ବିଜ୍ଞାନ ମେଳାର ଦୁଃଖ

ରୁଦ୍ର ପ୍ରସନ୍ନ ରଥ ଶୀତଦିନ ଆସିଲାମାନେ ଆମ ବିଦ୍ୟାଳୟ ସବୁ ଚଳଚଂଚଳ ହୋଇଉଠନ୍ତି। ଗୋଟିଏ ପରେ ଗୋଟିଏ ସାମାଜିକ ଏବଂ ସାଂସ୍କୃତିକ ରଂଗାରଂଗ କାର୍ଯ୍ୟକ୍ରମ ଭିତରେ ଧୀରେଧୀରେ ପାଠପଢ଼ା ବର୍ଷ ସରିସରି ଆସେ ବୋଲି ଅନୁଭୂତ ହୁଏ। ଏହି ସମୟରେ ଅନେକ ବିଦ୍ୟାଳୟରେ ବିଜ୍ଞାନମେଳା ଅନୁଷ୍ଠିତ ହୁଏ। ବିଦ୍ୟାଳୟରେ ବିଜ୍ଞାନମେଳା ଅନୁଷ୍ଠିତ ହେବା ଏକ ବହୁ ପୁରୁଣା ପରମ୍ପରା। ଏହି ମେଳାଦ୍ୱାରା ପିଲାଙ୍କ ମନରେ ବୈଜ୍ଞାନିକ ଚିନ୍ତାଧାରାର ପ୍ରଚାର ପ୍ରସାର କରାଯାଏ ବୋଲି ଅନେକ ବିଶ୍ୱାସ କରନ୍ତି। […]

science exhibition

science exhibition

Debendra Prusty
  • Published: Monday, 26 December 2022
  • Updated: 26 December 2022, 05:44 PM IST

Sports

Latest News

  • ରୁଦ୍ର ପ୍ରସନ୍ନ ରଥ

ଶୀତଦିନ ଆସିଲାମାନେ ଆମ ବିଦ୍ୟାଳୟ ସବୁ ଚଳଚଂଚଳ ହୋଇଉଠନ୍ତି। ଗୋଟିଏ ପରେ ଗୋଟିଏ ସାମାଜିକ ଏବଂ ସାଂସ୍କୃତିକ ରଂଗାରଂଗ କାର୍ଯ୍ୟକ୍ରମ ଭିତରେ ଧୀରେଧୀରେ ପାଠପଢ଼ା ବର୍ଷ ସରିସରି ଆସେ ବୋଲି ଅନୁଭୂତ ହୁଏ। ଏହି ସମୟରେ ଅନେକ ବିଦ୍ୟାଳୟରେ ବିଜ୍ଞାନମେଳା ଅନୁଷ୍ଠିତ ହୁଏ। ବିଦ୍ୟାଳୟରେ ବିଜ୍ଞାନମେଳା ଅନୁଷ୍ଠିତ ହେବା ଏକ ବହୁ ପୁରୁଣା ପରମ୍ପରା। ଏହି ମେଳାଦ୍ୱାରା ପିଲାଙ୍କ ମନରେ ବୈଜ୍ଞାନିକ ଚିନ୍ତାଧାରାର ପ୍ରଚାର ପ୍ରସାର କରାଯାଏ ବୋଲି ଅନେକ ବିଶ୍ୱାସ କରନ୍ତି।

ପ୍ରକୃତରେ ବିଜ୍ଞାନ ମେଳାରେ ଶିକ୍ଷକ, ଛାତ୍ରଛାତ୍ରୀ ଏବଂ ପିତାମାତାଙ୍କର ସହଭାଗିତା ରହିବା ଦରକାର। ଶିକ୍ଷକଙ୍କ ମାର୍ଗଦର୍ଶନରେ ପିଲାଟିଏ ସାଧାରଣ ଭାବେ ମୌଳିକ ବିଜ୍ଞାନର ସିଦ୍ଧାନ୍ତକୁ ନେଇ ହେଉଥିବା ପ୍ରକଳ୍ପସବୁ ସ୍ଥାନୀୟ ସୂତ୍ରରେ ମିଳୁଥିବା ଉପକରଣକୁ ନେଇ ପ୍ରସ୍ତୁତ କରିବା ଆବଶ୍ୟକ। ଏପରି କରିବା ଦ୍ୱାରା ପିଲାମାନେ ନିଜସ୍ୱ ପରିଶ୍ରମରେ ବିଜ୍ଞାନକୁ ସହଜରେ ବୁଝିପାରନ୍ତି। ସ୍ଥାନୀୟ ଉପକରଣରେ ପ୍ରସ୍ତୁତ ବିଜ୍ଞାନ ପ୍ରକଳ୍ପ ମାଧ୍ୟମରେ ପିଲାର ସୃଜନାତ୍ମକ ଶକ୍ତିର ବିକାଶ ହୋଇଥାଏ। ପିତାମାତା ବି ଜାଣିପାରନ୍ତି ଯେ ପିଲା ବିଜ୍ଞାନ ପଢ଼ିବାରେ କେତେ ପଟୁତା ହାସଲ କରିଛି।

ତେବେ ଗତକିଛି ବର୍ଷ ହେଲା ଏହି ପରମ୍ପରାରେ ବ୍ୟାପକ ପରିବର୍ତ୍ତନ ଆସିବାର ଲକ୍ଷ୍ୟ କରାଯାଇଛି। ଏବେ ବିଜ୍ଞାନମେଳା କଥା ଆଲୋଚନା ହେଲାମାନେ ପିଲା ଏବଂ ପିତାମାତାଙ୍କ ମଧ୍ୟରେ ଭାଳେଣି ପଡ଼ିଯାଉଛି। ବିଦ୍ୟାଳୟ ପକ୍ଷରୁ ବିଜ୍ଞାନ ମେଳାର ତାରିଖ ଘୋଷଣା ହେଲା ମାତ୍ରେ ପିଲାମାନେ ଘରେ ପ୍ରକଳ୍ପ ତିଆରି କରି ଦେବାକୁ ଅଝଟ ଆରମ୍ଭ କରି ଦେଉଛନ୍ତି। ପିଲାଙ୍କ ଅଝଟ ଦେଖି ବାପା ମା’ ବଜାର ବାହାରିବାକୁ ବାଧ୍ୟ ହେଉଛନ୍ତି।

ବଜାରରେ ଏହି ପ୍ରକଳ୍ପ ସବୁ ତିଆରି କରି ଲୋକଙ୍କୁ ଯୋଗାଇ ଦେବାକୁ ଦୋକାନ ମଧ୍ୟ ଖୋଲିଗଲାଣି। ଏଠି ପୂର୍ବ ନିର୍ଦ୍ଧାରିତ ଦରରେ ପ୍ରକଳ୍ପ ସବୁ ମିଳୁଛି। ମୂଲ୍ୟ ୫୦୦ରୁ ଆରମ୍ଭ କରି ୫୦ ହଜାର ଟଙ୍କା ଯାଏ। ଯିଏ ଯେତେ ପାରିଲା ନିଜର ସାଧ୍ୟ ମତେ ଦେଇ ପିଲାଙ୍କୁ ଖୁସି କରିବାକୁ ଦୋକାନରୁ ପ୍ରକଳ୍ପ ଉଠାଇ ନେଉଛି। ବୁଝୁ କିମ୍ବା ନବୁଝୁ ପିଲା ସେହି ପ୍ରକଳ୍ପ ଧରି ସ୍କୁଲରେ ହାଜର ହୋଇଯାଉଛି। ଯାହାର ଯେତେ ବଡ଼ ପ୍ରକଳ୍ପ ସ୍କୁଲରେ ତାହାର ଖାତିର ସେତେ ବେଶୀ।

ସେପଟେ ସ୍କୁଲରେ ବିଜ୍ଞାନମେଳା ଏକ ଉତ୍ସବରେ ପରିଣତ ହେଉଛି। ଯେଉଁଠି ଗୋଷ୍ଠୀସ୍ତରୀୟ ବା ଏକାଧିକ ବିଦ୍ୟାଳୟକୁ ନେଇ ବିଜ୍ଞାନମେଳା ଆୟୋଜିତ ହେଉଛି ସେଠି ସ୍ଥିତି ଆହୁରି ଭିନ୍ନ। ବଡ଼ ବଡ଼ ଷ୍ଟଲ ଭିତରେ ପିଲାମାନଙ୍କୁ ଖୁନ୍ଦି ବସାଇ ଦିଆଯାଉଛି। ପ୍ରକଳ୍ପ ଠିକ୍ ଭାବେ ଥୋଇବାକୁ ଜାଗା ନାହିଁ। ସେପଟେ ସ୍କୁଲ କର୍ତ୍ତୃପକ୍ଷଙ୍କ ପାଖରେ ପିଲାଙ୍କ ପାଇଁ ସମୟ ନାହିଁ। ସେମାନେ ମୁଖ୍ୟ ଅତିଥିଙ୍କୁ ସଙ୍ଖୋଳିବାରେ ବ୍ୟସ୍ତ। ତାଙ୍କର ଆସିବା, ବସିବା ଆଉ ଖାଇବାକୁ ନେଇ ସମସ୍ତେ ଏତେ ବ୍ୟସ୍ତ ଯେ ପିଲାମାନଙ୍କର ପ୍ରକଳ୍ପ ଉପରେ ଆଉ କାହାର ନିଘା ନଥାଏ। ମୁଖ୍ୟ ଅତିଥିଙ୍କର ଏକାଧିକ କାମ ଥିବାରୁ ଗୋଟିଏ ଦୁଇଟି ପ୍ରକଳ୍ପର ସମୀକ୍ଷା ପରେ ସେଠାରୁ ସେ ପ୍ରସ୍ଥାନ କରନ୍ତି। ଏପରି ସ୍ଥିତିରେ ସେଠାରେ ନା ପିଲାଙ୍କର ଆଉ ବୁଝାଇବାର ଇଚ୍ଛା ନା ଆଉ କାହାର ଦେଖିବାର ଇଚ୍ଛା ଥାଏ। ଯେନେତେଣ ପ୍ରକାରରେ ଜଣେ ଅଧେଙ୍କୁ ପୁରସ୍କାର ଦେଇ ଏହି କାର୍ଯ୍ୟକ୍ରମ ଶେଷ କରିବା ଦିଗରେ ଆୟୋଜକମାନେ ଚେଷ୍ଟା କରନ୍ତି। ସଫଳ କିମ୍ବା ବିଫଳ ମନୋରଥ ନେଇ ପିଲାଟି ଘରକୁ ଫେରିବା ପରେ ବିଜ୍ଞାନ ପ୍ରକଳ୍ପଟି ଘର କଣରେ ପଡ଼ି ରହେ। ପୁଣି ଆଉ ଗୋଟିଏ ବର୍ଷ ଆଉ ଥରେ ବିଜ୍ଞାନମେଳା ହେବା ଯାଏ।

କୌଣସି ବିଷୟରେ ଶିଶୁଙ୍କର ଉପସ୍ଥିତିକୁ ସୁନିଶ୍ଚିତ କରିବାକୁ ହେଲେ ଏହାକୁ ଚିତ୍ତାକର୍ଷକ ଏବଂ ଲୋଭନୀୟ କରାଯିବା ଦରକାର। ଏପରି ହେଲେ ଏଥିରେ ସାମିଲ ହୋଇଥିବା ଶିଶୁର ମାନସିକ ବିକାଶ ହେବା ସହ ସେ ଏଥିରୁ ଆନନ୍ଦ ଲାଭ କରିପାରିବ। ଏହି ସବୁ ମେଳାଗୁଡ଼ିକରେ ପିଲାଙ୍କ ମଧ୍ୟରେ ପ୍ରକଳ୍ପକୁ ନେଇ ପ୍ରତିଯୋଗିତା ହେବା ନିହାତି ଆବଶ୍ୟକ ନୁହେଁ, ବରଂ ପିଲାପିଲାଙ୍କ ମଧ୍ୟରେ ଏହାକୁ ଆଗ୍ରହ ସୃଷ୍ଟି ହେବା ଆବଶ୍ୟକ। ପିଲା ଭାଗ ନେବା ପାଇଁ ନିଜ ଭିତରେ ପ୍ରତିଯୋଗିତା କରିବା ଦରକାର, ପ୍ରତିଦ୍ୱନ୍ଦିତା କରିବା ପାଇଁ ନୁହେଁ।

ଆମ ଦେଶରେ ବିଜ୍ଞାନକୁ ସବୁବେଳେ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ଗମ୍ଭୀର ବିଷୟବସ୍ତୁ ବୋଲି ବିଚାର କରାଯାଏ। ଅନେକ ଆଶା କରନ୍ତି ଯେ ବିଜ୍ଞାନକୁ ନେଇ ଆମେ ସବୁବେଳେ ଗୁରୁତ୍ୱପୂର୍ଣ୍ଣ ଏବଂ ମହତ୍ତର ପ୍ରସଙ୍ଗସବୁର ଆଲୋଚନା କରିବା ଦରକାର। କିନ୍ତୁ ଏହା ସବୁବେଳେ ସତରେ ହୋଇପାରେ ନାହିଁ। ଏହାର କାରଣ ରୁପେ ଆମେ ବିଦ୍ୟାଳୟ ସ୍ତରରେ ବିଜ୍ଞାନମେଳା ପରି ହେଉଥିବା ଅନାକର୍ଷଣୀୟ ବ୍ୟବସ୍ଥାକୁ ଦାୟୀ କରିପାରିବା। ଯେଉଁଠି ବିଜ୍ଞାନକୁ ନେଇ ପିଲାଙ୍କୁ ଚିନ୍ତା କରିବାକୁ ସୁଯୋଗ ସୃଷ୍ଟି କରାଯାଇ ପାରେ ନାହିଁ, ଯେଉଁଠି ବିଜ୍ଞାନକୁ ନେଇ ପିତାମାତା, ଶିକ୍ଷକ ଏବଂ ପିଲାମାନଙ୍କୁ ଗୋଟିଏ ପ୍ଲାଟଫର୍ମରେ ଅଣାଯାଇ ପାରୁନାହିଁ  ସେଠାରେ ବିଜ୍ଞାନ ଶିକ୍ଷାର ଭିତ୍ତିଭୂମି ବିକାଶ ହେବ ବା କେମିତି?

ଏହି ବିଜ୍ଞାନ ମେଳାର ମଡେଲକୁ ନେଇ ଏବେ ଲୋକମାନଙ୍କ ମଧ୍ୟରେ ବେଶ ସମାଲୋଚନା ହେଉଛି। ଏହା ଶିକ୍ଷାକୁ ଆହୁରି ବ୍ୟୟବହୁଳ କରିବା ସଂଗେ ସଂଗେ ଏହା ଗରୀବ ମେଧାବୀ ପିଲାମାନଙ୍କୁ ବିଜ୍ଞାନ ଶିକ୍ଷାଠାରୁ ଦୂରେଇ ନେଉଛି ବୋଲି ଅନେକ ଅଭିଯୋଗ ବି କରୁଛନ୍ତି। ଶିକ୍ଷା ବ୍ୟବସ୍ଥାଟି ସଂପୂର୍ଣ୍ଣ ରୂପେ ବ୍ୟବସାୟୀକରଣ ଦ୍ୱାରା ଜଟିଳ ହୋଇପଡ଼ିଥିବାବେଳେ ବିଜ୍ଞାନମେଳା ପରି ବ୍ୟବସ୍ଥା ଏହାକୁ ଆହୁରି ବିଗାଡ଼ି ଦେଉଛି ବୋଲି ଅନେକଙ୍କର ମତ।

ତେବେ ଏହି ବିଜ୍ଞାନମେଳା ସବୁରେ ଅନେକ ପରିବର୍ତ୍ତନ କରାଯାଇ ପାରିବ। ପିଲାମାନେ ନିଜ ହାତରେ ପ୍ରକଳ୍ପ ତିଆରି କରିବା ବାଧ୍ୟତାମୂଳକ ହେବା ସହ ସ୍ଥାନୀୟ ଉପକରଣ ବା ବର୍ଜ୍ୟବସ୍ତୁରୁ ପ୍ରକଳ୍ପ ସବୁ ପ୍ରସ୍ତୁତ ହେଉ। ସେହିପରି ପିଲାର ପ୍ରକଳ୍ପକୁ ନେଇ ନୁହେଁ ବରଂ ତାହାର ବୁଝାଇବା ଶୈଳୀକୁ ଗୁରୁତ୍ୱ ଦିଆଯାଉ ତାହା ସହିତ ଅତିଥିମାନେ ସ୍କୁଲର ଅତିଥି ଚର୍ଚ୍ଚାରେ ସମୟ କାଟିବା ଅପେକ୍ଷା ପିଲାଙ୍କ ସହ ବିଜ୍ଞାନ ପ୍ରକଳ୍ପ ସବୁର ଆଲୋଚନାରେ ଅଧିକ ସମୟ ବିତାନ୍ତୁ। ମୋଟ୍ ଉପରେ ଏହା ଏକ ଶିକ୍ଷଣୀୟ ବ୍ୟବସ୍ଥା ହେଉ। ପିତାମାତା ଏବଂ ଛାତ୍ରଛାତ୍ରୀଙ୍କୁ ଭାରାକ୍ରାନ୍ତ କରି କୌଣସି ଆୟୋଜନ କେବେ ବି ସଫଳହୁଏ ନାହିଁ ବୋଲି ସ୍କୁଲ କର୍ତ୍ତୃପକ୍ଷ ହୃଦୟଙ୍ଗମ କଲେ ବିଜ୍ଞାନ ମେଳା ଆୟୋଜନର ରୂପରେଖରେ ପରିବର୍ତ୍ତନ ଆସିବ।

ଧବଳଗିରି, ଯାଜପୁର ରୋଡ

ଫୋ-୭୯୭୮୬୭୧୭୭୬

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story