ଗାନ୍ଧି ମୁଣି

ଗାନ୍ଧି ପରିବାର ବୋଲି ଆମେ ଯାହାକୁ ଜାଣୁ, ତାହା ପ୍ରକୃତରେ ମହାତ୍ମା ଗାନ୍ଧିଙ୍କ ବଂଶଜ ନୁହେଁ। ଇନ୍ଦିରା ଗାନ୍ଧିଙ୍କଠୁ ଆରମ୍ଭ କରି ରାହୁଲ/ବରୁଣ ପର୍ଯ୍ୟନ୍ତ କେହି ଗାନ୍ଧିଙ୍କ ଦାୟଦ ନୁହନ୍ତି। ସେମାନେ ସମସ୍ତେ ନେହେରୁଙ୍କ ବଂଶରୁ ଉଦ୍ଭବ। ନେହେରୁଙ୍କ ଝିଅ ଇନ୍ଦିରା ବାହା ହୋଇଥିଲେ ଫିରୋଜ ଖାନଙ୍କୁ। ଫିରୋଜଙ୍କୁ ବାହା ହେବା ନେହେରୁଙ୍କ ପରିବାର ପାଇଁ ଅଶାନ୍ତି ଆଣିଲା। ଫିରୋଜଙ୍କ ବାପା ମୁସଲମାନ ଥିବା ବେଳେ ମାଆ ଥିଲେ ପାର୍ସୀ। ଯାହାଙ୍କ ସାଙ୍ଗିଆ ଥିଲା ଘାଳି। ମହାତ୍ମା […]

Surdarshan_das_UP

Surdarshan_das_UP

Rakesh Mallick
  • Published: Sunday, 04 October 2015
  • Updated: 05 October 2015, 10:19 AM IST

Surdarshan_das_UPଗାନ୍ଧି ପରିବାର ବୋଲି ଆମେ ଯାହାକୁ ଜାଣୁ, ତାହା ପ୍ରକୃତରେ ମହାତ୍ମା ଗାନ୍ଧିଙ୍କ ବଂଶଜ ନୁହେଁ। ଇନ୍ଦିରା ଗାନ୍ଧିଙ୍କଠୁ ଆରମ୍ଭ କରି ରାହୁଲ/ବରୁଣ ପର୍ଯ୍ୟନ୍ତ କେହି ଗାନ୍ଧିଙ୍କ ଦାୟଦ ନୁହନ୍ତି। ସେମାନେ ସମସ୍ତେ ନେହେରୁଙ୍କ ବଂଶରୁ ଉଦ୍ଭବ। ନେହେରୁଙ୍କ ଝିଅ ଇନ୍ଦିରା ବାହା ହୋଇଥିଲେ ଫିରୋଜ ଖାନଙ୍କୁ। ଫିରୋଜଙ୍କୁ ବାହା ହେବା ନେହେରୁଙ୍କ ପରିବାର ପାଇଁ ଅଶାନ୍ତି ଆଣିଲା। ଫିରୋଜଙ୍କ ବାପା ମୁସଲମାନ ଥିବା ବେଳେ ମାଆ ଥିଲେ ପାର୍ସୀ। ଯାହାଙ୍କ ସାଙ୍ଗିଆ ଥିଲା ଘାଳି। ମହାତ୍ମା ଗାନ୍ଧିଙ୍କ ପରାମର୍ଶ କ୍ରମେ ଫିରୋଜ ଖାନଙ୍କୁ ଗାନ୍ଧି ସାଙ୍ଗିଆ ଦିଆଗଲା ଏବଂ ସେ ହୋଇଗଲେ ଫିରୋଜ ଖାନରୁ ଫିରୋଜ ଗାନ୍ଧି। ସେହି ଅନୁସାରେ ଇନ୍ଦିରା ପ୍ରିୟଦର୍ଶିନୀ ନେହେରୁ ବନିଗଲେ ଇନ୍ଦିରା ଗାନ୍ଧି।

ଆମ ଦେଶର ରାଜନୀତିର ଇତିହାସକୁ ଅବଲୋକନ କଲେ ଦେଖାଯାଏ ‘ଗାନ୍ଧି’ ଶବ୍ଦଟି ଦେଶର ରାଜନୀତି ସହିତ ଗଭୀର ଭାବରେ ସଂପର୍କିତ। ସ୍ୱାଧୀନତା ପୂର୍ବରୁ ଏବଂ ପରେ ମଧ୍ୟ। ଦେଶକୁ ସ୍ୱାଧୀନତା ଦେବାରେ କଂଗ୍ରେସ ଯେଉଁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା, ଗାନ୍ଧି ନ ଥିଲେ ବୋଧେ ତାହା ଏତେ ଜଲଦି ସମ୍ଭବ ହୋଇ ନ ଥାଆନ୍ତା। ସେତେବେଳର କଂଗ୍ରେସ ପୂରାପୂରି ‘ଗାନ୍ଧି’ମୟ ହୋଇ ରହିଥିଲା ଏବଂ ସ୍ୱାଧୀନତା ସଂଗ୍ରାମ ମଧ୍ୟ। ସ୍ୱାଧୀନତା ପରେ ଗାନ୍ଧି ଆତତାୟୀ ଗଡ଼ସେଙ୍କ ଗୁଳିରେ ପ୍ରାଣ ହରାଇଲେ, କିନ୍ତୁ ‘ଗାନ୍ଧି’ ଶବ୍ଦ ପରବର୍ତ୍ତୀ ସମୟରେ କଂଗ୍ରେସ ଦଳ ଏବଂ ଦେଶର ରାଜନୀତିକୁ ଆଚ୍ଛାଦିତ କରି ରଖିଲା ଅନେକ ବର୍ଷ ପର୍ଯ୍ୟନ୍ତ। ଏବେ ମଧ୍ୟ ‘ଗାନ୍ଧି’ ଶବ୍ଦରୁ ବାଦ୍ ଦେଇ ଦେଶର ରାଜନୀତି ଏବଂ ଦେଶର ପ୍ରମୁଖ ଦଳ କଂଗ୍ରେସର ସାମ୍ପ୍ରତିକ ଇତିହାସ ରଚନା ସମ୍ଭବ ନୁହେଁ ବୋଲି ସମସ୍ତେ ଏକମତ ହେବେ।

ସ୍ୱାଧୀନତା ପରେ ମହାତ୍ମା ଗାନ୍ଧି କଂଗ୍ରେସ ଦଳକୁ ଭାଙ୍ଗି ଦେବାକୁ ପରାମର୍ଶ ଦେଇଥିଲେ। ଏକ ରାଜନୈତିକ ଦଳ ଭାବରେ ଏହା ନ ରହିବାକୁ ସେ ଚାହୁଁଥିଲେ। କିନ୍ତୁ ତାଙ୍କର କଥାକୁ ଜାହିର କରିବା ପାଇଁ ସେ ବେଶୀ ଦିନ ରହିଲେ ନାହିଁ। ତାଙ୍କ ଅନ୍ତେ, କଂଗ୍ରେସ ଏକ ରାଜନୈତିକ ଦଳ ଭାବରେ ରହିଲା ଏବଂ ଲୋକଙ୍କ ପାଖକୁ ଭୋଟ୍ ମାଗିବାକୁ ଗଲା ବିଭିନ୍ନ ସମୟରେ। ଦେଶବାସୀଙ୍କ ସମର୍ଥନ ମାଗିବା ସମୟରେ ସେମାନେ ‘ଗାନ୍ଧି ମୁଣି’କୁ ଆୟୁଧ କଲେ। ‘ଭଗବାନଙ୍କ ନାମରେ କିଛି ଦେଇ ଦିଅ ବାବୁ’-ଭିକାରୀଙ୍କ ବହୁଳ ପ୍ରଚଳିତ ନିବେଦନ ପରି ଗାନ୍ଧିଙ୍କ ନାମରେ ସେମାନେ ଭୋଟ୍ ମାଗି ଚାଲିଲେ। ‘ଗାନ୍ଧି ମୁଣି’କୁ ଲୋକଙ୍କ ସାମ୍ନାରେ ପତାଇ ଦେଇ ସେମାନେ ମାଗିଲେ ଭୋଟ୍। ଦେଶବାସୀ ମଧ୍ୟ ସେ ‘ଗାନ୍ଧି ମୁଣି’ରେ ସେମାନଙ୍କ ଭୋଟ୍ ରୂପକ ସମର୍ଥନକୁ ଅଜାଡ଼ି ଦେଇ ଚାଲିଲେ ଅନେକ ଦିନ ପର୍ଯ୍ୟନ୍ତ। ଆଜିର ପରିସ୍ଥିତିରେ ଯଦିଓ କଂଗ୍ରେସ ସେ ମୁଣିରେ ଅଧିକାଂଶ ଦେଶବାସୀଙ୍କର ସମର୍ଥନକୁ ଗୋଟାଇବାରେ ସକ୍ଷମ ନୁହଁ, ତଥାପି  ସେହି ଗାନ୍ଧି ସ୍ମୃତିର କରାମତି ପୂରା ଅକାମି ହୋଇଯାଇ ନାହିଁ। ନିଜକୁ ଗାନ୍ଧିଙ୍କ ଦାୟଦ  ବୋଲି ପରିଚୟ ଦେଇ କଂଗ୍ରେସ ନେତାମାନେ ଏବେବି ସମର୍ଥନ ମାଗୁଛନ୍ତି ଲୋକଙ୍କ ପାଖରୁ।

କିନ୍ତୁ ଗତ ବର୍ଷ କଂଗ୍ରେସ ପାଖରୁ ସେ ‘ଗାନ୍ଧି ମୁଣି’ ଚୋରି ହୋଇଯିବା ପରି ଲାଗିଲା। ୬୦ ଦଶନ୍ଧି ଧରି ଯେଉଁ ମୁଣି ଧରି କଂଗ୍ରେସ ଲୋକଙ୍କୁ ଭୋଟ୍ ମାଗୁଥିଲା, ସେହି ମୁଣିଟିକୁ ତା’ହାତରୁ ଛଡ଼ାଇ ନେବାର ପ୍ରୟାସ କଲେ ମୋଦି। ସେ ଯେଉଁ  ଆନ୍ଦୋଳନରେ ବିଶ୍ୱାସୀ ଏବଂ ତାଙ୍କ ଦଳ ଯାହାଙ୍କ ଦର୍ଶନ ଉପରେ ପ୍ରତିଷ୍ଠିତ ତାଙ୍କୁ ଛାଡ଼ି ସେ ଧରିଲେ ମହାତ୍ମା ଗାନ୍ଧିଙ୍କୁ। ମହାଦେବ ସଦାଶିବ ଗୋଲୱାଲକର ଥିଲେ ଆରଏସଏସର ପ୍ରତିଷ୍ଠାତା ଏବଂ ତାଙ୍କରି ତତ୍ତ୍ୱ ଉପରେ ଆମ ଦେଶର ଗଢି ଉଠିଥିଲା ଜନସଂଘ ଏବଂ ପରବର୍ତ୍ତୀ ସମୟରେ ଭାରତୀୟ ଜନତା ପାର୍ଟି, ଯାହାର ନେତୃତ୍ୱରେ ଏବେ ଚାଲିଛି ଆମ ଦେଶର ସରକାର ମୋଦିଙ୍କୁ ମୁଖିଆ କରି। ମାତ୍ର ମୋଦି ଗୋଲୱାଲକରଙ୍କର ଦର୍ଶନର ଥଳି ଧରି ଲୋକଙ୍କ ସମର୍ଥନ ମାଗିବା ପରିବର୍ତ୍ତେ, ‘ଗାନ୍ଧି ମୁଣି’ ଆଣିବା ଦେଶର ରାଜନୀତିରେ ଏକ ବ୍ୟତିକ୍ରମ ନିଶ୍ଚୟ, ବିଶେଷ କରି ବିଜେପି ରାଜନୀତିରେ।

ଗତବର୍ଷ ଏଇ ସମୟରେ ଗାନ୍ଧୀଙ୍କ ଜନ୍ମ ଦିନକୁ ବେଶ ଧୁମଧାମରେ ପାଳିଲେ ମୋଦି। ସ୍ୱଚ୍ଛଭାରତ ଅଭିଯାନ ଆରମ୍ଭ କଲେ। ସବୁଠି ସଭାସମିତି ହେଲା। ବ୍ୟାନର, ପୋଷ୍ଟର ଲାଗିଲା। ଆଉ ଭାଷଣଠୁ ଆରମ୍ଭ କରି ବ୍ୟାନର, ପୋଷ୍ଟର ପର୍ଯ୍ୟନ୍ତ ସବୁଠି ଛାଇ ହୋଇଗଲା ଗାନ୍ଧିଙ୍କ ଫଟୋଚିତ୍ର ଅଥବା ସଙ୍କେତ ଭାବରେ ଗାନ୍ଧିଙ୍କ ଗୋଲ ଚଷମା। ସେ ଆମେରିକା ଗଲେ, ସେଠି ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ଆଗରେ ଆଣ୍ଠୁମାଡ଼ି ପ୍ରଣାମ କଲେ। ଫୁଲମାଳ ପିନ୍ଧାଇଲେ। ଆଉ ଭାଷଣରେ ଭୂରି ଭୂରି ପ୍ରଶଂସାରେ ପୋତି ପକାଇଲେ ଗାନ୍ଧିଙ୍କୁ। ଏସବୁ କଥାଗୁଡ଼ିକୁ ଗଭୀର ଭାବରେ ଅନୁଶୀଳନ କଲେ ଯେ କୌଣସି ରାଜନୀତି ବିଜ୍ଞାନର ଗବେଷକ ଏ କଥାରେ ଏକମତ ଲୋକେ ଯେ, ଏସବୁ ‘ଗାନ୍ଧି’ଙ୍କୁ କଂଗ୍ରେସ ପାଖରୁ ଛଡ଼ାଇ ନେବାର ପ୍ରୟାସ। କଂଗ୍ରେସଠୁ ‘ଗାନ୍ଧି ମୁଣି’ ଛଡ଼ାଇ ନେବାର ରୀତିମତ ଏକ ଚକ୍ରାନ୍ତ।

ଏବେ ଆମ ରାଜ୍ୟରେ ଗତ ଅକ୍ଟୋବର ୨ ତାରିଖରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଗଲା। ଆଗକୁ ଗାନ୍ଧୀ ଜୟନ୍ତୀ ଗତାନୁଗତିକତାର ଗଣ୍ତି ଭିତରେ ପାଳିତ ହୋଇଥିଲା। କାଁ ଭାଁ କିଛି ଗାନ୍ଧିବାଦୀମାନଙ୍କୁ ଛାଡ଼ିଦେଲେ, ଗାନ୍ଧି ଜୟନ୍ତୀରେ ଏତେ ଜାକଜମକରେ କେହି ପାଳନ କରୁ ନ ଥିଲେ ସେ ଦିନଟିକୁ। ସ୍କୁଲ,କଲେଜ ଅଥବା କିଛି ଅନୁଷ୍ଠାନ ଏବଂ କିଛି କଂଗ୍ରେସ କର୍ମୀଙ୍କୁ ଛାଡ଼ି ଦେଲେ କାହାରି ଏତେ ଆଗ୍ରହ ନଥିଲା ଗାନ୍ଧିଙ୍କ ଜନ୍ମ ଦିନକୁ ପାଳନ କରିବା ପାଇଁ। ରାଜନୈତିକ ଦଳମାନଙ୍କର ଏଜେଣ୍ଡାରେ କେବେ ବି ନ ଥିଲା ଏ ଦିବସକୁ ସେମିତି ଜାକଜମକରେ ପାଳନ କରିବାକୁ। ମାତ୍ର ଏବର ଆଖି ଓଲଟା କଥା ଦେଖିଲା। ଗାନ୍ଧି ପ୍ରେମୀମାନଙ୍କୁ ପଛରେ ପକାଇ ନେଇ ରାଜ୍ୟର ଦୁଇଟି ରାଜନୈତିକ ଦଳ ଗାନ୍ଧି ଜୟନ୍ତୀକୁ ଏମିତି ପାଳିଲେ ଯେ ସମଗ୍ର ରାଜ୍ୟ ହୁଲସ୍ତୁଲ ହୋଇଗଲା। ସଭା ସମିତି ହେଲା, ମାଇକରୁ ଗର୍ଜନ ଶୁଭିଲା, ପଦଯାତ୍ରାର ଲମ୍ବା ଲାଇନ୍ ଲାଗିଲା, ଠାଏ ଠାଏ ସତ୍ୟାଗ୍ରହ ହେଲା- ଏମିତି କେତେ କ’ଣ। ସେ ସବୁକୁ ନେଇ ମନକୁ ପ୍ରଶ୍ନ ଆସିଲା, ଏତେ ଦିନ ପର୍ଯ୍ୟନ୍ତ ଗାନ୍ଧିଙ୍କୁ ତାଙ୍କ ଜନ୍ମ ଦିନରେ ମନେ ପକାଇ ନଥିବା ଦୁଇଟି ଦଳ ଏବେ କେମିତି ଏତେ  ଗାନ୍ଧିପ୍ରେମୀ ହୋଇ ଗଲେ? ଗାନ୍ଧିଙ୍କ ଦାୟଦ ବୋଲି ଦାବି କରି ଆସୁଥିବା ଦଳଟି ବିଚରା ବିବଶ ହୋଇପଡ଼ିଲା। ଦେଖୁ ଦେଖୁ ତାଙ୍କ ହାତରୁ ‘ଗାନ୍ଧି ମୁଣା’ଟିକୁ ଛଡ଼ାଇ ନିଆଯିବା ଦେଖି ସେମାନେ ବିବଶ ହେବା ସ୍ୱାଭାବିକ।

ଗାନ୍ଧି ଜୟନ୍ତୀରେ ଓଡ଼ିଶାର ପ୍ରମୁଖ ଦଳମାନଙ୍କର ଏଭଳି ଅଚାନକ ତୁମ୍ଭିତୋଫାନର କାରଣ କ’ଣ ହୋଇପାରେ?  ଏ ପ୍ରଶ୍ନ ସମସ୍ତଙ୍କ ମନରେ ଆସିବା ସ୍ୱାଭାବିକ। ଏଥିପାଇଁ କୌଣସି ରାଜନୀତି ବିଜ୍ଞାନର ବିଶେଷଜ୍ଞଙ୍କର ମତାମତ ଲୋଡ଼ା ଯିବା ଦରକାର ନାହିଁ ଅଥବା କୌଣସି ଗବେଷଣାର ଆବଶ୍ୟକତା ନାହିଁ। ଖାଲି ଆଖିକୁ କଥାଟିର ରହସ୍ୟ ଦିଶୁଛି। ସାଧାରଣ ଲୋକଟି ମଧ୍ୟ ଉପରୋକ୍ତ ପ୍ରଶ୍ନଟିର ଉତ୍ତର ଦେଇ ପାରିବ। କଥାଟି ଅତି ସରଳ। ତାହା ହେଉଛି, ‘ଗାନ୍ଧି ମୁଣି’କୁ କଂଗ୍ରେସରୁ ଛଡ଼ାଇ ନେବାର ଏକ ପ୍ରୟାସ। ମାତ୍ର ମୋଦିଙ୍କଠାରୁ ଆରମ୍ଭ କରି ଆମ ରାଜ୍ୟର ରାଜନୈତିକ ଦଳମାନେ ଏ ଦିଗରେ ପ୍ରୟାସ ସିନା କରୁଛନ୍ତି, ହେଲେ ସମୟ କହିବ ସେ ମୁଣି ପ୍ରକୃତରେ କାହା ପାଖରେ ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story