ଟାଇଗରକୁ ଜଗିବେ ୫ ବଡିଗାର୍ଡ

ମୁମ୍ବାଇ: ଟାଇଗର ଶ୍ରୋଫ୍‌ଙ୍କ ସୁରକ୍ଷାକୁ ନେଇ ମାଆ ଆୟାଶା ଚିନ୍ତିତ ହୋଇ ପଡ଼ିଛନ୍ତି। ଏଥିପାଇଁ ସେ ଟାଇଗରଙ୍କ ସୁରକ୍ଷାକୁ ନେଇ ନୂଆ ଗାଇଡଲାଇନ୍‌ ବନାଇଛନ୍ତି। ଏବେ ଆଉ ଜଣେ ନୁହେଁ ୫ ଜଣ ବଡିଗାର୍ଡ ଟାଇଗରଙ୍କୁ ସୁରକ୍ଷା ଦେବେ।

‘ମୁନା ମାଇକେଲ’ ପ୍ରମୋଶନ ଯେତେବେଳେ ଛୋଟ ସହରଗୁଡିକରେ ହେଉଥିଲା କିଛି ପ୍ରଶଂସକ ଟାଇଗରଙ୍କ ନିକଟତର ହେବାକୁ ଚେଷ୍ଟା କରିଥିଲେ। ଗୋଟେ ସ୍ଥାନରେ ଫ୍ୟାନ୍‌ଙ୍କ ପାଖରୁ ବଞ୍ଚିବା ପାଇଁ ଟାଇଗର ତାଙ୍କ ଗାଡି ପାଖକୁ ଯିବା ବେଳେ ଆଘାତପ୍ରାପ୍ତ ହୋଇଥିଲେ। ଏହା ଶିଣିବା ପରଠାରୁ ଆୟାଶାଙ୍କ ଚିନ୍ତା ବଢ଼ିଯାଇଛି। ତେଣୁ ୫ ଜଣ ବଡ଼ିଗାର୍ଡଙ୍କ ବିନା ଟାଇଗର ବାହାରକୁ ଯିବେ ନାହିଁ ବୋଲି ଆୟାଶା ରୋକ୍‌ଠୋକ୍‌ ଜଣାଇ ଦେଇଛନ୍ତି।

ସୂଚନାଯୋଗ୍ୟ, ‘ମୁନା ମାଇକେଲ’ ପରେ ଟାଇଗର ‘ଷ୍ଟୁଡେଣ୍ଟ ଅଫ୍ ଦି ଇୟର-୨’ରେ ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟା ସହ ନଜର ଆସିବେ। ଏହାପରେ ‘ବାଗୀ-୨’ର ସୁଟିଂ ଆରମ୍ଭ ହେବ। ଏଥିରେ ତାଙ୍କ ସହ ଦିଶା ପଟାନୀଙ୍କୁ ଦେଖିବାକୁ ମିଳିବ।