‘ଷ୍ଟୁଡେଣ୍ଡ୍ ଅଫ୍ ଦ ଇୟର୍’ର ସିକ୍ୱେଲ୍‌ରେ ଆସିପାରନ୍ତି ଶାହିଦ୍‌ଙ୍କ ଭାଇ ଓ ସୈଫ୍‌ଙ୍କ ଝିଅ!

ମୁମ୍ୱାଇ: ବଲିଉଡ୍‌କୁ ଏଣ୍ଟ୍ରି କରିବେ ଏବେ  ଷ୍ଟାର୍‌ କିଡ୍ସ। କିଙ୍ଗ୍ ଖାନ୍‌ଙ୍କ ପୁଅ ଆୟନ୍ ବଲିଉଡ୍‌ରେ ଏଣ୍ଟ୍ରି କରିବା ପାଇଁ ବ୍ୟସ୍ତ ଅଛନ୍ତି। ସେହିଭଳି ଶାହିଦ୍ କପୁରଙ୍କ ଭାଇ ଇଶାନ୍ ଖଟ୍ଟର ଓ  ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ଝିଅ ସାରା ମଧ୍ୟ ବଲିଉଡ୍‌ରେ ଏଣ୍ଟ୍ରି କରିବାର ଖବରକୁ ନେଇ ବି-ଟାଉନ୍‌ରେ ଚର୍ଚ୍ଚା ଚାଲିଛି।

ସାରା ଓ ଇସାନ୍ କରଣ ଜୋହର୍‌ଙ୍କ ଆଗାମୀ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏକ ଖବର ଅନୁଯାୟୀ  ଫିଲ୍ମ ‘ଷ୍ଟୁଡେଣ୍ଡ୍ ଅଫ୍ ଦ ଇୟର୍’ର ସିକ୍ୱେଲ୍‌ରେ ସାରା ଓ ଇଶାନ୍‌ଙ୍କୁ ଦେଖିବାକୁ ମିଳିବ।  ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଏ ନେଇ କିଛି ସ୍ପଷ୍ଟ କରାଯାଇ ନାହିଁ।

ଅନ୍ୟପକ୍ଷରେ ଫିଲ୍ମ ‘ଷ୍ଟୁଡେଣ୍ଡ୍ ଅଫ୍ ଦ ଇୟର୍’ ର ସିକ୍ୱେଲ୍‌ ଖୁବ୍ ଶୀଘ୍ର ନିର୍ମାଣ କରିବେ  ବୋଲି କରଣ ଜୋହର କହିଛନ୍ତି।