ସଲମାନ୍‌ଙ୍କ ଅଗାମୀ ଫିଲ୍ମ ‘ଟାଇଗର ଜିନ୍ଦା ହୈ’

ମୁମ୍ବାଇ: ୨୦୧୨ର ବ୍ଲକ୍‌ବଷ୍ଟର ଫିଲ୍ମ ‘ଏକ୍‌ ଥା ଟାଇଗର’ର ସିକ୍ୟୁଏଲ୍‌ ‘ଟାଇଗର ଜିନ୍ଦା ହୈ’ ହେଉଛି ସଲମାନ୍‌ ଖାନ୍‌ଙ୍କ ଆଗାମୀ ଫିଲ୍ମ। ‘ଟ୍ୟୁବ୍‌ଲାଇଟ୍‌’ ପରେ ଏହି ଫିଲ୍ମ ପରଦାକୁ ଆସୁଛି। ‘ଏକ୍‌ ଥା ଟାଇଗର’ର ଫିଲ୍ମର ନିର୍ଦ୍ଦେଶନା କବୀର ଖାନ ଦେଇଥିବା ବେଳେ ‘ଟାଇଗର ଜିନ୍ଦା ହୈ’ର ନିର୍ଦ୍ଦେଶନା ଦେବେ ଅଲ୍ଲି ଆବ୍ବାସ୍‌ ଜାଫର ।

ସଲମାନଙ୍କ ଶେଷ ଫିଲ୍ମ ‘ସୁଲତାନ୍‌’ ୩୦୦ କୋଟି କ୍ଲବରେ ସ୍ଥାନ ପାଇ ସାରିଛି।

ଅଲ୍ଲି ଆବ୍ବାସ୍‌ ଜାଫର କହିଛନ୍ତି,“କବୀର ଖାନ୍‌ ମୋ ପରି ଫିଲ୍ମ ନିର୍ମାଣ କରିପାରିବେ ନାହିଁ କି ମୁଁ ତାଙ୍କ ପରି ଫିଲ୍ମ ନିର୍ମାଣ କରିପାରିବି ନାହିଁ। କବୀର ଯେତେ ଫିଲ୍ମ କରିଛନ୍ତି ତାହାର ସ୍କ୍ରିପ୍ଟ ମୋ ସହ ସେୟାର କରିଛନ୍ତି ମୁଁ ତାଙ୍କ ସହ ବହୁ ଫିଲ୍ମର ସ୍କ୍ରିପ୍ଟ ସେୟାର କରିଛି। ଆମେ ‘ଟାଇଗର ଜିନ୍ଦା ହୈ’ ଫିଲ୍ମ ନିର୍ମାଣ ନେଇ ଆଲୋଚନା କରୁଛୁ। ଖୁବଶୀଘ୍ର ଏହାର ସ୍କ୍ରିପ୍ଟ ଓ ଅନ୍ୟାନ୍ୟ କାର୍ଯ୍ୟ ଆରମ୍ଭ ହେବ। ଏଥିରେ ସଲ୍‌ମାନ୍‌ଙ୍କ ବିପକ୍ଷରେ କାଟ୍ରିନା ରହିବେ କି ଆଉ କିଏ ରହିବେ ସେ ବିଷୟରେ ନିଷ୍ପତ୍ତି ହୋଇନାହିଁ।”

ଏହି ଫିଲ୍ମ ୨୦୧୭ ଇଦ୍‌ ପରେ ପରେ ମୁକ୍ତିଲାଭ କରିବା ଆଶା କରାଯାଉଛି।

ଆହୁରି ପଢ଼ନ୍ତୁ

ନିଜ କଫିନ୍‌ର ଟଙ୍କା ବି ଦେଇ ଯାଇଥିଲେ ସରୋଜ୍‌ ଖାନ୍‌ !

ଶୋ’ରେ ଚାଲିଲା ‘ରୋମାଣ୍ଟିକ୍‌ ରେପ୍‌ ସିନ୍‌’ ଉପରେ ଗପ: ସୋଶାଲ୍‌ ମିଡିଆରେ ଟ୍ରୋଲ୍‌ ହେଲେ ଏହି ଦୁଇ କଳାକାର

ଗଲୱାନ୍‌ ଘଟଣାକୁ ନେଇ ଫିଲ୍ମ କରିବେ ଅଜୟ

ବାହାହେଲେ ଗୌତମ‌-ଉର୍ବଶୀ!

ଛୋଟ ପରଦାରେ ଡେବ୍ୟୁ କରିବେ ଇଶା

ଏହି କଳାକାରଙ୍କ ସହ ପ୍ରତି ମୁହୂର୍ତ୍ତ ବିତାଇବାକୁ ଭଲପାଆନ୍ତି ନିହାରିକା

‘ଫେୟାର ଆଣ୍ଡ ଲଭଲି’କୁ ଟ୍ରୋଲ କରି ନିଜେ ଟ୍ରୋଲ୍ ହେଇଗଲେ ଶେଖର

ମାଧୁରୀଙ୍କୁ ମୋହିନୀ ବନେଇଥିଲେ ସରୋଜ

ମୃତ୍ୟୁ ପୂର୍ବରୁ ସୁଶାନ୍ତଙ୍କ ଉଦ୍ଦେଶ୍ୟରେ କରିଥିଲେ ଶେଷ ପୋଷ୍ଟ

ଐଶ୍ୱର୍ଯ୍ୟାଙ୍କ ନାଁ ନଥିବାରୁ କରନ୍‌ଙ୍କ ଉପରେ କ୍ଷୁବ୍ଧ ହୋଇଥିଲେ ଅକ୍ଷୟ!

ଭିଡିଓ କଲ୍‌ରେ ମହାପ୍ରଭୁଙ୍କ ଦର୍ଶନ କଲେ ବାବୁସାନ୍‌

ପରଲୋକରେ ବଲିଉଡ୍‌ କୋରିଓଗ୍ରାଫର ସରୋଜ ଖାନ୍