ସ୍ୱତନ୍ତ୍ର କୃଷି ବଜେଟ ଏକ ଧୂଆଁବାଣ

ଜାନକୀଶ ବଡ଼ପଣ୍ଡା କର୍ଣ୍ଣାଟକ ଦେଶର ପ୍ରଥମ ରାଜ୍ୟ ଭାବେ ୨୦୧୧-୧୨ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟରୁ କୃଷି ପାଇଁ ବ୍ୟୟ ବରାଦକୁ ଅଲଗା କରି ସ୍ୱତନ୍ତ୍ର କୃଷି ବଜେଟ୍ ପ୍ରସ୍ତୁତ କରିଥିଲା। ପଛକୁ ପଛ ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶା ୨୦୧୩-୧୪ ବର୍ଷ ଓ ଚତୁର୍ଥ ତଥା ଶେଷ ରାଜ୍ୟ ଭାବେ ତାମିଲନାଡୁ ୨୦୨୧-୨୨ ବର୍ଷ ପାଇଁ ଅଲଗା କୃଷି ବଜେଟ ଆଣିଥିଲା। ଆନ୍ଧ୍ର ପ୍ରଦେଶ ଚାଷୀ ସଙ୍ଗଠନମାନଙ୍କ ମତାମତରୁ ଜଣାପଡ଼ିଛି ଯେ ସେଠାକାର ସରକାର […]

farmer

farmer

Debendra Prusty
  • Published: Thursday, 11 August 2022
  • Updated: 11 August 2022, 11:27 AM IST

ଜାନକୀଶ ବଡ଼ପଣ୍ଡା

କର୍ଣ୍ଣାଟକ ଦେଶର ପ୍ରଥମ ରାଜ୍ୟ ଭାବେ ୨୦୧୧-୧୨ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟରୁ କୃଷି ପାଇଁ ବ୍ୟୟ ବରାଦକୁ ଅଲଗା କରି ସ୍ୱତନ୍ତ୍ର କୃଷି ବଜେଟ୍ ପ୍ରସ୍ତୁତ କରିଥିଲା। ପଛକୁ ପଛ ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶା ୨୦୧୩-୧୪ ବର୍ଷ ଓ ଚତୁର୍ଥ ତଥା ଶେଷ ରାଜ୍ୟ ଭାବେ ତାମିଲନାଡୁ ୨୦୨୧-୨୨ ବର୍ଷ ପାଇଁ ଅଲଗା କୃଷି ବଜେଟ ଆଣିଥିଲା। ଆନ୍ଧ୍ର ପ୍ରଦେଶ ଚାଷୀ ସଙ୍ଗଠନମାନଙ୍କ ମତାମତରୁ ଜଣାପଡ଼ିଛି ଯେ ସେଠାକାର ସରକାର କୃଷି ପାଇଁ ସ୍ୱତନ୍ତ୍ର ବଜେଟ ଆଣି ଥିବାରୁ କୃଷିକ୍ଷେତ୍ର ପାଇଁ ଉପାଦେୟ ହୋଇଛି। ତଥାପି ଅନେକ ରାଜ୍ୟ ପୃଥକ ବଜେଟ ଆଗତ ନକରି ବି ନିଜ ରାଜ୍ୟର କୃଷି ଓ କୃଷକଙ୍କୁ ତୁଳନାତ୍ମକ ଭାବେ ଅଧିକ ବିକଶିତ କରିବାରେ ସମର୍ଥ ହୋଇପାରିଛନ୍ତି। କୃଷି ଅର୍ଥନୀତିଜ୍ଞମାନେ ବିଶ୍ୱାସ କରନ୍ତି ଯେ ଏହା ଏକ ରାଜନୈତିକ ଧୁଆଁବାଣ ବ୍ୟତୀତ ଅନ୍ୟ କିଛି ନୁହେଁ।

ଅବିଭକ୍ତ ଆନ୍ଧ୍ର ପ୍ରଦେଶ ୨୦୧୩-୧୪ରେ କୃଷି ବଜେଟକୁ 'କୃଷିନୀତି ଫର୍ଦ୍ଦ' ନାମରେ ଆରମ୍ଭ କଲାବେଳେ ସେହି ବର୍ଷ ଓଡ଼ିଶା ମଧ୍ୟ ସ୍ୱତନ୍ତ୍ର କୃଷି ବଜେଟ ନାମରେ ଶ୍ରୀଗଣେଶ କରିଥିଲା। ରାଜସ୍ଥାନ ଏବଂ ବିହାର ଭଳି ରାଜ୍ୟମାନେ କୃଷି ବଜେଟ ପ୍ରଣୟନ କରିବାକୁ ଯୋଜନା କରିଥିଲେ ବି କୃଷିକ୍ଷେତ୍ରରୁ ରାଜସ୍ୱ ଆୟ ନଥାଇ କେବଳ ବ୍ୟୟ କରିବାର ଥିବାରୁ ଏହାକୁ ବଜେଟ କହିବା ଅଯୌକ୍ତିକ ବୋଲି ବିଚାର କରି ବିଭିନ୍ନ ଆଇନଗତ ଏବଂ ବୈଷୟିକ ଅସୁବିଧା ଦର୍ଶାଇ ଏହି ଦିଗରେ ଆଗେଇ ନଥିଲେ। ତେଲେଙ୍ଗାନା ଆନ୍ଧ୍ରରୁ ଅଲଗା ହୋଇ ସ୍ୱତନ୍ତ୍ର ରାଜ୍ୟ ହେବା ମାତ୍ରେ ସ୍ୱତନ୍ତ୍ର କୃଷିନୀତି ଫର୍ଦ୍ଦ ଆଗତ କରିବା ବନ୍ଦ କରିଦେଇଥିଲା। ତାମିଲନାଡୁ ସରକାର ଏହାର ପ୍ରଥମ କୃଷି ବଜେଟ୍ ପ୍ରସ୍ତୁତ କରିବା ପାଇଁ ନିଷ୍ପତ୍ତି ନେବା ପୂର୍ବରୁ ବିଭିନ୍ନ କୃଷକ ସଙ୍ଗଠନ ଏବଂ ଶିଳ୍ପ ସଂସ୍ଥାଗୁଡ଼ିକର ମତାମତ ନେଇଥିଲେ। ରାଜ୍ୟରେ ବିକଶିତ ହାଇବ୍ରିଡ ଫସଲର ନୂତନ କିସମକୁ ପ୍ରୋତ୍ସାହିତ କରିବା, ଜଳସମ୍ପଦର ସୁପରିଚାଳନା, ନୂତନ କୃଷି କୌଶଳ ପ୍ରୟୋଗ, ଅମଳ ପରବର୍ତ୍ତୀ ଶସ୍ୟ ପରିଚାଳନା ତଥା ଶସ୍ୟକ୍ଷେତ୍ରକୁ ଅତିରିକ୍ତ ଧ୍ୟାନ ଦେବା ତଥା ଚାଷୀଙ୍କୁ ଋଣଯନ୍ତାରୁ ମୁକ୍ତି ଦେବାକୁ ସ୍ୱତନ୍ତ୍ର କୃଷି ବଜେଟ ସାହାଯ୍ୟ କରିବ ବୋଲି ସମସ୍ତଙ୍କ ମତାମତ ଭିତ୍ତିରେ ସେଠାରେ ଏହାର ପ୍ରାରମ୍ଭ ହୋଇଥିଲା। କୃଷି ତଥା ଆନୁସଙ୍ଗିକ କ୍ଷେତ୍ର ପାଇଁ ଉଭୟ ଭିତ୍ତିଭୂମି ପ୍ରସ୍ତୁତି ଓ ପରିଚାଳନା ପାଇଁ ଆବଶ୍ୟକ ହେଉଥିବା ବିପୁଳ ଖର୍ଚ୍ଚ ମେଣ୍ଟାଇବାକୁ ରାଜ୍ୟ ଅସମର୍ଥ ହେଉଥିଲେ, ସ୍ୱତନ୍ତ୍ର କୃଷି ବଜେଟ ପ୍ରଣୟନ କରାଯିବାକୁ କେବଳ ରାଜନୈତିକ ହଟଚମଟ କୁହାଯାଇପାରିବ। ଯଦି ସ୍ୱତନ୍ତ୍ର କୃଷି ବଜେଟ କୃଷିକ୍ଷେତ୍ରକୁ ନିବେଶକାରୀଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସହାୟକ ନହେବ, ଜନସାଧାରଣଙ୍କ ପୁଞ୍ଜି ବିନିଯୋଗକୁ ଆକର୍ଷିତ ନକରିବ, ତେବେ ସ୍ୱତନ୍ତ୍ର କୃଷି ବଜେଟ ମୂଲ୍ୟହୀନ।

ଓଡ଼ିଶାରେ କୃଷିର ଉନ୍ନତ୍ତି ପାଇଁ ରାଜ୍ୟ ସରକାର ୨୦୧୩-୧୪ ଆର୍ଥିକ ବର୍ଷରୁ ସ୍ୱତନ୍ତ୍ର କୃଷି ବଜେଟ ଆଗତ କରି ଆସୁଛନ୍ତି। ପ୍ରଥମ ବର୍ଷ ଏହାର ଆକାର ଥିଲା ୭୧୬୨ କୋଟି ଟଙ୍କା। ଗତ ୧୦ ବର୍ଷରେ ବଜେଟ ଆକାର ପ୍ରାୟ ୩ ଗୁଣ ବଢ଼ି ଚଳିତ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ  ଏହା ପହଞ୍ଚିଛି ୨୧,୧୬୬ କୋଟି ଟଙ୍କାରେ। ହେଲେ, ବିଡ଼ମ୍ବନାର ବିଷୟ ଯେ, ଯେଉଁ ଆଭିମୁଖ୍ୟ ନେଇ ସ୍ୱତନ୍ତ୍ର କୃଷି ବଜେଟ ପରିକଳ୍ପନା କରାଯାଇଥିଲା, ତାହା ପୂରଣ ହୋଇ ପାରିନି। ବଜେଟ ଆକାର ବଢ଼ୁଥିଲେ ହେଁ ଚାଷୀର ଭାଗ୍ୟ ବଦଳିନି। ଚାଷୀର ରୋଜଗାର ବଢ଼ିବା ପରିବର୍ତ୍ତେ, କମି ଚାଲିଛି। ଚାଷରେ ଉତ୍ପାଦନ ଖର୍ଚ୍ଚ ବଢ଼ିଲା ବେଳେ ଲାଭ ଆଦାୟ କମିଛି। ଏବେ ଚାଷୀର ଆୟ ଦ୍ଵିଗୁଣିତ କରିବାର ପ୍ରତିଶୃତି କୁଢ଼ କୁଢ଼ ଯୋଜନା ଭିତରେ ଛନ୍ଦି ହୋଇ ରହିଯାଇଛି।

କିଛି ଦିନ ତଳେ ଓଡ଼ିଶା ବିଧାନସଭାରେ କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ଜାତୀୟ ପରିସଂଖ୍ୟାନ ସଂସ୍ଥା ବା ଏନଏସଓ ପକ୍ଷରୁ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ପ୍ରକାଶିତ ୭୭ତମ ସର୍ବେକ୍ଷଣ ତଥ୍ୟ ଉଦ୍ଧାରକରି ଉଲ୍ଲେଖ କଲେ ଯେ ଓଡ଼ିଶାର ଚାଷୀ ପରିବାର ମାସିକ ଆୟକରେ  ହାରାହାରି ମାତ୍ର ୫,୧୧୨ ଟଙ୍କା। ଏହି ସଂସ୍ଥାର ତଥ୍ୟ ଅନୁସାରେ ଆମ ରାଜ୍ୟରେ ୨୦୦୨-୦୩ ବର୍ଷରେ ଚାଷୀ ପରିବାର ମାସିକ ୧,୦୬୨ ଟଙ୍କା ରୋଜଗାର କରୁଥିଲାବେଳେ ୨୦୧୨-୧୩ ବେଳକୁ ଏହା ବଢ଼ି ପହଞ୍ଚିଥିଲା ୪,୯୭୬ ଟଙ୍କାରେ। ଅଥଚ, ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷିତ କୃଷିନୀତି-୨୦୧୯ ଅନୁସାରେ ୨୦୧୫-୧୬ ଆର୍ଥିକ ବର୍ଷରେ ଓଡ଼ିଶାରେ କୃଷକ ପରିବାରର ମାସିକ ଆୟ ୭,୭୩୧ ଟଙ୍କା ଉଲ୍ଲେଖ ହୋଇଥିଲା। ଏହାର ସରଳାର୍ଥ ହେଲା ଯେ ୨୦୧୫-୧୬ ଅପେକ୍ଷା ୨୦୧୮-୧୯ ବର୍ଷରେ କୃଷକ ପରିବାରର ମାସିକ ଆୟ ୨,୬୧୯ ଟଙ୍କା କମିଯାଇଛି।

ଏନଏସଓ ସର୍ବେକ୍ଷଣ ତଥ୍ୟକୁ ଆଧାର କରି ବିଧାନସଭାରେ ସୂଚନା ଦିଆଯାଇଥିଲା ଯେ ଅନ୍ୟାନ୍ୟ ଆନୁସଙ୍ଗିକ କ୍ଷେତ୍ରକୁ ଛାଡ଼ିଦେଲେ ରାଜ୍ୟରେ ୨୦୦୨-୦୩ରେ କୃଷକ ପରିବାରର କେବଳ ଚାଷରୁ ନିରୋଳା ଆୟ ଥିଲା ମାତ୍ର ୩୩୬ ଟଙ୍କା। ଏହା କ୍ରମାଗତ ଭାବେ ବଢ଼ି ୨୦୧୨-୧୩ରେ ପହଞ୍ଚିଥିଲା ୧,୪୦୭ ଓ ୨୦୧୮-୧୯ରେ ୧,୫୬୯ ଟଙ୍କାରେ। ସେମାନଙ୍କର ଅନ୍ୟାନ୍ୟ ଆୟ ମିଶିବା ପରେ ସମୁଦାୟ ଆୟ ୫,୧୧୨ ଟଙ୍କାରେ ପହଞ୍ଚିଥିଲେ ବି କେବଳ ଫସଲ ଚାଷରୁ ନିରୋଳା ଆୟ ସତରେ ଯେ କେତେ ବିକଳାବସ୍ଥାରେ ଅଛି, ତାହା ଏଥିରୁ ସ୍ପଷ୍ଟ। ବର୍ତ୍ତମାନର ବଜାର ଦର ଓ ବର୍ଦ୍ଧିତ ମୁଦ୍ରାସ୍ଫୀତି ହାର ଦେଖିଲେ ଆମ ରାଜ୍ୟର କୃଷି ଉପରେ ନିର୍ଭରଶୀଳ ପରିବାରର ଆର୍ଥିକ ସ୍ଥିତି କିପରି ଦୟନୀୟ, ତାହା ଏହି ସମସ୍ତ ତଥ୍ୟ ବଖାଣୁଛି।

ରାଜ୍ୟ ସରକାର ପ୍ରଚାର କରୁଛନ୍ତି ଯେ ଚାଷବାସ ପାଇଁ ସରକାର ପର୍ଯ୍ୟାପ୍ତ ଅର୍ଥ ଖର୍ଚ୍ଚ କରୁଛନ୍ତି। ତଥାପି ଯଦି କୃଷକଙ୍କ ଆୟ ବଢୁନାହିଁ, ସ୍ୱତନ୍ତ୍ର କୃଷି ବଜେଟ କେଉଁ କାମକୁ? ପ୍ରତିବର୍ଷ ଏଥିରେ ଦିଆଯାଉଥିବା ଅର୍ଥ ଯାଉଛି କୁଆଡ଼େ? ସରକାରୀ ହିସାବ ଅନୁସାରେ ରାଜ୍ୟର ମୋଟ କୃଷକଙ୍କ ସଂଖ୍ୟା ୪୮,୬୫,୮୫୦, ଯାହା ମଧ୍ୟରେ ମାତ୍ର ଅଢ଼େଇ ଏକରରୁ କମ ଚାଷ ଜମିର ମାଲିକ 'ନାମମାତ୍ର ଚାଷୀ'ଙ୍କ ସଂଖ୍ୟା ସର୍ବାଧିକ। କେବଳ ଧାନ ଫସଲକୁ ଛାଡ଼ିଦେଲେ ଆଖୁଠାରୁ ଝୋଟ, କପାଠାରୁ ଡାଲି ଜାତୀୟ ଫସଲ, ତୈଳବୀଜଠୁ ଆଳୁ ପିଆଜ ଯାଏଁ ଅନ୍ୟାନ୍ୟ ସମସ୍ତ ଫସଲର ଉତ୍ପାଦନ କମି ଚାଲିଛି। ୨୦୧୬-୧୭ରେ ଶସ୍ୟ ଉତ୍ପାଦନ ଅଭିବୃଦ୍ଧି ହାର ୨୩.୨୭ ପ୍ରତିଶତ ଥିଲାବେଳେ ୨୦୧୯-୨୦ ବେଳକୁ ଏହା କମିଯାଇ ପହଞ୍ଚିଥିଲା ୧୮.୦ ପ୍ରତିଶତ ତଳକୁ। ବୋଝ ଉପରେ ନଳିତା ବିଡ଼ା ଭଳି, ସମଗ୍ର ଦେଶରେ ମହାମାରୀ କୋଭିଡ କାଳରେ ସାମଗ୍ରିକ ଅଭିବୃଦ୍ଧି ହାର ୨୦୨୦-୨୧ରେ ୧୨ ପ୍ରତିଶତ ତଳକୁ ଖସି ଆସିଥିଲା ଓ ପରବର୍ତ୍ତୀ ବର୍ଷ ୨୦୨୧-୨୨ରେ ଆହୁରି ନୈରାଶ୍ୟଜନକ ପ୍ରଦର୍ଶନ କରି ବିଯୁକ୍ତ ୭ ପ୍ରତିଶତରେ ପହଞ୍ଚି ଯାଇଥିଲା ବୋଲି ଆକଳନ କରାଯାଇଛି। ୨୦୨୧-୨୨ରେ କୃଷି କ୍ଷେତ୍ରରେ ଅଭିବୃଦ୍ଧି ହାର ବିଯୁକ୍ତ ୩.୦ ପ୍ରତିଶତରୁ ତଳେ ରହିବା ଫଳରେ କୃଷକ ପରିବାରଙ୍କ ରୋଜଗାର ବୃଦ୍ଧି ପ୍ରଚଳିତ କୃଷି ବଜେଟ ମାଧ୍ୟମରେ ଯେ ବସ୍ତୁତଃ ଅସମ୍ଭବ, ଏହା ଜଳ ଜଳ ଦିଶୁଛି।

ନିତି ଆୟୋଗଙ୍କ ଆକଳନ ଅନୁସାରେ ୨୦୧୫-୧୬କୁ ମୂଳବର୍ଷ ଭାବେ ଗ୍ରହଣ କରାଯାଇ ୨୦୨୨-୨୩ ସୁଦ୍ଧା କୃଷକଙ୍କ ନିରୁତା ଆୟକୁ ଦୁଇଗୁଣ କରିବାକୁ ହେଲେ, କୃଷିର ବାର୍ଷିକ ଅଭିବୃଦ୍ଧି ହାର ଅନ୍ତତଃ ୧୦-୧୨ ପ୍ରତିଶତ ହେବା ଆବଶ୍ୟକ। କିନ୍ତୁ, ଅଭିଜ୍ଞତା ଆଧାରରେ କୁହାଯାଇ ପାରେ ଯେ, ଅଭିବୃଦ୍ଧି ହାର ଆଶାନୁରୂପ ନୁହେଁ; ବରଂ ଅବକ୍ଷୟମୁଖୀ। ପଞ୍ଜାବ, ହରିୟାଣା ପରି କୃଷି ସମୃଦ୍ଧ ରାଜ୍ୟରେ ଓ କୃଷକ ପରିବାରର ମାସିକ ହାରାହାରି ଆୟ ଦେଶରେ ସର୍ବାଧିକ ଥିବା ମେଘାଳୟ ଭଳି ରାଜ୍ୟରେ କୃଷି ପାଇଁ ସ୍ୱତନ୍ତ୍ର ବଜେଟ ନଥିଲା ବେଳେ ଓଡ଼ିଶାରେ ପୃଥକ କୃଷି ବଜେଟ ପଛରେ ଥିବା ମାନସିକତା ଯେ ବିକାଶ କମ୍ ପ୍ରଚାର ବେଶି, ତାହା ସ୍ପଷ୍ଟ। ତାହା ସହିତ କାଳିଆ ଯୋଜନାରେ ସହସ୍ରାଧିକ କୋଟି ଟଙ୍କାର ଆର୍ଥିକ ଅନୁଦାନ ସତ୍ତ୍ୱେ ୨୦୧୯ ପରଠୁ ଓଡ଼ିଶାରେ ଚାଷୀଙ୍କ ରୋଜଗାର ଅନ୍ୟ ରାଜ୍ୟ ତୁଳନାରେ ବଢ଼ିନାହିଁ। ଏହା ନିଶ୍ଚୟ ଚିନ୍ତାର କାରଣ। ୨୦୧୯ରେ ରାଜ୍ୟ ସରକାର ପ୍ରସ୍ତୁତ କରିଥିବା କୃଷି-ଚିଠା-ନୀତିରେ କୁହାଯାଇଥିଲା ଯେ, ରାଜ୍ୟ କୃଷକ ପରବାରଙ୍କ ମାସିକ ଆୟ ୨୦୧୫-୧୬ ବର୍ଷ ସୁଦ୍ଧା ପହଞ୍ଚିଛି ୭,୭୩୧ ଟଙ୍କାରେ। ୨୦୦୨-୦୩ଠାରୁ ୨୦୧୫-୧୬ ଯାଏଁ ୧୩ ବର୍ଷ ମଧ୍ୟରେ କୃଷକ ଆୟ ମାସିକ ୧,୦୬୨ ଟଙ୍କାରୁ ବଢ଼ି ୭,୭୩୧ ଟଙ୍କାରେ ପହଞ୍ଚିବ। ତଥ୍ୟ ଯଦି ସତ୍ୟ ହୋଇଥାଏ, ତେବେ, ଆମେ ଏହି ସମୟରେ ବାର୍ଷିକ ୧୬.୫ ପ୍ରତିଶତ ହାରରେ କୃଷି ଅଭିବୃଦ୍ଧି ହାସଲ କରି ରୋଜଗାରକୁ ୭ ଗୁଣରୁ ଅଧିକ କରିଛେ। ବୋଧହୁଏ, ଏହି ତଥ୍ୟ ଆଧାରରେ ରାଜ୍ୟ ସରକାର ଦାବି କରିଆସୁଥିଲେ ଯେ, ଓଡ଼ିଶା ଚାଷୀଙ୍କ ଆୟ ଅଭିବୃଦ୍ଧି ହାର ଅନ୍ୟ ଭାରତୀୟ ରାଜ୍ୟ ତୁଳନାରେ ଆଗରେ।

ଏହି ସମୟ ମଧ୍ୟରେ, ସମଗ୍ର ଦେଶର କୃଷକଙ୍କ ସାମଗ୍ରିକ ବାର୍ଷିକ ଅଭିବୃଦ୍ଧି ହାର ମାତ୍ର ୧୧.୭ ପ୍ରତିଶତ ଥିଲାବେଳେ ଓଡ଼ିଶାର ଉପଲବ୍ଧି ଦର୍ଶାଯାଇଥିଲା ୧୬.୫ ପ୍ରତିଶତ। ସମଗ୍ର ଦେଶର କୃଷକଙ୍କ ହାରାହାରି ଆୟ ଏହି ସମୟ ମଧ୍ୟରେ ୨.୧୧୫ ଟଙ୍କାରୁ ବଢ଼ି ପହଞ୍ଚିଥିଲା ୮,୯୩୧ ଟଙ୍କାରେ। ଓଡ଼ିଶା ସରକାରଙ୍କ ୨୦୧୯ ଚିଠା କୃଷିନୀତିରେ ଉଲ୍ଲିଖିତ ତଥ୍ୟାନୁସାରେ ୨୦୦୨-୦୩ ଏବଂ ୨୦୧୫-୧୬ ମଧ୍ୟରେ ଓଡ଼ିଶାର କୃଷି ଉତ୍ପାଦନ ହାର ଥିଲା ବାର୍ଷିକ ମାତ୍ର ୩.୭ ପ୍ରତିଶତ ଏବଂ କୃଷକଙ୍କ ଆୟ ବଢ଼ିବା ହାର ଥିଲା ୮.୪ ପ୍ରତିଶତ; ଅର୍ଥାତ ଉତ୍ପାଦନ ହାରର ହୁଇଗୁଣରୁ ଅଧିକ ଥିଲା ରୋଜଗାର ଅଭିବୃଦ୍ଧି ହାର। ଏବେ ରାଜ୍ୟ ସରକାରଙ୍କ ଚିଠା ନୀତି ଏବଂ ବାସ୍ତବ ଅଭିବୃଦ୍ଧି ହାରକୁ ଅନୁଧ୍ୟାନ କଲେ ରାଜ୍ୟରେ କୃଷକଙ୍କ ଆୟ ଯେ ଆଶାନୁରୂପେ ବଢ଼ିନାହିଁ, ଏହା ସ୍ପଷ୍ଟ। ଓଡ଼ିଶାର କୃଷକ ପରିବାରର ଆୟ ମେଘାଳୟ ସହିତ ସମାନ କରିବାକୁ ହେଲେ ଆମକୁ କଚ୍ଛପଗତି ଛାଡ଼ି ଅଶ୍ଵଧାବନ କରିବାକୁ  ହେବ, ଏହା ଯେ କେହି ବି କହିବେ।

କୃଷି ବଜେଟର ଏକ ସିଂହଭାଗ ଜଳସମ୍ପଦ ବିଭାଗ ପାଇଁ ଉଦ୍ଦିଷ୍ଟ। ଏହା ପରେ କୃଷି ବିଭାଗ, ସମବାୟ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଓ କୃଷି ବିଶ୍ୱବିଦ୍ୟାଳୟଙ୍କ ପାଇଁ ଅର୍ଥ ବରାଦ କରାଯାଇଥାଏ। ବଜେଟରେ ସରକାରୀ କର୍ମଚାରୀଙ୍କ ଦରମା ଇତ୍ୟାଦି ଅନ୍ତର୍ଭୁକ୍ତ। ନିତି ଆୟୋଗ ୨୦୧୫-୧୬ରେ ୨୦୨୨-୨୩ ମଧ୍ୟରେ କୃଷକଙ୍କ ଆୟ ଦ୍ୱିଗୁଣିତ ହେବା ପାଇଁ କହିଥିଲେ। ସେତେବେଳେ ବହୁ ଅର୍ଥଶାସ୍ତ୍ରୀ ସନ୍ଦେହ ପ୍ରକାଶ କରିଥିଲେ। କାରଣ କୃଷି ଅଭିବୃଦ୍ଧି ହାର ୪ ପ୍ରତିଶତ ହୋଇପାରୁନଥିବା ବେଳେ ଏହା ୧୨ ପ୍ରତିଶତକୁ ଲମ୍ଫ ପ୍ରଦାନ କରିବା ବିଶ୍ଵାସଯୋଗ୍ୟ ହେଉନି। ସରକାର ଚାଷ କରନ୍ତି ନାହିଁ, ଚାଷ କରୁଥିବା ଚାଷୀଙ୍କୁ ନୀତିଗତ ଓ ବାଣିଜ୍ୟିକ ସହାୟତା ଦିଅନ୍ତି, ଜଳସେଚନ ଓ ନିଷ୍କାସନ ପାଇଁ ଭିତ୍ତିଭୂମି ନିର୍ମାଣ କରନ୍ତି। ବର୍ଷା ଓ କୃଷି ପାଣିପାଗ ଅନୁକୂଳ ନହେଲେ ସବୁ ହିସାବ ବିଗିଡ଼ି ଯାଏ।

ରାଜ୍ୟରେ ଖାଦ୍ୟାଭାବ ନଥିଲେ ବି ଏକଥା ସତ୍ୟ ଯେ କୃଷି ଅଭିବୃଦ୍ଧି ହାର ନିରୁତ୍ସାହଜନକ। ଆଜି ଚାଷୀ ଋଣଗ୍ରସ୍ତ, ଶିକ୍ଷିତ ଯୁବକ ଚାଷ ପାଇଁ ଅନାଗ୍ରହୀ। ଏହାର ବହୁ କାରଣ ଅଛି। ଏଥିମଧ୍ୟରେ ଜଳବାୟୁ ପରିବର୍ତ୍ତନ, ଜଳସେଚନ ଦକ୍ଷତା ହ୍ରାସ, ପ୍ରାକୃତିକ ବିପର୍ଯ୍ୟୟ, ବିକ୍ରିବଟାରେ ଅସୁବିଧା, ଭାଗଚାଷ ସମସ୍ୟା, ଭୂସଂସ୍କାର ତୃଟି ଇତ୍ୟାଦି ମୁଖ୍ୟ। କେନ୍ଦ୍ର ସରକାର ରେଳ ବଜେଟ ଆଗତ କରିବା ପରମ୍ପରା ବନ୍ଦ କରିସାରିଛନ୍ତି। କୃଷି ପାଇଁ ପୃଥକ ବଜେଟ୍ ଆଗତ କରିବା ଅନାବଶ୍ୟକ ବୋଲି କେନ୍ଦ୍ର ସରକାର ଲୋକସଭାରେ ଗତ ଫେବୃଆରୀ ମାସ ୮ ତାରିଖରେ କହି ସାରିଛନ୍ତି। ତେଲେଙ୍ଗାନା ଓ କେରଳରେ କୃଷି ବଜେଟ ନାହିଁ ଓ ସେଠାରେ ଉଦ୍ୟାନକୃଷି ବହୁ ବିକଶିତ। ଆମ ରାଜ୍ୟରେ ଆଳୁ ମିଶନ, ପିଆଜ ମିଶନ, ମିଲେଟ ମିଶନ ଇତ୍ୟାଦି ଅନେକ ଯୋଜନା ମାଧ୍ୟମରେ ସ୍ଵତନ୍ତ୍ର କୃଷି ବଜେଟ କେବଳ ଧୂଆଁବାଣରେ ପରିଣତ ହୋଇଛି।

ଦକ୍ଷିଣ ଭାରତୀୟ ଚଳଚିତ୍ରକୁ ଡବିଂ କଲାଭଳି ଅନାବଶ୍ୟକ ଦକ୍ଷିଣୀ କୃଷି ଯୋଜନାକୁ ରାଜ୍ୟରେ ଲଦି ଦିଆନଯାଉ। କୃଷି ବୈଜ୍ଞାନିକରୁ ପ୍ରଶାସକ ପାଲଟିଥିବା ଡକ୍ଟର ଅରବିନ୍ଦ ପାଢ଼ୀ ଏବେ ଓଡ଼ିଶା କୃଷି ବିଭାଗର ପ୍ରମୁଖ ସଚିବ। ମୁଖ୍ୟମନ୍ତ୍ରୀଙ୍କ ସଚିବ କାର୍ତ୍ତିକେୟନ ପାଣ୍ଡିଆନ ମଧ୍ୟ ଜଣେ କୃଷି ବିଜ୍ଞାନୀ।  ଆଶା, ସେ ଦୁହେଁ ଏହି ଦିଗରେ ପ୍ରଯତ୍ନ କରିବେ। ଧୂଆଁବାଣରେ ଲୁହ ବୁହାଉଥିବା ଚାଷୀଙ୍କ ମୁହଁରେ ହସ ଓ ସେମାନଙ୍କ ରୋଜଗାର ବଢ଼ାଇବାକୁ ଅନାବଶ୍ୟକ ଯୋଜନା ହଟାଇ ଦେଇ ବାସ୍ତବବାଦୀ କାର୍ଯ୍ୟକ୍ରମ ଆରମ୍ଭ ହେଉ।

କୋକିଳା ଏନକ୍ଳେଭ - ୨, ପୋଖରୀପୁଟ ଭୁବନେଶ୍ୱର-୨୦

ଫୋ-୯୪୩୮୨୯୯୦୩୭

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story