‘ଟେଲିଭିଜନ୍‌ ଇଣ୍ଡଷ୍ଟ୍ରୀରେ ସର୍ବଦା ଅଭିନେତ୍ରୀଙ୍କ ଆଧିପତ୍ୟ ରହିଆସିଛି’

ମୁମ୍ବାଇ: ‘ଟେଲିଭିଜନ ଇଣ୍ଡଷ୍ଟ୍ରୀରେ ସବୁବେଳେ ଅଭିନେତ୍ରୀମାନଙ୍କର ଆଧିପତ୍ୟ ରହିଆସିଛି। ସିରିଏଲ୍ ଗୁଡ଼ିକରେ ଅଭିନେତାମାନଙ୍କର ଭୂମିକା ଖୁବ୍ ସୀମିତ ରହିଆସିଛି। ଏବେବି ଏଥିରେ କିଛି ପରିବର୍ତ୍ତନ ହୋଇନାହିଁ। କେତେବେଳେ କେମିତି କୌଣସି ସିରିଏଲ୍‌ରେ ଅଭିନେତ୍ରୀଙ୍କ ସହ ଅଭିନେତାଙ୍କ ଭୂମିକାର ସମଗୁରୁତ୍ୱ ରହୁଛି ବା ଅଭିନେତାମାନଙ୍କୁ ଲିଡ୍‌ ରୋଲ୍ ମିଳୁଛି। ନହେଲେ ଅଧିକାଂଶ ସିରିଏଲ୍‌ରେ ଅଭିନେତ୍ରୀମାନଙ୍କର ଆଧିପତ୍ୟ ଅଧିକ।’ ଟେଲିଭିଜନ ଅଭିନେତା ଶକ୍ତି ଆନନ୍ଦ ଏହି କଥା କହିଛନ୍ତି। ‘କ୍ୟୁଁକି ସାସ୍‌ ଭି କଭି ବହୂ ଥୀ’ ସିରିଏଲ୍ ଜରିଆରେ […]

shakti

shakti

Jitendra Garnayak
  • Published: Thursday, 24 September 2020
  • Updated: 24 September 2020, 02:31 PM IST

Sports

Latest News

ମୁମ୍ବାଇ: ‘ଟେଲିଭିଜନ ଇଣ୍ଡଷ୍ଟ୍ରୀରେ ସବୁବେଳେ ଅଭିନେତ୍ରୀମାନଙ୍କର ଆଧିପତ୍ୟ ରହିଆସିଛି। ସିରିଏଲ୍ ଗୁଡ଼ିକରେ ଅଭିନେତାମାନଙ୍କର ଭୂମିକା ଖୁବ୍ ସୀମିତ ରହିଆସିଛି। ଏବେବି ଏଥିରେ କିଛି ପରିବର୍ତ୍ତନ ହୋଇନାହିଁ। କେତେବେଳେ କେମିତି କୌଣସି ସିରିଏଲ୍‌ରେ ଅଭିନେତ୍ରୀଙ୍କ ସହ ଅଭିନେତାଙ୍କ ଭୂମିକାର ସମଗୁରୁତ୍ୱ ରହୁଛି ବା ଅଭିନେତାମାନଙ୍କୁ ଲିଡ୍‌ ରୋଲ୍ ମିଳୁଛି। ନହେଲେ ଅଧିକାଂଶ ସିରିଏଲ୍‌ରେ ଅଭିନେତ୍ରୀମାନଙ୍କର ଆଧିପତ୍ୟ ଅଧିକ।’

ଟେଲିଭିଜନ ଅଭିନେତା ଶକ୍ତି ଆନନ୍ଦ ଏହି କଥା କହିଛନ୍ତି। ‘କ୍ୟୁଁକି ସାସ୍‌ ଭି କଭି ବହୂ ଥୀ’ ସିରିଏଲ୍ ଜରିଆରେ ଘରେ ଘରେ ପରିଚିତ ହୋଇଥିଲେ ଶକ୍ତି। ଏବେ ତାଙ୍କୁ ‘ହମାରୀ ୱାଲି ଗୁଡ୍ ନ୍ୟୁଜ୍’ ସିରିଏଲ୍‌ରେ ଦେଖିବାକୁ ମିଳିବ।

୨୦ ବର୍ଷ ହେଲାଣି ଟେଲିଭିଜନ ଦୁନିଆ ସହିତ ଜଡ଼ିତ ଥିବା ଶକ୍ତି କହିଛନ୍ତି ଯେ ତାଙ୍କୁ କାମ ମିଳିବାରେ ବେଶି ଅସୁବିଧା ହୋଇନାର୍ହି। ସେ ଭଲ କାମ ପାଇବାରେ ସଫଳ ହୋଇଛନ୍ତି। ଧାରବାହିକ ଗୁଡ଼ିକ ସାଧାରଣତଃ ଶାଶୂ-ବୋହୂ କାହାଣୀକୁ ନେଇ ହୋଇଥାଏ। ତେବେ ଏବେ ଏଥିରେ କିଛି ପରିବର୍ତ୍ତନ ଦେଖାଯାଇଛି। ବୟସ୍କ ତଥା ମଧ୍ୟବୟସ୍କ ଲୋକଙ୍କୁ ନେଇ କାହାଣୀ ଲେଖାଯାଉଛି। ସେଗୁଡ଼ିକୁ ଦର୍ଶକ ଭଲ ମଧ୍ୟ ପାଉଛନ୍ତି। ତେଣୁ ଅଧିକ କିଛି ଦିନ ଏଥିରେ ତିଷ୍ଠି ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos