ସାମଗ୍ରୀ: ବ୍ରଡ୍, କଟା ପିଆଜ, କଟା ଅଦା, କଟା ଧନିଆ ପତ୍ର, କଞ୍ଚାଲଙ୍କା, ଟମାଟୋ ବଟା, ଜିରା, ଆମଚୁର ପାଉଡର, ହଳଦୀ ଗୁଣ୍ଡ, ଧନିଆ ଗୁଣ୍ଡ, ତେଲ ଓ ଲୁଣ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବ୍ରେଡ୍ ଗୁଡିକୁ ଛୋଟ ଛୋଟ ଖଣ୍ଡ କରି ଏକ ପାତ୍ରରେ ରଖିନ୍ତୁ। ଏବେ ପିଆଜ, ଧନିଆ, କଞ୍ଚାଲଙ୍କା, ଅଦା ଓ ରସୁଣକୁ ଏକାଠି ବାଟି ଦିଅନ୍ତୁ ଟମୋଟୋକୁ ମଧ୍ୟ ବାଟିଦିଅନ୍ତୁ। ଏକ କରେଇ ତେଲ ଗରମ କରି ସେଥିରେ ଜିରା ଫୁଟାଇ ଟମାଟୋ ଓ ପିଆଜ ବଟା ପକାଇ ଭଲଭାବେ କଷି ଦିଅନ୍ତୁ। ମସଲା ଭଲଭାବେ କଷି ହୋଇଗଲେ ଅଳ୍ପ ପାଣି ଦେଇ ହଳଦୀ ଗୁଣ୍ଡ, ଧନିଆ ଗୁଣ୍ଡ ଓ ଆମଚୁର ପାଉଡର ମିଶାଇ ପୁଣି ଆଉଥରେ ଭଲଭାବେ କଷିଦିଅନ୍ତୁ। ବର୍ତ୍ତମାନ ବ୍ରେଡ୍ଖଣ୍ଡ ଗୁଡ଼ିକୁ ଏହି ମସଲାରେ ପକାଇ ଭଲଭାବେ ଗୋଳାଇଦିଅନ୍ତୁ। କିଛି ସମୟ ପରେ ପାଣି ମରିଗଲେ ଚୁଲି ବନ୍ଦ କରିଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ‘ବ୍ରେଡ୍ ମସଲା’। ଏହାକୁ ଏକ ପ୍ଲେଟରେ କାଢ଼ି ଉପରେ କଟା ଧନିଆ ପତ୍ର ଓ କଟା ପିଆଜ ପକାଇ ଗରମ ଗରମ ପରଷନ୍ତୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Food
ବଡ଼ ଦିନରେ ଘରେ ପ୍ରସ୍ତୁତ କରନ୍ତୁ ଚିକେନର ଏହି ସୁନ୍ଦର ରେସିପି
ଏହାକୁ ଗରମାଗରମ ରୁଟି, ନାନ କିମ୍ବା ଭାତ ସହ ଖାଇପାରିବେ।
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...