ଜଳବାୟୁ ପରିବର୍ତ୍ତନର ଶିକାର ଦେବଭୂମି ହିମାଳୟ

ଦର୍ଶନ ପାଇଁ ପ୍ରାୟ ଦୁଇ କିମି ପର୍ଯ୍ୟନ୍ତ ଧାଡ଼ି ଲମ୍ବି ଥାଏ। ସନ୍ଧ୍ୟା ୬.୩୦ରୁ ଦର୍ଶନ ସାରି ଫେରିଲା ବେଳକୁ ରାତି ୧୦ ଟା। ଅସମ୍ଭବ ଭିଡ଼। କିନ୍ତୁ ବେଶୀ ଗରମ ନ ଥାଏ ବୋଲି କୌଣସି ପ୍ରକାରେ ଧାଡ଼ିରେ ଠିଆ ହୋଇ ଦର୍ଶନ କରି ଫେରିଲୁ। ହୋଟେଲରେ ପହଞ୍ଚି ରାତ୍ରି ଭୋଜନ ପାଇଁ ଯିବାକୁ ବାହାରୁଛୁ, ପୁଣି ମାମି ଆସି ଡାକିଲେ, ରୀନା ଆଉ ଥରେ ଟିକେ ରମା ବାବୁଙ୍କର୍ ଅକ୍ସିଜେନ୍ ଦେଖିଲ, ସେ ପୁଣି କାହିଁକି ମୁହଁ ମାଡ଼ି ଶୋଇଛନ୍ତି। ଆମେ ସମସ୍ତେ ବ୍ୟସ୍ତ ହୋଇ ଯାଇ ଦେଖିଲୁ ତାଙ୍କର ପୁଣି ୬୧ ହୋଇ ଯାଇଛି। ବଡ଼ ବ୍ୟସ୍ତ ଲାଗିଲା।

Badrinath Temple

Badrinath Temple

Debendra Prusty
  • Published: Wednesday, 05 June 2024
  • Updated: 05 June 2024, 05:46 PM IST

Sports

Latest News

ଡଃ ରୀନା ରାଉତରାୟ

ହିମାଳୟ (ହିମ+ଆଳୟ) ପାଦଦେଶ ଋଷିକେଶରୁ ଉତ୍ତୁଙ୍ଗ ବଦ୍ରିନାଥ ପର୍ଯ୍ୟନ୍ତ ଯାତ୍ରା ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଯେତିକି ମହତ୍ୱପୁର୍ଣ, ପ୍ରକୃତି ଓ ପ୍ରାକୃତିକ ପରିବେଶ ପ୍ରେମୀମାନଙ୍କ ପାଇଁ ତାହା ଏକ ସମତୁଲ୍ୟ ଅବର୍ଣ୍ଣନୀୟ ଅନୁଭୂତି।

ଅନ୍ତଃଚେତନାର ଅନ୍ୱେଷଣ ସହ ପ୍ରକୃତିର ସେହି ନୈସର୍ଗିକ ଶୋଭାରେ ବିଭୋର ହେବାର ଆଶା ନେଇ ମେ ମାସ ଶେଷ ଆଡ଼କୁ ଆରମ୍ଭ ହୋଇଥଲା ଆମର ହିମାଳୟ ଯାତ୍ରା। ସ୍ୱାମୀ ଅଜୟ ଓ ଆମର ଆଉ ଦୁଇଜଣ ବନ୍ଧୁ ସପରିବାର ଋଷିକେଶରୁ ଦୁଇଟି ଗାଡ଼ି ଧରି ଯାତ୍ରା ଆରମ୍ଭ କରିଥିଲୁ।

ଋଷିକେଶରୁ ଉତ୍ତରକାଶୀ ଓ ଗଙ୍ଗୋତ୍ରୀ ଦର୍ଶନ କରି ରୁଦ୍ରପ୍ରୟାଗ ହୋଇ ବଦ୍ରିନାଥ ଯିବାର ସ୍ଥିର ହୋଇଥଲା। ପବିତ୍ର ଗଙ୍ଗାନଦୀ କୂଳରେ ଅବସ୍ଥିତ ବିଶ୍ୱର ଯୋଗକେନ୍ଦ୍ର ଋଷିକେଶ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ପବିତ୍ର ଶାନ୍ତ ସ୍ନିଗ୍ଧ ଶୀତଳ ଜଳବାୟୁ ସମ୍ପନ୍ନ ସ୍ଥାନ ବୋଲି ସମସ୍ତେ ଜାଣିଛୁ। ସମୁଦ୍ର ପତନ ଠାରୁ ପ୍ରାୟ ୧୨୦୦ ଫୁଟ ଉଚ୍ଚତାରେ ଅବସ୍ଥିତ ଏହି ସହରକୁ ଆଗରୁ ଦୁଇ ତିନି ଥର ଯାଇଛି। ଡିସେମ୍ବରର କଠିନ ଶୀତକୁ ଛାଡ଼ିଦେଲେ ବର୍ଷସାରା ସେଠାରେ ଖୁବ୍ ଆରାମଦାୟକ ଜଳବାୟୁ ଥାଏ।

କିନ୍ତୁ ଏଥର ଋଷିକେଶ ସହରର ତାପମାତ୍ରା ୪୦ ଡିଗ୍ରୀରୁ ଊର୍ଦ୍ଧ୍ୱ ଥିଲା। ଭାବିଲୁ ଉପରକୁ ଗଲେ ହୁଏ ତ ଥଣ୍ଡା ଲାଗିବ। ସକାଳୁ ବାହାରି ପ୍ରାୟ ୧୫୦ କିମି ଦୂର ଏବଂ ପ୍ରାୟ ୪୦୦୦ ଫୁଟ ଉଚ୍ଚତାରେ ଅବସ୍ଥିତ ପବିତ୍ର ସ୍ଥଳୀ ଉତ୍ତରକାଶୀ ଅଭିମୁଖେ ଯାତ୍ରା କଲୁ। ହେଲେ ବାଟସାରା ପାହାଡ଼ିଆ ଘାଟି ରାସ୍ତା ସାଙ୍ଗକୁ ଅସହ୍ୟ ଗରମ। ମାତ୍ର ୧୫୦ କିମି, କିନ୍ତୁ ତୀଖ ଘାଟି ଓ ବୁଲାଣି ରାସ୍ତାରେ ଖୁବ୍ ଧୀରେ ଧୀରେ ଗାଡ଼ି ଚାଲୁଥାଏ, ଏଣେ ଏସି ଚଲେଇଲେ ଗାଡ଼ି ଉଠି ପାରିବନି। ତେଣୁ ସେହି ଭୟଙ୍କର ଗରମରେ ଆଉଟି ପାଉଟି ହୋଇ ସନ୍ଧ୍ୟାରେ ଉତ୍ତରକାଶୀରେ ପହଞ୍ଚିଲୁ। ଶୁଣିଥିଲି ସେଠି କୁଆଡ଼େ ବର୍ଷ ସାରା ଥଣ୍ଡା ରୁହେ। କିନ୍ତୁ ସେଠି ମଧ୍ୟ ସେହି ପରିସ୍ଥିତି। ଗରମ ବହୁତ ହେଉଥାଏ। ତା ପରଦିନ ଗଙ୍ଗୋତ୍ରୀ ଯିବାର କାର୍ଯକ୍ରମ ଥାଏ। ରହୁଥିବା ହୋଟେଲରୁ ଜାଣିବାକୁ ପାଇଲୁ ପ୍ରବଳ ଭିଡ଼ ଯୋଗୁ ଗତକାଲି ରାତିରୁ ସେଠୁ ମାତ୍ର ୯୦ କିମି ଦୂରରେ ଥିବା ଗଙ୍ଗୋତ୍ରୀକୁ ଯାଇଥିବା ଯାତ୍ରୀ ମାନେ ବାଟରେ ଅଟକି ରହିଛନ୍ତି, ଏ ପର୍ଯ୍ୟନ୍ତ ଫେରି ନାହାନ୍ତି। ଅଗତ୍ୟା ଗଙ୍ଗୋତ୍ରୀ ଯିବା ବାତିଲ କରି ଉତ୍ତରକାଶୀରେ ଥିବା ପ୍ରସିଦ୍ଧ କାଶୀ ବିଶ୍ଵନାଥଙ୍କ ମନ୍ଦିର ଦର୍ଶନ କରି ଗୋମୁଖ-ଗଙ୍ଗୋତ୍ରୀରୁ ବୋହି ଆସୁଥିବା ପତିତପାବିନୀ ଭାଗିରଥୀ ନଦୀ କୂଳରେ ବସି, ହନୁମାନ ମନ୍ଦିର, ମଣିକର୍ଣ୍ଣିକା ଘାଟ ବୁଲି ହୋଟେଲକୁ ଫେରିଲୁ।

ଅତ୍ୟଧିକ ଗରମ ଯୋଗୁ ତା ପର ଦିନ ବଡି ଭୋରରୁ ରୁଦ୍ର ପ୍ରୟାଗ ଯିବାକୁ ବାହାରିପଡ଼ିଲୁ। ସକାଳ ଘଣ୍ଟେ ଦୁଇ ଘଣ୍ଟା ପରେ ପୁଣି ସେହି ଝାଞ୍ଜି ଗରମରେ ଘାଣ୍ଟି ହୋଇ ବିଳମ୍ବିତ ଅପରାହ୍ନରେ ରୁଦ୍ର ପ୍ରୟାଗରେ ପହଞ୍ଚିଲୁ। ଦିନକୁ ପ୍ରାୟ ୧୫୦ କିମି ଅତିକ୍ରମ କଲା ପରେ ଆମେ ସେଠି ରହି ତା ପରଦିନ ଅନ୍ୟ ଏକ ଗନ୍ତବ୍ୟ ସ୍ଥଳକୁ ଯିବାର କାର୍ଯ୍ୟକ୍ରମ ସ୍ଥିର ହୋଇଥାଏ। ରୁଦ୍ର ପ୍ରୟାଗରେ ସନ୍ଧ୍ୟାରେ ପହଞ୍ଚି ଦେଖିଲୁ ସେହି ସମାନ ଅବସ୍ଥା। ଅସହ୍ୟ ଗରମକୁ ଆଟାଚିରେ ଶୀତ ବସ୍ତ୍ରର ଓଜନ; ଆମ ସମସ୍ତଙ୍କ ମୁଡର ଅବସ୍ଥା ସହଜରେ ଅନୁମେୟ।

ତଥାପି ଧୈର୍ଯ୍ୟହରା ନ ହୋଇ ବଦ୍ରିନାଥରେ ଥଣ୍ଡା ପବନ ଟିକେ ମିଳିବ ବୋଲି ଭାବି ତା ପର ଦିନ ସକାଳୁ ବାହାରିଲୁ। ଯୋଶୀମଠ ହୋଇ ବଦ୍ରିନାଥ ପହଞ୍ଚିଲା ବେଳକୁ ଅପରାହ୍ନ ୪ଟା। ବାଟରେ କିଛି ନ ଖାଇ ଚାଲି ଆସିଥିଲୁ ଜଲଦି ପହଞ୍ଚି ଥଣ୍ଡା ଟିକେ ମିଳିବ।

ସମସ୍ତଙ୍କର ମୁଣ୍ଡ ଟିକେ ଟିକେ ବିନ୍ଧୁଥିଲା। ଖାଇଦେଲେ ଭଲ ଲାଗିବ ବୋଲି ହୋଟେଲରେ ପହଞ୍ଚି ରୁଟି ଓ ତରକାରୀ ଖାଇଦେଲୁ। ଟିକେ ଥଣ୍ଡା ମଧ୍ୟ ଲାଗୁଥାଏ। ରୁମକୁ ଯାଇ କିଛି ସମୟ ବିଶ୍ରାମ ନେଇ ବଦ୍ରୀନାଥ ମହାପ୍ରଭୁଙ୍କ ଦର୍ଶନ କରିବୁ। ଟିକେ ଆଖି ବନ୍ଦ କରିବାକୁ ଯେତେ ଚେଷ୍ଟା କଲେ ମଧ୍ୟ ମୁଣ୍ଡ ଆହୁରି ଜୋରରେ ବିନ୍ଧିବାକୁ ଲାଗିଲା। ବେକ ପାଖରୁ ଅସହ୍ୟ ବିନ୍ଧା ଦେଖି ମନେ ପଡ଼ିଗଲା ବ୍ୟାଗରେ ଅକ୍ସି ମିଟର ଅଛି। ଗତ ବର୍ଷ ବଦ୍ରୀନାଥ ଆସିଥିଲା ବେଳେ ମୋର ମୁଣ୍ଡ ବହୁତ ଜୋରରେ ବିନ୍ଧି ପ୍ରବଳ ବାନ୍ତି ହୋଇଥଲା, କାଳେ ଅକ୍ସିଜେନ୍ କମ୍ ହୋଇ ଯାଇଥିବ ବୋଲି ଅନୁମାନ କରି ବୋଲି ଦର୍ଶନ ସାରି ଭୋରରୁ ପଳେଇ ଆସିଥିଲୁ। ତେଣୁ ଏଥର ଅକ୍ସିମିଟର ସାଙ୍ଗରେ ଧରି ଥିଲି। ଦେଖିଲି ଅକ୍ସିଜେନ୍ ୬୫ ଅଛି। ଗଲା ବେଳେ ଡାକ୍ତରଙ୍କୁ ପଚାରି ବୁଝିଥିଲି ଯଦି ଅକ୍ସିଜେନ୍ କମିଯାଏ ତୁରନ୍ତ କଣ କରିହେବ। ତାଙ୍କ ପରାମର୍ଶ ଅନୁସାରେ ଆଳତୀ କର୍ପୂରକୁ ଟିକେ ଶୁଙ୍ଘିଲି। କିନ୍ତୁ କିଛି ଲାଭ ନ ମିଳିବାରୁ ଆସ୍ଥାଲିନ ସ୍ପ୍ରେ ( ଆଜମା ନ ଥିଲେ ବି) ଦୁଇଟା ପଫ ପାଟିରେ ନେଲି ଏବଂ ପ୍ରୁନିଙ୍ଗ (କରୋନା ସମୟରେ ଯେମିତି ଛାତି ତଳେ ତକିଆ ଦେଇ ପେଟେଇ ଶୁଆଯାଏ) ପୋଜିସନରେ କିଛି ସମୟ ଶୋଇଲା ପରେ ଭଲ ଲାଗିଲା। ଅଧଘଣ୍ଟା ପରେ ଦେଖିଲି ଅକ୍ସିଜେନ୍ ପରିମାଣ ବୃଦ୍ଧି ପାଇ ୮୫ରେ ପହଞ୍ଚିଲା। ସମସ୍ତେ ବାହାରିଲେ ମନ୍ଦିର ଦର୍ଶନ କରିବାକୁ। ଆମର ସହଯାତ୍ରୀ ରମାବାବୁଙ୍କ ପତ୍ନୀ ମାମି ମୋତେ ଆସି କହିଲେ ଆଉ ଟିକେ ପରେ ଯିବା। ରମା ବାବୁଙ୍କ ମୁଣ୍ଡ ବହୁତ ଜୋରରେ ବିନ୍ଧୁଛି। ସେ ଶୋଇଛନ୍ତି। ମୁଁ ବୁଝିଗଲି। ତୁରନ୍ତ ତାଙ୍କର ଅକ୍ସିଜେନ୍ ମାପିଲା ବେଳକୁ ତାଙ୍କର ମଧ୍ୟ ୬୬। ସେଇ ସମାନ ପ୍ରୋସେସରେ ତାଙ୍କୁ ଆସ୍ଥାଲିନ୍ ଦେଇ ପ୍ରୁନିଙ୍ଗରେ ଶୋଇଲା କିଛି ସମୟ ପରେ ତାଙ୍କୁ ମଧ୍ୟ ଭଲ ଲାଗିଲା। ଇତି ମଧ୍ୟରେ ସମସ୍ତଙ୍କର ଅକ୍ସିଜେନ୍ ଲେବେଲ୍ ମପା ଗଲା। ଦୁଇ ଜଣଙ୍କୁ ଛାଡ଼ି(ମାମି ଓ ମାମା)ବାକି ସମସ୍ତଙ୍କର କମି ୮୨/୮୫ ଥାଏ। ଅଜୟ ଓ ମଣ୍ଟ ବାବୁଙ୍କର ମଧ୍ୟ ୮୦/୮୪ ରହୁଥାଏ।

ଦର୍ଶନ ପାଇଁ ପ୍ରାୟ ଦୁଇ କିମି ପର୍ଯ୍ୟନ୍ତ ଧାଡ଼ି ଲମ୍ବି ଥାଏ। ସନ୍ଧ୍ୟା ୬.୩୦ରୁ ଦର୍ଶନ ସାରି ଫେରିଲା ବେଳକୁ ରାତି ୧୦ ଟା। ଅସମ୍ଭବ ଭିଡ଼। କିନ୍ତୁ ବେଶୀ ଗରମ ନ ଥାଏ ବୋଲି କୌଣସି ପ୍ରକାରେ ଧାଡ଼ିରେ ଠିଆ ହୋଇ ଦର୍ଶନ କରି ଫେରିଲୁ। ହୋଟେଲରେ ପହଞ୍ଚି ରାତ୍ରି ଭୋଜନ ପାଇଁ ଯିବାକୁ ବାହାରୁଛୁ, ପୁଣି ମାମି ଆସି ଡାକିଲେ, ରୀନା ଆଉ ଥରେ ଟିକେ ରମା ବାବୁଙ୍କର୍ ଅକ୍ସିଜେନ୍ ଦେଖିଲ, ସେ ପୁଣି କାହିଁକି ମୁହଁ ମାଡ଼ି ଶୋଇଛନ୍ତି। ଆମେ ସମସ୍ତେ ବ୍ୟସ୍ତ ହୋଇ ଯାଇ ଦେଖିଲୁ ତାଙ୍କର ପୁଣି ୬୧ ହୋଇ ଯାଇଛି। ବଡ଼ ବ୍ୟସ୍ତ ଲାଗିଲା। ହୋଟେଲ କାଉଣ୍ଟରରେ ବୁଝିଲୁ ଯଦି ଏମିତି ଅକ୍ସିଜେନ୍ କମିକି ରୁହେ ଆପଣଙ୍କ ହୋଟେଲରେ କଣ ବ୍ୟବସ୍ଥା ଅଛି? ସେମାନେ କହିଲେ ଆପଣ ତୁରନ୍ତ ତାଙ୍କୁ ହସ୍ପିଟାଲ ନେଇ ଯାଆନ୍ତୁ। ହୋଟେଲର ଜଣେ ଲୋକ ସହିତ ଅଜୟ ଓ ମୁଁ ରମାବାବୁଙ୍କୁ ପାଖରେ ଥିବା ବିବେକାନନ୍ଦ ହସ୍ପିଟାଲକୁ ନେଇ କି ଗଲୁ। ରାସ୍ତାରେ ହୋଟେଲ ପିଲାଟି କହି ଚାଲିଥାଏ ବୁଝିଲେ ଆଜ୍ଞା, ଏହି ଅଞ୍ଚଳରେ ବଡ଼ ଗଛ ବା ଜଙ୍ଗଲ ଇତ୍ୟାଦି କିଛି ନାହିଁ। ଚାରିଆଡ଼େ ଖାଲି ଲଣ୍ଡା ପାହାଡ଼। ଏତେ ଯାତ୍ରୀ ଆସୁଛନ୍ତି। ଅକ୍ସିଜେନ୍ କୁଆଡୁ ଆସିବ?

ରାତି ୧୦.୩୦ରେ ହସ୍ପିଟାଲରେ ପହଞ୍ଚି ଦେଖିଲୁ ଦୁଇ ଜଣ ଯୁବ ଡାକ୍ତର ଡିଉଟିରେ ଥାଆନ୍ତି। ହାଫ୍ ପ୍ୟାଣ୍ଟ ପିନ୍ଧି ଆହୁରି ଛୋଟ ପିଲାଙ୍କ ପରି ଦିଶୁଥାନ୍ତି। କିନ୍ତୁ ଖୁବ୍ କର୍ମଚଞ୍ଚଳ ଓ ଦାୟିତ୍ୱବାନ ପିଲା। ସାଙ୍ଗେ ସାଙ୍ଗେ ରମା ବାବୁଙ୍କୁ ଅକ୍ସିଜେନ୍ ଲଗାଇ ଦେଲେ। ଆମ ଦୁଇ ଜଣଙ୍କ ଅକ୍ସିଜେନ୍ ମାପିଲେ। ଡାକ୍ତର କହିଲେ ଆପଣଙ୍କର ମଧ୍ୟ ଅକ୍ସିଜେନ୍ କମ୍ ରହୁଛି। ଆମ ଦୁହିଁଙ୍କୁ କିଛି ବଟିକା ଓ ଉଷୁମ ପାଣି ପିଇବାକୁ ଦେଲେ। ଅଧଘଣ୍ଟା ଅକ୍ସିଜେନ୍ ନେଲା ପରେ ରମା ବାବୁଙ୍କୁ ଅକ୍ସିଜେନ୍ ଲେବେଲ ୯୭ ହେଲା।

ସେହି ଯୁବ ଡାକ୍ତରଙ୍କ ପାଖରୁ ଏକ ନୂତନ ତଥ୍ୟ ଜାଣିଲୁ। ବଦ୍ରୀନାଥରେ ରାତି ଗୋଟାଏରୁ ପାଞ୍ଚଟା ଭିତରେ ବାୟୁମଣ୍ଡଳରେ ଅମ୍ଳଜାନ ମାତ୍ରାରେ ତୀବ୍ର ହ୍ରାସ ଘଟିଥାଏ। ମଧ୍ୟରାତ୍ରିରେ ବହୁତ ଥଣ୍ଡା ପଡ଼ିଥାଏ ଓ ସେହି ଥଣ୍ଡାରେ ବାୟୁମଣ୍ଡଳରେ ଥିବା ଆର୍ଦ୍ରତା ଜଳ ବା ବରଫ କଣିକାରେ ପରିଣତ ହେବା ପାଇଁ ବାୟୁମଣ୍ଡଳରୁ ଅମ୍ଳଜାନ ନେବା ଆରମ୍ଭ ହୋଇଯାଏ। ତେଣୁ ସେହି ସମୟରେ ରକ୍ତରେ ଅକ୍ସିଜେନ ମାତ୍ରା ଆହୁରି କମିଯିବ। ଯାହା ଜୀବନକୁ ବିପଦ। ହସ୍ପିଟାଲରେ ମାତ୍ର ଚାରୋଟି ଅକ୍ସିଜେନ୍ ସିଲିଣ୍ଡର ଅଛି। ଅତି ବେଶୀରେ ଜଣେ ରୋଗୀକୁ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଅକ୍ସିଜେନ୍ ସପୋର୍ଟ ଦେଇ ପାରିବେ ସେମାନେ। ରାତି ସାରା ଏମିତି ସିରିୟସ ଅବସ୍ଥାରେ ଯାତ୍ରୀ ଆସନ୍ତି। ତେଣୁ ଆପଣ ମାନେ ତୁରନ୍ତ ତଳକୁ ଚାଲି ଯାଆନ୍ତୁ। ପଚାରିଲୁ ତଳେ କଣ ଆଉ କିଛି ବଡ଼ ହସ୍ପିଟାଲ ଅଛି କି? ସେମାନେ କହିଲେ ନାଇଁ ଆଜ୍ଞା, ଏଠୁ ଯୋଶୀ ମଠକୁ (୫୦ କିମି ତଳକୁ) ପଳାଇ ଯାଆନ୍ତୁ। ଆପେ ଆପେ ଠିକ୍ ହୋଇ ଯିବେ। ବ୍ଲଡ଼ ପ୍ରେସର ଯଦି ଥିବ ତାହା ଆପଣଙ୍କୁ ଆହୁରି ଘାତକ ହୋଇ ପାରେ। ଆମ ଦୁଇ ଜଣଙ୍କର ବ୍ଲଡ଼ ପ୍ରେସର ନାହିଁ କିନ୍ତୁ ରମାବାବୁ ଓ ମଣ୍ଟୁବାବୁଙ୍କର ବ୍ଲଡ଼ ପ୍ରେସର ଅଛି।

ତେଣୁ ଆଉ କୌଣସି ଦ୍ଵିମତ ନ ହୋଇ ପରଦିନ ମାନା ଗାଆଁ, ବ୍ୟାସଗୁମ୍ଫା, ଗଣେଶଗୁମ୍ଫା ଓ ହିମକୁଣ୍ଡ ଦେଖିବାର କାର୍ଯ୍ୟକ୍ରମକୁ ବନ୍ଦ କରି ସେଇ ରାତିରେ ଯୋଶୀ ମଠକ ଓହ୍ଲେଇଯିବାର ନିଷ୍ପତ୍ତି ନେଲୁ।

ଆମର ଦୁଇ ଜଣ ଡ୍ରାଇଭର ଦିନସାରା ଘାଟି ରାସ୍ତାରେ ଗାଡ଼ି ଚଳାଇ କ୍ଳାନ୍ତ ହୋଇ ଯାଇଥିଲେ। ତା ଛଡ଼ା ସେହି ଉଚ୍ଚଘାଟିରେ ରାତିରେ ଗାଡ଼ି ଚଳାଚଳ ବନ୍ଦ ରହେ। ହୋଟେଲ ମ୍ୟାନେଜର ଜଣେ ଭଦ୍ରବ୍ୟକ୍ତି, ସ୍ଥାନୀୟ ଗାଡ଼ି ମଗାଇ ଯୋଶୀ ମଠରେ ହୋଟେଲ ବ୍ୟବସ୍ଥା କରିଦେଲେ। ରାତି ଦୁଇଟାରେ ଯୋଶୀ ମଠ ପହଞ୍ଚିଲା ପରେ ସମସ୍ତେ ସୁସ୍ଥ ଅନୁଭବ କଲେ।

ମହାପ୍ରଭୁ ବଦ୍ରୀନାଥଙ୍କ ପବିତ୍ର ଦର୍ଶନ କରିଥିଲୁ ବୋଲି ସବୁ ସୁରୁଖୁରୁରେ ହୋଇଗଲା। ପରଦିନ ସକାଳେ ଶ୍ରୀନଗରରେ ଆସି ରହିଲୁ। ତା ପରଦିନ ଋଷିକେଶ ଫେରି ତ୍ରିବେଣୀ ଘାଟରେ ସନ୍ଧ୍ୟା ଆଳତୀ ଦେଖି, ପରଦିନ ସକାଳୁ ଭୁବନେଶ୍ୱର ଫେରିଆସିଲୁ।

ମର୍ତ୍ତ୍ୟ ବୈକୁଣ୍ଠପୁର ବଦ୍ରୀନାଥକୁ ସାରା ବିଶ୍ଵରୁ ଭକ୍ତ ଆସନ୍ତି। ମାତ୍ର ଉଦବେଗର ବିଷୟ ଏହିକି ଏଠାରେ ଅକ୍ସିଜେନ୍ ଅଭାବ ଜନିତ ସମସ୍ୟା, ରାତି ଗୋଟାଏ ପରେ ବାୟୁମଣ୍ଡଳରେ ଅମ୍ଳଜାନ ମାତ୍ରାରେ ଅସ୍ୱାଭାବିକ ହ୍ରାସ, ଏ ସବୁ ସମ୍ବନ୍ଧରେ ନା ଅଛି କୌଣସି ଯାତ୍ରା ସତର୍କତା ନା ଜନସଚେତନତା ନା ଯାତ୍ରୀଙ୍କ ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା।

ହିମାଳୟ ଶୃଙ୍ଗରେ ଅବସ୍ଥିତ ପର୍ଯ୍ୟଟନ ସ୍ଥଳୀ ଲଦାଖରେ ପ୍ରତି ହୋଟେଲରେ ପର୍ଯ୍ୟଟକ ମାନଙ୍କ ପାଇଁ ଅକ୍ସିଜେନ୍ ସିଲିଣ୍ଡର, ବଟିକା ଇତ୍ୟାଦିର ବ୍ୟବସ୍ଥା ସାଙ୍ଗକୁ ସଚେତନାମୂଳକ ପଦକ୍ଷେପ ନିଆଯାଏ। ଅକ୍ସିଜେନ୍ ଅଭାବ ପାଇଁ ଖାଦ୍ୟ ପାନୀୟ ଠାରୁ ଆରମ୍ଭ କରି ସବୁକିଛିରେ ସାବଧାନ ମୂଳକ ସତର୍କ ବାର୍ତ୍ତା ଲେଖାଯାଇଥାଏ ଓ ଆଶୁ ପଦକ୍ଷେପମାନ ନିଆଯାଏ। ମାତ୍ର କୋଟି କୋଟି ଭାରତୀୟଙ୍କ ଆଧ୍ୟାତ୍ମିକ ଆବେଗ ସହ ଜଡିତ ଦେବଭୂମି ବଦ୍ରୀନାଥରେ ଏସବୁର ସମ୍ପୂର୍ଣ ଅଭାବ ଦେଖି ଉଭୟ ଆଶ୍ଚର୍ଯ୍ୟ ଓ ନିରାଶ ଲାଗିଲା। ସ୍ଥାନୀୟ ପ୍ରଶାସନ ଓ ପର୍ଯ୍ୟଟନ ଶିଳ୍ପ ଉଭୟଙ୍କର ନୈତିକ ଓ ପ୍ରଶାସନିକ ଉତ୍ତରଦାୟିତ୍ୱ ରହିଛି ଏ ଦିଗରେ ପର୍ଯ୍ୟାପ୍ତ ପଦକ୍ଷେପ ନେବାପାଇଁ।

ତା ସହିତ ତୀଵ୍ରଭାବେ ଅବକ୍ଷୟମୁଖୀ ଜଳବାୟୁ ପରିବର୍ତ୍ତନର ଧାରାକୁ ରୋକିବା ପାଇଁ ତୁରନ୍ତ ଯୁଦ୍ଧଭିତ୍ତିକ ପଦକ୍ଷେପମାନ ଏବେଠାରୁ ଗ୍ରହଣ ନ କଲେ ଖୁବ୍ ଶୀଘ୍ର କେବଳ ଦେବଭୂମି ହିମାଳୟ କାହିଁକି, ଭାରତର ସମସ୍ତ ଶୈଳନିବାସ ମାନଙ୍କରେ ଅସହ୍ୟ ଗରମ ଯୋଗୁ ଗ୍ରୀଷ୍ମକାଳୀନ ପର୍ଯ୍ୟଟନ ସମ୍ପୂର୍ଣ ବ୍ୟାହତ ହେବା ସହିତ ସେଠିକାର ଅଧିବାସୀମାନଙ୍କ ଜୀବନ ଓ ଜୀବିକା ଦାରୁଣ ଭାବେ ପ୍ରଭାବିତ ହେବ ଏଥିରେ ସନ୍ଦେହ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story