ଶାହାରୁଖ୍ ହେଲେ ଟୁରିଷ୍ଟ ଗାଇଡ୍

ମୁମ୍ବାଇ:ଆଜିକାଲି ବଲିଉଡର କିଙ୍ଗ୍ ଖାନ୍ ତାଙ୍କ ଅପକମିଂ ଫିଲ୍ମ୍ ‘ଜବ୍ ହ୍ୟାରୀ ମେଟ୍ ସେଜଲ’କୁ ନେଇ ଖୁବ୍ ବ୍ୟସ୍ତ। ଏହି ଫିଲ୍ମରେ ସେ ଏକ ଟୁରିଷ୍ଟ ଗାଇଡ୍ ଭୂମିକାରେ ଅଭିନୟ କରିଛନ୍ତି। ହେଲେ ଏବେ ଅସଲ ଜୀବନରେ ସେ ଟୁରିଷ୍ଟ ଗାଇଡ ହୋଇଯାଇଛନ୍ତି। ବାସ୍ତବ ଘଟଣାଟି ହେଲା, ଫିଲ୍ମ୍ ‘ଜବ୍ ହ୍ୟାରୀ ମେଟ୍ ସେଜଲ’ ଫିଲ୍ମରେ ଶାହାରୁଖ ତାଙ୍କ ୨୫ ବର୍ଷ ଅଭିନୟ କାଳରେ ପ୍ରଥମଥର ଟୁରିଷ୍ଟ ଗାଇଡ ଭୂମିକାରେ ଆସିଛନ୍ତି।  ଶାହାରୁଖ ଏହି ଫିଲ୍ମର ପ୍ରଚାର […]

shahrukh-2

shahrukh-2

Rakesh Mallick
  • Published: Saturday, 15 July 2017
  • Updated: 15 July 2017, 04:14 PM IST

Sports

Latest News

ମୁମ୍ବାଇ:ଆଜିକାଲି ବଲିଉଡର କିଙ୍ଗ୍ ଖାନ୍ ତାଙ୍କ ଅପକମିଂ ଫିଲ୍ମ୍ ‘ଜବ୍ ହ୍ୟାରୀ ମେଟ୍ ସେଜଲ’କୁ ନେଇ ଖୁବ୍ ବ୍ୟସ୍ତ। ଏହି ଫିଲ୍ମରେ ସେ ଏକ ଟୁରିଷ୍ଟ ଗାଇଡ୍ ଭୂମିକାରେ ଅଭିନୟ କରିଛନ୍ତି। ହେଲେ ଏବେ ଅସଲ ଜୀବନରେ ସେ

ଟୁରିଷ୍ଟ ଗାଇଡ ହୋଇଯାଇଛନ୍ତି। ବାସ୍ତବ ଘଟଣାଟି ହେଲା, ଫିଲ୍ମ୍ ‘ଜବ୍ ହ୍ୟାରୀ ମେଟ୍ ସେଜଲ’ ଫିଲ୍ମରେ ଶାହାରୁଖ ତାଙ୍କ ୨୫ ବର୍ଷ ଅଭିନୟ କାଳରେ ପ୍ରଥମଥର ଟୁରିଷ୍ଟ ଗାଇଡ ଭୂମିକାରେ ଆସିଛନ୍ତି।  ଶାହାରୁଖ ଏହି ଫିଲ୍ମର ପ୍ରଚାର ପାଇଁ ରାଜସ୍ଥାନର ଜୋଧପୁର ଯାଇଥିଲେ। ତେବେ ଜୋଧପୁର ପର୍ଯ୍ୟଟକ ଗାଇଡ୍ ଆସୋସିଏସନ୍ ଶାହାରୁଖ୍‌ଙ୍କୁ ତାଙ୍କୁ ସମ୍ମାନନୀୟ ସଦଶ୍ୟ ଭାବେ ସମ୍ମାନିତ କରିଛନ୍ତି। ତେବେ ବର୍ତ୍ତମାନ ଶାହାରୁଖ୍‌ ଅସଲ ଜୀବନରେ ମଧ୍ୟ ଜଣେ ଟୁରିଷ୍ଟ  ଗାଇଡ୍।

ଶାହାରୁଖ ଜୋଧପୁରରେ ପହଞ୍ଚିବାପରେ ତାଙ୍କୁ ଜୋଧପୁରୀ ଷ୍ଟାଇଲରେ ସ୍ୱାଗତ କରାଯାଇଥିଲା। ଜୋଧପୁରୀ ପଗଡି ମଧ୍ୟ ପିନ୍ଧାଯାଇଥିଲା। ଶାହାରୁଖ ଏହି ସମୟର କିଛି ଫଟୋ ନିଜ ଇନ୍‌ଷ୍ଟାଗ୍ରାମରେ  ମଧ୍ୟ ପୋଷ୍ଟ୍ କରିଛନ୍ତି। ଏଥିରେ ସେ ଲେଖିଛନ୍ତି, ମା...ମା ମେ ଗାଇଡ୍ ବନଗେୟା। ଏଥିରେ ସେ ଜୋଧପୁର ଟୁରିଷ୍ଟ ଗାଇଡ୍ ଆସୋସିଏସନକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ଶାହାରୁଖ୍‌ଙ୍କ ଏହି ଫିଲ୍ମ ଜବ୍ ହ୍ୟାରୀ ମେଟ୍ ସେଜଲ ଆସନ୍ତା ଅଗଷ୍ଟରେ ରିଲିଜ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos