ପୁରୁଷର ବଳାତ୍କାର ମାନସିକତା ତା’ର ନିଜସ୍ଵ ନା ସାମାଜିକ ନା ପ୍ରକୃତିଦତ୍ତ?

ଦେବ ରଞ୍ଜନ ପୁରୁଷର ବଳାତ୍କାର ଉଦ୍ୟମ ପଛରେ ସେହି ବ୍ୟକ୍ତିର ନିଜସ୍ଵ ଅପରାଧିକ ଚିନ୍ତାଧାରା ଦାୟୀ କି ଏହା ପଛରେ କିଛି ସାମାଜିକ କାରଣ ରହିଛି ନା ପରିପାର୍ଶ୍ଵିକ ଆଧୁନିକ ସଭ୍ୟତା ଓ ଆଧୁନିକ ଯନ୍ତ୍ରପାତି ଏଥିଲାଗି ଦାୟୀ ଏଭଳି ଏକ ପ୍ରଶ୍ନର ସାମ୍ନା ଆମେ ସର୍ବଦା କରିଥାଉ। ସମୟ ସମୟରେ ଦେଶର ପ୍ରଭାବଶାଳୀ ନେତା ଏହାକୁ ‘ସ୍ଵାଭାବିକ’, ‘ତେଣୁ ଏହାକୁ ଉପଭୋଗ କର’ ଇତ୍ୟାଦି ମନ୍ତବ୍ୟ ଦେଇଥାନ୍ତି। ଏହା ବିପକ୍ଷରେ କୌଣସି କାର୍ଯ୍ୟନୁଷ୍ଠାନ ନା ପାର୍ଟି […]

Rape

Rape

Debendra Prusty
  • Published: Monday, 17 October 2022
  • Updated: 17 October 2022, 12:36 PM IST

Sports

Latest News

ଦେବ ରଞ୍ଜନ

ପୁରୁଷର ବଳାତ୍କାର ଉଦ୍ୟମ ପଛରେ ସେହି ବ୍ୟକ୍ତିର ନିଜସ୍ଵ ଅପରାଧିକ ଚିନ୍ତାଧାରା ଦାୟୀ କି ଏହା ପଛରେ କିଛି ସାମାଜିକ କାରଣ ରହିଛି ନା ପରିପାର୍ଶ୍ଵିକ ଆଧୁନିକ ସଭ୍ୟତା ଓ ଆଧୁନିକ ଯନ୍ତ୍ରପାତି ଏଥିଲାଗି ଦାୟୀ ଏଭଳି ଏକ ପ୍ରଶ୍ନର ସାମ୍ନା ଆମେ ସର୍ବଦା କରିଥାଉ। ସମୟ ସମୟରେ ଦେଶର ପ୍ରଭାବଶାଳୀ ନେତା ଏହାକୁ ‘ସ୍ଵାଭାବିକ’, ‘ତେଣୁ ଏହାକୁ ଉପଭୋଗ କର’ ଇତ୍ୟାଦି ମନ୍ତବ୍ୟ ଦେଇଥାନ୍ତି। ଏହା ବିପକ୍ଷରେ କୌଣସି କାର୍ଯ୍ୟନୁଷ୍ଠାନ ନା ପାର୍ଟି ସ୍ତରରେ ନା ଆଇନ ସ୍ତରରେ ନିଆଯାଏ।

ଭାରତର ବିଭିନ୍ନ ପ୍ରାନ୍ତରେ ରହିଥିବା ଆଦିବାସୀମାନଙ୍କର କଥିତ ଭାଷାରେ ‘ବଳାତ୍କାର’ ଶବ୍ଦର କୌଣସି ପ୍ରତିଶବ୍ଦ ନାହିଁ। ଯଦି ବି କେଉଁଠି କେଉଁ ଆଦିବାସୀ ଜନଜାତି ‘ବଳାତ୍କାର’ ବା ‘ଧର୍ଷଣ’ ପରି କୌଣସି ଶବ୍ଦ ବ୍ୟବହାର କରୁଥିବେ ତେବେ ତାହା ପାର୍ଶ୍ଵବର୍ତ୍ତୀ ଓଡ଼ିଆ, ହିନ୍ଦୀ, ତେଲେଗୁ ବା ଭୋଜପୁରୀ ଭାଷାର ପାଖାପାଖି କିଛି ଶବ୍ଦ ହୋଇଥିବ ଯାହା ପରବର୍ତ୍ତୀ ସମୟରେ ସେମାନଙ୍କ ଶବ୍ଦକୋଷକୁ ଆସିଛି। ଓଡ଼ିଶାରେ ଅନେକ ଆଦିବାସୀ ଜନଜାତି ‘ବଳାତ୍କାର’ ବା ‘ଧର୍ଷଣ’ର ନିଜସ୍ଵ ଶବ୍ଦ ଭାବରେ “ଖରାପ”  ଶବ୍ଦ ବ୍ୟବହାର କରିଥାନ୍ତି ଯାହା କି ପୁଣି ଏକ ଓଡ଼ିଆ ଶବ୍ଦ। ତେଣୁ ଏହା ପ୍ରକୃତିଦତ୍ତ ବ୍ୟବିଚାର ନୁହେଁ କି ସମସ୍ତ ସମାଜରେ ଏହା ଦେଖାଯାଇନଥାଏ।

ଆମ ପାଖରେ ଦୁଇ ସମାନ୍ତରାଳ ସମାଜ- ଆଦିବାସୀ ଓ ଅଣଆଦିବାସୀ- ରହିଛି। ଆଦିବାସୀ ସମାଜରେ ଆଦିବାସୀ ଯୁବକ ଦ୍ଵାରା ଆଦିବାସୀ ମହିଳାଙ୍କୁ ‘ବଳାତ୍କାର’ ବା ‘ଧର୍ଷଣ’ ଭଳି ଉଦାହରଣ ନଥିବା ବେଳେ (ଯେହେତୁ ସେଭଳି ଘଟଣା ନାହିଁ ତେଣୁ ଶବ୍ଦ ନାହିଁ) ଅଣଆଦିବାସୀ ସମାଜରେ ପୁରାଣଠାରୁ ଇତିହାସ ପର୍ଯ୍ୟନ୍ତ ପ୍ରତିଛତ୍ରରେ ଆମେ ଏପରି ଅମାନବୀୟ ଘଟଣାର ଦୃଷ୍ଟାନ୍ତ ପାଉଛେ। ଯୁଦ୍ଧରେ ବିଜିତ ରାଜାଙ୍କ ସୈନ୍ୟବାହିନୀର ଲୁଟ ଓ ବଳାତ୍କାରକୁ ମଧ୍ୟ ବିଜୟର ପ୍ରତୀକ ଭାବରେ ଧରାଯାଇଛି।

ଅନେକ ସାମ୍ପ୍ରଦାୟିକ ଦଙ୍ଗା ଓ ଜାତିଗତ ହିଂସା କ୍ଷେତ୍ରରେ ମହିଳାମାନେ ହିଁ ଆକ୍ରମଣକାରୀଙ୍କ ଭୋଗ୍ୟ ପାଲଟିଯା’ନ୍ତି। ସୁରକ୍ଷାକର୍ମୀଙ୍କ ଦ୍ଵାରା ବଳାତ୍କାରର ଶିକାର ହେବାର କୌଣସି ଅଭିଯୋଗର ଫଇସଲା ଦୀର୍ଘ ବର୍ଷ ପରେ ବି ହୋଇନାହିଁ। ତେଣୁ ଏହା ଯେ କେବଳ ବ୍ୟକ୍ତିଗତ ଚିନ୍ତାଧାରା ତାହା ନୁହେଁ। ବରଂ ସମାଜରେ ଓ ରାଷ୍ଟ୍ର ବ୍ୟବସ୍ଥାରେ ନାରୀ ପ୍ରତି ରହିଥିବା ଦୃଷ୍ଟିଭଙ୍ଗି ଯେ ବଳାତ୍କାର ଲାଗି ଦାୟୀ ତାହା ଏଥିରୁ ପ୍ରମାଣିତ ହେଉଛି।

ଅଥଚ ବଳାତ୍କାର ଭଳି ଏକ ଯୌନ ଅପରାଧକୁ ସଂପୂର୍ଣ୍ଣ ବ୍ୟକ୍ତିଗତ ଧରିବା କାରଣରୁ ବଳାତ୍କାରୀକୁ ଅଧିକ ଦଣ୍ଡ ଦେଲେ ବାକି ଅପରାଧୀ ଡରିଯିବେ ଓ ଅପରାଧ ବନ୍ଦ ହୋଇଯିବ, ସେଭଳି ଏକ ବିଚାର ସର୍ବଦା ଆମ ଭିତରେ ରହିଆସିଛି। କିନ୍ତୁ ବାସ୍ତବରେ ସେଭଳି ହେଉନାହିଁ। ସମାଜରେ ଯେଉଁମାନେ ଆର୍ଥିକ ଓ କ୍ଷମତା ଦୃଷ୍ଟିରୁ ଶକ୍ତିଶାଳୀ ତାଙ୍କ ଲାଗି କେସ ଫଇସଲା ନହୋଇ ପଡିରହିବା ଏକ ଆଶୀର୍ବାଦରେ ପରିଣତ ହୋଇଥାଏ।

ବଳାତ୍କାରୀକୁ ଅଧିକ ଦଣ୍ଡ ଦେବା ଉପରେ ସର୍ବଦା ଗୁରୁତ୍ଵ ଦିଆଯାଇଆସିଛି। ଆମେ ମନେପକାଇବା ଯେ ନବେ ଦଶକ ପର୍ଯ୍ୟନ୍ତ ବଳାତ୍କାରୀକୁ ସର୍ବାଧିକ ସାତ ବର୍ଷ ଜେଲ ଦଣ୍ଡ ଦେବାର ପ୍ରାବଧାନ ଥିଲା। ମାତ୍ର ନବେ ଦଶକ ପରେ ଏହାକୁ ଦଶ ବର୍ଷ ପର୍ଯ୍ୟନ୍ତ ବଢାଇବାର ପ୍ରାବଧାନ ରହିଲା। ପୁଣି ନିର୍ଭୟା ଘଟଣାରେ ଯଦିଓ ବର୍ମା କମିଶନ ସର୍ବାଧିକ କୋଡ଼ିଏ ବର୍ଷ (ବଳାତ୍କାର ଓ ହତ୍ୟା) ଲାଗି ପ୍ରସ୍ତାବ ଦେଲେ (ଓ ମୃତ୍ୟୁଦଣ୍ଡକୁ ଆଦୌ ଉଲ୍ଲେଖ କରିନଥିଲେ) କିନ୍ତୁ କଂଗ୍ରେସ ସରକାର ଉଭୟ ଆଜୀବନ କାରାଦଣ୍ଡ ଓ ମୃତ୍ୟୁଦଣ୍ଡ ଲାଗି ୨୦୧୩ ମସିହାରେ ଆଇନରେ ପ୍ରାବଧାନ ରଖିଲେ। ମୃତ୍ୟୁ ଦଣ୍ଡ ପରେ ତ ଅନ୍ୟ କୌଣସି ଦଣ୍ଡ ନାହିଁ! ଏବେ କିନ୍ତୁ ଆମକୁ ଚିନ୍ତା କରିବା ଜରୁରୀ ଯେ ତଥାପି କାହିଁକି ଏହି ଅପରାଧ କମୁନାହିଁ?

ଆମର ପାର୍ଶ୍ଵବର୍ତ୍ତୀ ଏହି ଆଦିବାସୀ ସମାଜରେ ଯେ କାହିଁକି ‘ବଳାତ୍କାର’ ଘଟଣା ହେଉନାହିଁ ବା କ୍ଵଚିତ ହେଉଛି ଅଥଚ ଅଣଆଦିବାସୀ ସମାଜରେ ଏହା ଏକ ବ୍ୟାଧିର ରୂପ କାହିଁକି ନେଉଛି ଏ ସମ୍ପର୍କରେ ଆମର ସମାଜ କାହିଁକି କେବେ ଚିନ୍ତା କରିନାହିଁ। ଅଥବା ଆଦିବାସୀ ମହିଳା ଅଣଆଦିବାସୀ ପୁରୁଷଙ୍କ ଦ୍ଵାରା ଯୌନ ହିଂସାର ଶିକାର ହେବାର ଅନେକ ଉଦାହରଣ ରହିଥିଲେ ବି ଆଦିବାସୀ ପୁରୁଷ ଦ୍ଵାରା ଅଣଆଦିବାସୀ ନାରୀ ଯୌନ ହିଂସାର ଶିକାର ହେବାର ଉଦାହରଣ ବିରଳ ପଛରେ କାରଣ କ’ଣ, ଏ ସମ୍ପର୍କରେ କେବେ ଚିନ୍ତା କରାଯାଇନାହିଁ କାହିଁକି?

ଏପରିକି ଭାରତୀୟ ହିନ୍ଦୁ ସମାଜରେ ଧର୍ଷିତାକୁ ନେଇ ଯେତିକି ଆଲୋଚନା ହୁଏ ବଳାତ୍କାରୀ ସମ୍ପର୍କରେ ତାହାଠାରୁ ବହୁତ କମ ଆଲୋଚନା ହୋଇଥାଏ। ବଳାତ୍କାରୀର ଜାତି, ବୟସ, ଧର୍ମ ଓ ଆର୍ଥିକ ସ୍ଥିତି ଇତ୍ୟାଦି ସମ୍ପର୍କରେ ଆମର କୌଣସି ସର୍ଭେ କେବେ ହୋଇନାହିଁ। ବଳାତ୍କାରୀର ପରିବାର ମଧ୍ୟରେ ଓ ତାହାର ସମାଜରେ ନାରୀ ପ୍ରତି ମାନସିକତା କ’ଣ ରହିଆସିଛି ସେ ସମ୍ପର୍କରେ ମଧ୍ୟ ଅନୁସନ୍ଧାନ ଓ ଆଲୋଚନା କେବେ ହେଉନାହିଁ।

ସମାଜରେ ବଳାତ୍କାର ଓ ଯୌନ ହିଂସା ବଢିବା ପଛରେ ସର୍ବଦା ଝିଅମାନଙ୍କର ପୋଷାକ, ଖାଦ୍ୟ ରୁଚି, ଚରିତ୍ର, ମୋବାଇଲ ଯନ୍ତ୍ରର ଅଧିକ ବ୍ୟବହାର, ନାରୀ ଓ ପୁରୁଷର ବନ୍ଧୁତା ଓ ଉଚ୍ଛୃଙ୍ଖଳ ବ୍ୟବହାର ଇତ୍ୟାଦି ସମ୍ପର୍କରେ ଅଧିକ ଆଲୋଚନା ହୋଇଥାଏ। ଏଠାରେ ଆଲୋଚନା ବା ବକ୍ତବ୍ୟ ରଖୁଥିବା ଲୋକ ପ୍ରାୟତଃ ପୁରୁଷ ହୋଇଥା’ନ୍ତି। ସେହିମାନେ ପୁଣି ସମାଧାନର ରାସ୍ତା ସମ୍ପର୍କରେ ବିଭିନ୍ନ ପ୍ରସ୍ତାବ ଦେଇଥା’ନ୍ତି।

ବିଡ଼ମ୍ବନା ଯେ ବଳାତ୍କାରର ଶିକାର ହେଉଥିବା ନାରୀ ସମ୍ପର୍କରେ ଆଲୋଚନା ହୁଏ ଓ ସେ କ’ଣ କରିବା ଉଚିତ, ସେ ନିଜର ସୁରକ୍ଷା କେଉଁଭଳି ନେବା ଉଚିତ ସେଥିଲାଗି ବିଭିନ୍ନ ଟ୍ରେନିଂ (ଜୁଡୋ, କରାଟି ଇତ୍ୟାଦି) ବ୍ୟବସ୍ଥା କରିଦିଆଯାଉଛି। ଏହା ଧରିନିଆଯାଇଛି ଯେ ପୁରୁଷମାନେ ଏକୁଟିଆ ପାଇଲେ ନାରୀ ପ୍ରତି ଏଭଳି ଆଚରଣ କରିବେ ଓ ନାରୀକୁ ସେଥିଲାଗି ସୁରକ୍ଷିତ ରହିବା ଆବଶ୍ୟକ। ପୁରୁଷର ମାନସିକତା, ତାହାର ପରିପାର୍ଶ୍ଵ ଓ ତାହାର ସାମାଜ ସମ୍ପର୍କରେ ଆଲୋଚନା ହେଉନାହିଁ ଅଥବା ପୁରୁଷକୁ ଏଭଳି ମାନସିକତାରୁ ବାହାରକୁ ଆଣିବା ଲାଗି କୌଣସି ଉଦ୍ୟମ କରାଯାଉନାହିଁ।

ଖବରକାଗଜରେ ବଳାତ୍କାରର ଘଟଣାକୁ ପ୍ରଥମ ପୃଷ୍ଠାରେ ଦିଆଯାଇଥାଏ ଓ ସମୟ ସମୟରେ ଘଟଣାର ବର୍ଣ୍ଣନା ଏଭଳି ହୋଇଥାଏ ଯେମିତି ରିପୋର୍ଟର ସେହି ସ୍ଥାନର ଥିଲେ ଓ ସେ ଯେପରି ପ୍ରତ୍ୟକ୍ଷଦର୍ଶୀ ବିବରଣୀ ଲେଖୁଛନ୍ତି। ନାରୀ ଉପରେ ହେଉଥିବା ଏଭଳି ଜଘନ୍ୟ ଅପରାଧ ସମ୍ପର୍କରେ ଲେଖୁଥିବା ରିପୋର୍ଟର ଜଣକ ଅଧିକାଂଶ କ୍ଷେତ୍ରରେ ପୁରୁଷ ହୋଇଥା’ନ୍ତି ଓ ସେ ଅତି ରୋଚକ ଢଙ୍ଗରେ ତାହାକୁ ଉପସ୍ଥାପନ କରିଥା’ନ୍ତି। କିନ୍ତୁ ସେହି ଦିନକ ଘଟଣା ପରେ ଏହା ଆଉ ଖବର ହୋଇନଥାଏ।

ବଳାତ୍କାରୀ ଯଦି ଗିରଫ ହୋଇ ଦଣ୍ଡିତ ହୁଏ ଅଥବା ମୁକ୍ତ ହୁଏ ତେବେ ଏକ ଅତି ଛୋଟ ଖବର କେବଳ ପ୍ରକାଶ ପାଇଥାଏ। ଏହାର ବ୍ୟତିକ୍ରମ କେବଳ ପୋକସୋ କେସ ଓ ମୃତ୍ୟୁଦଣ୍ଡ କ୍ଷେତ୍ରରେ ଆମେ ଦେଖିଥାଉ। ଘଟଣା ଘଟିବା ସମୟରେ ଖବରକାଗଜମାନେ ଦେଉଥିବା ସ୍ଥାନ ଓ ସେହି ଘଟଣାର ବର୍ଣ୍ଣନା ତୁଳନାରେ ଦଣ୍ଡିତ ବା ମୁକ୍ତ ହେବା ସମୟରେ ଦେଉଥିବା ସ୍ଥାନ ଏତେ କମ ହୋଇଥାଏ ଓ ବର୍ଣ୍ଣନା ଏତେ ସଂକ୍ଷିପ୍ତ ହୋଇଥାଏ ଯେ ସାଧାରଣ ପାଠକର ନଜରରେ ତାହା ଆଦୌ ଆସିନଥାଏ।

ନିଜର ବିଚାର ସମୟରେ ଅଭିଯୁକ୍ତ ତରଫରୁ ଘଟଣାକୁ ଚାପି ଦେବା ଓ ସଂପୂର୍ଣ୍ଣ ଘଟଣାକୁ ମିଥ୍ୟା ପ୍ରମାଣିତ କରିବାର ଉଦ୍ୟମ ଯେ କରାଯାଇନଥାଏ ନୁହେଁ। କିନ୍ତୁ ସେ ସମ୍ପର୍କରେ ଆମେ ଆଦୌ ଅବଗତ ନଥାଉ। ସେଭଳି ଉଦ୍ୟମ ଯେ ହୋଇଥାଏ ତାହା ଆମେ ସମୟ ସମୟରେ ହିନ୍ଦୀ ଫିଲ୍ମମାନଙ୍କରେ (‘ପିଂକ’ ଓ ‘ଦାମିନୀ’ ଭଳି କ୍ଵଚିତ ଫିଲ୍ମ) କେବଳ ଦେଖିଥାଉ। ଅତୀତରେ ଛବିରାଣୀ, ଅଞ୍ଜନା ଓ ସ୍ନେହଲତା ଇତ୍ୟାଦି ଅନେକ ଘଟଣାରେ ଅନେକ ମିଛର ଆଶ୍ରୟ ନେଇ ପ୍ରକୃତ ଅଭିଯୁକ୍ତଙ୍କୁ ଖସାଇଦିଆଯାଇଛି ବା ଦଣ୍ଡର ମାତ୍ରା କମ କରିଦିଆଯାଇଛି। କିନ୍ତୁ ଗଣମାଧ୍ୟାମ ଓ ସରକାର ଏ ଦିଗରେ କେବେ ଧ୍ୟାନ ଦେଇନଥାନ୍ତି।

ଆଜିର ସମୟରେ ଉଭୟ ପୁଲିସ ଓ ଓକିଲ ଏ କଥା ଧରିନେଇଛନ୍ତି ଯେ ଅନେକ ମହିଳା ‘ଧର୍ଷଣ’ ଭଳି ମିଥ୍ୟା ଅଭିଯୋଗ ଆଣି ପୂର୍ବ ଶତ୍ରୁତାର ପ୍ରତିଶୋଧ ନେଉଛନ୍ତି।  ହୁଏତ କେତେକ କ୍ଷେତ୍ରରେ ଏହା ସତ୍ୟ ମଧ୍ୟ ଓ ଏହା ମିଳିତ ଉଦ୍ୟମରେ ହୋଇଥାଏ। କିନ୍ତୁ ପୁଲିସର ଅନୁସନ୍ଧାନ ଓ କୋର୍ଟରେ ପ୍ରତିପକ୍ଷର ଯୁକ୍ତି ଏହି ଆଧାରରୁ ଆରମ୍ଭ ହୋଇଥାଏ ଯେ ଅଭିଯୋଗ ମିଥ୍ୟା।

ମେଡିକାଲ ରିପୋର୍ଟରେ ଯଦି ସତ୍ୟ ପ୍ରମାଣିତ ହେଲା ତେବେ ନାରୀର ଚରିତ୍ର ଅଥବା ଉଭୟଙ୍କ ସହମତି ପ୍ରସଙ୍ଗ ଉତ୍ଥାପନ କରି ଅଭିଯୁକ୍ତକୁ ଖଲାସ କରିବା ଲାଗି ଉଦ୍ୟମ କରାଯାଇଥାଏ। କେତେକ କ୍ଷେତ୍ରରେ ଏହି ଯୁକ୍ତି କୋର୍ଟ ସାମ୍ନାରେ ଏପରି ରଖିଦିଆଯାଏ ଯାହା ଦ୍ଵାରା ଅଭିଯୁକ୍ତ ଦୀର୍ଘ ବର୍ଷ ପରେ “ପ୍ରମାଣ ଅଭାବରୁ” ଖସିଯାଇଥାଏ। ଉଭୟ କ୍ଷେତ୍ରରେ, ମିଥ୍ୟା ହେଉ ବା ସତ୍ୟ, ନାରୀ କ୍ଷତିଗ୍ରସ୍ତ ହୁଏ। ଏଥିରେ ସାମିଲ ଥିବା ପୁଲିସ, ଓକିଲ, ସାକ୍ଷୀ, ଫୋରେଂସିକ ବିଜ୍ଞାନୀ ଓ ଅଭିଯୁକ୍ତ ସମାନ ମାନସିକତାର ହୋଇଯା’ନ୍ତି। ସମସ୍ତେ ସମ୍ଭାବ୍ୟ ବଳାତ୍କାରୀରେ ପରିଣତ ହୋଇଯା’ନ୍ତି।

ଆମ ସମାଜରେ ବେଶ କିଛି ଭ୍ରାନ୍ତ ଧାରଣା ପିଲା ବେଳୁ ରହିଆସିଛି। ସେଗୁଡିକ ହେଲା; କ) ନାରୀ ଯୌନ ସମ୍ପର୍କ ପାଇଁ ଆଗ୍ରହୀ ଓ ସେ ଭାଷାରେ ନକହି ନିଜର ପୋଷାକ ଓ ଶରୀରର ଭାବଭଙ୍ଗୀ ଦ୍ଵାରା ତାହା ସୂଚାଇଥାଏ (ଯାହା ଆମେ ବିଭିନ୍ନ ଫିଲ୍ମରେ ମଧ୍ୟ ଦେଖିଥାଉ), ଖ) ସେମାନଙ୍କର ଆଗ୍ରହ (orgasm) ଏଥିରେ ଏତେ ବଢ଼ିଯାଏ ଯେ ସେମାନେ ବଳାତ୍କାରକୁ ଭଲପା’ନ୍ତି, ଗ) ମହିଳାମାନେ ଅଜଣା ଲୋକଙ୍କ ଦ୍ଵାରା ବଳାତ୍କାରର ଶିକାର ହୁଅନ୍ତି (ଯଦିଓ ସମସ୍ତ ସର୍ଭେ କହୁଛି ଯେ ୯୦ ପ୍ରତିଶତ କେସରେ ବଳାତ୍କାରୀଙ୍କୁ ମହିଳା ଜଣକ ପୂର୍ବରୁ ଜାଣିଥାନ୍ତି), ଘ) ମହିଳାମାନେ ଚାହିଁଲେ ବଳାତ୍କାରକୁ ଏଡ଼ାଇଯାଇପାରିଥାନ୍ତେ ଏବଂ ଚ) ବଳାତ୍କାରୀ ଜଣେ ଜଣେ ମାନସିକ ରୋଗୀ ଯାହା ସହିତ ସମାଜର ବାକି ଲୋକଙ୍କର କୌଣସି ସମ୍ବନ୍ଧ ନାହିଁ ଓ ସେ ଆମ ଭଳି ସାଧାରଣ ମଣିଷ ନୁହନ୍ତି।

ପ୍ରକୃତ କ୍ଷେତ୍ରରେ ଏଥିରୁ କୌଣସିଟି ବି ସତ୍ୟ ନୁହେଁ। ନାରୀ ବି ସମାନ ଭାବରେ ଜଣେ ମଣିଷ ଯିଏ ନିଜର ଆଗ୍ରହ, ନିଜର ପସନ୍ଦ ଓ ପ୍ରେମକୁ ନେଇ ବେଶ ସଚେତନ ଯେମିତି ପୁରୁଷ ଦାବି କରେ ଯେ ସେ ସଚେତନ। ଦୁଃଖର କଥା ଯେ ପୁରୁଷ ସମାଜ ଏହାକୁ ଗ୍ରହଣ କରିପାରେନାହିଁ। କୌଣସି ବି ନାରୀ ନିଜ ଉପରେ ହୁକୁମ କରୁଥିବା ପୁରୁଷକୁ ବନ୍ଧୁ କରିବା ଲାଗି ପସନ୍ଦ କରିନଥା’ନ୍ତି। କିନ୍ତୁ ପୁରୁଷର ଏକପାଖିଆ ଗୁଣକୁ ସଂପୂର୍ଣ୍ଣ ନା କରିବା ତାହା ଲାଗି ଅନେକ ଚିନ୍ତା ଓ ପରିଶ୍ରମର ବିଷୟ ହୋଇଥାଏ। ଏହିଠାରେ ଅନେକ ମହିଳା ଶିକାର ହୋଇଯା’ନ୍ତି।

ପୁରୁଷର ମାନସିକତା ଯେ ସେ କୌଣସି ନାରୀର ସମ୍ପର୍କରେ ଆସିଲେ ତାହା ସହିତ ତୁରନ୍ତ ସମ୍ପର୍କ ରଖିବାର ଆଗ୍ରହ ଦେଖାଇଥାଏ। ଏହି ମାନସିକତା ହେତୁ ଲିଫ୍ଟ ମଧ୍ୟରେ, ବସରେ, ପାର୍କରେ, ରାତିର ଅନ୍ଧାରରେ, ଘରେ ବା କୌଣସି ଏକ ନିରୋଳା ସ୍ଥାନରେ ଭେଟୁଥିବା ମହିଳାଙ୍କ ପ୍ରତି ତୁରନ୍ତ କିଛି ଅଘଟଣ ହୋଇଥାଏ।

ଅଣ ଆଦିବାସୀ ପରିବାରରେ ପୁରୁଷକୁ ଅଧିକ ପ୍ରାଧାନ୍ୟ ଦେବା ଓ ନାରୀ ନିଜର ଇଚ୍ଛାକୁ ନିଜ ଭିତରେ ସର୍ବଦା ଚାପି ରଖିବା କାରଣରୁ ପୁରୁଷପ୍ରାଧାନ୍ୟ ଧାରଣା ଆମର ସମାଜରେ ବସିଯାଇଛି। ଯଦି ନାରୀ ଜଣକ ନିମ୍ନ ଜାତିର ଗରିବ ପରିବାରର ଓ ସେ ପରିସ୍ଥିତି ବଶତଃ କୌଣସି ଉଚ୍ଚ ଜାତି, ସ୍ୱଚ୍ଛଳ ଓ ନାରୀ ପୁରୁଷର ପ୍ରଭେଦକୁ ଯଥାର୍ଥ ମନେକରୁଥିବା ଯୌନବିକାରଗ୍ରସ୍ତ ପୁରୁଷ ବା ଅଧିକ ପୁରୁଷଙ୍କ ନିକଟବର୍ତ୍ତୀ କୌଣସି ଏକ ଏକାନ୍ତ ଅଞ୍ଚଳରେ ହୋଇଯାଉଛନ୍ତି ତେବେ ଯୌନ ପୀଡାର ଶିକାର ହେବା ନିଶ୍ଚିତ ହୋଇଯାଇଥାଏ। କେତେକ ଘଟଣା ଲୋକଲୋଚନାକୁ ଆସିଥାଏ ଓ କେତେକ ଆସିନଥାଏ। ଆମ ସମାଜ ଏ ବିଷୟରେ ଅଧିକ ଚିନ୍ତା କରିବା ଆବଶ୍ୟକ।

ଆଦିବାସୀ ସମାଜ ଏଥିଲାଗି ଭିନ୍ନ। ସେଠାରେ ନାରୀର ନିଜସ୍ଵ ପସନ୍ଦ ଉପରେ ବାପା ବା ଭାଇର ମଧ୍ୟ କୌଣସି କର୍ତ୍ତୃତ୍ଵ ନାହିଁ। ସେ ନିଜ ଇଚ୍ଛାରେ ବିବାହ କରିଥାଏ ଓ ଯେତେବେଳେ ମନ କଲା ଯଦି ସ୍ଵାମୀର ବ୍ୟବହାର ଠିକ ନରହେ ତେବେ ମା’ଟିଏ ମଧ୍ୟ ପିଲାମାନଙ୍କୁ ସ୍ଵାମୀ ପାଖରେ ରଖିଦେଇ ଖୁସି ଖୁସିରେ ଘର ଛାଡ଼ି ଚାଲିଆସେ। ଆଦିବାସୀ ବିବାହିତା/ଅବିବାହିତା ନାରୀର ପୁରୁଷ ଲାଗି ବ୍ରତ ରଖିବାର ପରମ୍ପରା ଆଦୌ ନାହିଁ। ଏଥିଲାଗି ଆଦିବାସୀ ସମାଜରେ ‘ସ୍ଵାମୀ ପରିତ୍ୟକ୍ତା’, ‘ବିଧବା’, ‘ବେଶ୍ୟା’ ଭଳି କୌଣସି ଶବ୍ଦ ମଧ୍ୟ ନାହିଁ। ଏପରିକି “ଅବୈଧ ସନ୍ତାନ” ବୋଲି କିଛି ନଥାଏ। ସମସ୍ତେ ସେହି ଗାଁର ନିଜ ସମାଜର ବୋଲି ଧରିନିଆଯାଇଥାଏ।

ଅଣଆଦିବାସୀ ସମାଜରେ ପୁରୁଷର ନାରୀ ପ୍ରତି ଚିନ୍ତାଧାରା ବଦଳିବାର ଆବଶ୍ୟକତା ରହିଛି। ନାରୀ ଓ ପୁରୁଷ ଉଭୟ ମଣିଷ ଓ ଉଭୟଙ୍କର ପରିବାର, ସମାଜ, ପୁରାଣ, ସଂସ୍କୃତି ସବୁଠାରେ ସମାନ ଆଚରଣ ରହିବା ପରେ ଯାଇ ନାରୀ ବଳାତ୍କାର ଭଳି ଜଘନ୍ୟ ଅପରାଧରୁ ସୁରକ୍ଷିତ ହୋଇପାରିବ।

ଫୋନ : ୯୪୩୭୭୬୨୨୭୨

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story