ଆସିଲା ‘ସ୍ୱିଟ୍‌ ହାର୍ଟ’ର ଟିଜର

ଭୁବନେଶ୍ୱର: ମୁକ୍ତିଲାଭ କରିଛି ବାବୁଶାନ୍‌ ଓ ଅନୁଭାଙ୍କ ଅଭିନୀତ ଫିଲ୍ମ ‘ସ୍ୱିଟ୍‌ହାର୍ଟ’ର ଟିଜର। ଏହି ଟିଜରକୁ ରିଲିଜ୍‌ କରିଛି ଅମର ମ୍ୟୁଜିକ୍‌। ଫିଲ୍ମଟି ଅଗଷ୍ଟ ୧୮ ତାରିଖରେ ପରଦାକୁ ଆସିବ।

ସମରେଶ ରାଉତରାୟ ଓ ଅନୁ ଚୌଧୁରୀ ମଧ୍ୟ ଏହି ଫିଲ୍ମରେ ଅଭିନୟ କରିଛନ୍ତି।

ନିରୀହ ଶିଶୁମାନଙ୍କୁ କିପରି ଆତଙ୍କବାଦୀ କରି ଦିଆଯାଉଛି, ତାହା ହେଉଛି ଏହି ଫିଲ୍ମର ବିଷୟବସ୍ତୁ। ଏଇ ଫିଲ୍ମରେ ଏକ ଛୋଟ ପିଲାକୁ ଆତଙ୍କବାଦୀମାନେ କିପରି ନିଜ ସଂଗଠନରେ ସାମିଲ କରି ନେଉଛନ୍ତି, ପରେ କିପରି ସେହି ପିଲାଟି ନିଜ ଭୁଲ୍ ବୁଝି ପାରୁଛି ଓ ଭୁଲ୍ ସୁଧାରିବାକୁ ଉଦ୍ୟମ କରୁଛି ତାହା ଦେଖାଯାଇଛି।

ପ୍ରଯୋଜକ ନୀଳକଣ୍ଠ ଦାସ କହିଛନ୍ତି,“ଆମେ ଆଶା କରୁଛୁ ଫିଲ୍ମଟି ଏହାର ଷ୍ଟୋରୀ ଲାଇନ୍‌ ଓ ଷ୍ଟାର କାଷ୍ଟ୍ ପାଇଁ ସଫଳତା ପାଇବ। ଫିଲ୍ମଟିକୁ ଯୁବବର୍ଗଙ୍କ ସହ ବୁଦ୍ଧିଜୀବୀଙ୍କୁ ଭଲ ଲାଗିବ ବୋଲି ଆମେ ଆଶା କରୁଛୁ।”