ଫ୍ୟାଶନ ନାମରେ ଝିଅମାନେ ନେଉଛନ୍ତି କି ଭୁଲ ପଦକ୍ଷେପ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଫ୍ୟାଶନ ଏପରି ଏକ ଜିନିଷ ଯାହା ମାୟାରେ ଥରେ ପଡ଼ିଲେ ଆଉ ବାହାରି ପାରୁ ନାହାନ୍ତି ଯୁବବର୍ଗ।  ଏହାର କୁପ୍ରଭାବ ସେମାନଙ୍କ ଶରୀର ଉପରେ ପଡ଼ୁଛି। ହେଲେ ଏହାକୁ ସେମାନେ ଖାତିର କରୁ ନାହାନ୍ତି। ଆଜିକାଲି ଫ୍ୟାଶନ ବହୁ ମାତ୍ରାରେ ଶରୀର ସହ ସମ୍ବନ୍ଧିତ ଅଟେ। କାରଣ ଏହା ସ୍ୱାସ୍ଥ୍ୟକୁ କ୍ଷତି ହିଁ ପହଞ୍ଚାଇଥାଏ। ଆଜିକାଲିର ଯୁବତୀମାନେ ହାଇହିଲ୍‌ ପିନ୍ଧିବା ନିମନ୍ତେ ପାଗଳ। ଷ୍ଟାଇଲିସ୍‌ ହିଲ ପିନ୍ଧି ଚଲାଚଲି କଲେ କିପରି  ଅନୁଭବ […]

highhill-3..

highhill-3..

Niharika Rout
  • Published: Friday, 26 April 2019
  • Updated: 26 April 2019, 07:39 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଫ୍ୟାଶନ ଏପରି ଏକ ଜିନିଷ ଯାହା ମାୟାରେ ଥରେ ପଡ଼ିଲେ ଆଉ ବାହାରି ପାରୁ ନାହାନ୍ତି ଯୁବବର୍ଗ।  ଏହାର କୁପ୍ରଭାବ ସେମାନଙ୍କ ଶରୀର ଉପରେ ପଡ଼ୁଛି। ହେଲେ ଏହାକୁ ସେମାନେ ଖାତିର କରୁ ନାହାନ୍ତି। ଆଜିକାଲି ଫ୍ୟାଶନ ବହୁ ମାତ୍ରାରେ ଶରୀର ସହ ସମ୍ବନ୍ଧିତ ଅଟେ। କାରଣ ଏହା ସ୍ୱାସ୍ଥ୍ୟକୁ କ୍ଷତି ହିଁ ପହଞ୍ଚାଇଥାଏ।

ଆଜିକାଲିର ଯୁବତୀମାନେ ହାଇହିଲ୍‌ ପିନ୍ଧିବା ନିମନ୍ତେ ପାଗଳ। ଷ୍ଟାଇଲିସ୍‌ ହିଲ ପିନ୍ଧି ଚଲାଚଲି କଲେ କିପରି  ଅନୁଭବ ହୁଏ ତାହା ଊଣାଅଧିକ ସମସ୍ତେ ଜାଣିଥାନ୍ତି। ନିୟମିତ ଭାବେ ହାଇ ହିଲ ପିନ୍ଧିଲେ ଅଣ୍ଟା ଦରଜ ହେବା ପରି ସମସ୍ୟା ଦେଖା ଦେଇଥାଏ।

ଏହା ସହ ପାଦ ଦରଜ ହେବା ସହ ଝାଳେଇଯାଏ। ନିୟମିତ ଏହାକୁ ପିନ୍ଧିଲେ ଅର୍ଥରାଇଟସ୍‌ ହେବାର ଆଶଙ୍କା ରହିଥାଏ। ହାଇହିଲ୍‌ ପିନ୍ଧିବା ଦ୍ୱାରା ଗୋଇଠିର ହାଡ଼ ଉପରେ ମଧ୍ୟ ଅଧିକ ଚାପ ପଡ଼ି ତାହା ଦୁର୍ବଳ ହୋଇଯାଇଥାଏ।

ସେହିପରି ସମ୍ପୂର୍ଣ୍ଣ ଫ୍ଲାଟ୍‌ ସାଣ୍ଡେଲ ଦେଖିବାକୁ ହାଲକାପୁଲକା ହୋଇଥିବା ବେଳେ ଏହାକୁ ସବୁବେଳେ ପିନ୍ଧିବା ମଧ୍ୟ ବେଶି ଲାଭଦାୟକ ହୋଇ ନ ଥାଏ। ଏହାକୁ ପିନ୍ଧିବା ଦ୍ୱାରା ପାଦ ପୁରା ସମାନ ରହୁଥିବାରୁ ଅଧିକ ବାଟ ଚାଲିଲେ ପାଦ ଦରଜ ହୋଇଯାଏ।

ଜିନ୍ସ ଆଜିକାଲି ଯୁବତୀଙ୍କ ସବୁଦିନିଆ ଫ୍ୟାଶନରେ ପରିଣତ ହେଲାଣି। ଖରା ହେଉ କି ବର୍ଷା ଜିନ୍ସ ଟ୍ରେଣ୍ଡ କିନ୍ତୁ ବଦଳିବା ନାଁ ଧରୁନି। ଅଧିକାଂଶ ଯୁବତୀ ଟାଇଟ୍‌ ଜିନ୍ସ ପସନ୍ଦ କରନ୍ତି। ଏହା ପାଦ ପାଖରେ ପୁରା ଟାଇଟ୍‌ ହୋଇ ରହିଥାଏ। ଏହାଦ୍ୱାରା ଗୋଡର ଶିରା ପ୍ରଶିରାରେ ରକ୍ତ ସଞ୍ଚାଳନ ହୋଇପାରେନି। ଫଳରେ ଓଲଟା ଦିଗରେ ରକ୍ତ ପ୍ରବାହିତ ହୁଏ।

ଏହାବ୍ୟତୀତ ଟାଇଟ୍‌ ଡ୍ରେସ୍‌ ପିନ୍ଧିବାକୁ ଆଜିକାଲି ଆଧୁନିକତା କୁହାଯାଉଛି। ହେଲେ ଏହାଦ୍ୱାରା ନିଶ୍ୱାସ ନେବାରେ ଅସୁବିଧା ହୋଇଥାଏ। ତେଣୁ ଯୁବବର୍ଗ ଟ୍ରେଣ୍ଡିଂ ହେବା ନିମନ୍ତେ ଲାଟେଷ୍ଟ ଫ୍ୟାଶନ ଆପଣାଇବା ଭଲ କଥା, ହେଲେ ଶରୀର ଉପରେ ଏହାର ପ୍ରଭାବ ସମ୍ପର୍କରେ ମଧ୍ୟ ଅବଗତ ରହିବା ଦରକାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos