ପାଣ୍ଡିଆନଙ୍କ ସଂପର୍କରେ କ’ଣ ଲେଖିଲେ କୁମି କପୁର, କାହିଁକି?

ବିଶିଷ୍ଟ ସାମ୍ବାଦିକା କୁମି କପୁର ନିୟମିତ ଭାବେ ଦେଶର ପ୍ରମୁଖ ରାଜନୈତିକ ଘଟଣା ଓ ଦୁର୍ଘଟଣା ଆଧାରିତ ଖବରକୁ ନେଇ ଇଣ୍ଡିଆନ ଏକ୍ସପ୍ରେସ କାଗଜରେ ତାଙ୍କର ପ୍ରସିଦ୍ଧ ‘ଇନସାଇଡ ଟ୍ରାକ’ ସ୍ତମ୍ଭ ଲେଖୁଥିବାର ଆମେ ଉଣା ଅଧିକେ ଜାଣୁ। ଗତ ସପ୍ତାହରେ 'ନୋ ୱାନ ଇନଡିସ୍ପେନସେବୁଲ' ବା 'କେହି ବି ଅପରିହାର୍ଯ୍ୟ ନୁହନ୍ତି' ଶୀର୍ଷକରେ ଓଡ଼ିଶା ସମ୍ବନ୍ଧିତ ଏକ ଚମକପ୍ରଦ ଘଟଣାର ଅବତାରଣା କରିଥିଲେ।

Coomi Kapoor Column

Coomi Kapoor Column

Debendra Prusty
  • Published: Friday, 12 April 2024
  • Updated: 12 April 2024, 05:48 PM IST

ଜାନକୀଶ ବଡ଼ପଣ୍ଡା

ବିଶିଷ୍ଟ ସାମ୍ବାଦିକା କୁମି କପୁର ନିୟମିତ ଭାବେ ଦେଶର ପ୍ରମୁଖ ରାଜନୈତିକ ଘଟଣା ଓ ଦୁର୍ଘଟଣା ଆଧାରିତ ଖବରକୁ ନେଇ ଇଣ୍ଡିଆନ ଏକ୍ସପ୍ରେସ କାଗଜରେ ତାଙ୍କର ପ୍ରସିଦ୍ଧ ‘ଇନସାଇଡ ଟ୍ରାକ’ ସ୍ତମ୍ଭ ଲେଖୁଥିବାର ଆମେ ଉଣା ଅଧିକେ ଜାଣୁ। ଗତ ସପ୍ତାହରେ 'ନୋ ୱାନ ଇନଡିସ୍ପେନସେବୁଲ' ବା 'କେହି ବି ଅପରିହାର୍ଯ୍ୟ ନୁହନ୍ତି' ଶୀର୍ଷକରେ ଓଡ଼ିଶା ସମ୍ବନ୍ଧିତ ଏକ ଚମକପ୍ରଦ ଘଟଣାର ଅବତାରଣା କରିଥିଲେ। ସେଥିରେ ସେ ଓଡ଼ିଶା ରାଜନୀତି ସମ୍ପର୍କରେ ଲେଖିଥିଲେ ଯେ, ଦଳୀୟ ବରିଷ୍ଠ ନେତାଙ୍କୁ ନେଇ କରିଥିବା ରୁଦ୍ଧଦ୍ୱାର ବୈଠକରେ ସଦା-ପ୍ରଶାନ୍ତ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ଉତ୍ତରାଧିକାରୀ କୁହାଯାଉଥିବା ଭିକେ ପାଣ୍ଡିଆନଙ୍କ ଉପରେ ବର୍ଷିଗଲେ। ସେ ପରିଷ୍କାର କହିଦେଲେ ଯେ 'କେହି ବି ତାଙ୍କ ପାଇଁ ଅପରିହାର୍ଯ୍ୟ ନୁହନ୍ତି'। ନବୀନ ଯେତେବେଳେ ପ୍ରଥମ ଥର ପାଇଁ ଓଡ଼ିଶାରେ ପାଦ ଥାପିଥିଲେ ଅନଙ୍ଗ ଉଦୟ ସିଂହଦେଓ ଥିଲେ ତାଙ୍କର ଅନ୍ତରଙ୍ଗ। ପରେ ପରେ ପ୍ୟାରୀମୋହନ ମହାପାତ୍ର, ଜୟ ପଣ୍ଡା ଓ ପିନାକୀ ମିଶ୍ର ମଧ୍ୟ ଏକାଭଳି ଅନ୍ତରଙ୍ଗ ହୋଇଯାଇଥିଲେ। ନବୀନ ପଟ୍ଟନାୟକ ବୈଠକରେ ରୋକଠୋକ ଶୁଣାଇ ଦେଲେ: "ପାଣ୍ଡିଆନ ଭୁଲବଶତଃ ଭାବି ନେଇଛନ୍ତି ଯେ, ସେ ଭାଜପା ସହିତ ନିର୍ବାଚନୀ ମେଣ୍ଟ କରିବା ପାଇଁ ଅମାପ ସ୍ୱାଧୀନତା ପାଇଯାଇଛନ୍ତି!"

ଏତିକି ମାତ୍ର କଥାରେ କୁମି କପୁର ବୋଧହୁଏ ଦୁଇଟି କଥା କହିଦେଇଛନ୍ତି, ଯାହା ସତ୍ୟଠାରୁ ବହୁ ଦୂରରେ। ସେହି ରୁଦ୍ଧଦ୍ୱାର ବୈଠକରେ କୁମି କପୁର କେବେ ହେଁ ଉପସ୍ଥିତ ନଥିଲେ। ତେଣୁ ହୁଏତ ସେ ନିଜର କଳ୍ପନା ଶକ୍ତି ବ୍ୟବହାର କରିଛନ୍ତି କିମ୍ବା ବୈଠକରେ ଭାଗ ନେଇଥିବା କେହି ଜଣେ ବରିଷ୍ଠ ନେତା ତାଙ୍କୁ ଏକଥା କହିଛନ୍ତି। ଦୁଇଟି ଯାକ ସମ୍ଭାବନା ଯେ ସତ୍ୟ ଆଧାରିତ ତାହା ହଲପ କରି କହି ହେବନାହିଁ। ସବୁବେଳେ ଆମର ଜଣେ ବ୍ୟକ୍ତିଙ୍କ ଉପରେ ରହିଥିବା ପୂର୍ବ ଧାରଣା କଳ୍ପନା ଶକ୍ତିକୁ ଆଚ୍ଛନ୍ନ କରିଥାଏ ଓ ଆମକୁ ମିଳୁଥିବା ଗୋପନୀୟ ଖବର, ବିଶେଷକରି ନିର୍ବାଚନ କାଳରେ, ଯେ ଉଦ୍ଦେଶ୍ୟମୂଳକ ହୋଇ ଥାଇପାରେ, ତାହା ସମସ୍ତେ ଜାଣନ୍ତି। ତଥାପି କୁମି କପୁର ଏଭଳି ସମ୍ବେଦନଶୀଳ କଥାଟିଏ କହିଲେ କାହିଁକି?

ଜଣେ ଅନୁଭବୀ ସାମ୍ବାଦିକ କୁମିଙ୍କ କଥା ଭିତରେ ଯେଉଁ ଦୁଇଟି ବାର୍ତ୍ତା ଲୁଚିକରି ଗୋଡ଼ ଦୁଇଟାକୁ ଦେଖାଉଛି ତାହା ହେଲା: ଶାନ୍ତ ସ୍ୱଭାବର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ବି ସଶକ୍ତ ଭାବେ ଦଳର ମଙ୍ଗ ଧରିଛନ୍ତି, ବୈଠକ ନେଉଛନ୍ତି ଓ ଆଇଏଏସ-ପ୍ରଶାସକରୁ ବିବାଦୀୟ ରାଜନେତା ହୋଇଥିବା ସର୍ବଶକ୍ତିମାନ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ମଧ୍ୟ ନବୀନ ବାବୁ କଡ଼ାଭାଷାରେ ଗାଳି ଦେଇ ପାରୁଛନ୍ତି! ପାଠକମାନଙ୍କୁ ମନେହେବ ଯେ, ପାଣ୍ଡିଆନଙ୍କ ଅବସ୍ଥା ମଧ୍ୟ ଏକଦା ଅନ୍ତରଙ୍ଗ ଅନଙ୍ଗ ଉଦୟ, ପ୍ୟାରୀମୋହନ, ଜୟ ଓ ପିନାକୀଙ୍କ ଭଳି ହେବାକୁ ଆଉ ଡେରି ନାହିଁ! କୁମି କପୁର ଇଚ୍ଛାକୃତ ଭାବେ କିମ୍ବା ଅନିଚ୍ଛାକୃତ ଭାବେ ପାଠକମାନଙ୍କୁ ଏଭଳି ବିଶ୍ୱାସବୋଳା କଞ୍ଚାମିଛ କହିବା ପଛରେ ରାଜନେତାମାନେ ଆତ୍ମରକ୍ଷା ପାଇଁ ଗଣମାଧ୍ୟମକୁ ବ୍ୟବହାର କରୁଥିବାର ଦୁର୍ଗନ୍ଧ ଆସୁଛି।

ଏବେ ଆମେ ମୁଖ୍ୟସ୍ରୋତ ଗଣମାଧ୍ୟମ ବା ପ୍ରମୁଖ ଗଣମାଧ୍ୟମ ମଧ୍ୟରେ ଆସୁଥିବା ଜାତୀୟ ଛାପା ଏବଂ ବୈଦ୍ୟୁତିକ ଗଣମାଧ୍ୟମ ଉପରେ ଦୃଷ୍ଟି ପକାଇବା। ବହୁ ବର୍ଷ ଧରି ସେବାରତ ରହି ଏମାନେ ଦଣ୍ଠଡ଼ା ବା ଧାରହୀନ ଛୁରୀ ଭଳି ନିଜର ମୌଳିକ ଗୁଣ ହରାଇ ବସିଛନ୍ତି। ପାଠକମାନଙ୍କର ଉପା ସରକାରଙ୍କ ଦ୍ଵିତୀୟ ପାଳିରେ ସର୍ବୋଚ୍ଚ ନ୍ୟାୟାଳୟରେ ବିଚାର ହୋଇଥିବା ୨-ଜି ସ୍ପେକ୍ଟ୍ରମ ଘୋଟାଲା କଥା ସ୍ମରଣ ଥାଇପାରେ। ଅଦାଲତି କାରାବାରରୁ ସବୁ ବାହାରକୁ ଆସୁଥିଲା; ଗଣମାଧ୍ୟମ ସଂସ୍ଥାମାନଙ୍କୁ ବିଶେଷ କିଛି ଖୋଳତାଡ଼ କରିବାକୁ ପଡ଼ିନଥିଲା। ବହୁଳ ଆଲୋଚିତ ଏହି ଘୋଟାଲା ଉପରେ ଗଣମାଧ୍ୟମ ପାଇଁ କେବଳ ଗୋଟିଏ କାମ କରିବାକୁ ପଡ଼ିଥିଲା - କେଉଁ ରାଜନୈତିକ ଦଳ ଏହି ଘୋଟାଲାରୁ କେତେ ପରିମାଣର ଅର୍ଥ ପାଇଥିଲେ ଓ ଏସବୁର ଦାତା ଓ ଗ୍ରହୀତାଙ୍କ ମଧ୍ୟରୁ କିଏ କେତେ ଓ କିପରି ପାଇଥିଲେ। ବହୁତ ହଇଚଇ ସୃଷ୍ଟିହେଲା ଓ ଉପା ସରକାର ବଦନାମ ହେଲା। ପରବର୍ତ୍ତୀ କାଳରେ କିନ୍ତୁ ନିର୍ବାଚନ କମିସନଙ୍କ ୱେବସାଇଟ ଖୋଲି ସେଥିରେ ପ୍ରଦତ୍ତ ତଥ୍ୟ ଅନୁଧ୍ୟାନ କରିବାକୁ କୌଣସି ଗଣମାଧ୍ୟମ ଆଗ୍ରହ କିମ୍ବା ସାହସ କରି ନଥିଲେ। ଖବର ତ ପ୍ରକାଶ ପାଉଥିଲା, ଯାହା ଥିଲା ଗତାନୁଗତିକ, ଅନିଚ୍ଛା ସହିତ ଦିନେ ଅଧେ ବାହାରୁଥିବା ସମ୍ବାଦ। ଲାଗୁଥିଲା, ସତେ ଯେମିତି ସତ ଜଣେଇବା ଅପେକ୍ଷା ସତ ଲୁଚେଇବାର ମାନସିକତା ଥିଲା ସ୍ପଷ୍ଟ।

ବୋଧହୁଏ ‘ଜାତୀୟ’ ଗଣମାଧ୍ୟମରୁ ଶିକ୍ଷାଲାଭ କରି କିମ୍ବା ଅନୁପ୍ରେରିତ ହୋଇ, ଆମ ରାଜ୍ୟର କିଛି ଗଣମାଧ୍ୟମ ମଧ୍ୟ ଏହି ପ୍ରସଙ୍ଗରେ ସମାନ ଆଭିମୁଖ୍ୟ ଗ୍ରହଣ କରିଥିଲେ। ଏକ ଅଗ୍ରଣୀ ଓଡ଼ିଆ ଦୈନିକ ଖରରକାଗଜ ପକ୍ଷରୁ ମିଳିଥିବା ତଥ୍ୟକୁ ଏମିତି କାଣ୍ଟଛାଣ୍ଟ ଓ ମୋଡ଼ ଦେଇ ଖବର ଛାପିଲେ ଯେ ସେଥିରେ ନିର୍ବାଚନ ବଣ୍ଡ ହିତାଧିକାରୀ ତାଲିକାରେ ଥିବା ବିଜେଡିର ନାମ ନଥିଲା। ଅଥଚ, ରାଜ୍ୟର ଶାସକ ବିଜୁ ଜନତା ଦଳ ନିର୍ବାଚନ ବଣ୍ଡ ଯୋଜନା ମାଧ୍ୟମରେ ୯୪୪ କୋଟି ଟଙ୍କା ପାଇ ପଞ୍ଚମ ବୃହତ୍ତମ ହିତାଧିକାରୀ ଥିଲା। ଓଡ଼ିଆ କାଗଜ କଥା କ’ଣ କହିବା, ସେଦିନ ଏକ ଅଗ୍ରଣୀ ଇଂରାଜୀ ଦୈନିକର ସ୍ଥାନୀୟ ସଂସ୍କରଣରେ ମୁଖ୍ୟ କାହାଣୀ ଥିଲା - 'ଲଟେରୀ ମ୍ୟାନ୍' ସାଣ୍ଟିଆଗୋ ମାର୍ଟିନଙ୍କ ଶୋଷଣ! ଧର୍ମକୁ ଆଖିଠାର ମାରିଲା ଭଳି ନିର୍ବାଚନୀ ବଣ୍ଡ ଯୋଜନା ସମ୍ପର୍କିତ ଖବର ପ୍ରକାଶ ପାଇଥିଲେ ବି କିପରି ଶହଶହ କୋଟି କଳା ଟଙ୍କା ରାଜନୈତିକ ଦଳମାନଙ୍କ ବ୍ୟାଙ୍କ ଖାତାକୁ ଆସି ଧଳା ହୋଇ ଯାଇଛି, ତାହା ପ୍ରଥମ ପୃଷ୍ଠା ମୁଖ୍ୟ ଖବର ଭାବେ ଦେଖାଯାଇ ନଥିଲା। କାହା ଡରରେ କିମ୍ବା ପ୍ରଲୋଭନର ବଶବର୍ତ୍ତୀ ହୋଇ ଏଭଳି ସମ୍ବେଦଶୀଳ ଖବର ନିଜର ଗୁରୁତ୍ୱ ହରାଇ ବସିଲା ତାହା ଅନୁମାନ କରି ହେଉଛି।

ନିର୍ବାଚନୀ ବଣ୍ଡ ଘଟଣା ଓ ତାହା ସମ୍ବନ୍ଧରେ ମିଳିଥିବା ତଥ୍ୟ ଉପରେ ଗୁରୁତ୍ୱ ପ୍ରଦାନ କରି ସମସ୍ତ ଗଣମାଧ୍ୟମ ଖବର, ବିଶ୍ଳେଷଣ ଓ ସମୀକ୍ଷା ପ୍ରକାଶ କରିଥିଲେ, ତାହା ଏକ ବୃହତ ନିର୍ବାଚନ ପ୍ରସଙ୍ଗ ହୋଇପାରିଥାଆନ୍ତା। ଯେହେତୁ ନିର୍ବାଚନ କମିସନଙ୍କ ପକ୍ଷରୁ ନିର୍ବାଚନ ତାରିଖ ଘୋଷଣା ହେବାର ଥିଲା, ତେଣୁ କମିସନଙ୍କ ୱେବସାଇଟରେ ପ୍ରଦତ୍ତ ତଥ୍ୟ ସବୁକୁ ଯଥାଯଥ ଗୁରୁତ୍ୱ ପ୍ରଦାନ କରି ପ୍ରକାଶ କରାଯାଇଥିଲେ ଏହି ପ୍ରସଙ୍ଗ ମତଦାତାଙ୍କୁ ଆଲୋଡ଼ିତ କରିଥାଆନ୍ତା। ଗଣତନ୍ତ୍ରରେ ଏହା ଅତ୍ୟାବଶ୍ୟକ ମଧ୍ୟ। କିନ୍ତୁ ତାହା ଦେଖିବାକୁ ମିଳିଲା ନାହିଁ। ଗଣମାଧ୍ୟମ ଯେ କାହିଁକି ମୂକ ଓ ବଧିର ହୋଇ ନୀରବି ଗଲା, ତାହାର କାରଣ ବୁଝିବା ରକେଟ୍ ବିଜ୍ଞାନ ଭଳି କ୍ଳୀଷ୍ଟ ନୁହେଁI ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସ୍ୱାମୀ ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ପି. ପ୍ରଭାକର ନିର୍ବାଚନୀ ବଣ୍ଡ ଯୋଜନାରେ ସଂଗୃହୀତ ଅର୍ଥକୁ ପୃଥିବୀର ସବୁଠୁ ବଡ଼ ଘୋଟାଲା ବା ଦୁର୍ନୀତି ବୋଲି ବର୍ଣ୍ଣନା କରିଛନ୍ତି। ଏହି ଦୁର୍ନୀତିରେ ପ୍ରତ୍ୟେକ ଦଳ ପକ୍ଷଭୁକ୍ତ ରହିଛନ୍ତି। ସାଧାରଣ ନିର୍ବାଚନ ପୂର୍ବରୁ ଏହି ପ୍ରସଙ୍ଗକୁ ନେଇ ରାଜନୈତିକ ଦଳମାନେ ଲୋକଙ୍କ ପାଖକୁ ଯାଇଥିଲେ ତାହା ସେମାନଙ୍କ ପାଇଁ ଲାଭ ବଦଳରେ କ୍ଷତି ସାବ୍ୟସ୍ତ ହୋଇଥାଆନ୍ତା। ଏହି ଘୋଟାଲାର ଅଧିକ ଚର୍ଚ୍ଚା ହେଲେ ସମସ୍ତ ଦଳ ଲୋକଚକ୍ଷୁରେ ନିନ୍ଦିତ ହେବା ଅବଧାରିତ ଥିଲା। କିଏ ବା କାହିଁକି ଆତ୍ମହତ୍ୟା କରିବା ପାଇଁ ମୁହଁ ଖୋଲିଥାନ୍ତେ! ଗଣମାଧ୍ୟମ ଠାରୁ ଆରମ୍ଭ କରି ରାଜନେତାଙ୍କ ଯାଏଁ ସଭିଏଁ ମିଳିମିଶି ପ୍ରସଙ୍ଗଟିକୁ ଆଗକୁ ବଢ଼ିବାକୁ ଦେଲେନି। ଏଥିରେ ଗଣମାଧ୍ୟମ ନିଜର କର୍ତ୍ତବ୍ୟର ଖିଲାପ କରିନାହିଁ?

ଆମେ ଦେଶବାସୀ ରାଜନୈତିକ ଦଳଗୁଡ଼ିକର ନୀରବତାର କାରଣ ବୁଝିପାରୁଛେ। ଏହି ନୀରବତା ଯେ ସେମାନଙ୍କୁ ରକ୍ଷାକରି ପାରିବ, ତାହା କେବେ ହେଁ ସମ୍ଭବ ନୁହେଁ। ତେବେ ଗଣମାଧ୍ୟମମାନେ ଯେ କାହିଁକି ନିଜର ନୀତିନିଷ୍ଠା ଓ ପବିତ୍ର କର୍ତ୍ତବ୍ୟ ଭୁଲି, ନିଜର ଶଗଡ଼ ଗୁଳାରେ ନଯାଇ ନିଜେ ଓ ଆମକୁ ବାଟବଣା କରିବାକୁ ଉଦ୍ୟମରତ, ତାହା ବୁଝିବା ସତରେ କଷ୍ଟକର। ମନେହୁଏ, ସମସ୍ତେ ନହେଲେବି ଅଧିକାଂଶ ‘ମୁଖ୍ୟ ସ୍ରୋତ ଗଣମାଧ୍ୟମ ଅନୁଷ୍ଠାନ’ ଆଜିକାଲି ଗୋଟିଏ ଗୋଟିଏ ରାଜନୈତିକ ଦଳର ସମ୍ପ୍ରସାରିତ ଶାଖା କାର୍ଯ୍ୟାଳୟ କିମ୍ବା ସେମାନଙ୍କ କର୍ପୋରେଟ୍ ଯୋଗାଯୋଗ ବିଭାଗରେ ପରିଣତ ହୋଇଯାଇଛନ୍ତି। କ୍ଷମତାସୀନ ସରକାର, ସରକାରୀ କଳ ଓ ଦଳଙ୍କୁ ଅଡୁଆ ଲାଗୁଥିବା ପ୍ରଶ୍ନ କରିବାକୁ କେହି ଚାହୁଁ ନାହାନ୍ତି; ଯାହା ଚକିତ କାରକ। ଖବର କାଗଜ ପୃଷ୍ଠା ଖୋଲିଲେ କିମ୍ବା ଟେଲିଭିଜନ ଖୋଲିଲେ, କେଉଁ ନେତା ଅଧଘଣ୍ଟା ତଳେ କେଉଁ ଦଳ ଛାଡ଼ିଲେ ଓ ତାହାର ଘଣ୍ଟାଏ ପରେ କେଉଁ ଦଳର ମିଶ୍ରଣ ପର୍ବରେ ଦଳରେ ସାମିଲ ହେଲେ, ସେହି ଖବର। ସତେ ଯେମିତି, ଆମ ଚଉଦିଗରେ କେବଳ ସେତିକି ହିଁ ଘଟିଛି ଓ ସେହି ଆଧାରରେ ଆଉକିଛି ଘଟିବାକୁ ଯାଉଛି! ଏଗୁଡିକ କୁଆଡ଼େ ଗୁରୁତ୍ୱପୂର୍ଣ୍ଣ ବ୍ରେକିଙ୍ଗ ନିଉଜ! ଓଡ଼ିଶାରେ ଉଭୟ ବିଧାନସଭା ଓ ଲୋକସଭା ପାଇଁ ତିନି ମୁଖ୍ୟ ଦଳ - ଭାଜପା, ବିଜେଡି ଓ କଂଗ୍ରେସର ଘୋଷିତ ପ୍ରାର୍ଥୀଙ୍କୁ ଯଦି ସାଧାରଣ ଲୋକଟିଏ ପ୍ରଶ୍ନକରେ ଯେ, ନିର୍ବାଚନୀ ବଣ୍ଡ ଯୋଜନା ଅଧୀନରେ ତାଙ୍କର ରାଜନୈତିକ ଦଳମାନେ କାହାଠୁ କେତେ ଟଙ୍କା ନେଇଛନ୍ତି ଓ ସେଥିପାଇଁ ସେମାନଙ୍କୁ କ’ଣ ଦେବାକୁ ପଡ଼ିଛି, ତାହାର ଉତ୍ତର ଦେବା ପରିବର୍ତ୍ତେ ସେମାନେ କଥା ବୁଲାଇ ପଚରା ଯାଇ ନଥିବା କାଳ୍ପନିକ ପ୍ରଶ୍ନର ଉତ୍ତର ଦେଉଛନ୍ତି। ଏକଥା କେହି ମାନନ୍ତୁ କି ନମାନନ୍ତୁ, ବ୍ୟବସାୟ କରୁଥିବା ସଂସ୍ଥା ବିନା ଲାଭରେ କ’ଣ କିଛି ଦାନ କରେ? ଗୋଟିଏ ନିର୍ଦ୍ଦିଷ୍ଟ ଦଳ ଚାନ୍ଦା ପାଇବ ବୋଲି କ୍ଷମତାର ଦୁରୁପଯୋଗ କରି ଜଣେ ଶିଳ୍ପପତି ବ୍ୟବସାୟୀଙ୍କୁ ଦେଶର ସମ୍ପତ୍ତି ଟେକିଦେଉ - ଏହା କେହି ବି ଚାହିଁବେ ନାହିଁ। ସେଥିପାଇଁ ନିର୍ବାଚନ ତାରିଖ ଘୋଷଣା ହେବାର ବହୁ ପୂର୍ବରୁ ନିର୍ବାଚନୀ ବଣ୍ଡ ଯୋଜନା ସମେତ ଅନେକ ପ୍ରସଙ୍ଗ ଯଥା: ମହାନଦୀରେ ବ୍ୟାରେଜ ନିର୍ମାଣ, ଜଳସେଚନ, 'ଫାଇବ ଟି' ମାଧ୍ୟମରେ ମିଛ ବିକାଶ, ଡାକ୍ତରଖାନାରେ ଡାକ୍ତର ଓ ଅନ୍ୟାନ୍ୟ କର୍ମଚାରୀ ଅଭାବ, ସ୍କୁଲ କଲେଜ ଓ ବିଶ୍ୱବିଦ୍ୟାଳୟମାନଙ୍କରେ ଶିକ୍ଷକ ଅଭାବ, ଦାଦନ ଶ୍ରମିକ ସମସ୍ୟା, ଅଣୁ-ମଧ୍ୟମ-କ୍ଷୁଦ୍ରଶିଳ୍ପ ପ୍ରତିଷ୍ଠା ନହେବା, ଦେଶରେ ଦରଦାମ ବୃଦ୍ଧି, ନିଯୁକ୍ତି ସମସ୍ୟା, ବଢୁଥିବା ଋଣଭାର, ଜିଡିପି ଅଭିବୃଦ୍ଧି ହାର ଇତ୍ୟାଦି ପ୍ରସଙ୍ଗରେ ମତଦାତାମାନେ ବିତର୍କ କରିବା ପାଇଁ ଗଣମାଧ୍ୟମ ପକ୍ଷରୁ ପ୍ରଚେଷ୍ଟା ହେବା ପରିବର୍ତ୍ତେ, ସତ୍ତାକୁ ସୁହାଇଲା ଭଳି ଅଖବର ସବୁକୁ ପ୍ରାଧାନ୍ୟ ଦିଆ ଯାଉଛି।

ନିର୍ବାଚନୀ ବଣ୍ଡ ଯୋଜନା ହୁଏତ ‘ଦୁନିଆର ସବୁଠୁ ବଡ଼ ଘୋଟାଲା’ ହୋଇ ନଥାଇପାରେ। କିନ୍ତୁ ରାଷ୍ଟ୍ର ସ୍ୱାର୍ଥରେ ନିଶ୍ଚୟ ବଡ଼ ପ୍ରସଙ୍ଗ; ଯାହା ଚଳିତ ସାଧାରଣ ନିର୍ବାଚନ ପ୍ରଚାର କାଳରେ ପ୍ରଭାବୀ ହୋଇ ପାରିଥାଆନ୍ତା। ଏବେ, ରାଜନେତାମାନେ, ନିଜର ଫାଇଦା ପାଇଁ ଅପ୍ରସଙ୍ଗକୁ ପ୍ରସଙ୍ଗ କରିଦେବେ ଓ ଗଣମାଧ୍ୟମ ତାହାକୁ ଛାପିବ ଓ ଦେଖାଇବ। ଗଣମାଧ୍ୟମ ଆଜି ନିଜର ଗୁଳାରୁ ବାହାରି ଯାଉଥିବାରୁ ରାଜନେତାଙ୍କ ନାଗଫାଶରେ ବାନ୍ଧି ହୋଇ ଯାଉଛି। ନିଜର ପ୍ରାଥମିକ କର୍ତ୍ତବ୍ୟରେ ଗଣମାଧ୍ୟମ ଖିଲାପ କରିଚାଲିଛି, ଏବେ ଗୁଳାକୁ ଫେରିଆସୁ। ନୋହିଲେ, ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ପାପରା ହୋଇ ଗଳି ପଡ଼ିବ, ଯାହାର ସ୍ଥାନ ମାଡ଼ିବସିବ ସାମାଜିକ ଗଣମାଧ୍ୟମ। ସେଦିନ ଆସିବାକୁ ବେଶୀ ଡେରି ନାହିଁ। କୁମି କପୁର ହୁଅନ୍ତୁ କି ଅନ୍ୟ କେହି ବରିଷ୍ଠ ସାମ୍ବାଦିକ, ଏବେ ନିଜେ ନିଜକୁ ଦେଖିବାକୁ ପଡ଼ିବ ଯେ, ଶଗଡ଼ ଠିକ ଗୁଳାରେ ଚାଲିଛି ତ?

ଫୋ- ୯୪୩୮୨୯୯୦୩୭

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story