଙ୍କୁ ନିଶ୍ଚୟ ପସନ୍ଦ ଆସିବ। ଗୀତଟିକୁ ଗାଇଛନ୍ତି ଅରିଜିତ ସିଂହ। ଆଉ ଅରିଜିତଙ୍କ କଣ୍ଠର ଯାଦୁ ପୁଣି ରୋମାଣ୍ଟିକ ଟ୍ରାକକୁ କରିଛି ଖାସ୍। ପ୍ରିତମ୍ ଗୀତର କମ୍ପୋଜିସନ୍ କରିଥିବାବେଳେ ଏହାର ଲିରିକ୍ସ ଲେଖିଛନ୍ତି ଅମିତାଭ ଭଟ୍ଟାଚାର୍ଯ୍ୟ। ତେବେ ଗୀତର ପିକ୍ଚରାଇଜେସନରେ ପୂରା ଫିଲ୍ମର ଥିମକୁ ଉପସ୍ଥାପନ କରିବା […]

katrina

katrina

Rakesh Mallick
  • Published: Sunday, 16 August 2015
  • Updated: 16 August 2015, 02:32 AM IST

ମୁମ୍ୱାଇ: ସୈଫ୍ ଅଲ୍ଲୀ ଖାନ୍ ଓ କ୍ୟାଟ୍ରିନା କୈଫ୍ ଷ୍ଟାରର ଅପ୍କମିଂ ଫିଲ୍ମ ଫାଣ୍ଟମର ଏକ ରୋମାଣ୍ଟିକ ନମ୍ୱର ରିଲିଜ ହୋଇଛି। ଫିଲ୍ମର ଏହି ସୋଲଫୁଲ୍ ମେଲୋଡିୟସ୍ ଗୀତଟି ଦର୍ଶକଙ୍କୁ ନିଶ୍ଚୟ ପସନ୍ଦ ଆସିବ। ଗୀତଟିକୁ ଗାଇଛନ୍ତି ଅରିଜିତ ସିଂହ। ଆଉ ଅରିଜିତଙ୍କ କଣ୍ଠର ଯାଦୁ ପୁଣି ରୋମାଣ୍ଟିକ ଟ୍ରାକକୁ କରିଛି ଖାସ୍। ପ୍ରିତମ୍ ଗୀତର କମ୍ପୋଜିସନ୍ କରିଥିବାବେଳେ ଏହାର ଲିରିକ୍ସ ଲେଖିଛନ୍ତି ଅମିତାଭ ଭଟ୍ଟାଚାର୍ଯ୍ୟ। ତେବେ ଗୀତର ପିକ୍ଚରାଇଜେସନରେ ପୂରା ଫିଲ୍ମର ଥିମକୁ ଉପସ୍ଥାପନ କରିବା ପାଇଁ ଚେଷ୍ଟା କରାଯାଇଛି। ବିଭିନ୍ନ ପ୍ରକାରର ସିକ୍ୱେନସରେ ଲିଡ୍ ପେୟାରଙ୍କ ଭଲ ପାଇବାକୁ ଦେଖାଇବାକୁ ଚେଷ୍ଟା କରାଯାଇଛି। ବିଶେଷ କରି ଫିଲ୍ମର ଏହି ଟ୍ରାକରେ ସୈଫ୍ ଓ କ୍ୟାଟ୍ରିନାଙ୍କ ଲଭ୍ କେମେଷ୍ଟ୍ରୀ ଦେଖିବା ପରି ହୋଇଛି। କବୀର ଖାନ୍ ନିଦ୍ଦେର୍ଶିତ ଫିଲ୍ମ ଫାଣ୍ଟମ୍ ଆସନ୍ତା ୨୮ତାରିଖରେ ପରଦାକୁ ଆସୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos