ମୁମ୍ବାଇ: ଦିଲ୍ୱାଲେ ଷ୍ଟାର ଶାହାରୁଖ୍ ଖାନ୍ ଶୁକ୍ରବାର ତାଙ୍କ ଅଭିନୀତ ଫିଲ୍ମ ‘ରଇସ୍’ର ଏକ ଗୀତର ସୁଟିଂ ଆରମ୍ଭ କରିଛନ୍ତି। ଏଥିରେ ଲିଡ୍ ରୋଲ୍ରେ ରହିଛନ୍ତି ରାଗିଣୀ ଏମଏମଏସ୍-୨ ଅଭିନେତ୍ରୀ ସନ୍ନୀ ଲିଓନ। ଗୀତଟି ୮୦ ଦଶକର ଫିଲ୍ମ ‘କୁର୍ବାନୀ’ର ହିଟ୍ସ ସଙ୍ଗ ‘ଲୈଲା ଓ ଲୈଲା’ର ରିମେକ୍। ଏହି ଗୀତଟିର ପ୍ରକୃତ ଟ୍ରାକକୁ ଫିରୋଜ ଖାନ୍ ଓ ଜୀନତ୍ ଅମ୍ମାନ୍ ଲେଖିଛନ୍ତି। ଏହି ଗୀତଟିରେ ଦେଖିବାକୁ ମିଳିବ ସନ୍ନୀଙ୍କ ହଟ୍ ଆନ୍ଦାଜ୍। ସନ୍ନୀଙ୍କୁ ଏହି ଗୀତଟିରେ ଜଣେ ବାର ଗାର୍ଲ ଭାବେ ମଦ ବିକ୍ରି କରିବା ସହ ଡ୍ୟାନ୍ସ କରୁଥିବା ଦୃଶ୍ୟରେ ଦେଖିବାକୁ ମିଳିବ।
ଏଥିପାଇଁ ‘ରଇସ୍’ ନିର୍ଦ୍ଦେଶକ ରାହୁଲ ଧୋଲକିଆ ୮୦ ଦଶକର ବାର ପରି ସେଟ୍ ସଜାଇଛନ୍ତି। ଏହାକୁ ନେଇ ପୂରା ଟିମ୍ ବେଶ୍ ଉତ୍ସାହିତ ଅଛନ୍ତି। ଫିଲ୍ମଟି ଆସନ୍ତା ଜୁଲାଇ ୩ ତାରିଖରେ ରିଲିଜ୍ ହେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Entertainment
ଫିଲ୍ମ ନିର୍ଦ୍ଦେଶକ ବବି ଇସଲାମଙ୍କୁ ହତ୍ୟା ଧମକ, କାହିଁକି କହିଲେ ମନୋଜ ଓ ତାଙ୍କ ଟିମ୍ ଦାୟୀ ରହିବେ
ଯଦି ତାଙ୍କର କିଛି କ୍ଷତି ହେଲା, ତା’ହେଲେ ମନୋଜ ମିଶ୍ର ଓ ତାଙ୍କ ଟିମ୍ ଦାୟୀ ରହିବେ ବୋଲି କାହିଁକି କହିଲେ ବବି?
Bollywood
ଭୋଟ ଦେଉଛି ବଲିଉଡ; ସବୁଠୁ ଆଗରେ ଖିଲାଡ଼ି କୁମାର
ବଲିଉଡର ଖିଲାଡି କୁମାର ଭୋଟ ଦେବାରେ ଆଗୁଆ ରହିଛନ୍ତି। ଆଜି ସକାଳୁ ସକାଳୁ ସେ ଜୁହୁ ବୁଥ୍ରେ ପହଞ୍ଚି ସେଠାରେ ଭୋଟ ଦେଇଛନ୍ତି।
Bollywood
ନିକାର ୨୯ ବର୍ଷ ପରେ ଏଆର ରହମାନଙ୍କ ଠାରୁ ଅଲଗା ହେଲେ ସାଇରା
ସାଇରାଙ୍କ କହିବା କଥା ଯେ ରହମାନଙ୍କ ସହ ତାଙ୍କ ସମ୍ପର୍କ ଯୋଗୁ ସେ ଅନେକ କଷ୍ଟ ସହ୍ୟ କରି ଆସୁଥିଲେ। ଏହାକୁ ସମ୍ଭାଳିବା ଆଉ ତାଙ୍କ ପକ୍ଷେ ସମ୍ଭବ ହେଉନାହିଁ।
Entertainment
'ବନବାସ୍' ରିଲିଜ ପୂର୍ବରୁ ପୁରୀରେ ବଲିଉଡ୍ ଅଭିନେତା ଉତ୍କର୍ଷ ଶର୍ମା
ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲେ ବଲିଉଡ୍ ଅଭିନେତା ଉତ୍କର୍ଷ ଶର୍ମା। ଆଗାମୀ ଚଳଚ୍ଚିତ୍ର 'ବନବାସ୍'ର ସଫଳତା କାମନା କଲେ।
Entertainment
ଅଭିନେତା ସିଦ୍ଦିକିଙ୍କୁ 'ସୁପ୍ରିମ୍' ଆଶ୍ୱସ୍ତି, ଦୁଷ୍କର୍ମ ମାମଲାରେ ମିଳିଲା ଆଗୁଆ ଜାମିନ
ହେମା କମିଟି ରିପୋର୍ଟ ଆସିବା ପରେ ମାଲୟାଲମ ଇଣ୍ଡଷ୍ଟ୍ରିର ଜଣେ ଅଭିନେତ୍ରୀ ତାଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ।