୭ କୋଟି ଆୟ କଲାଣି ‘ରକି ହ୍ୟାଣ୍ଡସମ୍’

ମୁମ୍ୱାଇ: ଗତ ଗୁରୁବାର ରିଲିଜ୍ ହୋଇଥିବା ଜନ୍ ଆବ୍ରାହମ୍‌ଙ୍କ ଫିଲ୍ମ ‘ରକି ହ୍ୟାଣ୍ଡସମ୍’କୁ ମିଳିଛି ମିଶ୍ର ପ୍ରତିକ୍ରିୟା। ଏହି ଫିଲ୍ମରେ ଜନ୍‌ଙ୍କ ଜବରଦସ୍ତ ଆକ୍ସନ ଦେଖିବାକୁ ପାଇଛନ୍ତି ଦର୍ଶକ। ରିଲିଜ୍‌ ଦିନ ଫିଲ୍ମଟି ୧.୭୭ କୋଟି ଓ ଶୁକ୍ରବାର ୫.୨୯ କୋଟି ଆୟ କରିଥିବା ଫିଲ୍ମ ସମୀକ୍ଷକ ତରୁଣ ଆଦର୍ଶ ଟ୍ୱିଟ୍ କରି ଜଣାଇଛନ୍ତି। ଏହି ଦୁଇ ଦିନରେ କେବଳ ଭାରତରେ ଫିଲ୍ମଟି ମୋଟ ୭.୦୬ କୋଟି ଟଙ୍କା ଆୟ କରିଛି।

ନିଶିକାନ୍ତ କାମତ ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଥିବା ବେଳେ ଶ୍ରୁତି ହାସନ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ନିର୍ଦ୍ଦେଶକ ନିଶିକାନ୍ତ କାମତଙ୍କ ସହ ଜନ୍‌ଙ୍କ ଏହା ଦ୍ୱିତୀୟ ଫିଲ୍ମ। ଏହା ପୂର୍ବରୁ ସେ ‘ଫୋର୍ସ’ରେ ତାଙ୍କ ସହ ମିଶି କାମ କରିଥିଲେ।