ଓଡ଼ିଶାରେ କେତେ କ୍ୟାବିନେଟ୍‌ ମନ୍ତ୍ରୀ?

ସରକାରଙ୍କ କୌଣସି ନଥିପତ୍ରରେ ମନ୍ତ୍ରୀ ପରିଷଦ ବାହାରେ ରହି, ମନ୍ତ୍ରୀ-ପାହ୍ୟା ଉପଭୋଗ କରୁଥିବା ବ୍ୟକ୍ତିବିଶେଷଙ୍କ ତାଲିକା ମିଳେନାହିଁ। ଆମେ ଯେଉଁ ତାଲିକାଟିକୁ ପ୍ରସ୍ତୁତ କରିଛୁ, ସେସବୁ ଗଣମାଧ୍ୟମରେ ବିଭିନ୍ନ ସମୟରେ ପ୍ରକାଶିତ ରିପୋର୍ଟ ଉପରେ ପର୍ଯ୍ୟବସିତ। ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କୁ ମଧ୍ୟ ନବକଳେବର ସମୟରେ କ୍ୟାବିନେଟ ପାହ୍ୟା ପ୍ରଦାନ କରାଯାଇଥିଲା। ଏହା ବାହାରେ ଆହୁରି ଅନେକ ବ୍ୟକ୍ତି ଯେ ମନ୍ତ୍ରୀ ପାହ୍ୟାର ସୁଖ, ସୁବିଧା ଏବଂ ନିଜର ଅହଙ୍କାର ସନ୍ତୁଷ୍ଟି କରୁ ନଥିବେ, ତାହା ହଲପ କରି କହି ହେବନାହିଁ।

A Cabinet Meeting In Odisha

A Cabinet Meeting In Odisha

Debendra Prusty
  • Published: Tuesday, 31 October 2023
  • Updated: 31 October 2023, 03:54 PM IST

Sports

Latest News

ଜାନକୀଶ ବଡ଼ପଣ୍ଡା

ପ୍ରଶାସନିକ ସେବା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା କେହି ବି ଯୁବ ପରୀକ୍ଷାର୍ଥୀଙ୍କୁ ପଚାରିଲେ, ‘ପ୍ରଶାସକ ହେଲେ ସେମାନେ ଜନସେବା କରିବାକୁ ଅଧିକ ସକ୍ଷମ ହେବେ, ଯାହା ସେମାନେ ଡାକ୍ତର, ଇଞ୍ଜିନିଅର, କୃଷି ଅଧିକାରୀ, ଅଧ୍ୟାପକ କିମ୍ବା କମ୍ପାନୀ ଅଧିକାରୀ ଭାବେ କରି ପାରୁ ନାହାନ୍ତି’ ବୋଲି କହିବେ! କୌତୁହଳର କଥା ଯେ, ବଡ଼ ହେଲେ ‘କ'ଣ ହେବ’ ବୋଲି ପଚାରିଲେ, ସ୍କୁଲ ପିଲାଏ କହିଥାନ୍ତି ଯେ ସେମାନେ ଡାକ୍ତର ହୋଇ ରୋଗୀସେବା କରିବେ! କଦବା କ୍ଵଚିତ କେହି ଜଣେ ଅଧେ କହନ୍ତି ଯେ, ସେ ବଡ଼ ହେଲେ ଶିକ୍ଷକ କିମ୍ବା ଚାଷୀ ହେବେ। ମଧୁବାବୁଙ୍କ ପରି ବାରିଷ୍ଟର ହେବାକୁ ଓ କାଳିଆ ଘୋଡ଼ାରେ ଚଢ଼ିବାକୁ କେହି ଜଣେ କହିଦେଲେ ସବୁ ପିଲା ହସନ୍ତି। ମୁଁ କିନ୍ତୁ କେବେବି ଶୁଣିନି, କେହି ସ୍କୁଲ ପିଲା ବଡ଼ ହେଲେ ରାଜନୀତି କରିବେ ବୋଲି କହିବାର; ଯଦିଓ କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ରାଜନୀତି କରୁଥିବା କିଛି ଯୁବନେତା, ମନ୍ତ୍ରୀ ଓ ନେତାଙ୍କ ପାଲରେ ପଡ଼ି ନେତାଗିରି କରିବାକୁ କହିଥିବାର ଶୁଣିଛି। ଏବେ କିନ୍ତୁ ଭାରତୀୟ ରାଜନୈତିକ ଆକାଶରେ ନେତା ହେବାକୁ ପ୍ରଶାସନିକ ଅଧିକାରୀମାନେ ଅବସର ନେଲା ପରେ କିମ୍ବା ଚାକିରୀରୁ ଇସ୍ତଫା ଦେଇ ଧସେଇ ପ୍ରବେଶ କରୁଥିବାର ଦେଖିବାକୁ ମିଳୁଛି। ଆଉ ସେହିମାନେ ହିଁ ଲୋକଙ୍କ ଦ୍ୱାରା ନିର୍ବାଚିତ ହେଲା ପରେ କିମ୍ବା ସରକାରଙ୍କ ଅନୁଗ୍ରହ ବଳରେ ପଛ ଦ୍ଵାର ଦେଇ କ୍ୟାବିନେଟ ମନ୍ତ୍ରୀ ଭାବେ ଶାସନ କ୍ଷମତାକୁ ଫେରୁଛନ୍ତି; ଯେଉଁଥିପାଇଁ ନା ଅଛି ଅବସର ବୟସର ସୀମା ନା ପ୍ରଶାସନିକ ଲକ୍ଷ୍ମଣ ରେଖାର ନାଲି ଆଖି!

ଭାରତୀୟ ସମ୍ବିଧାନରେ ମନ୍ତ୍ରିମଣ୍ଡଳର ଆକାର ନେଇ ଲିଖିତ ଭାବେ କୋଣସି ନିର୍ଦ୍ଦିଷ୍ଟ ବ୍ୟବସ୍ଥା ନାହିଁ। ଏହି ପରିପ୍ରେକ୍ଷୀରେ ସରକାରିଆ କମିଶନଙ୍କ ସୁପାରିଶ ଆମ ସମସ୍ତଙ୍କର ପ୍ରଣିଧାନଯୋଗ୍ୟ। ସରକାରିଆ କମିଶନ ସୁପାରିଶ କରିଥିଲେ ଯେ, ଲୋକସଭା କିମ୍ବା ବିଧାନସଭାର ଆକାର ଅନୁସାରେ ମନ୍ତ୍ରିମଣ୍ଡଳର ଆକାର ନିର୍ଣ୍ଣୟ ହେବା ଉଚିତ। ମନ୍ତ୍ରିମଣ୍ଡଳର ଆକାର ବିଧାନସଭା ସଭ୍ୟ ସଂଖ୍ୟାର ଏକ ଦଶମାଂଶ ମାତ୍ର ହେବା କଥା ବୋଲି କମିଶନ ମତ ଦେଇଥିଲେ। ପରବର୍ତ୍ତୀ କାଳରେ ୨୦୦୩ ମସିହାରେ ସମ୍ବିଧାନର ୯୧ତମ ସଂଶୋଧନ କରାଯାଇ ଧାରା ୭୫(୧.କ) ଯୋଡ଼ାଗଲା; ଯେଉଁଥିରେ କୁହାଗଲା ଯେ, ମୁଖ୍ୟମନ୍ତ୍ରୀଙ୍କ ସମେତ ସମୁଦାୟ ମନ୍ତ୍ରୀଙ୍କ ସଂଖ୍ୟା ସର୍ବନିମ୍ନ ୧୨ ଜଣ ଏବଂ ବିଧାନସଭାର ଆସନ ସଂଖ୍ୟାର ୧୫ ପ୍ରତିଶତରୁ ଅଧିକ ହୋଇ ପାରିବ ନାହିଁ। ଏହା କାର୍ଯ୍ୟକାରୀ ହେଲା ୨୦୦୪ ମସିହାରୁ। ଏହା ପଛର କାରଣ ଭାବେ ବୁଝାଇ ଦିଆଗଲା ଯେ, ମନ୍ତ୍ରୀଙ୍କ ସଂଖ୍ୟା ବଢ଼ିଲେ, ରାଜକୋଷ ଉପରେ ଅଧିକ ଚାପ ପଡ଼ିବ।

ଏବେ ଆମ ରାଜ୍ୟ ଓଡ଼ିଶାରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ସମୁଦାୟ ୨୧ ଜଣ ମନ୍ତ୍ରୀ ଅଛନ୍ତି। ଏହି ୨୧ ଜଣଙ୍କ ମଧ୍ୟରୁ ଚାରିଜଣ ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ଓ ଅନ୍ୟ ୧୭ ଜଣ କ୍ୟାବିନେଟ ପାହ୍ୟାର। ଏହି ସମସ୍ତ ମନ୍ତ୍ରୀ ପଦ ଓ ଗୋପନୀୟତାର ଶପଥ ନେଇଥାଆନ୍ତି ଓ ନିଜର ବିଭାଗ ପାଇଁ ଉତ୍ତରଦାୟୀ ରହନ୍ତି। କ୍ୟାବିନେଟ ମନ୍ତ୍ରୀ ପାହ୍ୟାରେ ସାଧାରଣତଃ ବୟସ୍କ, ବରିଷ୍ଠ, ଅଭିଜ୍ଞ ତଥା ପ୍ରଶାସନିକ, ରାଜନୈତିକ ଅନୁଭୂତି ସମ୍ପନ୍ନ ବ୍ୟକ୍ତିମାନଙ୍କ ଉପରେ ଗୁରୁତ୍ୱପୂର୍ଣ୍ଣ ବିଭାଗ ଗୁଡ଼ିକର ଦାୟିତ୍ୱ ନ୍ୟସ୍ତ କରିଥାଆନ୍ତି ମୁଖ୍ୟମନ୍ତ୍ରୀ। ଏହି କ୍ୟାବିନେଟ ମନ୍ତ୍ରୀମାନଙ୍କୁ ନେଇ ମନ୍ତ୍ରୀ ପରିଷଦ ଗଠିତ ହୋଇଥାଏ, ଯେଉଁମାନେକି କ୍ୟାବିନେଟ ବୈଠକରେ ଭାଗ ନେଇ ପାରନ୍ତି। ଆବଶ୍ୟକ ମନେହେଲେ, ସ୍ୱାଧୀନ ଭାବେ ଦାୟିତ୍ୱ ନିର୍ବାହ କରୁଥିବା ରାଷ୍ଟ୍ରମନ୍ତ୍ରୀମାନଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରଣ ଦିଆଯାଏ ଏବଂ ସେମାନେ ବୈଠକରେ ଯୋଗଦେଇ ପାରନ୍ତି। ମନ୍ତ୍ରୀ ପରିଷଦ ସାମୂହିକ ଭାବେ ଉତ୍ତରଦାୟୀ ଏବଂ ପ୍ରତ୍ୟେକ ମନ୍ତ୍ରୀ ବ୍ୟକ୍ତିଗତ ଭାବେ ମଧ୍ୟ ଉତ୍ତରଦାୟୀ ରହିବାର ବ୍ୟବସ୍ଥା ରହିଛି। ଏକଥା ଉଲ୍ଲେଖ କରିବାର ଦୁଇଟି କାରଣ ରହିଛି - ଖର୍ଚ୍ଚ କମାଇବା ପାଇଁ ମନ୍ତ୍ରୀମଣ୍ଡଳକୁ ସୀମିତ ରଖିବାର ବ୍ୟବସ୍ଥା ରହିଛି ଏବଂ ମନ୍ତ୍ରୀମାନଙ୍କ ପାଇଁ ବିଧାନସଭା ନିକଟରେ ଉତ୍ତରଦାୟିତ୍ୱ ବ୍ୟବସ୍ଥା କରାଯାଇ ଶାସନ ବ୍ୟବସ୍ଥାକୁ ସ୍ୱଚ୍ଛ ଓ ପାରଦର୍ଶୀ କରିବାର ପ୍ରୟାସ ଆମ ଭାରତୀୟ ସମ୍ବିଧାନରେ ରଖା ଯାଇଛି। ଆମ ଦେଶର ପ୍ରତ୍ୟେକ ରାଜ୍ୟରେ ଗଠିତ ମନ୍ତ୍ରୀପରିଷଦ ହିଁ ସେହି ରାଜ୍ୟକୁ ଶାସନ କରନ୍ତି। କେନ୍ଦ୍ର ସରକାରଙ୍କ ମନ୍ତ୍ରୀପରିଷଦ ଯେଉଁଭଳି ସମ୍ବିଧାନର ଧାରା ୧୬୩, ୧୬୪ ଏବଂ ୧୬୭(ଗ) ଅନ୍ତର୍ଗତ ନିୟମ ଆଧାରରେ ଶାସନ କାର୍ଯ୍ୟ ପରିଚାଳନା କରନ୍ତି, ସେହିଭଳି ରାଜ୍ୟର ମନ୍ତ୍ରୀ ପରିଷଦ ମଧ୍ୟ କାର୍ଯ୍ୟ କରନ୍ତି।

ଆମ ରାଜ୍ୟରେ ଖର୍ଚ୍ଚକାଟ କରିବା ଉଦ୍ଦେଶ୍ୟରେ ନୂତନ ନିଯୁକ୍ତି ଦିଆଯାଇ ସମସ୍ତ ଖାଲି ପଡ଼ିଥିବା ପଦ ପୂରଣ ହେଉନାହିଁ। କଣ୍ଟ୍ରାକଚୁଆଲ ବା ଠିକା ନିଯୁକ୍ତି ମାଧ୍ୟମରେ ସରକାରୀ କାର୍ଯ୍ୟ ପରିଚାଳନା କରାଯାଉଛି। ଆଜି ବି କେବଳ ଅର୍ଥାଭାବ କାରଣରୁ ସମାନ କାମ ପାଇଁ ସମାନ ଦରମା ଦିଆଯାଇ ପାରୁ ନଥିବାରୁ ବିଧାନସଭା ସୌଧଠାରୁ ମାଷ୍ଟର କ୍ୟାଣ୍ଟିନ ଯାଏଁ ଲମ୍ବିଥିବା ମହାତ୍ମା ଗାନ୍ଧୀ ମାର୍ଗରେ ବର୍ଷ ସାରା ଆନ୍ଦୋଳନ ଓ ବିକ୍ଷୋଭ ଚାଲୁଛି। ଫଳରେ ଶିକ୍ଷକ, ଅଧ୍ୟାପକ, ଅଙ୍ଗନବାଡ଼ି, ଆଶାକର୍ମୀ ଏପରି ଅନେକ ବର୍ଗର କର୍ମଚାରୀ, ଅର୍ଦ୍ଧକର୍ମଚାରୀ ଓ ଆଶାୟୀ କର୍ମଚାରୀ ଅତ୍ୟନ୍ତ ଅସହାୟ ଓ ନିରାଶା ମଧ୍ୟରେ ବଞ୍ଚୁଛନ୍ତି ଓ ଆନ୍ଦୋଳନ କରିବାକୁ ବାଧ୍ୟ ହେଉଛନ୍ତି। ବିଶ୍ଵ ବ୍ୟାଙ୍କ ଏବଂ ଅନୁଦାନ ଦେଉଥିବା ସଂସ୍ଥାମାନଙ୍କର ଚାପରେ ହେଉ କିମ୍ବା ଉତ୍କଟ ବେକାରୀର ଆଂଶିକ ସମାଧାନ ପାଇଁ ହେଉ, ସ୍ୱେଛାକୃତ ଅବସରଠାରୁ ଠିକା ନିଯୁକ୍ତି ଯାଏଁ ନାନାଦି ଫନ୍ଦି ଫିକର କରି ସରକାର ଚାଲିଛି। ସବୁ କଥାରେ ଖର୍ଚ୍ଚ କାଟ କରାଯାଇ କମ ଲୋକଙ୍କୁ ନେଇ ଇ-ଗଭର୍ନାନ୍ସ, ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ କରାଯାଇ ଉତ୍ତମ ମାନର ଶାସନ ବ୍ୟବସ୍ଥା ପ୍ରଣୟନ କରାଯାଉଥିବାର କୁହାଯାଉଥିବା ବେଳେ ଆଶ୍ଚର୍ଯ୍ୟଜନକ ଭାବେ ଆମ ରାଜ୍ୟରେ କିଛିବର୍ଷ ହେଲାଣି ଏକ ନୂଆ ଧାରା ଦେଖିବାକୁ ମିଳୁଛି। ଅବସର ନେଇସାରିଥିବା ପ୍ରଶାସକଙ୍କୁ ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଉଛି। କିଛି ଭାରତୀୟ ପ୍ରଶାସନିକ ସେବା ଅଧିକାରୀଙ୍କୁ ସ୍ୱେଚ୍ଛାକୃତ ଅବସର ନେବାକୁ ପ୍ରଲୋଭିତ କରି ଇସ୍ତଫାପତ୍ର ଗ୍ରହଣ ହେବା ମାତ୍ରେ ତତକ୍ଷଣାତ ସେମାନଙ୍କୁ ରାଜ୍ୟ ସରକାରରେ ନିଯୁକ୍ତି ଦିଆଯାଉଛିI ଏହି ତାଲିକା ଓଡ଼ିଶାରେ ବହୁତ ଲମ୍ବା। କୌତୁହଳର କଥା ଯେ, ଏହିପରି ନିଯୁକ୍ତି ପାଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଡାକ୍ତର, ପୂର୍ବତନ ପ୍ରଶାସନିକ ଅଧିକାରୀ ଓ କିଛି ରାଜନେତା। ଏମାନଙ୍କୁ ପ୍ରଦାନ କରାଯାଉଛି ମନ୍ତ୍ରୀ ପାହ୍ୟା। ମନ୍ତ୍ରୀ ପରିଷଦକୁ ସୀମିତ ରଖି ପରିଷଦ ବାହାରେ ମନ୍ତ୍ରୀ ପାହ୍ୟାରେ ଏତେ ସଂଖ୍ୟକ ବ୍ୟକ୍ତିଙ୍କୁ ଥାଇଥାନ କରିବା କେବଳ ଅସାମ୍ବିଧାନିକ ନୁହେଁ, ବରଂ ଆଇନକୁ ନିଜ ବାଟରେ ଯିବାକୁ ଛାଡ଼ି ନଦେବାର ଏକ ହୀନ ପ୍ରୟାସ କହି ହେବ। ଏହା ସପକ୍ଷରେ ଯେତେ ଯୁକ୍ତି ଉପସ୍ଥାପନ କରାଗଲେ ବି ଏହା ଯେ କାର୍ଯ୍ୟପାଳିକାର ମନୋବଳ ଭାଙ୍ଗି ଦେଉଛି ଏବଂ ପ୍ରିୟାପ୍ରୀତି ତୋଷଣକୁ ପ୍ରୋତ୍ସାହିତ କରୁଛି, ଏଭଳି ଅଭିଯୋଗ ଉଠିବା ଅସ୍ୱାଭାବିକ ନୁହେଁ।

ଓଡ଼ିଶାରେ ରାଜ୍ୟ ଯୋଜନା ବୋର୍ଡ ନାମକ ଏକ ସଂସ୍ଥା ରହିଛି, ଯାହାର ଅଧ୍ୟକ୍ଷ ହେଉଛନ୍ତି ସ୍ୱୟଂ ମୁଖ୍ୟମନ୍ତ୍ରୀ। ଏହାର ଉପାଧ୍ୟକ୍ଷ ପଦଟିକୁ କ୍ୟାବିନେଟ ମନ୍ତ୍ରୀ ପାହ୍ୟା ଦିଆଯାଇଛି, ଯେଉଁ ପଦବୀରେ ଏବେ କେହି ନାହାନ୍ତି। ତେବେ, ଶାସକ ଦଳର ବରିଷ୍ଠ ସଦସ୍ୟ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଓ ପୂର୍ବତନ ସାଂସଦ ଡ଼ଃ ପ୍ରସନ୍ନ କୁମାର ପାଟଶାଣୀଙ୍କୁ ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ଭାବେ ନିଯୁକ୍ତି ମିଳିଛି। ଏମାନଙ୍କୁ ମଧ୍ୟ କ୍ୟାବିନେଟ ମନ୍ତ୍ରୀ ପାହ୍ୟା ଦିଆ ଯାଇଛି। ସାଧୁ ନେପାକଙ୍କୁ ସେହି ସଂସ୍ଥାରେ ରାଷ୍ଟ୍ରମନ୍ତ୍ରୀ ପାହ୍ୟାରେ ସଭ୍ୟ ଭାବେ ନିଯୁକ୍ତି ମିଳିଛି। ରାଜ୍ୟ ଯୋଜନା ବୋର୍ଡର ବୈଠକ ବିଗତ ବର୍ଷମାନଙ୍କରେ କେତେ ଥର ବସିଛି, ତାହାର ଖବର ନାହିଁ। କଂଗ୍ରେସ ଦଳ ତ୍ୟାଗକରି ପୂର୍ବତନ ସାଂସଦ ତଥା ଯୁବନେତା ପ୍ରଦୀପ ମାଝୀ ଶାସକ ବିଜୁ ଜନତା ଦଳରେ ଯୋଗଦେବା ପରେ ତାଙ୍କୁ ମଧ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ମିଳିଛି ନୂତନ ଭାବେ ଗଠିତ ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ। ଏହି ପଦବୀକୁ କ୍ୟାବିନେଟ ମନ୍ତ୍ରୀ ପାହ୍ୟା ପ୍ରଦାନ କରାଯାଇଛି। ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ରାଜ୍ୟ ସରକାର ଜଣେ ଖ୍ୟାତନାମା ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ଶ୍ରୀନାଥ ରେଡ୍ଡୀଙ୍କୁ ପରାମର୍ଶଦାତା ଭାବେ ୨୦୧୭ ମସିହା ମାର୍ଚ୍ଚ ମାସରେ ନିଯୁକ୍ତି ଦେଇଥିଲେ। ସେ ଆଜି ବି ସେହି ପଦରେ ନିଯୁକ୍ତ ଅଛନ୍ତି। ତାଙ୍କୁ ରାଜ୍ୟ ସରକାର ସେବେଠୁ କ୍ୟାବିନେଟ ମନ୍ତ୍ରୀ ପାହ୍ୟା ଦେଇଛନ୍ତି। ତେବେ ସେ ରାଜ୍ୟ ପାଇଁ କି କାମ କରୁଛନ୍ତି ତାହା କେହି ଜାଣନ୍ତି ନାହିଁ। ସେହିପରି ପଶ୍ଚିମାଞ୍ଚଳ ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭାବେ ପୂର୍ବତନ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀଙ୍କୁ ନିଯୁକ୍ତ କରାଯାଇଛି, ଯେ କି ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ-ପରାମର୍ଶଦାତା ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି। ସେ ବି ଅନ୍ୟତମ କ୍ୟାବିନେଟ ମନ୍ତ୍ରୀ ପାହ୍ୟାରେ ଥିବା ପୂର୍ବତନ ପ୍ରଶାସକ। 'ମାଇଣ୍ଡ ଟ୍ରୀ'ର ସହପ୍ରତିଷ୍ଠାତା ସୁବ୍ରତ ବାଗଚୀଙ୍କୁ ରାଜ୍ୟ ସରକାର କ୍ୟାବିନେଟ ମନ୍ତ୍ରୀ ପାହ୍ୟା ଦେଇ କୌଶଳଗତ ତାଲିମ ପ୍ରତିଷ୍ଠାନମାନଙ୍କର ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଛନ୍ତି। ଅଳ୍ପଦିନ ତଳେ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଥିବା ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଭିକେ ପାଣ୍ଡିଆନ ଇସ୍ତଫା ଦେବାର କେଇ ଘଣ୍ଟା ଭିତରେ ଓଡ଼ିଶା ସରକାରଙ୍କ ନିଯୁକ୍ତିପତ୍ର ହାସଲ କରିଛନ୍ତି। ସେ ଏବେ ନବୀନ ଓଡ଼ିଶା ତଥା ୫-ଟି ଅଧ୍ୟକ୍ଷ; ଯାହାଙ୍କୁ କ୍ୟାବିନେଟ ମନ୍ତ୍ରୀ ପାହ୍ୟା ପ୍ରଦାନ କରା ଯାଇଛି। ସରକାରଙ୍କ କୌଣସି ନଥିପତ୍ରରେ ମନ୍ତ୍ରୀ ପରିଷଦ ବାହାରେ ରହି, ମନ୍ତ୍ରୀ-ପାହ୍ୟା ଉପଭୋଗ କରୁଥିବା ବ୍ୟକ୍ତିବିଶେଷଙ୍କ ତାଲିକା ମିଳେନାହିଁ। ଆମେ ଯେଉଁ ତାଲିକାଟିକୁ ପ୍ରସ୍ତୁତ କରିଛୁ, ସେସବୁ ଗଣମାଧ୍ୟମରେ ବିଭିନ୍ନ ସମୟରେ ପ୍ରକାଶିତ ରିପୋର୍ଟ ଉପରେ ପର୍ଯ୍ୟବସିତ। ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କୁ ମଧ୍ୟ ନବକଳେବର ସମୟରେ କ୍ୟାବିନେଟ ପାହ୍ୟା ପ୍ରଦାନ କରାଯାଇଥିଲା। ଏହା ବାହାରେ ଆହୁରି ଅନେକ ବ୍ୟକ୍ତି ଯେ ମନ୍ତ୍ରୀ ପାହ୍ୟାର ସୁଖ, ସୁବିଧା ଏବଂ ନିଜର ଅହଙ୍କାର ସନ୍ତୁଷ୍ଟି କରୁ ନଥିବେ, ତାହା ହଲପ କରି କହି ହେବନାହିଁ। ସୂଚନା ପ୍ରଦାନ କ୍ଷେତ୍ରରେ ସ୍ୱଚ୍ଛତାକୁ ଅଗ୍ରାଧିକାର ଦିଆଯାଉ ନଥିବା ଏଥିରୁ ପ୍ରମାଣିତ ହୁଏ। ଆଶା, ରାଜ୍ୟ ସରକାର ଏଭଳି ବ୍ୟକ୍ତି ଓ ପଦବୀ ଗୁଡ଼ିକରେ ନିଯୁକ୍ତ ବ୍ୟକ୍ତିଙ୍କ ତାଲିକା ନିଜର ୱେବ ସାଇଟରେ ପ୍ରଦାନ କରିବାକୁ ପ୍ରଯତ୍ନ କରିବେ।

ପୂର୍ବରୁ ଅନେକ ପ୍ରଶାସନିକ ଅଧିକାରୀ ସରକାରୀ ଚାକିରୀ ଛାଡ଼ି ଅଧିକ ଦରମା ଓ ସୁବିଧା ମିଳୁଥିବା ଘରୋଇ କମ୍ପାନୀରେ ଯୋଗ ଦେଉଥିଲେ। ପାଠକମାନଙ୍କର ମନେଥିବ ଯେ, ୨୦୧୮ ମସିହାରେ କେନ୍ଦ୍ର ସରକାର ଏକ ନୂତନ ପ୍ରୟାସ ଆରମ୍ଭ କରିଥିଲେ। ମୋଦି ସରକାର ଏହି ସ୍ରୋତର ଦିଗ ବଦଳାଇବା ପାଇଁ ଯେଉଁ ନୂତନ ପ୍ରୟାସ ଆରମ୍ଭ କଲେ, ସେଥିରେ ଘରୋଇ କମ୍ପାନୀରେ କର୍ମରତ ବିଶେଷଜ୍ଞମାନଙ୍କୁ କିଛି ବର୍ଷ ସିଧାସଳଖ ସରକାରୀ ଚାକିରୀ କରିବାକୁ ସୁଯୋଗ ଦିଆଗଲା। ଏହାକୁ କୁହାଗଲା ଲାଟେରାଲ ଏଣ୍ଟ୍ରି। ଏହା ଫଳରେ ସରକାରୀ ବିଭାଗଗୁଡ଼ିକରେ ନୂତନ ଚିନ୍ତା ଓ ଦିଗଦର୍ଶନ, ଅଭିଜ୍ଞତା ଭରା ତଟକା ମାନବ ସମ୍ବଳ ମିଳିଲା। ସରକାରୀ କଳର ନାଲିଫିତା ଭିତରୁ ଅନେକ ପ୍ରକଳ୍ପକୁ ଉଦ୍ଧାର କରି କ୍ରିୟାଶୀଳ କରିବାରେ ଘରୋଇ କମ୍ପାନୀରେ ଅଭିଜ୍ଞତାପୁଷ୍ଟ ବିଷୟ-ବିଶେଷଜ୍ଞମାନେ ସହଯୋଗ କଲେ। ବିଭାଗୀୟ କର୍ମଚାରୀମାନଙ୍କ ମଧ୍ୟରେ ନୂତନ ସମ୍ଭାବନା, ସାମର୍ଥ୍ୟ ଓ ଉଦ୍ଦୀପନା ସୃଷ୍ଟି ହେଲା। ଏହି ବିଶେଷଜ୍ଞମାନେ ବିଭାଗରେ ଅବହେଳିତ ଅଥଚ ବୁଦ୍ଧିମାନ କର୍ମଚାରୀଙ୍କୁ ଚିହ୍ନଟ କରି ପ୍ରୋତ୍ସାହିତ କରିବା ଫଳରେ ଆତ୍ମନିର୍ଭର ଭାରତ, ମେକ ଇନ ଇଣ୍ଡିଆ ଭଳି ମହତ୍ୱାକାଂକ୍ଷୀ ପରିକଳ୍ପନାକୁ ବଳ ମିଳିଲା।

କେନ୍ଦ୍ର ସରକାର ଲାଟେରାଲ ଏଣ୍ଟ୍ରି ମାଧ୍ୟମରେ ଘରୋଇ କମ୍ପାନୀରେ ସଫଳତା ସାଉଁଟିଥିବା ଦକ୍ଷ ବିଶେଷଜ୍ଞମାନଙ୍କୁ ସରକାରରେ ସାମିଲ କରିବାର ଯେଉଁ ସୁବିଧା ସୃଷ୍ଟି କଲେ ତାହାର ସୁଯୋଗ ନେଇ ଓଡ଼ିଶା ସରକାର ଅବସରପ୍ରାପ୍ତ ଅଧିକାରୀ ଓ ବିଶେଷଜ୍ଞଙ୍କୁ ଓଡ଼ିଶା ସରକାରଙ୍କ ନିଯୁକ୍ତିପତ୍ର ଧରାଇ ଦେଲେ। ଆଉ ପାଦେ ଆଗେଇ ଯାଇ ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କ କର୍ତ୍ତୃତ୍ଵାଧୀନ ଚାକିରୀରୁ ଇସ୍ତଫା ଦେଇଥିବା କିଛି ଅଧିକାରୀଙ୍କୁ ନିଜ ଅଧୀନରେ ନିଯୁକ୍ତି ଦେଇଛନ୍ତି। ଏପରି ଉଦାହରଣ ଅନେକ। ଅବସର ନେବାପରେ ପୁନଃ ନିଯୁକ୍ତି ମିଳୁଥିବାରୁ ଶାସନତନ୍ତ୍ର ବା କାର୍ଯ୍ୟପାଳିକାର ସେବା ମନୋଭାବ ସରକାରୀ ଦଳମୁହାଁ ହୋଇଛି, ଜନତାର ସେବା ଗୌଣ ହୋଇଯାଇଛି।

ଆମ ରାଜ୍ୟରେ ପଞ୍ଜିକୃତ ବେକାରଙ୍କ ସଂଖ୍ୟା ୧୧ ଲକ୍ଷରୁ ଉର୍ଦ୍ଧ୍ଵ। କେବଳ ୨୦୧୯ରୁ ୨୦୨୨ ମଧ୍ୟରେ ପଞ୍ଜିକୃତ ହୋଇଥିବା ପ୍ରାୟ ୩ ଲକ୍ଷ ସ୍ନାତକଙ୍କ ମଧ୍ୟରୁ ନିଯୁକ୍ତି ପାଇଛନ୍ତି ମାତ୍ର ୧୬୯୪ ଜଣ। ପ୍ରତିବର୍ଷ ୨.୨୧ ଲକ୍ଷ ପଞ୍ଜିକୃତ ହେଉଥିଲା ବେଳେ ନିଯୁକ୍ତି ମିଳୁଛି ହାରାହାରି ମାତ୍ର ୪୨୪ ଜଣଙ୍କୁ, ଯାହା ୦.୧୯ ପ୍ରତିଶତ। କୃଷି, ସ୍ୱାସ୍ଥ୍ୟ ଓ ଶିକ୍ଷା ବିଭାଗରେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନାହାନ୍ତି। ଶିକ୍ଷାର ମାନ କମିଥିବାରୁ ଓଡ଼ିଶାର ଶିକ୍ଷିତ ଯୁବବର୍ଗ ସର୍ବଭାରତୀୟ ପରୀକ୍ଷାରେ କୃତକାର୍ଯ୍ୟ ହୋଇପାରୁ ନଥିବାରୁ ରାଜ୍ୟ ପ୍ରଶାସନରେ ଓଡ଼ିଆ ଆଇଏଏସ, ଆଇପିଏସଙ୍କ ମରୁଡ଼ି ଦେଖାଦେଇଛି। ଏଭଳି ପରିସ୍ଥିତିରେ, ଓଡ଼ିଶାରେ କର୍ମରତ କେନ୍ଦ୍ର ସରକାରଙ୍କ ଅଧିକାରୀମାନେ ଇସ୍ତଫା ଦେଇ ଓଡ଼ିଶା ସରକାରଙ୍କ ଉଚ୍ଚ-କର୍ମଚାରୀ ଭାବେ ଯୋଗଦେଲେ କି ଲାଭ ପାଇବ ଓଡ଼ିଶା? ସମ୍ବିଧାନରେ ମନ୍ତ୍ରୀଙ୍କ ସଂଖ୍ୟା ସୀମିତ ରଖିବାକୁ ନିୟମ ଥିଲାବେଳେ ଏହି ଉଚ୍ଚ-କର୍ମଚାରୀମାନଙ୍କୁ କ୍ୟାବିନେଟ ପାହ୍ୟା ଦିଆଯିବା କେତେ ଯୁକ୍ତିଯୁକ୍ତ? ଓଡ଼ିଶାର କ୍ୟାବିନେଟ ମନ୍ତ୍ରୀମାନଙ୍କର ବସ୍ତୁତଃ ଶକ୍ତି ହରଣ ହୋଇସାରିଥିବା ବେଳେ, କିଛି ଉଚ୍ଚ-କର୍ମଚାରୀମାନଙ୍କୁ କ୍ୟାବିନେଟ ପାହ୍ୟା ଦିଆଯାଇ ସେମାନଙ୍କଠାରୁ ଜନସେବା ଭାବନା ଆଶା କରିବା ନିଶ୍ଚୟ ବିଡ଼ମ୍ବନା। ଏମାନେ କାମିକା ଓ ଅଭିଜ୍ଞତା ସଂପନ୍ନ ବୋଲି ସମ୍ବିଧାନକୁ ଅବଜ୍ଞା କେତେ ଯୁକ୍ତିଯୁକ୍ତ? ଗଣତନ୍ତ୍ରରେ ବିଧାନପାଳିକା ସର୍ବଶ୍ରେଷ୍ଠ ଅଙ୍ଗ। ସେମାନେ ନିଜେ ଦାୟିତ୍ୱବାନ ଓ ସଚେତନ ନହେଲେ କାର୍ଯ୍ୟପାଳିକା ଯେ ସେମାନଙ୍କ କ୍ଷମତା ଛଡ଼ାଇ ନେବ ତାହାର ଦୁର୍ଲଭ ଉଦାହରଣ ଏବେ ଆମ ରାଜ୍ୟ ଓଡ଼ିଶା।

ଫୋ- ୯୪୩୮୨୯୯୦୩୭

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story