ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଲିଉଡ୍ର ବର୍ଷିୟାନ ଅଭିନେତା ଋଷି କପୁରଙ୍କୁ ଆଜି ମୁମ୍ବାଇର ମେରାଇନ୍ ଲାଇନ୍ସର ଚନ୍ଦନୱାଡି ଶ୍ମଶାନରେ ଅନ୍ତିମ ବିଦାୟ ଦିଆଯାଇଛି। ପାଞ୍ଚ ଦଶନ୍ଧି ଧରି ପରଦାରେ ରାଜ୍ କରି ଆସୁଥିବା ଋଷି ଆଜି ସମସ୍ତଙ୍କୁ ପର କରି ସବୁଦିନ ପାଇଁ ଆରପାରିକୁ ଚାଲିଯାଇଛନ୍ତି। ଇହଧାମରେ ନଥିବା ଋଷି ଯେ, ଦର୍ଶକଙ୍କ ହୃଦୟରେ ଚିର ଅଭୁଲା ହୋଇ ରହିବେ ତାହା ସୋଶାଲ ମିଡିଆରେ ତାଙ୍କୁ ନେଇ ହେଉଥିବା ଚର୍ଚ୍ଚାରୁ ହିଁ ବାରିହେଉଛି। ଝୁରୁଛି ବଲିଉଡ୍। ଝୁରୁଛନ୍ତି ଅଗଣିତ ଦର୍ଶକ। ଋଷିଙ୍କୁ ନେଇ ଆଜି ସୁର ସାମ୍ରାଙ୍ଗୀ ଲତା ମଙ୍ଗେସ୍କର ପିଲାଦିନର ସାଇତା ସ୍ମୁତିକୁ ସେଆର କରିଛନ୍ତି।
Rishiji's generosity, humour & warmth are still so fresh in my mind. When I met him at his place, he gave me his book & I was to give mine.But he would always send a sweet note that he was traveling. My loss entirely. Will miss you sorely #RishiKapoor RIP pic.twitter.com/DB5gnaaJrK
— Nandita Das (@nanditadas) April 30, 2020
ସେହିପରି ବଲିଉଡ୍ର ଲୋକପ୍ରିୟ ଅଭିନେତ୍ରୀ ନନ୍ଦିତା ଦାଶ ମଧ୍ୟ ଋଷିଙ୍କ ସହ ବିତେଇଥିବା ଏକ ଅଭୁଲା ଅତୀତକୁ ମନେଇ ପକାଇଛନ୍ତି। ଉଭୟଙ୍କ ମଧ୍ୟରେ ଶେଷଥର ପାଇଁ ହୋଇଥିବା ଭେଟ-ଘାଟରେ ଋଷି ତାଙ୍କୁ ଏକ ବହି ଉପହାର ଦେଇଥିବା ନନ୍ଦିତା ଦାଶ ଟ୍ୱିଟରରେ ଫଟୋ ସହ ସେଆର କରିଛନ୍ତି। ଋଷି କାପୁରଙ୍କୁ ଭେଟିବା ପରେ ସେ ତାଙ୍କୁ ବହିଟିଏ ଦେଇଥିଲେ ବୋଲି ନନ୍ଦିତା ଉଲ୍ଲେଖ କରିଛନ୍ତି।
ମୁଁ ସବୁଦିନ ପାଇଁ ତାଙ୍କୁ ମିସ୍ କରିବି ବୋଲି ନନ୍ଦିତା ଲେଖିଛନ୍ତି। ସୂଚନା ଅନୁଯାୟୀ, ୨ ବର୍ଷ ଧରି କର୍କଟ ରୋଗ ସହ ଲଢିବା ପରେ ଆଜି ସକାଳ ୮ ଟା ୪୫ରେ ଋଷିଙ୍କ ଦେହାନ୍ତ ହୋଇଥିଲା। ମୁମ୍ବାଇର ସାର୍ ଏଚ୍ ଏନ୍ ରିଲାଏନ୍ସ୍ ଫାଉଣ୍ଡେସନ୍ ହସ୍ପିଟାଲ୍ରେ ତାଙ୍କର ମୃତ୍ୟୁ ହୋଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।