PCOS
ମହିଳାମାନଙ୍କ ମଧ୍ୟରେ PCOS (ପୋଲିସିଷ୍ଟିକ ଓଭାରି ସିଣ୍ଡ୍ରୋମ) ଏକ ସାଧାରଣ ସମସ୍ୟା। ଏହା ପ୍ରାୟତଃ ମହିଳାମାନଙ୍କର ପ୍ରଜନନ ଅଙ୍ଗରେ ଦେଖାଯାଏ। ଏହି ରୋଗ ହେଲେ ମାସିକ ଅବଧିରେ ଅନିୟମିତତା ହୁଏ। ଫଳରେ ମୁହଁରେ ବ୍ରଣ ବା ପିମ୍ପଲ୍ସ ବାହାରେ। ଅତ୍ୟଧିକ କେଶ ଝଡେ ଏବଂ ଓଜନ ମଧ୍ୟ ବୃଦ୍ଧି ପାଇବାକୁ ଲାଗେ। ଏସବୁ ବ୍ୟତୀତ ଏହା ପ୍ରଜନନ ହାର ଉପରେ ମଧ୍ୟ ପ୍ରଭାବ ପକାଇଥାଏ।
PCOS ହେଲେ ଜଣେ ମହିଳାଙ୍କ ପାଇଁ ମାଆ ହେବା କଷ୍ଟକର ହୋଇପଡେ। ଏପରି ପରିସ୍ଥିତିରେ, ହରମୋନାଲ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ନିହାତି ଆବଶ୍ୟକ। ଘରୋଇ ଉପଚାର ମାଧ୍ୟମରେ କିପରି ଏହାର ସମାଧାନ କରିବେ, ଜାଣନ୍ତୁ...
ବିଭିନ୍ନ ଉପକାରୀ ମଞ୍ଜି ଖାଆନ୍ତୁ
ଖାଦ୍ୟରେ ଫ୍ଲକ୍ସସିଡ୍(ଅଳସୀ ମଞ୍ଜି), ସୂର୍ଯ୍ୟମୁଖୀ ମଞ୍ଜି ଭଳି ବିଭିନ୍ନ ପ୍ରକାର ତୈଳ ଉତ୍ପାଦନକାରୀ ମଞ୍ଜି ସେବନ କରନ୍ତୁ। ଏସବୁ ବ୍ୟତୀତ, ଏଥିରେ ଚିଆ ସିଡ୍ସ ମଧ୍ୟ ଅନ୍ତର୍ଭୁକ୍ତ କରିପାରିବେ। ଏହି ମଞ୍ଜିଗୁଡ଼ିକୁ ପ୍ରତିଦିନ ଭିଜାଇ ସକାଳେ ଖାଲି ପେଟରେ ଖାଇପାରିବେ। ଏହା ହରମୋନ୍ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ।
ଜୁଆଣି ପାଣି ପିଅନ୍ତୁ
ଜୁଆଣି ପାଣି PCOS କୁ କିଛି ପରିମାଣରେ ନିୟନ୍ତ୍ରଣ କରିଥାଏ। ଘରୋଇ ଉପଚାର ସହିତ ଏହାକୁ ଭଲ କରିପାରିବେ। ଏହା ହଜମ ଜନିତ ସମସ୍ୟାକୁ ଭଲ କରିଥାଏ ଏବଂ ଚାପକୁ ହ୍ରାସ କରି ହରମୋନାଲ ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ଆଣିଥାଏଯ ଏସବୁ ବ୍ୟତୀତ ଜୁଆଣିରେ ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ଥାଏ, ଯାହା PCOS ରୋଗକୁ ନିୟନ୍ତ୍ରଣ କରିଥାଏ।
ଉଚ୍ଚ ଫାଇବର ଖାଦ୍ୟ ଖାଆନ୍ତୁ
ଉଚ୍ଚ ଫାଇବର ଯୁକ୍ତ ଖାଦ୍ୟ ଯେପରି- ମାଣ୍ଡିା, ଜୱାର୍ ଖାଇବା। ଏସବୁ ବ୍ୟତୀତ ଫାଇବର ଯୁକ୍ତ ପରିବା ବ୍ରୋକୋଲି ଏବଂ କଦଳୀ ଖାଆନ୍ତୁ। ଏସବୁ PCOS ସମସ୍ୟା ହ୍ରାସ କରିବାରେ ସାହାଯ୍ୟ କରିଥାଏ।
କାମୋମାଇଲ ଚା ପିଅନ୍ତୁ
କାମୋମାଇଲ ଚା PCOS ରୋଗକୁ ବହୁ ପରିମାଣରେ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ। ଏହାକୁ ଷ୍ଟ୍ରେସ୍ ବୁଷ୍ଟର୍ ଭାବରେ ମଧ୍ୟ ବିବେଚନା କରାଯାଏ। ଏହା ହରମୋନ୍ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ। ଏସବୁ ବ୍ୟତୀତ, ମାସିକ ଋତୁସ୍ରାବରେ ଦେଖାଯାଉଥିବା ସମସ୍ୟାକୁ ମଧ୍ୟ ହ୍ରାସ କରେ କାମୋମାଇଲ ଚା। ସେହିପରି ଅନିଦ୍ରା ହ୍ରାସ କରି ନିଦ୍ରାରେ ଉନ୍ନତି ଆଣିବାରେ ଏବଂ ହରମୋନ୍ ଅସନ୍ତୁଳନକୁ ସୁଧାରିବାରେ ବହୁତ ସାହାଯ୍ୟ କରେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
