ରିଲିଜ ହେଲା ‘କଟ୍ଟି ବଟ୍ଟି’ର ଏକ ଫୁଟ୍ ଟାପିଂ ପାର୍ଟି ନମ୍ୱର

ମୁମ୍ୱାଇ: ଅପକମିଂ ଫିଲ୍ମ କଟ୍ଟି ବଟ୍ଟିର ଏକ ଫୁଟ୍ ଟାପିଂ ପାର୍ଟି ନମ୍ୱର ରିଲିଜ ହୋଇଛି। ଫିଲ୍ମରେ ପ୍ରଥମ ଥର ପାଇଁ ନଜର ଆସିବେ କଙ୍ଗନା ରାଣାୱତ ଓ ଇମ୍ରାନ୍ ଖାନ୍। ଫିଲ୍ମର ଏହି ନମ୍ୱରରେ ବି ଦୁହିଁଙ୍କ କେମେଷ୍ଟ୍ରୀ ବେଶ୍ ଜମିଛି। ଗୀତର ଲିରିକ୍ସ କୁମାର ଲେଖିଥିବା ବେଳେ ଏହାର ମ୍ୟୁଜିକ୍ କମ୍ପୋଜିସନ୍ କରିଛନ୍ତି ଶଙ୍କର-ଏହସାନ-ଲୟ। ଫିଲ୍ମର ଏହି ପାର୍ଟି ନମ୍ୱରଟିକୁ ଗାଇଛନ୍ତି ନୀତି ମୋହନ ଓ ସିଦ୍ଧାର୍ଥ ମହାଦେବନ। ଗୀତର କୋରିଓଗ୍ରାଫି ବେଶ୍ ଭଲ ହୋଇଛି। ଉଭୟ କଙ୍ଗନା ଓ ଇମ୍ରାନଙ୍କ ଡାନ୍ସ ଷ୍ଟେପ୍ସ ୟଙ୍ଗଷ୍ଟାରଙ୍କୁ ନିଶ୍ଚୟ ପସନ୍ଦ ଆସିବ। ପାର୍ଟି ଆମ୍ୱିଆନ୍ସ, ଫୁଟ୍ ଟାପିଂ ମ୍ୟୁଜିକ୍ ଆଉ ଜବରଦସ୍ତ କେମେଷ୍ଟ୍ରୀ ହେଉଛି ଗୀତର ୟୁଏସପି। ମଡର୍ଣ୍ଣ ଡେ ରୋମାନ୍ସକୁ ନେଇ ଗତିଶୀଳ ଫିଲ୍ମ କଟ୍ଟି ବଟ୍ଟିର କାହାଣୀ।