ବୈଦ୍ୟୁତିକ କୋଲପ, ଲୁପ୍ ଲାଇନ ଓ କରମଣ୍ଡଳ

ଚଳିତ ବର୍ଷ ଫେବୃଆରୀ ମାସର କଥା। ବେଙ୍ଗାଳୁରୁ-ନୂଆଦିଲ୍ଲୀ ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସର ଲୋକୋଡ୍ରାଇଭର ବା ଚାଳକ ନିଜର ପ୍ରତ୍ୟୁତ୍ପନ୍ନମତିତା ପ୍ରଦର୍ଶନ କରି ହୋସଦୁର୍ଗା ରୋଡ଼ ରେଳଷ୍ଟେସନ ପୂର୍ବରୁ ବ୍ରେକ ଦେଇ ଏକ ଭୟଙ୍କର ରେଳ ଦୁର୍ଘଟଣାକୁ ଟାଳିଦେଇ ପାରିଥିଲେ। ସେତେବେଳେ ଠିକ ବାହାନଗା ଷ୍ଟେସନ ଭଳି ବୈଦ୍ୟୁତିକ କୋଲପ (ଇଲେକ୍ଟ୍ରୋନିକ ଇଣ୍ଟରଲକିଙ୍ଗ) ବ୍ୟବସ୍ଥାରେ ତ୍ରୁଟି ରହିଥିଲା।

Bahanaga Train Tragedy

Bahanaga Train Tragedy

Debendra Prusty
  • Published: Monday, 12 June 2023
  • Updated: 12 June 2023, 01:28 PM IST

News Highlights

  • ଇତିହାସରୁ ଶିକ୍ଷା କରିବା ଉଚିତ ରେଳ କର୍ତ୍ତୃପକ୍ଷ।
  • ରେଳ ଦୁର୍ଘଟଣା ଏଡ଼ାଇବାକୁ ଇଲେକ୍ଟ୍ରୋନିକ୍ସ ଇଣ୍ଟରଲକିଂ ସିଷ୍ଟମରେ ରହିଥିବା ତ୍ରୁଟୀ ସଂଶୋଧନ କରିବା ଦରକାର।

Sports

Latest News

ଚଳିତ ବର୍ଷ ଫେବୃଆରୀ ମାସର କଥା। ବେଙ୍ଗାଳୁରୁ-ନୂଆଦିଲ୍ଲୀ ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସର ଲୋକୋଡ୍ରାଇଭର ବା ଚାଳକ ନିଜର ପ୍ରତ୍ୟୁତ୍ପନ୍ନମତିତା ପ୍ରଦର୍ଶନ କରି ହୋସଦୁର୍ଗା ରୋଡ଼ ରେଳଷ୍ଟେସନ ପୂର୍ବରୁ ବ୍ରେକ ଦେଇ ଏକ ଭୟଙ୍କର ରେଳ ଦୁର୍ଘଟଣାକୁ ଟାଳିଦେଇ ପାରିଥିଲେ। ସେତେବେଳେ ଠିକ ବାହାନଗା ଷ୍ଟେସନ ଭଳି ବୈଦ୍ୟୁତିକ କୋଲପ (ଇଲେକ୍ଟ୍ରୋନିକ ଇଣ୍ଟରଲକିଙ୍ଗ) ବ୍ୟବସ୍ଥାରେ ତ୍ରୁଟି ରହିଥିଲା। ଏଣୁ ଯେଉଁମାନେ ବାହାନଗା ଦୁର୍ଘଟଣାର ସମ୍ଭାବ୍ୟ କାରଣ ମଧ୍ୟରୁ ବୈଦ୍ୟୁତିକ କୋଲପ ବ୍ୟବସ୍ଥାରେ ରହିଥିବା ଦୁର୍ବଳତାକୁ ମାନବିକ ଅବହେଳା ଅଥବା ଆତଙ୍କବାଦୀ କାର୍ଯ୍ୟକାରଣରୁ ସୃଷ୍ଟ ତ୍ରୁଟି ଭାବେ ଚିତ୍ରଣ କରୁଛନ୍ତି, ସେମାନେ ଯେ ଧର୍ମକୁ ଆଖିଠାର ମାରୁଛନ୍ତି, ଏହା ନିଃସନ୍ଦେହରେ କୁହାଯାଇ ପାରେ। ଭାରତୀୟ ରେଳ ବ୍ୟବସ୍ଥାକୁ ଯେତେ ଦୃଢ଼ ଓ ସଶକ୍ତ କୁହାଗଲେ ବି ଆମର ବୈଦ୍ୟୁତିକ କୋଲପ ବ୍ୟବସ୍ଥାରେ ଯେ ଦୁର୍ବଳତା ରହିଛି ଓ ଏହା ବେଳେବେଳେ ଅକାମୀ ହୋଇ ଯାଉଛି, ତାହା ରେଳ କର୍ତ୍ତୃପକ୍ଷ ଯେତେଶୀଘ୍ର ମାନିନେବେ ଓ ବ୍ୟବସ୍ଥାକୁ ସୁଧାରିନେବେ, ସେତେ ଭଲ।

ଅଧିକାଂଶ ରେଳ ଦୁର୍ଘଟଣା ଆକସ୍ମିକ ଘଟେନାହିଁ। ପ୍ରତିଟି ଦୁର୍ଘଟଣା ପଛର କାରଣ କ୍ରମାଗତ ଅବହେଳା ଓ ଚଳେଇ ନେବାର ନିନ୍ଦନୀୟ ମାନସିକତା ଥାଏ। ପ୍ରତ୍ୟେକ ପଦକ୍ଷେପ ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଙ୍ଗ ପ୍ରୋସେଜୁଏର (ଏସଓପି) ରହିଛି। ତାହାର ବ୍ୟତିକ୍ରମ କରାଯାଉଛି। ଥରେ ଚଳେଇ ନେବାର ଅଭ୍ୟାସ ହୋଇଗଲେ ଉପରିସ୍ଥ କର୍ମଚାରୀମାନେ ମଧ୍ୟ ତଦାରଖ କରିବା ଛାଡ଼ିଦିଅନ୍ତି। ତଳିଆ କର୍ମଚାରୀମାନେ କରିବସିଥିବା ଭୁଲକୁ ଉପରିସ୍ଥ ବୈଷୟିକ ଅଧିକାରୀ ଓ ଇଞ୍ଜିନିୟରମାନେ ସୁଧାରିବା ନିୟମ ଅଛି। ତେଣୁ ସେମାନେ ମଧ୍ୟ ଖରାବର୍ଷାରେ ରେଳ ଧାରଣା, ପଏଣ୍ଟ ସ୍ଥଳୀ, ଲୁପ୍ ଲାଇନର ଆରମ୍ଭ ଓ ଶେଷଠାରୁ ଆରମ୍ଭକରି ଇଲେକ୍ଟ୍ରୋନିକ ଇଣ୍ଟରଲକିଙ୍ଗ ବ୍ୟବସ୍ଥାର ଉଭୟ ରେଳଧାରଣା ଓ ସିଗନାଲ ମଧ୍ୟରେ ସମନ୍ୱୟକୁ ତଦାରଖ କରିବା କଥା। କିନ୍ତୁ, ତଦାରଖକାରୀ ଅଧିକାରୀ ଓ ଇଞ୍ଜିନିୟରମାନେ ଏତେକାମ କରିବାକୁ ଅନାଗ୍ରହୀ। କର୍ମଚାରୀଙ୍କ ସଂଖ୍ୟା ହ୍ରାସ, ରେଳପଥ ଓ ରେଳଗାଡ଼ି ସଂଖ୍ୟା ବୃଦ୍ଧି ଫଳରେ ସେମାନଙ୍କ ଉପରେ କାମର ଚାପ ବଢ଼ୁଥିବାରୁ ଆବଶ୍ୟକୀୟ ତଦାରଖ କମିଯାଇଥିବା କଥାଟି ମଧ୍ୟ ସତ। ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ ଦୁର୍ଘଟଣା ପରେ ଦକ୍ଷିଣ-ପଶ୍ଚିମ ରେଳବାଇର ମୁଖ୍ୟ ଅପରେସନ ମ୍ୟାନେଜର ନିଜେ ଅନୁଧ୍ୟାନ କରି ଇଲେକ୍ଟ୍ରୋନିକ ଇଣ୍ଟରଲକିଙ୍ଗ ବ୍ୟବସ୍ଥାରେ ଥିବା ଦୁର୍ବଳତା ଓ ସମସ୍ୟା ବିଷୟରେ ଏକ ରିପୋର୍ଟ ଦେଇଥିଲେ ହେଁ ରେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ କିଛି ସୁଧାର ପଦକ୍ଷେପ ନିଆ ଯାଇନାହିଁ। ସେତେବେଳେ କିଛି ପଦକ୍ଷେପ ନିଆ ଯାଇଥିଲେ, ହୁଏତ ବାହାନଗାଠାରେ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିବାର ଅବକାଶ ସୃଷ୍ଟି ହୋଇ ନଥାନ୍ତା।

ଦୁର୍ଘଟଣା ଘଟିଗଲା ପରେ, ଲାଇନ୍ ମରାମତି, ରେଳ ଚଳାଚଳ ସ୍ୱାଭାବିକ କରିବା, ଯାତ୍ରୀଙ୍କ ଚିକିତ୍ସା ଓ ମୃତକଙ୍କ କ୍ଷତିଭରଣା କରିବାକୁ ଅନେକ ଖର୍ଚ୍ଚ କରାଯାଏ। ଏଥିପାଇଁ ତତ୍ପରତା ପ୍ରକାଶ କରିଥିବା ସରକାରଙ୍କୁ ଜନସାଧାରଣ ଖୁବ ପ୍ରଶଂସା କରନ୍ତି। ସ୍ଥାନୀୟ ଯୁବାବର୍ଗ ଦୁର୍ଘଟଣା ଘଟିବା ପରେପରେ ଆହତଙ୍କୁ ଡାକ୍ତରଖାନା ପଠାଇବାଠାରୁ ଆରମ୍ଭ କରି ସେମାନଙ୍କ ପାଇଁ ପାନୀୟ ଜଳ, ଖାଦ୍ୟ, ପ୍ରାଥମିକ ଚିକିତ୍ସା ଏବଂ ରକ୍ତଦାନ କରୁଥିବାର ଆମେ ଦେଖୁ। ରାଜ୍ୟ ଓ କେନ୍ଦ୍ରୀୟ ନେତା ଘଟଣାସ୍ଥଳ ପରିଦର୍ଶନ କରନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ତଦନ୍ତ କରାଯାଇ କିଛି କର୍ମଚାରୀଙ୍କ ଉପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯାଏ। ଅଥଚ ଉଭୟ ଯାନ୍ତ୍ରିକ ପରିଚାଳନା ବ୍ୟବସ୍ଥା ଏବଂ ନିରାପତ୍ତା ବ୍ୟବସ୍ଥାରେ ବିଶେଷ କିଛି ଉନ୍ନତି ପରିଲକ୍ଷିତ ହୁଏନା। ସମ୍ଭାବ୍ୟ ଦୁର୍ଘଟଣାରୁ ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ ରକ୍ଷା ପାଇଯାଇ ଥିଲେ ହେଁ ନିରାପତ୍ତା ବ୍ୟବସ୍ଥାରେ ସୁଧାର ଅଣାଯାଇ ନଥିବାରୁ ଜୁନ ମାସ ୨ ତାରିଖ ସନ୍ଧ୍ୟାରେ କରମଣ୍ଡଳ ଏକ୍ସପ୍ରେସ-ମାଲଗାଡ଼ି-ଯଶୋବନ୍ତପୁର ହାଓଡ଼ା ଏକ୍ସପ୍ରେସ ରେଳ ଦୁର୍ଘଟଣା ଘଟିଲା। ଏଥିରେ ପ୍ରାୟ ୩୦୦ ଲୋକଙ୍କ ମୃତ୍ୟୁ ଓ ୧୦୦୦ଲୋକ ଆହତ ହେବା ସମସ୍ତଙ୍କୁ ବିଚଳିତ କରିଦେଇଛି। ବୁଲେଟ ଟ୍ରେନ ଚଳାଇବାକୁ ପ୍ରସ୍ତୁତି ଚଳାଇଥିବା ବିଶ୍ୱର ପଞ୍ଚମ ବୃହତ ଅର୍ଥନୀତି ଭାରତ ପାଇଁ ଏହା ଏକ ଶକ୍ତ ଧକ୍କା। ଏବେ ମନରେ ପ୍ରଶ୍ନ ଉଠେ, ବେଗ ଓ ଅଧିକ ରେଳଗାଡ଼ି ପ୍ରଚଳନ ନା ସୁରକ୍ଷିତ ଯାତ୍ରା - ଆମେ କେଉଁଟିକୁ ଅଗ୍ରାଧିକାର ଦେବାକୁ ଚାହୁଁଛେ? ସୁରକ୍ଷିତ ବ୍ୟବସ୍ଥା ପାଇଁ ଆମେ କେତେ ତତ୍ପର?

ବାହାନଗାଠାରେ ଘଟିଯାଇଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ଉପରେ ଯେତେଯାହା ତର୍ଜମା, ସବୁର ମୂଳରେ କେବଳ ଲୁପ୍ ଲାଇନ୍। ଦୁର୍ଘଟଣା ଦିନ ବାହାନଗା ରେଳଷ୍ଟେସନ ଦକ୍ଷିଣ କ୍ୟାବିନରେ ଗେଟ ବ୍ୟାରିଅର ବା ବୁମ୍ ବଦଳ କରାଯାଇଥିଲା। ରେଳ ବିଭାଗର ନିୟମ ମାନି ବୁମ୍ ବଦଳ କାମ ଆରମ୍ଭ କରାଯିବା ପୂର୍ବରୁ ବିଭାଗୀୟ 'ସେଫଟି ଏଣ୍ଡ ଟେଲି କମ୍ୟୁନିକେସନ' (ନିରାପତ୍ତା ଓ ଟେଲିଯୋଗାଯୋଗ) କର୍ମଚାରୀ ବାହାନଗା ରେଳ ଷ୍ଟେସନ ମାଷ୍ଟରଙ୍କଠାରୁ ଅନୁମତି ନେଇଥିଲେ। ସେହି ଛୋଟିଆ ରେଳ ଷ୍ଟେସନର କଣ୍ଟ୍ରୋଲରୁମ ଷ୍ଟେସନ ମାଷ୍ଟରଙ୍କ ଦ୍ୱାରା ନିୟନ୍ତ୍ରିତ ହୁଏ। ଅନୁମତି ପାଇଲା ପରେ ବ୍ୟାରିଅର ପରିବର୍ତ୍ତନ କରାଯାଇଥିଲା, ପରୀକ୍ଷାମୂଳକ ବ୍ୟବହାର କରାଯାଇଥିଲା ଓ ସଠିକଭାବେ କାମ କରୁଥିବାର ଜଣା ଯାଇଥିଲା। କିଛି ସମୟ ପରେ ବାଲେଶ୍ୱର ପଟରୁ ଦୁଇ ନମ୍ବର ଟ୍ରାକ ଉପରେ ଭଦ୍ରକ ଦିଗକୁ ଯାଉଥିବା ମାଲବାହୀ ଗାଡ଼ିକୁ ଲୁପ୍ ଲାଇନକୁ ଅଣାଯାଇ ଠିଆ କରାଯାଇଥିଲା। ମାଲବାହୀ ଗାଡ଼ିର ପଛେପଛେ ଆସୁଥିବା କରମଣ୍ଡଳ ଏକ୍ସପ୍ରେସକୁ ବାଟ ଛାଡ଼ିଦେବା ପାଇଁ ଆଗରେ ଯାଉଥିବା ମାଲବାହୀ ଗାଡ଼ିକୁ ଲୁପ୍ ଲାଇନକୁ ଅଣାଯାଇଥିଲା। ମାଲବାହୀ ଗାଡ଼ିର ଗତିପଥ ପରିବର୍ତ୍ତନ ପ୍ରକ୍ରିୟା ସରିନଥିବାରୁ ଦୁଇନମ୍ବର ଟ୍ରାକ ଉପରେ ଲାଲ ସିଗନାଲ ଜଳି ରହିବା କଥା। ଇଣ୍ଟରଲକିଙ୍ଗ ବ୍ୟବସ୍ଥା ଏପରି ଯେ ଗତିପଥ ପରିବର୍ତ୍ତନ ପ୍ରକ୍ରିୟା ନସରିବା ଯାଏଁ ଦୁଇ ନମ୍ବର ଟ୍ରାକ ଉପରେ ଲାଲ ସିଗନାଲ ଜଳିବା ଅନିବାର୍ଯ୍ୟ। କିନ୍ତୁ ଦୁଇ ନମ୍ବର ଟ୍ରାକ ଉପରେ ଲାଲ ବଦଳରେ ସବୁଜ ସିଗନାଲ ରହିଥିଲା ଓ ସେତେବେଳ ଯାଏଁ ମଧ୍ୟ ଲୁପ୍ ଲାଇନ୍ ମୁହାଁ ରହିଥିଲା ଟ୍ରାକ।

ଘଣ୍ଟାପ୍ରତି ୧୨୮ କିଲୋମିଟର ବେଗରେ ଦୁଇ ନମ୍ବର ଟ୍ରାକ ଉପରେ ଧାବମାନ କରମଣ୍ଡଳ ଏକ୍ସପ୍ରେସ ପାଇଁ ଟ୍ରାକ ଥିଲା ଲୁପ୍ ଲାଇନ୍ ମୁହାଁ। ଏହା କରମଣ୍ଡଳ ଏକ୍ସପ୍ରେସର ଲୋକୋ ଡ୍ରାଇଭରଙ୍କ କଳ୍ପନାତୀତ ବ୍ୟାପାର ଥିଲା। ଲୁପ୍ ଲାଇନ୍ ଉପରକୁ ଧାବମାନ ରେଳଗାଡ଼ି ଯିବା ପୂର୍ବରୁ କ୍ରମଶଃ ନିଜର ବେଗ କମାଇ ଦେଇ ଘଣ୍ଟାପ୍ରତି ୨୦ କିଲୋମିଟର କରିଥାଏ। ନହେଲେ ରେଳଗାଡ଼ି ଲାଇନଚ୍ୟୁତ ହେବା ନିଶ୍ଚିତ। ଏହି ବୈଦ୍ୟୁତିକ କୋଲପ ବ୍ୟବସ୍ଥାରେ ତାହା ନିର୍ଦ୍ଦିଷ୍ଟ ହୋଇଥିଲେ ବି ଏକ ସଙ୍ଗେ ଲୁପ୍ ଲାଇନ୍ ଓ ମୁଖ୍ୟ ଲାଇନ ପାଇଁ ସବୁଜ ସଙ୍କେତ ଜଳୁଥିଲା। ବୈଦ୍ୟୁତିକ କୋଲପ ବ୍ୟବସ୍ଥା ସଠିକ କାମ କରୁଥିଲେ, ସେଠାରେ ରେଳ ଧାରଣାର ଯେଭଳି ଅବସ୍ଥା ଥିଲା, ଏକ ସଙ୍ଗେ ଲୁପ୍ ଲାଇନ୍ ଓ ମୁଖ୍ୟ ଲାଇନ୍ ପାଇଁ ଲାଲ ସଙ୍କେତ ଜଳିଥାଆନ୍ତା।

ସିଗନାଲ୍ ନିୟନ୍ତ୍ରଣ କରିବା ପାଇଁ ଭାରତୀୟ ରେଳବାଇ ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ ବ୍ୟବସ୍ଥା ଗ୍ରହଣ କରି ଆସୁଛି। ଏହା ଏପରି ଏକ ସୁରକ୍ଷା ବ୍ୟବସ୍ଥା, ଯାହା ରେଳ ଗାଡ଼ିଗୁଡିକର ସୁରକ୍ଷିତ ଯାତ୍ରାପାଇଁ ସିଗନାଲ୍ ଏବଂ ସୁଇଚ୍ ମଧ୍ୟରେ ସଂଯୋଗକାରୀ କାର୍ଯ୍ୟପ୍ରଣାଳୀ ବ୍ୟବସ୍ଥାକୁ ନିୟନ୍ତ୍ରଣ କରେ। ଏହି ବ୍ୟବସ୍ଥା ମାଧ୍ୟମରେ ନିର୍ଦ୍ଦିଷ୍ଟ ରେଳ ଧାରଣାକୁ ବନ୍ଦ କିମ୍ବା ଖୋଲା ରଖି ନିରାପଦ ଓ ସୁରକ୍ଷିତ ଉପାୟରେ ରେଳ ଚଳାଚଳ ନିଶ୍ଚିତ କରାଯାଇ ଥାଏ। ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ ଏଭଳି ଏକ ସୁଦୃଢ଼ ସିଗନାଲ ବା ସଙ୍କେତ ପ୍ରଣାଳୀ, ଯେଉଁଥିରେ ଇଲେକ୍ଟ୍ରୋନିକ ଓ ମେକାନିକାଲ୍ ଇଂଜିନିୟରିଂ କୌଶଳ ଏକତ୍ର କାମ କରେ। କୌଣସି ବି ଗୋଟିଏରେ ତ୍ରୁଟି ଦେଖାଗଲେ ସିଗନାଲ ମିଳେନାହିଁ ବା ଲାଲ ରଙ୍ଗର ହୋଇଯାଏ। ସିଗନାଲ ବା ସଙ୍କେତ ଯାହା ଥରେ ଦିଆଯାଏ ତାହା ଅପରିବର୍ତ୍ତନୀୟ ରଖିବାକୁ ଏଥିରେ ପରସ୍ପର ସହିତ ଲକିଂ ବା କୋଲପ ପଡ଼ିଗଲା ଭଳି ବ୍ୟବସ୍ଥା ରହିଥାଏ।

ବୈଦ୍ୟୁତିକ କୋଲପ ଏକ ଅପରିବର୍ତ୍ତନୀୟ ନିଧାର୍ଯ୍ୟ ବ୍ୟବସ୍ଥା। ଥରେ କୋଲପ ପଡ଼ିଗଲା ପରେ କେହି ଜଣେ ଏକା ଚେଷ୍ଟା କଲେ ବି ପରିବର୍ତ୍ତନ କରି ପାରିବ ନାହିଁ। ସରଳ ଭାଷାରେ କହିଲେ, ମୁଖ୍ୟ ରେଳ ଧାରଣା ଉପରେ ଧାବମାନ ରେଳ ଗାଡ଼ିର ଗତିପଥକୁ ବଦଳାଇ ପାର୍ଶ୍ୱ ଧାରଣା କିମ୍ବା ଲୁପ୍ ଲାଇନ୍ ଉପରକୁ ଆଣିବାକୁ ପଡ଼ିଲେ ଏକ ସଙ୍ଗେ ରେଳ ଧାରଣାକୁ ମୁଖ୍ୟ ରେଳ ଧାରଣାରୁ ଘୁଞ୍ଚାଇବାକୁ ପଡ଼େI ସଙ୍ଗେସଙ୍ଗେ ମୁଖ୍ୟ ରେଳ ଧାରଣାରେ ଲାଲ ସଙ୍କେତ ଜଳିଉଠେ ଓ ପାର୍ଶ୍ଵ-ରେଳ ଧାରଣାର ସଙ୍କେତ ହଳଦୀ ରଙ୍ଗର ହୁଏ। ରେଳଗାଡ଼ି ପାର୍ଶ୍ଵ-ରେଳଧାରଣାକୁ ଚାଲିଗଲା ପରେ ପୁଣି ଥରେ ସ୍ୱୟଂକ୍ରିୟ ବୈଦ୍ୟୁତିକ କୋଲପ ବ୍ୟବସ୍ଥା ଖୋଲାଯାଏ। ଘୁଞ୍ଚା ଯାଇଥିବା ରେଳ ଧାରଣାକୁ ପୂର୍ବାବସ୍ଥାକୁ ଫେରାଇ ଆଣିଲା ପରେ ସଙ୍କେତ ଆଲୋକର ରଙ୍ଗ ବଦଳେ। ଏହି ପ୍ରକ୍ରିୟା ପାଇଁ ସ୍ୱଳ୍ପ ସମୟ ଲାଗେ ଓ କିଛି ବି ଅସୁବିଧା ବା ବ୍ୟତିକ୍ରମ ହେଲେ ସମସ୍ତ ସଙ୍କେତ ଆଲୋକର ରଙ୍ଗ ଲାଲ ହୋଇ ରହେ ଓ ସବୁ ରେଳ ଅଟକିବାକୁ ବାଧ୍ୟ ହୁଅନ୍ତି। ବାହାନଗାରେ କିନ୍ତୁ ବ୍ୟତିକ୍ରମ ଥିଲେ ବି ସଙ୍କେତ ଆଲୋକର ରଙ୍ଗ ଉଭୟ ଲୁପ୍ ଲାଇନ୍ ଓ ମୁଖ୍ୟ ଲାଇନ୍ ପାଇଁ ସବୁଜ ରହିଥିଲା। ରେଳ ଧାରଣା ମୁଖ୍ୟ ଲାଇନଠାରୁ ବିଛିନ୍ନ ରହି ଲୁପ୍ ଲାଇନ୍ ସହ ଯୋଡ଼ିହୋଇ ରହିଥିଲା।

ଯେତେବେଳେ ଗୋଟିଏ ରେଳଗାଡ଼ି ଏକ ନିର୍ଦ୍ଦିଷ୍ଟ ଟ୍ରାକରେ ଯାଉଥାଏ ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ ସିଷ୍ଟମ୍ ଏହାର ଗତି, ସ୍ଥିତି ଏବଂ ଅନ୍ୟାନ୍ୟ ସୂଚନାକୁ ଠାବ କରିପାରେ। ବ୍ୟବସ୍ଥାରେ ଟ୍ରେଣ୍ଡ ସେନ୍ସର ଥିବାରୁ ଏହା ସମ୍ଭବ ହୁଏ। ଠାବ କରାଯାଉଥିବା ସୂଚନା ସିଗନାଲ ସିଷ୍ଟମ୍ ବା ସଙ୍କେତ ପ୍ରଣାଳୀକୁ ପଠାଯାଏ। ସିଗନାଲ୍ ସିଷ୍ଟମ୍ ସେହି ରେଳଗାଡ଼ିକୁ ସଠିକ୍ ସଙ୍କେତ ପଠାଏ, ଯାହା ଫଳରେ ଏହାର ଗତି, ଅବରୋଧ ଏବଂ ଅନ୍ୟାନ୍ୟ ସେନ୍ସରଗୁଡ଼ିକ ନିୟନ୍ତ୍ରିତ ହୋଇଥାଏ। ଏହା ଏକ ନିରନ୍ତର ପ୍ରକ୍ରିୟା, ଯାହା କ୍ରମାଗତ ଭାବରେ ଚାଲିଥାଏ ଏବଂ ରେଳଗାଡ଼ି ଗୁଡ଼ିକ ସଠିକ୍ ସଙ୍କେତ ପାଇ ଚାଲିଥାଆନ୍ତି। ବଡ଼କଥା ଯେ ଏହି ସମସ୍ତ କାର୍ଯ୍ୟଧାରାର ବିବରଣୀ କମ୍ପୁଟରରେ ସ୍ୱତଃ ଲିପିବଦ୍ଧ ରହେ ଓ ଖାତାପତ୍ରରେ ମଧ୍ୟ ଲେଖାଯାଇ ରଖାଯାଏ। ରିଲେ କୋଠରୀ ଓ ତଥ୍ୟ ଭଣ୍ଡାରରେ ସବୁଦିନର ସମସ୍ତ କାର୍ଯ୍ୟ ଲିପିବଦ୍ଧ ହୋଇଯାଏ।

ବାହାନଗା ରେଳ ଦୁର୍ଘଟଣାର ଲୁହ, କୋହ ଓ ଲହୁ ଶୁଖିନଥିବା ବେଳେ ଭଣ୍ଡାରୀପୋଖରୀ ରେଳ ଷ୍ଟେସନ ନିକଟରେ ଇଣ୍ଟରଲକ୍ ମଝିରେ କେହି ଜଣେ ଏକ ବଡ଼ ପଥର ରଖିଥିବାର ଦେଖାଯାଇଥିଲା। ତାହାକୁ ରେଳ କର୍ମଚାରୀ ଦେଖି ବାହାର କରିଦେଇ ନଥିଲେ ଆଉ ଗୋଟିଏ ନିଶ୍ଚିତ ରେଳ ଦୁର୍ଘଟଣା ଅବଶ୍ୟମ୍ଭାବୀ ଥିଲା। ତେବେ, ସେହି ଟ୍ରାକରେ ଗୋଟିଏ ମାଲବାହୀ ଗାଡ଼ି ଆସିବାର ଥିଲା ଓ ପଥରଟି ବାହାର କରାଯାଇ ନଥିଲେ ମାଲଗାଡ଼ିଟି ଲାଇନଚ୍ୟୁତ ହୋଇଯାଇ ଥାଆନ୍ତା। ଉଭୟ ବାହାନଗା ଓ ଭଣ୍ଡାରୀପୋଖରୀ ରେଳ ଷ୍ଟେସନ ନିକଟରେ ଇଣ୍ଟରଲକ୍ ବ୍ୟବସ୍ଥା ସହ ଏଭଳି ହୀନ କାର୍ଯ୍ୟକୁ ଦାୟିତ୍ୱହୀନତା କୁହାଯିବ କି ଦେଶଦ୍ରୋହୀଙ୍କ ଯୋଜନାବଦ୍ଧ କାର୍ଯ୍ୟକ୍ରମର ଅଂଶବିଶେଷ କୁହାଯିବ, ତାହା ତଦନ୍ତ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ହିଁ ଆଗାମୀ ଦିନରେ ପ୍ରକାଶ କରିବେ।

ଜର୍ମାନ ଦାର୍ଶନିକ ଜର୍ଜ ହେଗେଲ ଥରେ ଗୋଟିଏ ଚମତ୍କାର କଥା କହିଥିଲେ। ସେହି ପ୍ରସିଦ୍ଧ ଉକ୍ତିର ଗୋଟିଏ ଅଂଶ ଥିଲା, "ଆମେ ଇତିହାସ ପାଖରୁ କିଛି ହିଁ ଶିଖି ନଥାଉ!" ଆମ ଦେଶରେ ବାରମ୍ବାର ଏଭଳି ଛୋଟବଡ଼ ରେଳ ଦୁର୍ଘଟଣା ବାରମ୍ବାର ଘଟିଚାଲିଥିଲେ ବି ଏହା ସତ୍ୟ ଯେ ଭାରତୀୟ ରେଳପଥ ଓ ବ୍ୟବସ୍ଥାରେ ସର୍ବନିମ୍ନ ସୁରକ୍ଷିତ ଭିତ୍ତିଭୂମି ଉନ୍ନତିକରଣ କରାଯାଇପାରିନାହିଁ। ୨୦୧୮-୧୯ ବଜେଟରେ ରେଳ ଧାରଣା ମରାମତି ଏବଂ ନୂଆ ଟ୍ରାକ ବିଛାଇବା ପାଇଁ ୯,୬୦୭ କୋଟି ଟଙ୍କାର ବ୍ୟୟବରାଦ ହୋଇଥିଲାବେଳେ ପରବର୍ତ୍ତୀ ବର୍ଷ ୨୦୧୯-୨୦ ବଜେଟରେ ତାହାକୁ ୭,୪୧୭ କୋଟିକୁ କମାଇ ଦିଆ ଯାଇଥିଲା। ୨୦୨୨ ମସିହାର ସିଏଜି ରିପୋର୍ଟରେ କୁହାଯାଇଥିଲା ଯେ, ରେଳ ଧାରଣା ଗୁଡ଼ିକର ପରିସ୍ଥିତି ଅନୁଧ୍ୟାନ କରିବା ପାଇଁ ଯେଉଁ 'ଟ୍ରାକ ରେକର୍ଡିଙ୍ଗ କାର' ରହିଛି, ତାହାର ବ୍ୟବହାର ପ୍ରାୟ ହେଉନାହିଁ। ଗୁରୁତ୍ୱପୂର୍ଣ୍ଣ ନିରାପତ୍ତା ରକ୍ଷା ଓ ରେଳପଥର ଆବଶ୍ୟକ ନବୀକରଣ ପାଇଁ ପର୍ଯ୍ୟାପ୍ତ ଧ୍ୟାନ ନଦେଇ ନୂଆ ନୂଆ ଯାତ୍ରୀବାହୀ ରେଳ ଗାଡ଼ି ପ୍ରଚଳନ କରିବା କଥାରୁ 'ଆମେ ଇତିହାସ ପାଖରୁ କିଛି ହିଁ ଶିଖି ନଥାଉ' ଉକ୍ତିର ସତ୍ୟତା ସହଜେ ଅନୁମେୟ।

ଜାନକୀଶ ବଡ଼ପଣ୍ଡା

ଫୋ- ୯୪୩୮୨୯୯୦୩୭

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story