ଆଜି ବି ଅଛି ବିଦ୍ୟାସାଗରଙ୍କ ବିଚାରର ପ୍ରାସଙ୍ଗିକତା

ବିଦ୍ୟାସାଗର କେବଳ ଜଣେ ବ୍ୟକ୍ତି ନଥିଲେ, ତାଙ୍କ ସମୟରେ ଧାର୍ମିକ ରକ୍ଷଣଶୀଳତା, କୁସଂସ୍କାର ଓ ଅବୈଜ୍ଞାନିକ ଭେଦଭାବ ବିରୁଦ୍ଧରେ ସେ ଥିଲେ ଆଧୁନିକତା, ପ୍ରଗତିଶୀଳ ଓ ବୈଜ୍ଞାନିକ ବିଚାରର ସର୍ବୋତ୍ତମ ପ୍ରତୀକ ଥିଲେ। ତାଙ୍କର ଜନ୍ମ ଏଭଳି ଏକ ସମୟରେ ହୋଇଥିଲା ଯେତେବେଳେ ସମାଜକୁ ଧର୍ମାନ୍ଧତା ଓ କୁସଂସ୍କାର ଆଚ୍ଛାଦିତ କରି ରଖିଥିଲା। ସମାଜରେ ବ୍ରାହ୍ମଣ ଓ ପୁରୋହିତ ଗୋଷ୍ଠୀର ଭୟଙ୍କର ଆଧିପତ୍ୟ ତଥା ଶୋଷଣ ଚାଲିଥିଲା। ସମାଜରେ ଘୃଣ୍ୟ ତଥା ଅମାନବିକ ଜାତିପ୍ରଥାର ପ୍ରଭାବ ରହିଥିଲା।

Ishwarachandra Vidyasagar

Ishwarachandra Vidyasagar

Debendra Prusty
  • Published: Wednesday, 27 September 2023
  • Updated: 27 September 2023, 04:57 PM IST

Sports

Latest News

ଭାଲଚନ୍ଦ୍ର ଷଡ଼ଙ୍ଗୀ

ଉନ୍ନବିଂଶ ଶତାବ୍ଦୀରେ ଦେଶର ସାମାଜିକ ଜୀବନକୁ ବହୁଳ ଭାବେ ପ୍ରଭାବିତ କରିଥିବା ସମାଜ ସଂସ୍କାରକମାନଙ୍କ ମଧ୍ୟରେ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର ପ୍ରମୁଖ ଥିଲେ। ମହାଦେବ ଗୋବିନ୍ଦ ରାନାଡ଼େ, ରାଜା ରାମମୋହନ ରାୟ, ମହାତ୍ମା ଜ୍ୟୋତିବା ଫୁଲେ, ଛତ୍ରପତି ସାହୁଜୀ ମହାରାଜ, ଗାଡ଼ଗେ ମହାରାଜଙ୍କ ଭଳି ସମାଜ ସଂସ୍କାରକମାନଙ୍କ ପରି ଯଦିଓ ତାଙ୍କର କାର୍ଯ୍ୟ ପରିସର ମଧ୍ୟ ଦେଶର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ହିଁ ସିମୀତ ଥିଲା କିନ୍ତୁ ତାଙ୍କର ବିଚାରଧାରା ଓ ଆନ୍ଦୋଳନର ପ୍ରଭାବ ସମଗ୍ର ଦେଶରେ ଅନୁଭୂତ ହୋଇଥିଲା। ଧାର୍ମିକ ରକ୍ଷଣଶୀଳତା, କୁସଂସ୍କାର, ସାମ୍ପ୍ରଦାୟିକତା, ବାଲ୍ୟ ବିବାହ, ବିଧବା ବିବାହ, ନାରୀ ଶିକ୍ଷା, ଜାତି ବିଦ୍ୱେଷ ଭଳି ସେ ଉଠାଇଥିବା ପ୍ରସଙ୍ଗଗୁଡ଼ିକ ଦେଶବାସୀଙ୍କୁ ଆନ୍ଦୋଳିତ କରିବା ସହିତ ତତ୍କାଳୀନ ସମାଜର ପ୍ରଭାବଶାଳୀ ଧ୍ୟାନ ଧାରଣାକୁ ସିଧାସଳଖ ଚାଲେଞ୍ଜ କରିଥିଲା। ଅତ୍ୟନ୍ତ ସାଧାରଣ ମନେ ହେଉଥିବା ଉପରୋକ୍ତ ପ୍ରସଙ୍ଗଗୁଡ଼ିକୁ କିନ୍ତୁ ସାର୍ବଜନିକ ଭାବେ ଉଠାଇବା ଏବଂ ସେଥିପାଇଁ ଅଭିଯାନ ଚଳାଇବା ନିଶ୍ଚିତ ରୂପେ ସେତେବେଳେ ଏକ ଦୁଃସାହସିକ କାର୍ଯ୍ୟଥିଲା।

ଆଜିକୁ ୨୦୩ ବର୍ଷ ତଳେ ଅର୍ଥାତ୍ ୨୬ ସେପ୍ଟେମ୍ବର ୧୮୨୦ ମସିହାରେ ବଙ୍ଗଳାର ଅବିଭକ୍ତ ମେଦିନପୁର ଜିଲ୍ଲାର ବୀରସିଙ୍ଗ ଗ୍ରାମରେ ଏକ ଗରିବ ବ୍ରାହ୍ମଣ ପରିବାରରେ ଈଶ୍ୱରଚନ୍ଦ୍ରଙ୍କ ଜନ୍ମ। ପିଲାବେଳରୁ ଜ୍ଞାନଲାଭ ପାଇଁ ତାଙ୍କର ପ୍ରବଳ ଇଚ୍ଛା ଥିଲା। ଅଭାବ ସତ୍ତ୍ୱେ ସେ ନିଜର ପ୍ରାଥମିକ ଶିକ୍ଷା ନିଜ ଗ୍ରାମରେ ସଂସ୍କୃତ ଭାଷାରେ ଶେଷ କରିବା ପରେ ଉଚ୍ଚ ଶିକ୍ଷା ପାଇଁ କଲିକତାରେ ଜଣେ ସମ୍ପର୍କୀୟଙ୍କ ଘରେ ରହି ପଢ଼ିଥିଲେ। ସେଠାରେ ସଂସ୍କୃତ କଲେଜରେ ପଢ଼ିବା ସମୟରେ ସେ ବେଦାନ୍ତ, ବ୍ୟାକରଣ, ସାହିତ୍ୟ, ଦର୍ଶନ ଆଦି ଅନେକ ବିଷୟରେ ପଢ଼ିବାର ସୁଯୋଗ ପାଇଥିଲେ। ସଂସ୍କୃତ ତଥା ଅନ୍ୟାନ୍ୟ ବିଷୟରେ ତାଙ୍କର ଅଗାଧ ଜ୍ଞାନ ପାଇଁ ୧୮୩୯ ମସିହାରେ କଲେଜ ପକ୍ଷରୁ ହିଁ ତାଙ୍କୁ ବିଦ୍ୟା ସାଗର (Ocean of Knowledge) ଉପାଧି ପ୍ରଦାନ କରାଯାଇଥିଲା। ୧୮୪୧ ମସିହାରେ ଆଇନରେ ସ୍ନାତକ ଡ଼ିଗ୍ରୀ ହାସଲ କରିବା ପରେ ସେ ଫୋର୍ଟ ୱିଲିୟମ୍ କଲେଜରେ ସଂସ୍କୃତ ବିଭାଗର ମୁଖ୍ୟ ରୂପେ ଅଧ୍ୟାପନାରେ ଯୋଗ ଦେଇଥିଲେ।

ବିଦ୍ୟାସଗର ପିଲାବେଳରୁ ସମାଜରେ ରହିଥିବା ଜାତିଗତ ଭେଦଭାବ ତଥା ବିଭିନ୍ନ ଅବୈଜ୍ଞାନିକ ପ୍ରଥା ଓ ପରମ୍ପରାର ପ୍ରଭାବକୁ ପ୍ରତ୍ୟକ୍ଷ ଭାବେ ଦେଖିବାର ସୁଯୋଗ ପାଇଥିଲେ। ସେତେବେଳେ ସମସ୍ତଙ୍କ ପାଇଁ ଶିକ୍ଷାଲାଭର ସୁଯୋଗ ନଥିଲା। ଶିକ୍ଷାର ଦ୍ୱାର ସମସ୍ତଙ୍କ ପାଇଁ ଖୋଲା ନଥିଲା। ମୂଳତଃ ଗୁରୁକୂଳ ଆଧାରିତ ଶିକ୍ଷାଦାନ ବ୍ୟବସ୍ଥା ରହିଥିଲା ଯେଉଁଥିରେ କେବଳ ବ୍ରାହ୍ମଣ ଓ କ୍ଷତ୍ରୀୟ ସମ୍ପ୍ରଦାୟର ପିଲାମାନଙ୍କୁ ହିଁ ପଢ଼ିବାର ସୁଯୋଗ ମିଳୁଥିଲା। ଶୁଦ୍ର ଓ ଦଳିତ ସମ୍ପ୍ରଦାୟର ପିଲାମାନେ ଏପରିକି ଉଚ୍ଚଜାତିର ବାଳିକାମାନେ ବି ଶିକ୍ଷାଲାଭରୁ ବଂଚିତ ରହୁଥିଲେ। ବିଦ୍ୟାସାଗର ଶିକ୍ଷାକୁ ଉଚ୍ଚଜାତି ଓ ପୁରୁଷଙ୍କ ଏକାଧିକାରରୁ ମୁକ୍ତ କରି ଜାତି, ଧର୍ମ ଓ ଲିଙ୍ଗ ନିର୍ବିଶେଷରେ ସମସ୍ତଙ୍କୁ ତାର ସୁଯୋଗ ଦେବା ଲକ୍ଷ୍ୟରେ ସେତେବେଳେ ଉଦ୍ୟମ ଆରମ୍ଭ କରିଥିଲେ। ସେ ଅଧ୍ୟାପକ ଥିବା କଲେଜରେ ସର୍ବ ପ୍ରଥମେ ଅନ୍ୟ ଜାତିର ପିଲାଙ୍କୁ ପଢ଼ିବାର ସୁଯୋଗ ଦେଇଥିଲେ। ଉଚ୍ଚଜାତିରେ ଜନ୍ମ ହୋଇ ବି ଜାତିଗତ ଭେଦଭାବକୁ ବିରୋଧ କରି ସେ ନିଜର ନାମ ସହିତ ସଂଲଗ୍ନ ଜାତିଗତ ସାଂଜ୍ଞା ‘ବନ୍ଦୋପଧ୍ୟାୟ’କୁ ବି ହଟାଇ ଦେଇଥିଲେ।

ସେ ମାତୃଭାଷାରେ ଶିକ୍ଷାଦାନର ପକ୍ଷପାତୀ ଥିଲେ। ଅଧିକରୁ ଅଧିକ ସାଧାରଣ ଲୋକଙ୍କୁ ଶିକ୍ଷିତ କରିବା ଲକ୍ଷ୍ୟରେ ସେ ନିଜର ମାତୃଭାଷାକୁ ଅଧିକ ସହଜ ଓ ବୋଧଗମ୍ୟ କରିବାକୁ ବଙ୍ଗଳାରେ ‘ବର୍ଣ୍ଣ ପରିଚୟ” ନାମକ ପୁସ୍ତକ ରଚନା କରିଥିଲେ ଯାହାକି ଆଜି ବି ନୂଆ ବଙ୍ଗଳା ପଢ଼ୁଥିବା ପିଲାଙ୍କ ପାଇଁ ଲିପି ଓ ବ୍ୟାକରଣକୁ ଜାଣିବାର ସର୍ବଶ୍ରେଷ୍ଠ ପୁସ୍ତକ ଭାବେ ବ୍ୟବହୃତ ହୋଇଆସୁଛି। ସେତେବେଳେ ଶୁଦ୍ର ଓ ଅଛୁଆଁ ଭାବେ ପରିଚିତ ତଥାକଥିତ ପଛୁଆ ଓ ତଳଜାତିର ଲୋକଙ୍କ ପରି ନାରୀମାନଙ୍କୁ ମଧ୍ୟ ଶିକ୍ଷାଲାଭରୁ ବଂଚିତ କରାଯାଉଥିଲା। କିନ୍ତୁ ସମାଜର ଅର୍ଦ୍ଧେକ ଭାବେ ପରିଚିତ ନାରୀମାନଙ୍କୁ ଶିକ୍ଷିତ କରିବା ଲକ୍ଷ୍ୟରେ ସେ ନିଜର ସହଯୋଗୀ ରାମଗୋପାଳ ଘୋଷ ଏବଂ ମଦନମୋହନଙ୍କ ସହ ମିଶି ବଙ୍ଗଳାରେ ଅନେକ ଗୁଡ଼ିଏ ବାଳିକା ବିଦ୍ୟାଳୟ ଆରମ୍ଭ କରିଥିଲେ।

ବିଦ୍ୟାସାଗର କେବଳ ଅସାଧରଣ ଜ୍ଞାନର ଅଧିକାରୀ ନଥିଲେ, ସେ ତତ୍କାଳୀନ ସମାଜରେ ଚାଲିଥିବା ଅନ୍ଧବିଶ୍ୱାସ, କୁସଂସ୍କାର ଏବଂ ପଶ୍ଚାଦପଦ ଚିନ୍ତା ଚେତନା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ସହିତ ତାକୁ ଏକ ସାମାଜିକ ଆନ୍ଦୋଳନର ରୂପ ପ୍ରଦାନ କରିଥିଲେ। ସମାଜରେ ନାରୀ ପୁରୁଷ ଭିତରେ ରହିଥିବା ଲିଙ୍ଗଗତ ବିଦ୍ୱେଷକୁ ଦୂର କରିବା ପାଇଁ ସେ ଗୋଟିଏ ପଟେ ନାରୀଶିକ୍ଷାକୁ ଗୁରୁତ୍ୱ ଦେବା ସହ ଅନ୍ୟପଟେ ପ୍ରଥା ଓ ପରମ୍ପରା ନାଁରେ ନାରୀ ଉପରେ ଚାଲିଥିବା ଅନେକଗୁଡ଼ିଏ ଅବୈଜ୍ଞାନିକ ଓ ପ୍ରତିକ୍ରିୟାଶୀଳ ନିୟମ ବିରୁଦ୍ଧରେ ଏକ ସାମାଜିକ ଆନ୍ଦୋଳନ ଆରମ୍ଭ କରିଥିଲେ। ସେତେବେଳେ ସମାଜରେ ବାଲ୍ୟ ବିବାହ ଏକ ସାଧାରଣ କଥା ଥିଲା। ବାଲ୍ୟବସ୍ଥାରେ ନିଜର ଅଜାଣତରେ ବିବାହ କରୁଥିବା ଅନେକ ବାଳିକା ପରବର୍ତ୍ତି ଅବସ୍ଥାରେ ବିଧବା ହୋଇ ସାରା ଜୀବନ ଅତ୍ୟନ୍ତ ଦୁଃଖଭରା ଜୀବନ ଅତିବାହିତ କରୁଥିଲେ। ସମାଜରେ ପରମ୍ପରା ନାଁରେ ବିଧବାମାନଙ୍କୁ ଖାଦ୍ୟ, ପରିଧାନଠାରୁ ଆରମ୍ଭ କରି ପ୍ରତ୍ୟକ କଥାରେ ଅନେକ ଅନାବଶ୍ୟକ, ଅବୈଜ୍ଞାନିକ ଓ ଅପମାନଜନକ କଟକଣା ଓ ନୀତି ନିୟମକୁ ମାନିବାକୁ ବାଧ୍ୟ କରାଯାଉଥିଲା। ବିଦ୍ୟାସାଗର ବାଲ୍ୟବିବାହ ଓ ବିଧବା ପ୍ରଥା ବିରୁଦ୍ଧରେ ଏପରିକି ବିଭିନ୍ନ ଧର୍ମଶାସ୍ତ୍ରର ଉଲ୍ଲେଖ କରି ଦୃଢ଼ ଯୁକ୍ତି ଉପସ୍ଥାପନ କରିବା ସହିତ ବିଧବାମାନଙ୍କ ପୁନଃବିବାହ ପାଇଁ ସଚେତନତା ସୃଷ୍ଟି କରୁଥିଲେ ଏବଂ ନିଜ ଉଦ୍ୟମରେ ଶହ ଶହ ସଂଖ୍ୟାରେ ବିଧବାଙ୍କୁ ପୁନଃବିବାହର ବ୍ୟବସ୍ଥା କରି ପାରିଥିଲେ। ତାଙ୍କର ନିଜ ପୁଅର ବିବାହ ବି ଜଣେ ବିଧବାଙ୍କ ସହ କରି ସେ ନିଜର ବୈଦ୍ଧିକ ସାଧୁତାର ଏକ ନଜିର ସୃଷ୍ଟି କରିଥିଲେ।

ଏକ ଆଧୁନିକ ତଥା ପ୍ରଗତିଶୀଳ ସମାଜ ତିଆରି ପାଇଁ ତତ୍କାଳୀନ ସମାଜରେ ଆରମ୍ଭ ହୋଇଥିବା ନବଜାଗରଣ ଆନ୍ଦୋଳନର ବିଦ୍ୟାସାଗର ଅନ୍ୟତମ ବିନ୍ଧାଣୀ ଥିଲେ। ପ୍ରଥା ଓ ପରମ୍ପରା ନାଁରେ ତତ୍କାଳୀନ ସମାଜରେ ପରିବ୍ୟାପ୍ତ ଧାର୍ମିକ ରକ୍ଷଣଶୀଳତା, ଅନ୍ଧ ବିଶ୍ୱାସ, କୁସଂସ୍କାର, ଅବୈଜ୍ଞାନିକ ତଥା ଭେଦଭାବପୂର୍ଣ୍ଣ ଧ୍ୟାନ ଧାରଣା ବିରୁଦ୍ଧରେ ତାଙ୍କର ପୂର୍ବସୂରୀ ରାଜା ରାମମୋହନ ରାୟ (୧୭୭୨-୧୮୩୦), ମହାରାଷ୍ଟ୍ରର ମହାଦେବ ଗୋବିନ୍ଦ ରାନାଡେ (୧୮୪୮-୧୯୦୧) ପ୍ରମୁଖ ସମାଜ ସଂସ୍କାରକ ଆରମ୍ଭ କରିଥିବା ଏହି ଆନ୍ଦୋଳନକୁ ସେ ଆଗକୁ ନେଇଥିଲେ। ରାଜା ରାମମୋହନଙ୍କ ଅଭିଯାନର ଫଳସ୍ୱରୂପ ବ୍ରିଟିଶ ସରକାର ୧୮୨୯ ମସିହାରେ ସତୀଦାହ ଭଳି ଏକ ବର୍ବର ପ୍ରଥାକୁ ନିଷିଦ୍ଧ କରିଥିବା ବେଳେ ବିଦ୍ୟାସାଗରଙ୍କ ସଂଗ୍ରାମର ଚାପରେ ୧୮୫୬ ମସିହାରେ ବିଧବା ପୁନଃବିବାହ ଆଇନ ପ୍ରଣୟନ ହୋଇଥିଲା। ୧୮୭୦ ମସିହାରେ କନ୍ୟାଭୃଣ ହତ୍ୟା ଆଇନଗତ ଭାବେ ନିଷିଦ୍ଧ ହୋଇଥିବା ବେଳେ ୧୮୯୧ ମସିହାରେ ବିବାହ ପାଇଁ ମହିଳାଙ୍କ ସମ୍ମତିର ବୟସକୁ ସରକାର ୧୦ରୁ ୧୨ ବର୍ଷକୁ ବୃଦ୍ଧି କରିଥିଲେ ଯାହାକି ପରେ ୧୯୨୯ ମସିହାରେ ୧୪ ବର୍ଷକୁ ବୃଦ୍ଧି କରାଯାଇଥିଲା।

ବିଦ୍ୟାସାଗର କେବଳ ଜଣେ ବ୍ୟକ୍ତି ନଥିଲେ, ତାଙ୍କ ସମୟରେ ଧାର୍ମିକ ରକ୍ଷଣଶୀଳତା, କୁସଂସ୍କାର ଓ ଅବୈଜ୍ଞାନିକ ଭେଦଭାବ ବିରୁଦ୍ଧରେ ସେ ଥିଲେ ଆଧୁନିକତା, ପ୍ରଗତିଶୀଳ ଓ ବୈଜ୍ଞାନିକ ବିଚାରର ସର୍ବୋତ୍ତମ ପ୍ରତୀକ ଥିଲେ। ତାଙ୍କର ଜନ୍ମ ଏଭଳି ଏକ ସମୟରେ ହୋଇଥିଲା ଯେତେବେଳେ ସମାଜକୁ ଧର୍ମାନ୍ଧତା ଓ କୁସଂସ୍କାର ଆଚ୍ଛାଦିତ କରି ରଖିଥିଲା। ସମାଜରେ ବ୍ରାହ୍ମଣ ଓ ପୁରୋହିତ ଗୋଷ୍ଠୀର ଭୟଙ୍କର ଆଧିପତ୍ୟ ତଥା ଶୋଷଣ ଚାଲିଥିଲା। ସମାଜରେ ଘୃଣ୍ୟ ତଥା ଅମାନବିକ ଜାତିପ୍ରଥାର ପ୍ରଭାବ ରହିଥିଲା। ଜାତି ନାଁରେ ସମାଜର ଏକ ବଡ଼ ଭାଗ ଲୋକଙ୍କୁ ଅଛୁଆଁ, ବଂଚିତ ଓ ଉପେକ୍ଷିତ କରି ରଖାଯାଉଥିଲା। ସମାଜରେ ରହିଥିବା ଉପରୋକ୍ତ କୁରୀତି ଓ କୁପ୍ରଥା ଗୁଡ଼ିକ ବିରୁଦ୍ଧରେ ବିଦ୍ୟାସାଗର ଏକ ଦୁଃସାହାସିକ ଅଭିଯାନ ଆରମ୍ଭ କରିଥିଲେ। ଏଥିପାଇଁ ତାଙ୍କୁ ତତ୍କାଳୀନ ସମାଜର ବ୍ରାହ୍ମଣବାଦୀ ତଥା ରକ୍ଷଣଶୀଳ ଓ ରୁଢ଼ିବାଦୀ ଶକ୍ତିମାନଙ୍କ ତୀବ୍ର ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଯଦିଓ ତତ୍କାଳୀନ ରକ୍ଷଣଶୀଳ ଓ ରୁଢ଼ିବାଦୀ ଲୋକେ ବିଦ୍ୟାସାଗରଙ୍କୁ ବିରୋଧ କରୁଥିଲେ କିନ୍ତୁ ତାଙ୍କର ସଂଗ୍ରାମ ଅନେକଙ୍କୁ ପ୍ରଭାବିତ କରିଥିଲା ଏବଂ ସେ ବଙ୍ଗଳା ଏପରିକି ବଙ୍ଗଳା ବାହାରେ ବି ଲୋକପ୍ରିୟ ହୋଇ ପାରିଥିଲେ। ଖୋଦ୍ ବିବେକାନନ୍ଦଙ୍କ ଭାଷାରେ, ‘ଉତ୍ତର ଭାରତରେ ମୋ ସମେତ ମୋ ବୟସର ଏମିତି କେହି ହୁଏତ ନାହିଁ ଯାହା ଉପରେ ବିଦ୍ୟାସାଗରଙ୍କ ପ୍ରଭାବ ପଡ଼ି ନାହିଁ’। ପରିତାପର ବିଷୟ, ବିଦ୍ୟାସାଗରଙ୍କ ମୃତ୍ୟୁର ଏତେ ବର୍ଷ ପରେ ବି ସମାଜରେ ସେଭଳି ଶକ୍ତିମାନଙ୍କ ତାଙ୍କ ଉପରେ ଆକ୍ରମଣ ଅବ୍ୟାହତ ରହିଛି। କିଛି ମାସ ତଳେ ଧାର୍ମିକ ସାଂପ୍ରଦାୟିକ ଶକ୍ତିମାନଙ୍କ ଦ୍ୱାରା କୋଲକାତାସ୍ଥିତ ବିଦ୍ୟାସାଗର କଲେଜ ସମ୍ମୁଖରେ ଥିବା ତାଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦେବା ଏହାର ଉଦାହରଣ ବୋଲି କୁହାଯାଇପାରେ।

ଆଜି ବିଦ୍ୟାସାଗରଙ୍କ ଜନ୍ମର ଦୁଇ ଶତାବ୍ଦୀ ପରେ ବି ଆମ ସମାଜ ଧାର୍ମିକ ରକ୍ଷଣଶୀଳତା, କୁସଂସ୍କାର, ଜାତିବାଦ ଏବଂ ଲିଙ୍ଗଗତ ବୈଷମ୍ୟରୁ ସମ୍ପୂର୍ଣ୍ଣ ରୂପେ ମୁକ୍ତ ହୋଇ ପାରିନି। ଆଜି ବି ଦେଶର ୨୯% ମହିଳା ନିରକ୍ଷର ରହିଛନ୍ତି। ଦଶ ବର୍ଷରୁ କମ୍ ବୟସରେ ୫୯% ବାଳିକା ସ୍କୁଲ ଯାଉଥିବା ବେଳେ ଦଶ ବର୍ଷରୁ ଅଧିକ ବୟସର ମାତ୍ର ୪୧% ହିଁ ସ୍କୁଲ ଯାଉଛନ୍ତି। ୨୩.୩% ବାଳିକା ୧୮ ବର୍ଷ ପୂର୍ବରୁ ବିବାହ କରିବାକୁ ବାଧ୍ୟ ହେଉଛନ୍ତି। ସମାଜରେ ବିଧବାମାନଙ୍କୁ ଶୋଷଣ, ଭେଦଭାବ ଓ ଅପମାନର ଶିକାର ହେବାକୁ ପଡ଼ୁଛି। ଏଭଳି ପରସ୍ଥିତିରେ ପ୍ରାୟ ଦୁଇ ଶହ ବର୍ଷ ତଳେ ଇଶ୍ୱରଚନ୍ଦ୍ର ବିଦ୍ୟାସାଗର ଆରମ୍ଭ କରିଥିବା ଲଢ଼େଇଟିର ପ୍ରାସଙ୍ଗିକତା ଆଜି ବି ଯେ ରହିଛି, ଏହା ସ୍ପଷ୍ଟ ପ୍ରମାଣିତ ହେଉଛି। ଅତଏବ ଏହିସବୁ ପଶ୍ଚାଦପଦ ଓ ପ୍ରତିକ୍ରିୟାଶୀଳ ଧ୍ୟାନ ଧାରଣା ବିରୁଦ୍ଧରେ ସଂଗ୍ରାମ କରିବା ମଧ୍ୟ ଦେଇ ହିଁ ଆମେ ବିଦ୍ୟାସାଗରଙ୍କୁ ପ୍ରକୃତ ସମ୍ମାନ ଦେଇପାରିବା।

ଫୋନ - ୯୪୩୭୧୬୬୩୯୧

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story