ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନର ସମସ୍ୟା ଓ ସଂକଟ

କେନ୍ଦ୍ର ସରକାର ନିକଟରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏ ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବା ପରେ ଏନେଇ ଚର୍ଚ୍ଚାଟି ଜୋର ଧରିଛି। ସରକାରୀ ଦଳର ବିଚାର ମୁତାବକ ଏହି କମିଟି ଆଗାମୀ ଦିନରେ ‘ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ’ ପାଇଁ ସରକାରଙ୍କୁ ସୁପାରିଶ କରିବ ବୋଲି ଆଶା କରାଯାଉଛି। ତେବେ କମିଟିରେ କେବଳ ଆଇନଜୀବୀ ହରିଶ୍ ସାଲଭେଙ୍କୁ ବାଦ ଦେଲେ ଅନ୍ୟ କେହି ସମ୍ବିଧାନ ଉପରେ ବିଶେଷଜ୍ଞ ନଥିବାରୁ ଏହାର ରିପୋର୍ଟକୁ ନେଇ ଗୁରୁତର ସନ୍ଦେହ ସୃଷ୍ଟି ହେବା ସ୍ୱାଭାବିକ।

One Nation One Election

One Nation One Election

Debendra Prusty
  • Published: Saturday, 23 September 2023
  • Updated: 23 September 2023, 03:29 PM IST

News Highlights

  • ଅନେକ ସମସ୍ୟା ସୃଷ୍ଟି କରିପାରେ ଏକ ରାଷ୍ଯ୍ର ଏକ ନିର୍ବାଚନ।
  • ସାମ୍ବିଧାନିକ ସଂକଟ ମଧ୍ୟ ସୃଷ୍ଟି ହେବାର ଆଶଙ୍କା ରହିଛି।

Sports

Latest News

ଭାଲଚନ୍ଦ୍ର ଷଡ଼ଙ୍ଗୀ

୨୦୨୪ର ସାଧାରଣ ନିର୍ବାଚନ ଏବଂ ପାଞ୍ଚୋଟି ରାଜ୍ୟର ବିଧାନସଭା ନିର୍ବାଚନର ଠିକ୍ ପୂର୍ବରୁ ‘ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ’ ପ୍ରସଙ୍ଗକୁ ନେଇ ଦେଶରେ ବିତର୍କ ଆରମ୍ଭ ହୋଇଛି। କେନ୍ଦ୍ର ସରକାର ନିକଟରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏ ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବା ପରେ ଏନେଇ ଚର୍ଚ୍ଚାଟି ଜୋର ଧରିଛି। ସରକାରୀ ଦଳର ବିଚାର ମୁତାବକ ଏହି କମିଟି ଆଗାମୀ ଦିନରେ ‘ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ’ ପାଇଁ ସରକାରଙ୍କୁ ସୁପାରିଶ କରିବ ବୋଲି ଆଶା କରାଯାଉଛି। ତେବେ କମିଟିରେ କେବଳ ଆଇନଜୀବୀ ହରିଶ୍ ସାଲଭେଙ୍କୁ ବାଦ ଦେଲେ ଅନ୍ୟ କେହି ସମ୍ବିଧାନ ଉପରେ ବିଶେଷଜ୍ଞ ନଥିବାରୁ ଏହାର ରିପୋର୍ଟକୁ ନେଇ ଗୁରୁତର ସନ୍ଦେହ ସୃଷ୍ଟି ହେବା ସ୍ୱାଭାବିକ।

‘ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ’ ବ୍ୟବସ୍ଥା ପଛରେ ସରକାରଙ୍କର ଯୁକ୍ତି ହେଲା, ଏହା ଫଳରେ ଉଭୟ ସରକାର ଓ ରାଜନୈତିକ ଦଳମାନଙ୍କର ନିର୍ବାଚନ ଖର୍ଚ୍ଚ କମିବ। କାରଣ ବାରମ୍ବାର ନିର୍ବାଚନ ହେବା ଫଳରେ ଦେଶର ରାଜକୋଷରୁ ପ୍ରଚୁର କ୍ଷତି ହେଉଛି। ଏହା ସହିତ ରାଜନୈତିକ ଦଳମାନେ ସବୁବେଳେ ନିର୍ବାଚନୀ ମୁଡ଼ରେ ରହୁଥିବାରୁ ପ୍ରଶାସନ ଉପରେ ଧ୍ୟାନ ଦେବାକୁ ଆବଶ୍ୟକୀୟ ସମୟ ପାଇପାରୁ ନାହାନ୍ତି। ପୁଣି ନିର୍ବାଚନର ଆଚରଣ ବିଧି ଲାଗୁ ହେବା ଫଳରେ ସରକାରଙ୍କ ଉନ୍ନୟନ କାମ ସବୁ ଅନେକ ଦିନ ପର୍ଯ୍ୟନ୍ତ ବନ୍ଦ ହୋଇଯାଉଛି। ଏଭଳି ପରିସ୍ଥିତିରେ ଉନ୍ନୟନ କାମକୁ ଅବ୍ୟାହତ ରଖିବାକୁ ତଥା ସରକାର ଓ ରାଜନୈତିକ ଦଳମାନଙ୍କ ଅନାବଶ୍ୟକ ଖର୍ଚ୍ଚକୁ ବନ୍ଦ କରିବାକୁ ହେଲେ ଲୋକସଭାଠାରୁ ଆରମ୍ଭ କରି ବିଧାନସଭା ଏପରିକି ପୌରପାଳିକା ଓ ଗ୍ରାମ ପଞ୍ଚାୟତ ପର୍ଯ୍ୟନ୍ତ ସମସ୍ତ ନିର୍ବାଚନ ଗୋଟିଏ ଥରରେ ହେବା ଜରୁରୀ। ତେବେ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଯେତେବେଳେ ନିର୍ବାଚନକୁ ଜନଗଣଙ୍କ ଇଚ୍ଛା ବା ମତ ପ୍ରକାଶର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ଭାବେ ଧରାଯାଇଥାଏ ତାହାକୁ ଶାସନ ପାଇଁ ପ୍ରତିବନ୍ଧକ ଭାବେ ଗ୍ରହଣ କରିବା ହିଁ ଅଗଣତାନ୍ତ୍ରିକ। ତେବେ ବିଭିନ୍ନ ସମୟରେ ଦେଖାଯାଏ ପ୍ରଧାନମନ୍ତ୍ରୀଙ୍କ ପରି ବହୁ ନେତା ସବୁବେଳେ ନିର୍ବାଚନୀ ମୁଡ଼ରେ ରହିଥାନ୍ତି। ହାଇଦ୍ରାବାଦ ମହାନଗର ନିଗମ ନିର୍ବାଚନଠାରୁ ଆରମ୍ଭ କରି ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନରେ ସେମାନେ ଶହ ଶହ ନିର୍ବାଚନୀ ସଭା ଓ ରୋଡ଼ ଶୋ କରି ମାସ ମାସ ଧରି ନିଜ ସମୟକୁ ବିନିଯୋଗ କରୁଛନ୍ତି।

‘ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ’ ନୀତିର ପଥ ପ୍ରଦର୍ଶକ ହେଉଛି ୟୁରୋପ। ସେଠାକାର ସାତୋଟି ଦେଶ ଏହକ୍ଷଣି ‘ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ’ ନୀତିକୁ କାର୍ଯ୍ୟକାରୀ କରିଛନ୍ତି। କିନ୍ତୁ ସେହି ସାତୋଟି ଯାକ ହେଉଛନ୍ତି ଅତ୍ୟନ୍ତ ଛୋଟ ଛୋଟ ଦେଶ। ସେମାନଙ୍କ ଦେଶରେ ଗୋଟିଏ ସମ୍ପ୍ରଦାୟର ଲୋକ ହିଁ ପ୍ରାୟତଃ ବସବାସ କରନ୍ତି। ଅତଏବ କେବଳ ଗୋଟିଏ ସମ୍ପ୍ରଦାୟ ଓ ସଂସ୍କୃତି ରହିଥିବା ସେସବୁ ଛୋଟ ଦେଶରେ ‘ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ’ ନୀତିଟି ସଫଳ ହେଲା ବୋଲି ତାହା ଅବିକଳ ଭାବେ ଭାରତରେ ସଫଳ ହେବ ବୋଲି କହିବା ଭୁଲ ହେବ। ବହୁଭାଷୀ ଓ ବହୁସଂସ୍କୃତିର ଏତେ ବଡ଼ ବିରାଟ ଦେଶ, ଭାରତରେ ତାହା କଦାପି ସଫଳ ହୋଇ ନପାରେ। କାରଣ ଏଠାରେ ନିର୍ବାଚନରେ ଆଂଚଳିକ ଦଳମାନଙ୍କର ଏକ ଦୃଢ଼ ପ୍ରଭାବ ଓ ଭୂମିକା ରହିଛି।

ଆମ ଦେଶରେ ସ୍ୱାଧୀନତା ପରେ କେବଳ ୧୯୫୨ରୁ ୧୯୬୭ ମଧ୍ୟରେ ହିଁ ଉଭୟ ଲୋକସଭା ଓ ବିଧାନସଭାର ଏକା ସଙ୍ଗେ ନିର୍ବାଚନ ହେଉଥିଲା। ଯଦିଓ ୧୯୫୭ରେ କେରଳରେ ଇଏମ୍‌ଏସ୍ ନମ୍ବୁଦ୍ରିପଦଙ୍କ ମୁଖ୍ୟମନ୍ତ୍ରୀତ୍ୱରେ ଚାଲିଥିବା ସରକାରକୁ ନେହରୁଙ୍କ ସରକାର ଅଗଣତାନ୍ତ୍ରିକ ଭାବେ ଭାଙ୍ଗିବା ପରେ ଏକାସଙ୍ଗରେ ନିର୍ବାଚନର ଧାରା ଭାଙ୍ଗିବା ଆରମ୍ଭ କରିଥିଲା। କିନ୍ତୁ ତାକୁ ଛାଡ଼ିଲେ ୧୯୬୭ ପର୍ଯ୍ୟନ୍ତ ପ୍ରାୟତଃ ସାରା ଦେଶରେ ଗୋଟିଏ ଥରରେ ହିଁ ନିର୍ବାଚନ ହେଉଥିଲା। ଅବଶ୍ୟ ସେତେବେଳେ ଗୋଟିଏ ଦଳ (କଂଗ୍ରେସ) ହିଁ ଉଭୟ କେନ୍ଦ୍ର ଓ ରାଜ୍ୟମାନଙ୍କରେ ଶାସନ କ୍ଷମତାରେ ରହିଥିଲା। ସେମାନେ ନିଜର ସଂଖ୍ୟାଗରିଷ୍ଠତା ଯୋଗୁଁ ରାଜ୍ୟରେ ନିଜର ଇଚ୍ଛା ମୁତାବକ ମୁଖ୍ୟମନ୍ତ୍ରୀ ବି ବଦଳାଇ ପାରୁଥିଲେ। କହିବାକୁ ଗଲେ, ତାହା ବସ୍ତୁତଃ ଗୋଟିଏ ଦେଶ ଗୋଟିଏ ପାର୍ଟିର ଶାସନ ଥିଲା। ଏବେ ସେହିପରି ଗୋଟିଏ ପାର୍ଟିର ଶାସନ ଜାରି ରଖିବାକୁ ଏଭଳି ଏକ ପ୍ରୟାସ ପଛରେ ନିହିତ ଉଦ୍ଦେଶ୍ୟ ଥାଇପାରେ। ୧୯୬୭ ପରେ ଲୋକେ ସେଭଳି ପରିସ୍ଥିତିକୁ ବଦଳାଇ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ପାର୍ଟିକୁ ଶାସନକୁ ଆଣିଲେ। ଆଜି ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ପାର୍ଟିର ସରକାର ଏକ ବାସ୍ତବତା ଅଟେ।

ତେବେ ‘ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ’କୁ ବାସ୍ତବରେ ଲାଗୁ କରିବା ଆଦୌ ସହଜ ନୁହେଁ। କାରଣ ଆମର ସମ୍ବିଧାନ ପ୍ରତି ପାଞ୍ଚ ବର୍ଷରେ ଥରେ ନିର୍ବାଚନ କରିବା କଥା କହୁଛି। ଯଦି ଗୋଟିଏ ଦେଶ ଗୋଟିଏ ନିର୍ବାଚନ କରାଯିବ ତାହେଲେ ଏଥିପାଇଁ ସମ୍ବିଧାନରେ ସଂଶୋଧନ କରିବାକୁ ହେବ। ଏଭଳି ବିଚାର ଦେଶର ଗଣତନ୍ତ୍ର ଓ ସଂଘୀୟ ବିଚାରର ପରିପନ୍ଥୀ। ବିଭିନ୍ନତା ମଧ୍ୟରେ ଏକତା ଓ ବହୁଳତାବାଦୀ ବିଚାରକୁ ଗୁରୁତ୍ୱ ଦେଇ ଆସିଥିବା ଆମ ସମ୍ବିଧାନକୁ ‘ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ’ର ବ୍ୟବସ୍ଥା ଏକଦମ୍ ଦୁର୍ବଳ କରିବା ସହ ଦେଶରେ ଏକଛତ୍ରବାଦୀ ଶାସନ ପାଇଁ ବାଟ ଖୋଲିଦେବ। ବର୍ତ୍ତମାନ ସମ୍ବିଧାନରେ ରହିଥିବା ରାଜ୍ୟମାନଙ୍କ କ୍ଷମତାକୁ ଖର୍ବ କରି କେନ୍ଦ୍ର ସରକାର ପାଖରେ କ୍ଷମତାକୁ କେନ୍ଦ୍ରୀଭୂତ କରିବ।

ଅବଶ୍ୟ ବର୍ତ୍ତମାନ କେନ୍ଦ୍ରରେ ଥିବା ଶାସକ ଦଳ ପାଇଁ ‘ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ’ର ସ୍ଳୋଗାନଟି ନୂଆଁ ନୁହେଁ। ୨୦୧୪ରେ ପ୍ରଥମ ଥର ପାଇଁ ପୂର୍ଣ୍ଣ ବହୁମତ ହାସଲ କରି କ୍ଷମତାକୁ ଆସିବା ପରେ ଦଳୀୟ ନେତାମାନେ ପ୍ରଥମେ ଏହି ସ୍ଳୋଗାନ ଦେଇଥିଲେ। ୨୦୧୫ ମସିହାରେ ଏକ ସଂସଦୀୟ କମିଟି ଏନେଇ ଏକ ରିପୋର୍ଟ ଜାରୀ କରି ଦେଶରେ ଏକାଥରକେ ସବୁ ନିର୍ବାଚନ କରିବାକୁ ସୁପାରିଶ କରିଥିଲା। ପରେ ୨୦୧୭ ମସିହାରେ କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ମଧ୍ୟ ଏନେଇ ସୁପାରିଶ କରିଥିଲା। ୨୦୧୮ ମସିହାର ଅଗଷ୍ଟ ମାସରେ ମଧ୍ୟ ଜାତୀୟ ଆଇନ କମିଶନ ଏନେଇ ଏକ ଚିଠା ବା ଖସଡ଼ା ରିପୋର୍ଟ ତିଆରି କରିବା ସହ ତାକୁ ଲାଗୁ କରିବାକୁ ସରକାରଙ୍କୁ ସୁପାରିଶ କରିଥିଲା। ଉପରୋକ୍ତ ରିପୋର୍ଟ ଓ ସୁପାରିଶମାନଙ୍କରେ ‘ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ’ ପାଇଁ ବିଭିନ୍ନ ବ୍ୟବସ୍ଥା ଗ୍ରହଣର ପ୍ରସ୍ତାବ ରହିଥିଲା। ସେଥିରେ କିଛି ରାଜ୍ୟର ବିଧାନସଭାର ମିଆଦକୁ କମାଇ ଓ କିଛି ରାଜ୍ୟର ବିଧାନସଭାର ମିଆଦକୁ ବୃଦ୍ଧି କରି ଲୋକସଭା ସହିତ ଗୋଟିଏ ସମୟରେ ଭୋଟ କରିବାକୁ କୁହାଯାଇଛି। ଏପରିକି ଦେଶର ଅର୍ଦ୍ଧେକ ବିଧାନସଭାର ନିର୍ବାଚନକୁ ବର୍ତ୍ତମାନ, ଆଉ ଅର୍ଦ୍ଧେକର ନିର୍ବାଚନ ଛଅମାସ ପରେ କରିବାକୁ ବି ସେଥିରେ ପ୍ରସ୍ତାବ ଦିଆଯାଇଛି। ପୁନଶ୍ଚ ୨୦୨୦ ମସିହାରେ ସେମାନେ ‘ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ’ କୌଣସି ବିତର୍କର ପ୍ରସଙ୍ଗ ନୁହେଁ ବରଂ ଅତ୍ୟନ୍ତ ଜରୁରୀ ବୋଲି କହିଥିଲେ।

ଆଇନ କମିଶନ ତା’ର ସୁପାରିଶ ମଧ୍ୟରେ କେନ୍ଦ୍ର ସରକାର ବିରୁଦ୍ଧରେ କେହି ଅନସ୍ଥା ପ୍ରସ୍ତାବ ଆଣିଲେ ତାରି ସାଥେ ଏକ ବିକଳ୍ପ ସରକାର ଗଠନର ପ୍ରସ୍ତାବ ଆଣିବା ବାଧ୍ୟତାମୂଳକ କରିବାକୁ କହିଛି। ଏହାକୁ ଗଠନମୂଳକ ଭୋଟ ସାଥିରେ ଅନସ୍ଥା ପ୍ରସ୍ତାବ ବୋଲି ସଂଜ୍ଞାୟିତ କରିଛି। ଏହା ଯଦି ଲାଗୁହୁଏ, ତାହେଲେ କୌଣସି ଜନବିରୋଧୀ ସରକାର ବିରୁଦ୍ଧରେ ଅନସ୍ଥା ପ୍ରସ୍ତାବ ଆସିବା ଏବଂ ସରକାର ଭାଙ୍ଗିବାର କ୍ଷେତ୍ରରେ ଏକ ନୂଆ ସରକାର ବାଛିବାକୁ ଜନଗଣଙ୍କ ପାଇଁ ତୁରନ୍ତ ସମ୍ଭବ ହେବନାହିଁ। ଏ କ୍ଷେତ୍ରରେ ସମ୍ପୂର୍ଣ୍ଣ ଅବଧି କାଳଟି ଅପେକ୍ଷା କରିବାକୁ ହେବ। ଏଭଳି ପଦକ୍ଷେପ ଭବିଷ୍ୟତରେ ସାମ୍ବିଧାନିକ ସଙ୍କଟ ମଧ୍ୟ ସୃଷ୍ଟି କରିବ। ବର୍ତ୍ତମାନ ସମ୍ବିଧାନର ନିୟମ ଅନୁସାରେ କୌଣସି ସରକାର ସଂଖ୍ୟା ଗରିଷ୍ଠତା ହରାଇଲେ ଅଥବା ଅନସ୍ଥା ଭୋଟରେ ପରାଜିତ ହେଲେ, ସେ କ୍ଷମତାରେ ରହିବାର ଅଧିକାର ହରାଏ ଏବଂ ଇସ୍ତଫା ଦେଇଥାଏ। ଯଦି କୌଣସି ବିକଳ୍ପ ସରକାର ଗଠନ ନହୁଏ ତାହେଲେ ପୁଣି ଥରେ ନିର୍ବାଚନ କରି ନୂଆ ସରକାର ଗଠନ କରିବାର ବ୍ୟବସ୍ଥା ରହିଛି। କିନ୍ତୁ ଯଦି ଏକା ସଙ୍ଗେ ନିର୍ବାଚନର ବ୍ୟବସ୍ଥା ହେବ, ତାହେଲେ ରାଜ୍ୟରେ ତୁରନ୍ତ ନିର୍ବାଚନ ନକରି ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ। ସେଭଳି ପରିସ୍ଥିତିରେ ଏକ ସାମ୍ବିଧାନିକ ସଙ୍କଟ ଦେଖାଯିବ। ହୁଏତ ସମ୍ବିଧାନରେ ସଂଶୋଧନ କରି ସେମାନେ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରୀ କରିପାରନ୍ତି। ତେବେ ଏଭଳି ନିଷ୍ପତ୍ତି ଅଗଣତାନ୍ତ୍ରିକ ଏବଂ ସମ୍ବିଧାନରେ ଉଲ୍ଲେଖିତ ସଂଘୀୟ ଢାଞ୍ଚାର ପରିପନ୍ଥୀ। ସେହିପରି ଏକାସଙ୍ଗରେ ଭୋଟ କରିବାକୁ ହେଲେ ରାଜ୍ୟ ବିଧାନସଭାର ମିଆଦକୁ ହ୍ରାସ କରିବାକୁ ଯେଉଁ ପ୍ରସ୍ତାବ ଦିଆଯାଉଛି, ତାହା ବି ରାଜ୍ୟମାନଙ୍କ ଅଧିକାର ଉପରେ ସିଧାସଳଖ ଆକ୍ରମଣ ବୋଲି କୁହାଯାଇପାରେ। ଏହା ସମ୍ବିଧାନରେ ଉଲ୍ଲେଖିତ ଯୁକ୍ତରାଷ୍ଟ୍ରୀୟ ନୀତିର ବିରୋଧୀ।

ବିଜେପି ଓ ତା’ର ମାତୃ ସଙ୍ଗଠନ ଆର୍‌ଏସ୍‌ଏସ୍ ସମୟ ସମୟରେ ‘ଗୋଟିଏ ଦେଶ, ଗୋଟିଏ ଭାଷା’, ‘ଗୋଟିଏ ଦେଶ, ଗୋଟିଏ ଧର୍ମ’, ‘ଗୋଟିଏ ଦେଶ, ଗୋଟିଏ ସଂସ୍କୃତି’, ‘ଗୋଟିଏ ଦେଶ, ଗୋଟିଏ ଦଳ’ର ସ୍ଳୋଗାନ୍ ଦେଇ ଆସିଛନ୍ତି। ‘ଗୋଟିଏ ଦେଶ, ଗୋଟିଏ ଟିକସ’ ନାଁରେ ଜିଏସ୍‌ଟି ଲାଗୁ କରି ରାଜ୍ୟମାନଙ୍କର ଟିକସ ବସାଇବାର କ୍ଷମତାକୁ ଏକଦମ୍ ଖର୍ବ କରିବା ସହ ସେମାନଙ୍କୁ କେନ୍ଦ୍ର ସରକାରଙ୍କ ଦୟାର ପାତ୍ର କରି ଦେଇଛି। ଏକ ରାଷ୍ଟ୍ର, ଏକ ନିର୍ବାଚନର ନୀତି ବି କେନ୍ଦ୍ରକୁ ଅଧିକ ଶକ୍ତିଶାଳୀ କରିବା ସହ ଆଗାମୀ ଦିନରେ ଦେଶରେ ଏକଛତ୍ରବାଦୀ ଶାସନ ପ୍ରତିଷ୍ଠା କରିବାକୁ ବାଟ ଖୋଲିବ!

ଫୋନ - ୯୪୩୭୧୬୬୩୯୧

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story