Advertisment

ଅଧିକ ବ୍ୟବହାର କରୁଛନ୍ତି କି ସାନିଟାଇଜର? ହୋଇପାରେ ଭୟାନକ

କରୋନା ଯୁଦ୍ଧରେ ଅସ୍ତ୍ର ସାଜିଛି ସାନିଟାଇଜର। ଘରେ ହେଉ ଅବା ବାହାରେ, ସଂକ୍ରମଣରୁ ବଞ୍ଚିବା ପାଇଁ ସମସ୍ତେ ସାନିଟାଇଜର ବ୍ୟବହାର କରୁଛନ୍ତି । ତେବେ ଏହି ସାନିଟାଇଜରର ଅନେକ ସାଇଡିଫେକ୍ଟ ରହିଛି।  ଆବଶ୍ୟକତା ଠାରୁ ଅଧିକ ସାଇନିଟାଇଜର ବ୍ୟବହାର କରିବା ଶରୀର ପାଇଁ ହାନୀକାରକ । ଏହା ଆମ ତ୍ୱଚା ଏବଂ ଶରୀର ଉପରେ କୁପ୍ରଭାବ ପକାଇଥାଏ । ଏପରିକି ପରିସ୍ଥିତି ଭୟାନକ ମଧ୍ୟ ହୋଇପାରେ । ଏଥିପାଇଁ ଡାକ୍ତରମାନେ ମଧ୍ୟ ସାନିଟାଇଜର ବଦଳରେ ସାବୁନ ବ୍ୟବହାର […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଅଧିକ ବ୍ୟବହାର କରୁଛନ୍ତି କି ସାନିଟାଇଜର? ହୋଇପାରେ ଭୟାନକ

sanitiser

କରୋନା ଯୁଦ୍ଧରେ ଅସ୍ତ୍ର ସାଜିଛି ସାନିଟାଇଜର। ଘରେ ହେଉ ଅବା ବାହାରେ, ସଂକ୍ରମଣରୁ ବଞ୍ଚିବା ପାଇଁ ସମସ୍ତେ ସାନିଟାଇଜର ବ୍ୟବହାର କରୁଛନ୍ତି । ତେବେ ଏହି ସାନିଟାଇଜରର ଅନେକ ସାଇଡିଫେକ୍ଟ ରହିଛି।  ଆବଶ୍ୟକତା ଠାରୁ ଅଧିକ ସାଇନିଟାଇଜର ବ୍ୟବହାର କରିବା ଶରୀର ପାଇଁ ହାନୀକାରକ । ଏହା ଆମ ତ୍ୱଚା ଏବଂ ଶରୀର ଉପରେ କୁପ୍ରଭାବ ପକାଇଥାଏ । ଏପରିକି ପରିସ୍ଥିତି ଭୟାନକ ମଧ୍ୟ ହୋଇପାରେ । ଏଥିପାଇଁ ଡାକ୍ତରମାନେ ମଧ୍ୟ ସାନିଟାଇଜର ବଦଳରେ ସାବୁନ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଥାନ୍ତି । ତେବେ ଆସନ୍ତୁ ଜାଣିବା ସାନିଟାଇଜର ଆମ ଶରୀର ପାଇଁ କେତେ କ୍ଷତିକାରକ ।publive-image

Advertisment
  • ସିଡିସି ମୁତାବକ ସାବୁନରେ ୨୦ ସେକେଣ୍ଡ ଯାଏଁ ହାତ ଧୋଇ ଆପଣ କରୋନା ଭାଇରସ ଭଳି ମାରାତ୍ମକ ସଂକ୍ରମଣରୁ ବଞ୍ଚିପାରିବେ। ଯଦି ଅତ୍ୟନ୍ତ ଜରୁରୀ ପଡେ ତେବେ ଆଲକହଲ ଯୁକ୍ତ ସାନିଟାଇଜରର ମଧ୍ୟ ବ୍ୟବହାର କରିପାରିବ । କିନ୍ତୁ ଏହାକୁ ପ୍ରତିଦିନ ବାରମ୍ବାର ବ୍ୟବହାର କରିବା ଦ୍ୱାରା ଏଗଜିମା ତଥା ତ୍ୱଚାରେ କୁଣ୍ଡେଇ ହେବା ଭଳି ସମସ୍ୟା ବଢ଼ିଥାଏ । ଏଗଜିମା ଯୋଗୁଁ ସ୍କିନ ବା ଚର୍ମ ଲାଲ ପଡିବା ସହ ଫାଟି ଯାଇଥାଏ।
  • ସାନିଟାଇଜରରେ ଥିବା ଏଥିଲ ଆଲକହଲ ଆଣ୍ଟିସେପ୍ଟିକ ଭଳି କାମ କରେ । ଆଉ କିଛି ସାନିଟାଇଜର ଅଣ ଆଲକହଲ ଯୁକ୍ତ ହୋଇଥାଏ। ଏଥିରେ ନନ ଟ୍ରାଇକ୍ଲୋସନ ତଥା ଟ୍ରାଇକ୍ଲୋକାର୍ବନ ଭଳି ଆଣ୍ଟିବାୟୋଟିକ କମ୍ପାଉଣ୍ଡ ବ୍ୟବହାର ହୁଏ । ଏହାଦ୍ୱାରା ଗର୍ଭଧାରଣା କ୍ଷମତା ଉପରେ ଖରାପ ପ୍ରଭାବ ପଡିଥାଏ। ଏଥିସହ ହର୍ମୋନ୍ସ ଉପରେ ମଧ୍ୟ ଏହା କୁପ୍ରଭାବ ପକାଇଥାଏ ବୋଲି  ଅଧ୍ୟୟନରୁ ଜଣାପଡିଛି।
  • ମିଥାନୋଲ ନାମକ ବିଷାକ୍ତ ରାସାୟନିକ ପଦାର୍ଥ କେତେକ ସାନିଟାଇଜରରେ ମିଶିଥାଏ। ଫଳରେ ବାନ୍ତି ହେବା, ମୁଣ୍ଡ ବୁଲାଇବା, ଅନିଦ୍ରା, ଦୃଷ୍ଟି ଶକ୍ତି କମିବା ଭଳି ପାର୍ଶ୍ୱ ପ୍ରତିକ୍ରିୟାର ଆଶଙ୍କା ଥାଏ।  କେବଳ ଏତିକି ନୁହେଁ, ଏହା ଆପଣଙ୍କ ସ୍ନାୟୁ ପ୍ରଣାଳୀକୁ ମଧ୍ୟ କ୍ଷତି ପହଞ୍ଚାଏ । ଇମ୍ୟୁନ ସିଷ୍ଟମ ଉପରେ ପ୍ରଭାବ ପକାଇବା ସହ ଏହା ରୋଗ ପ୍ରତିରୋଧକ ଶକ୍ତିକୁ କମ କରିଦେଇଥାଏ।
  • ସାନିଟାଇଜରକୁ ଅଧିକ ସୁଗନ୍ଧିତ କରିବା ପାଇଁ ଏଥିରେ ଫଥାଲେଟ୍ ଏବଂ ପାରାବେନ୍ସ ପରି ବିଷାକ୍ତ ରାସାୟନିକ ପଦାର୍ଥ ବ୍ୟବହୃତ ହୁଏ ।  ଫଥାଲେଟ୍ ମାନବ ବିକାଶ ଏବଂ ପ୍ରଜନନ ପ୍ରକ୍ରିୟାରେ ବାଧା ସୃଷ୍ଟି କରିଥାଏ।  ପାରାବେନ୍ସ ଆମର ହରମୋନ୍, ଗର୍ଭଧାରଣ ଏବଂ ପ୍ରଜନନ ବିକାଶ ପାଇଁ କ୍ଷତିକାରକ।
  • ସାନିଟାଇଜରକୁ ଅଧିକ ବ୍ୟବହାର କରିବା ଦ୍ୱାରା ତ୍ୱଚା ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି ହୋଇଥାଏ। ଧୀରେ ଧୀରେ ଚର୍ମ ଶୁସ୍କ ହେବା ସହ ଜଳା ପୋଡା ହୋଇଥାଏ । ତେଣୁ ଏଥିପ୍ରତି ସାବଧାନ ରହିବା ଉଚିତ।
Lifestyle