ସହର, ମଧ୍ୟବିତ୍ତ ଏବଂ ଘର କରିବାର ସ୍ୱପ୍ନ

ରୁଦ୍ର ପ୍ରସନ୍ନ ରଥ ଭାରତ ବର୍ଷରେ ଦୃତ ସହରୀକରଣର ଯୁଗ କାହିଁ କେବେଠାରୁ ଆରମ୍ଭ ହୋଇଯାଇଛି। ଗାଁରୁ ସବୁ ଦିନ ଲକ୍ଷ ଲକ୍ଷ ଲୋକ ଭଲ କରି ଗଣ୍ଡେ ଖାଇବାକୁ ଆଉ ଠିକ୍ କରି ଖଣ୍ଡେ ପିନ୍ଧିବାକୁ ସହରରେ ପାଦ ଦେଉଛନ୍ତି। ଆଉ ସହରରେ ପାଦ ଦେଲାମାତ୍ରେ ନିଜ ପାଇଁ ସ୍ଥାୟୀ ଚାକିରୀ ଆଉ ଅସ୍ଥାୟୀ ବାସସ୍ଥାନ ଖଣ୍ଡେ ଯୋଗାଡ଼ କରିବାକୁ ଲାଗିପଡୁଛନ୍ତି। ସମୟର ଚକ ଗଡ଼ି ଚାଲିବା ସହିତ  ଗାଁରୁ ସହରୀ ହୋଇ ସାରିଥିବା ମଣିଷଟି […]

House

House

Debendra Prusty
  • Published: Thursday, 03 November 2022
  • Updated: 03 November 2022, 04:41 PM IST

Sports

Latest News

  • ରୁଦ୍ର ପ୍ରସନ୍ନ ରଥ

ଭାରତ ବର୍ଷରେ ଦୃତ ସହରୀକରଣର ଯୁଗ କାହିଁ କେବେଠାରୁ ଆରମ୍ଭ ହୋଇଯାଇଛି। ଗାଁରୁ ସବୁ ଦିନ ଲକ୍ଷ ଲକ୍ଷ ଲୋକ ଭଲ କରି ଗଣ୍ଡେ ଖାଇବାକୁ ଆଉ ଠିକ୍ କରି ଖଣ୍ଡେ ପିନ୍ଧିବାକୁ ସହରରେ ପାଦ ଦେଉଛନ୍ତି। ଆଉ ସହରରେ ପାଦ ଦେଲାମାତ୍ରେ ନିଜ ପାଇଁ ସ୍ଥାୟୀ ଚାକିରୀ ଆଉ ଅସ୍ଥାୟୀ ବାସସ୍ଥାନ ଖଣ୍ଡେ ଯୋଗାଡ଼ କରିବାକୁ ଲାଗିପଡୁଛନ୍ତି। ସମୟର ଚକ ଗଡ଼ି ଚାଲିବା ସହିତ  ଗାଁରୁ ସହରୀ ହୋଇ ସାରିଥିବା ମଣିଷଟି ନିଜ ପାଇଁ  କ୍ରମେ କ୍ରମେ ସ୍ଥାୟୀ ବାସସ୍ଥାନ ଖଣ୍ଡେ ଖୋଜିବା ହିଁ ତାର ଜୀବନର ସର୍ବଶ୍ରେଷ୍ଠ  ଧ୍ୟେୟ ବୋଲି ସେ ମନେ କରୁଛି।

ଗାଁରେ କର୍ମ ସଂସ୍ଥାନର ଅଭାବ ତଥା ଶିକ୍ଷା ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗର ଅଭାବ ଯୋଗୁଁ ଲୋକଟିଏ ସହର ଆଡ଼କୁ ମୁହାଁଇବାକୁ ବାଧ୍ୟ ହୋଇଥାଏ। ସହରରେ ପାଦ ଦେଲା ପରେ ସହର ଉପାନ୍ତରେ ପାଦ ଦେଇ ବାସସ୍ଥାନଟିଏ ଖୋଜିଥାଏ। କେତେବେଳେ ବସ୍ତିରେ ତ ଆଉ କେତେବେଳେ ଭଡ଼ାଘରେ ରହି ତାହାର ସଂଘର୍ଷର ଦୁନିଆରେ ପାଦ ଥାପିଥାଏ। ଏ ଭିତରେ ସମୟ ଗଡ଼ି ଚାଲିଥାଏ, ଆଉ ନିଜ ଭିତରେ ଘର କରିବାପାଇଁ ଦେଖୁଥିବା ସ୍ୱପ୍ନ ସବୁ ଗଜୁରୀ ଉଠି କ୍ରମେ କ୍ରମେ ପାକଳ ହେଉଥାଏ। ଦାରିଦ୍ର୍ୟ, ନିୟମିତ କର୍ମ ସଂସ୍ଥାନର ଅଭାବ ତଥା ଅନ୍ୟାନ୍ୟ ଅନେକ କାରଣ ପାଇଁ ଜଣେ ଚାହିଁଲେ ବି ଘର କରିପାରେ ନାହିଁ। ବରଂ ଜୀବନର ଶେଷ ସମୟରେ ସଂଚିଥିବା ସମସ୍ତ ସମ୍ବଳକୁ ପାଥେୟ କରି ସେ ସହରରୁ ଗାଁକୁ ବାହୁଡ଼ି ଥାଏ। ୨୦୨୧ ଜନଗଣନା ଅନୁସାରେ ଭାରତର ମୋଟ୍ ଜନସଂଖ୍ୟାର ୩୫.୩୯% ଲୋକ ସହରରେ ରୁହନ୍ତି। ଏହି ଜନସଂଖ୍ୟାର ପାଖାପାଖି ୮୬.୬% ଜନସାଧାରଣଙ୍କ ପାଖରେ ନିଜସ୍ୱ ଘର ରହିଛି।

ସହରରେ ଟିକିଏ ପାଦ ଲାଗିଗଲାବେଳକୁ ମଣିଷ ମନରେ ଘର କରିବାର ସ୍ୱପ୍ନ ଉଙ୍କି ମାରୁଛି। ଗାଁରେ ଘର ଛପର ନ ହୋଇଥାଉ ପଛେ, ସହରରେ ନିଜର ବଳକା ଜମାପୁଂଜି ସବୁକୁ ସମୟର ପଶାପାଲିରେ ଗଡ଼ାଇ ଦେଇ ମଣିଷ ନିଜପାଇଁ ସ୍ୱପ୍ନର ଘର କରିବାକୁ ମସଗୁଲ ରହୁଛି। ମଣିଷର ଏ ଘର କରିବାର ନିଶା ଏତେ ଅଧିକ ଯେ ମଣିଷ ଏଥିପାଇଁ ମୋଟା ଅଂଙ୍କର ଲୋନ୍ ନେବାକୁ ବସୁଛି। ଶନିବାର କିମ୍ବା ରବିବାର ହେଲାମାତ୍ରେ ମଣିଷ ଗାଡ଼ି ଧରି ନିଜର ଇପ୍‌ସିତ ଘର କରିବା କିମ୍ବା ଜମି କିଣିବା ନିମନ୍ତେ ଦୌଡ଼ିବା ଆରମ୍ଭ କରି ଦେଉଛି। ଖାଇବା ପିଇବା ଛାଡ଼ି ଘର ପରେ ଘର ଜମି ପରେ ଜମି ଦେଖି ଦେଖି ସଂଧ୍ୟାରେ ହତାଶ ହୋଇ ଘରକୁ ଫେରୁଛି। କେଉଁଠି ଜମି କିମ୍ବା ଘରର ମୂଲ୍ୟ ଆକାଶ ଛୁଆଁ ତ ଆଉ କେଉଁଠି ଦେଖିଥିବା ଜମି କିମ୍ବା ଘର ବହୁତ ଦୂରରେ। ପୁଣି ଏମିତି ବି ହୁଏ ଘର କିମ୍ବା ଜମି ପସନ୍ଦ ଆସିଲେ ବି ସେ ସବୁର କାଗଜପତ୍ର ଠିକ୍ ନାହିଁ ବୋଲି ଅନୁମାନ ହୁଏ।

ତଥାପି ଗାଁରୁ ଆସିଥିବା କିଛି କିଛି ଲୋକଙ୍କର ସହରରେ ଘର କରିବାର ସ୍ୱପ୍ନ ସାର୍ଥକ ହୁଏ। ଅବଶ୍ୟ ଏଥିପାଇଁ ତାକୁ ଅନେକ ମୂଲ୍ୟ ଦେବାକୁ ହୁଏ। ଘର ପାଇଁ ଋଣ ଦେଇ ବ୍ୟାଙ୍କ ଲାଭବାନ ହୁଏ। ବିଲ୍ଡର ତାର ଲାଭ ପାଇଯାଏ। ଘର ବିକୁଥିବା ଦଲାଲ କମିଶନି ନେଇଯାଏ। ପୁଣି ଘର ପାଇଁ ବିଜୁଳି ସଂଯୋଗଠାରୁ ଆରମ୍ଭ କରି ଅନ୍ୟାନ୍ୟ କାମପାଇଁ ବେଳେ ବେଳେ ମୋଟା ଅଂକର ଲାଂଚ ବି ଦେବାକୁ ହୁଏ। ଏତେ ସବୁ ବ୍ୟବସ୍ଥା ଭିତରେ ମଣିଷଟା ଘର କିଣେ ସତ ହେଲେ ସେ ନୂଆ ଘରେ ରହିବାର ନିଶା ଉତୁରି ଯାଇଥାଏ।

ସହରରେ ଥିବା ଛଦ୍ମବେଶୀ ମଣିଷଗୁଡ଼ା ଗାଁରୁ ଆସିଥିବା ସେ ମଧ୍ୟବିତ୍ତକୁ ଠକିବାକୁ ଠିକା ନେଇଥାନ୍ତି ଯେମିତି। ଦଲାଲମାନେ ତାକୁ ଗୋଟିଏ ଜମି ଦେଖାଇ ଆଉ ଗୋଟିଏ ଜମି ବିକନ୍ତି। ବିଲ୍ଡର ସବୁ ପଇସା ନେଇ ସାରିଲା ପରେ ବି କାମସାରି ଘର ଦେବାକୁ ଲୁଚକାଳି ଖେଳେ। କମ୍ପାନୀ ହେଉ ବା ସୁପରଭାଇଜର ସମସ୍ତେ ନିଜ ନିଜ ବାଟରେ ଠକିବାକୁ ଜାଲ ବସେଇଥାନ୍ତି। ସେମାନଙ୍କର ଜାତି କିମ୍ବା ଧର୍ମ ଭିନ୍ନ ହୋଇପାରେ ତେବେ ଅଧିକାଂଶଙ୍କର ଲକ୍ଷ୍ୟ ସମାନ। ନୀରିହ ଭଦ୍ର ମଧ୍ୟବିତ୍ତ ପାଖରୁ ତାର ଜମାପୁଂଜି ସବୁକୁ କାଇଦାରେ ବାହାର କରି ନେବା। ସେ ଦଲାଲ ମିଶ୍ର ବାବୁ ହୁଅନ୍ତୁ କି ବିଲଡର ହୁସେନ୍ ବାବୁ, ପଇସା ପାଇବାମାତ୍ରେ ନିଜ ନିଜର ପ୍ରକୃତ ରଂଗ ଦେଖାଇବା ଆରମ୍ଭ କରିଥାଆନ୍ତି। ଯେଉଁ ମୁହଁରେ ଜମି ଆଉ ଘର ବିକିବା ପୂର୍ବରୁ ଘିଅ ଆଉ ମହୁର ପ୍ରତିଶ୍ରୁତି ଦେଇ ଥାଆନ୍ତି, ସେହି ମୁହଁକୁ ଲୁଚାଇ ବୁଲି ଥାଆନ୍ତି। ଆଜି କରିଦେବା କାଲି କରିଦେବା ନ୍ୟାୟରେ ଦିନ ପରେ ଦିନ ଗଡ଼େଇ ଚାଲିଥାଆନ୍ତି। ବେଳେ ବେଳେ ଗୁଣ୍ଡା ଲଗାଇ ଜମି କିମ୍ବା ଘର କିଣିଥିବା ଲୋକଙ୍କୁ ପିଟିବା କିମ୍ବା ଯଦି କେହି ଟଙ୍କା ଫେରାଇବାକୁ ଅନୁରୋଧ କରେ ତେବେ ତାଙ୍କ ଟଙ୍କା ନ ଫେରାଇ ତାକୁ ବିଭିନ୍ନ କାରଣ କହି ଦିନ ପରେ ଦିନ ଦୌଡ଼ାଇବା ଏବଂ ସ୍ଥଳ ବିଶେଷରେ ଆଦୌ ପଇସା ନ ଫେରାଇବା ଏବେ ତ ବେଶ୍ ସାଧାରଣ କଥା ହୋଇଗଲାଣି। ସ୍ଥିତି ଏପରି ଯେ ଲୋକ ପୋଲିସ୍‌ଠାରୁ ବି ବିଶେଷ ନ୍ୟାୟ ପାଇବାର ଆଶା ନ ରଖି ନିଜ ଭାଗ୍ୟକୁ ଆଦରି ପଡ଼ି ରହୁଛନ୍ତି।

ଆମ ବିଧିବ୍ୟବସ୍ଥା ଏତେ ଭୟଙ୍କର ଯେ ଏଠାରେ ତୁରନ୍ତ ପୀଡ଼ିତକୁ ନ୍ୟାୟ ମିଳିବା କଷ୍ଟକର। ଥରେ ଘର କିମ୍ବା ଜମି କିଣିବା ପାଇଁ ଅଗ୍ରୀମ ଦେଇ ସାରିଲା ପରେ ନିଜେ ଲୁଟି ହେବା ଛଡା ମଧ୍ୟବିତ୍ତ ପାଖରେ ବିଶେଷ କିଛି କରିବାର ନଥାଏ। କାଳେ ଘର କିମ୍ବା ଜମି ମିଳିବାକୁ ଡେରି ହେବ ସେହି ଭୟରେ ପୋଲିସ୍ କିମ୍ବା ନ୍ୟାୟାଳୟରେ ଅଭିଯୋଗ କରିବାକୁ ଡରେ। ଥରେ ନ୍ୟାୟାଳୟକୁ ଗଲେ ନ୍ୟାୟ ମିଳିବାକୁ ବହୁତ ସମୟ ଲାଗିଯାଏ ଆଉ ସେହି ସମୟଯାକ ଘର କିଣିଥିବା ମଧ୍ୟବିତ୍ତ ପାଇଁ ବେଶ୍ କଷ୍ଟକର ସମୟ ପାଲଟି ଯାଇଥାଏ। କାରଣ ଘର କରିବା ପାଇଁ ସେ ଯେଉଁ ଋଣ ବ୍ୟାଙ୍କରୁ ନେଇଥାଏ ସେଥିପାଇଁ ବ୍ୟାଙ୍କ ତାହାର ସୁଧ ଛାଡ଼ିନଥାଏ। ଏକ ସମୟରେ ଘର ଭଡ଼ା ଆଉ ବ୍ୟାଙ୍କ ସୁଧ ଦେବା ବେଳେ ମଧ୍ୟବିତ୍ତ ଜଣଙ୍କର ସହରରେ ଘର କରିବାର ସ୍ୱପ୍ନର ଇମାରତ୍ ଭୁଷୁଡ଼ିଗଲା ପରି ଲାଗିଥାଏ।

ସରକାର ଯଦିଓ ଗତ କିଛି ବର୍ଷ ତଳେ ଏହି ଜମି ଜମା ଏବଂ ଘର କିଣାବିକା କାରବାରକୁ ନିୟନ୍ତ୍ରଣକୁ ଆଣିବା ପାଇଁ ରିଏଲ ଇଷ୍ଟେଟ ରେଗୁଲେଟୋରୀ ଅଥରିଟି ଗଠନ କରିଥିଲେ ତେବେ ଏହା ଏବେ ଯାଏ ପୂର୍ଣ୍ଣଭାବେ କାର୍ଯ୍ୟକ୍ଷମ ହେବାରେ ସମର୍ଥ ହୋଇନାହିଁ। ଆଇନରେ ଥିବା ଗଳାବାଟ ଦେଇ ଦଲାଲମାନେ ଖସି ଯାଉଥିବାବେଳେ ଆଇନ୍ ର ଦ୍ୱାରସ୍ଥ ହେଉଥିବା ଲୋକ ନିଜ ହାତରୁ ପଇସା ଖର୍ଚ୍ଚ କରି ନ୍ୟାୟ ପାଇବା ପାଇଁ ବର୍ଷ ବର୍ଷ ଧରି କୋର୍ଟକୁ ଧାଉଁଛି।

ସହରର ଜନସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ସହରର ଜମି ଏବଂ ଘରର ମୂଲ୍ୟ ଆଶାତୀତ ଭାବେ ବୃଦ୍ଧି ପାଉଛି। ଅନେକ କ୍ଷେତ୍ରରେ ଏହା ଏତେ ଅଧିକ ହୋଇଯାଉଛି ଯେ ଜଣେ ନିଜର ସାରା ସଂଚିତ ଜମାପୁଂଜିକୁ ଦେଇ ମଧ୍ୟ ସହରରେ ଘର କରିବାକୁ ଅକ୍ଷମ ହେଉଛି। ଜଣେ ଘର କିଣିବା ଅର୍ଥ ହେଉଛି ଏହା ଦ୍ୱାରା ଅନେକ ଲୋକ ରୋଜଗାର ପାଇବା। ତେବେ ଯଦି ଜଣେ ଏଥିପାଇଁ ଠକେଇର ଶୀକାର ହୁଏ, ଯଦି ଜଣେ ଲୁଟି ହେବାର ଅନୁଭବ କରେ ତେବେ ଏହା ଏକ ସୁଖଦ ଅନୁଭବ ନୁହେଁ ନିଶ୍ଚିତ।

ଆଶ୍ଚର୍ଯ୍ୟର କଥା ହେଉଛି ଲୋକଟିଏ ଘର କିଣି ଅନ୍ୟକୁ ରୋଜଗାର ଦିଏ। ଦଲାଲ କମିଶନ ପାଏ, ବ୍ୟାଙ୍କ ତାହାର ସୁଧ ପାଇଥାଏ। ମୂଲିଆମାନେ ମଜୁରୀ ପାଆନ୍ତି। ଜମି ମାଲିକ ପଇସା ପାଇଥାଏ। ଅଥଚ ସମସ୍ତେ ମିଳିମିଶି ଯେମିତି ସେ ମଧ୍ୟବିତ୍ତକୁ ଠକିବାକୁ ପଣ କରିଥାଆନ୍ତି। ପୁଣି ସହରର ଆଖପାଖରେ ନିର୍ମିତ ହେଉଥିବା ସଂଖ୍ୟାଧିକ ଘର ବେସରକାରୀ ଅନୁଷ୍ଠାନମାନେ କରୁଥିବାବେଳେ ଏହାର ଯୋଜନା, ରୂପରେଖ ଆଉ ଦରଦାମ ଉପରେ ସରକାରଙ୍କର କୌଣସି ନଜର ନଥାଏ। ଉଦାହରଣ ସ୍ୱରୁପ ଭାବେ ଆପଣ ଭୁବନେଶ୍ୱରକୁ ନିଅନ୍ତୁ। ଏଠାରେ ହାରାହାରି ପ୍ରତିବର୍ଷ ଦୁଇଲକ୍ଷ ଲୋକ ଘର କିଣିବା ପାଇଁ ଉତ୍ସାହୀ ଥିବାବେଳେ ମାତ୍ର କିଣିବା ପାଇଁ ସର୍ବାଧିକ ୨୦,୦୦୦ ଯାଏ ଘର ମହଜୁଦ ଅଛି। ଏହାଯୋଗୁଁ ଲୋକଙ୍କ ମଧ୍ୟରେ ଚାହିଦାକୁ ପାଇବା ପାଇଁ ଅହେତୁକ ଆଗ୍ରହ ଏବଂ ପ୍ରତିଯୋଗୀତା ବୃଦ୍ଧି ପାଉଛି। ଏହା ଦ୍ୱାରା ଘର ଦାମ ବଢ଼ିଯାଉଛି ସିନା ହେଲେ ଲୋକଙ୍କ ପାଖରେ ଏହି ଊଚ୍ଚ ଦାମ ଦେଇ ଘର କିଣିବା ଅପେକ୍ଷା କୌଣସି ଅନ୍ୟ ଉପାୟ ନାହିଁ। ପୁଣି ଗୁଣାତ୍ମକ ଘର ସଠିକ୍ ଦାମରେ ବିନା ଠକେଇରେ ପାଇବା ସବୁବେଳେ ସଂଭବ ହେଉନି। କେତେବେଳେ ମଣିଷ ନିଜେ କିଣିଥିବା ଘରେ ପଶି ପାରୁନାହିଁ ତ ଆଉ କେତେବେଳେ ମଣିଷର ସ୍ୱପ୍ନର ଘରର ପ୍ରଥମ ବର୍ଷ ପରେ ହିଁ ରଂଗଛାଡ଼ି ପ୍ଲାଷ୍ଟର ଉତୁରି ଯାଉଛି। ସରକାର ଆଇନଗତ ଭାବେ କିଛି କରିବା ସ୍ଥିତିରେ ନାହାନ୍ତି। ଗୁଣାତ୍ମକମାନର ଘର କରିବା ଗ୍ରାହକଙ୍କ ପାଇଁ ସୁନିଶ୍ଚିତ କରାଇ ପାରୁ ନାହାନ୍ତି। ସରକାର ନିଜେ ତିଆରି କରୁଥିବା ଘର ଗୁଡ଼ିକର ହାଲତ୍ ବି ସମାନ। ନା ସେ ପ୍ରକଳ୍ପ ସବୁ ସମୟରେ ସରୁଛି ନା ତା ଭିତରେ ଲୋକ ସହଜରେ ରହି ପାରୁଛି।

ଏପରି ସ୍ଥିତିରେ ସରକାର  ନିଜେ ସ୍ୱଳ୍ପମୂଲ୍ୟର ବ୍ୟାପକ ମାତ୍ରାରେ ଘର ତିଆରି କରିବା ସହ ଏହାର ଗୁଣବତ୍ତା ସୁନିଶ୍ଚିତ କରିବା ସହ ଏହାକୁ ମଧ୍ୟବିତ୍ତମାନଙ୍କୁ ବିକ୍ରି କରିବା ପାଇଁ ଆଗଭର ହେବା ଉଚିତ୍। ଏହାବାଦ୍ ସରକାରୀ- ବେସରକାରୀ ସହଭାଗିତାରେ ମଧ୍ୟ ସରକାର ସୁଲଭ ମୂଲ୍ୟରେ ପ୍ରକଳ୍ପ ଆରମ୍ଭ କରି ଲୋକଙ୍କୁ ଯୋଗାଇ ଦେଲେ ଲୋକ ଦଲାଲ ଏବଂ ଅସାଧୁ ବିଲଡରଙ୍କ ଦାଉରୁ ରକ୍ଷା ପାଆନ୍ତେ। ଲୋକ ଉଚିତ୍ ମୂଲ୍ୟରେ ଘର ପାଇବା ସହ ବ୍ୟାଙ୍କର ମୂଳଧନ ମଧ୍ୟ ସୁରକ୍ଷିତ ରୁହନ୍ତା। ସରକାର ଏ ଦିଗରେ ଗୁରୁତର ସହ ଚିନ୍ତା କରିବାର ଆବଶ୍ୟକତା ରହିଛି।

ଧବଳଗିରି, ଯାଜପୁର ରୋଡ

ଫୋ- ୭୯୭୮୬୭୧୭୭୬

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story