ଅଗଷ୍ଟରେ ଆସିବ ନୂଆ ଫିଲ୍ମ ‘ସ୍ୱିଟ୍‌ହାର୍ଟ’

ଭୁବନେଶ୍ୱର:ଚଳିତ ମାସରେ ରିଲିଜ୍‌ ହେବାକୁ ଯାଉଛି ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ଓଡ଼ିଆ ଫିଲ୍ମ ‘ସ୍ୱିଟ୍‌ହାର୍ଟ’। ଏହି ଫିଲ୍ମରେ ’ଲଭ୍‌ଷ୍ଟେସନ’ ଷ୍ଟାର ବାବୁଶାନ୍‌ଙ୍କ ବିପକ୍ଷରେ ନାୟିକା ସାଜିବେ ‘ଶାଶୁଘର ଚାଲିଯିବି’ ଫେମ୍‌ ଅନୁ ଚୌଧୁରୀ ଓ ‘ମୁଁ ପ୍ରେମୀ ମୁଁ ପାଗଳ’ଷ୍ଟାର ଅନୁଭା ସୌର୍ଯ୍ୟ। ଏହା ଏକ ରୋମାନ୍ସ ଓ ତ୍ରିକୋଣୀୟ ପ୍ରେମ କାହାଣୀ ଉପରେ ପର୍ଯ୍ୟବସିତ ଫିଲ୍ମ।

ଏହି ଫିଲ୍ମରେ ଓଲିଉଡର ହେଭିୱେଟ୍‌ ସମରେଶ, ବିଜୟ ମହାନ୍ତି ଓ ଅପରାଜିତା ମଧ୍ୟ ବିଭିନ୍ନ ଭୂମିକାରେ ନଜର ଆସିବେ।

ଏହି ଫିଲ୍ମ ‘ଚକାଡୋଳା ପ୍ରଡକ୍ସନ’ ବ୍ୟାନରରେ ରିଲିଜ୍‌ ହେବ। ଏହାକୁ ନୀଳକଣ୍ଠ ଦାସ ପ୍ରଯୋଜନା କରୁଥିବା ବେଳେ ଗୁଡଲୀ ରଥ ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି।

ଏହାର ୬ଟି ଗୀତ ଏବେ ମାର୍କେଟରେ ଚହଳ ପକାଇଛି।