ସଲମାନଙ୍କ ‘ସୁଲତାନ୍’ ସୁଟିଂ ଶେଷ ହେବାକୁ ଆଉ ମାସେ

ଚଣ୍ଡିଗଡ଼: ସଲମାନ ଖାନ ଓ ଅନୁଷ୍କା ଶର୍ମା ଷ୍ଟାରର ‘ସୁଲତାନ’ର ସୁଟିଂ ସରିବାକୁ ଆହୁରି ମାସେ ଲାଗିବ। ଫିଲ୍ମର ନିଦ୍ଦେର୍ଶକ ଅଲ୍ଲି ଆବାସ ଜାଫର ଏହି ସୂଚନା ଦେଇଛନ୍ତି।

ଦୁଇ ମାସ ହେଲାଣି ଫିଲ୍ମଟିର ସୁଟିଂ ହରିଆଣାରେ ଚାଲିଛି।

ଜାଫର ଟ୍ୱିଟ୍‌ କରିଛନ୍ତି,“୭୫ ଦିନର ସୁଟିଂ ଶେଷ ହୋଇଛି। ଆହୁରି ୩୦ ଦିନର ସୁଟିଂ ବାକି ଅଛି। ଲାଗୁଛି ଏବେ ସୁଟିଂ ଆରମ୍ଭ କରିଥିଲି। ସମୟ ଶୀଘ୍ର ଶୀଘ୍ର ଚାଲିଯାଉଛି।’’

ଏହି ଫିଲ୍ମଟି ହରିଆଣାର ଜଣେ ରେସଲରଙ୍କ ଉପରେ ଆଧାରିତ। ଏଥିରେ ସଲମାନ ଅଭିନୟ କରୁଛନ୍ତି ସୁଲତାନ ଅଲ୍ଲି ଖାଁ ଭୂମିକାରେ।

ଚଳିତ ବର୍ଷ ଇଦ୍‌‍ରେ ଏହା ରିଲିଜ‌ ହେବ। ଏହାର ଲଢ଼େଇ ହେବ ଶାହାରୁଖ ଖାନଙ୍କ ‘ରଇଜ‌’ ସହିତ।