ତିନିଟି ମନ୍ତ୍ର ବଦଳାଇ ଦେବ ଜୀବନ: ପଢନ୍ତୁ, ପାଖ ହୋଇଯିବ ଲକ୍ଷ୍ୟସ୍ଥଳ

  ଆମେ ସମସ୍ତଙ୍କ ଜୀବନରେ କିଛି ନା କିଛି ଲକ୍ଷ୍ୟ ରହିଛି।  ଯେମିତି ଜଣେ ନାବିକର ଲକ୍ଷ୍ୟ ଥାଏ, ତା ଡଙ୍ଗାକୁ ନେଇ କୂଳରେ ଲଗାଇବା। ଠିକ୍ ସେମିତି ଆମ ଜୀବନର ଲକ୍ଷ୍ୟ ନିଜକୁ ନେଇ ଆମ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବା। ହେଲେ ଜୀବନର ଏ ଯାତ୍ରା ସମୟରେ ସାମ୍ନା କରିବାକୁ ପଡିଥାଏ ଅନେକ ପ୍ରତିକୂଳ ପରିସ୍ଥିତି।  ଅନେକ ସମୟରେ ସଂକଳ୍ପବଦ୍ଧ ମନ ବାଟବଣା ବି ହୋଇଯାଇଥାଏ। ତେବେ କେମିତି ନିଜ ଯିଦରେ ଅଟଳ ରହି ଲକ୍ଷ୍ୟସ୍ଥଳରେ ପହଞ୍ଚିବେ। […]

motivation

motivation

Rakesh Mallick
  • Published: Saturday, 27 May 2017
  • Updated: 27 May 2017, 04:45 PM IST

Sports

Latest News

 

ଆମେ ସମସ୍ତଙ୍କ ଜୀବନରେ କିଛି ନା କିଛି ଲକ୍ଷ୍ୟ ରହିଛି।  ଯେମିତି ଜଣେ ନାବିକର ଲକ୍ଷ୍ୟ ଥାଏ, ତା ଡଙ୍ଗାକୁ ନେଇ କୂଳରେ ଲଗାଇବା। ଠିକ୍ ସେମିତି ଆମ ଜୀବନର ଲକ୍ଷ୍ୟ ନିଜକୁ ନେଇ ଆମ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବା। ହେଲେ ଜୀବନର ଏ ଯାତ୍ରା ସମୟରେ ସାମ୍ନା କରିବାକୁ ପଡିଥାଏ ଅନେକ ପ୍ରତିକୂଳ ପରିସ୍ଥିତି।  ଅନେକ ସମୟରେ ସଂକଳ୍ପବଦ୍ଧ ମନ ବାଟବଣା ବି ହୋଇଯାଇଥାଏ। ତେବେ କେମିତି ନିଜ ଯିଦରେ ଅଟଳ ରହି ଲକ୍ଷ୍ୟସ୍ଥଳରେ ପହଞ୍ଚିବେ। ପଢନ୍ତୁ କିଛି ଗୁରୁଜ୍ଞାନ।

ନିଜ ପ୍ରଗତି ଉପରେ ଧ୍ୟାନ ରଖନ୍ତୁ

ଉଦ୍ୟମ ଜାରି ରଖନ୍ତୁ ଏବଂ ସେ ଉଦ୍ୟମରୁ ମିଳୁଥିବା ଶିକ୍ଷାକୁ ଲେଖି ରଖନ୍ତୁ। ସମାପ୍ତ କରୁଥିବା କାର୍ଯ୍ୟକୁ ଲେଖି ରଖନ୍ତୁ। ଏହା ଆପଣଙ୍କୁ ପୁରୁଣା କାର୍ଯ୍ୟକୁ ପୁଣି ଦୋହରେଇବାରୁ ରୋକିବ। ନିଜର ଛୋଟବଡ଼ ସମସ୍ତ ଉଦ୍ୟମକୁ ଲେଖିବା ଆରମ୍ଭ କରନ୍ତୁ। ଏସବୁ ଛୋଟ ଭୁଲରୁ ମିଳୁଥିବା ଶିକ୍ଷା ଆଗକୁ ସଠିକ୍ କାମ କରିବାରେ ସାହାଯ୍ୟ କରିବ।  ଛଅମାସକୁ ଥରେ ଲେଖିଥିବା ସମସ୍ତ କାର୍ଯ୍ୟର  ମୂଲ୍ୟାଙ୍କନ କରନ୍ତୁ। ନିଜ ଠିକ ଓ ଭୁଲର ତର୍ଜମା କରନ୍ତୁ।

ସବୁବେଳେ ନଜର ଅନ୍ତିମ ଲକ୍ଷ୍ୟ ଉପରେ ନଜର ରଖନ୍ତୁ

ସବୁବେଳେ ନିଜ ଲକ୍ଷ୍ୟକୁ ହାସଲ କରିବା ବିଷୟରେ ଭାବନ୍ତୁ।.ଯେତେବେଳେ ତୁମେ  ସେଇ ଲକ୍ଷ୍ୟକୁ ପାଇବା ବିଷୟରେ ଭାବିବେ, ସେ ସମୟରେ ମନରେ ଏକ ସକରାତ୍ମକ ଭାବନା ସୃଷ୍ଚି ହେବ। ଏହି ଭାବନା ନିଜକୁ ଅଧିକରୁ ଅଧିକ କାମ କରିବାକୁ ପ୍ରେରିତ କରିବ। ଲକ୍ଷ୍ୟଟିକୁ ହାସଲ କରିବା ପାଇଁ ଅନେକ ବାଧାବିଘ୍ନ ସହ ଲଢିବାକୁ ପଡିବ। ଏବଂ ଯେତବେଳେ ଆପଣ ଏହି ବାଧା ସଂସ୍ପର୍ଶରେ ଆସି ହତାଦର ହୋଇଯିବେ ସେତେବେଳେ ନିଜକୁ ଗୋଟେ ପ୍ରଶ୍ନ କରିବେ, କଣ ଏହି ଲଢ଼େଇ ମୋ ଜୀବନର ଅନ୍ତିମ ଲକ୍ଷ୍ୟକୁ ହାସଲ କରିବାରେ ସାହାଯ୍ୟ କରିବ ?

ଏହି ଉତ୍ତର ନ ଆସେ, ତେବେ ବିନା କୌଣସି ଦ୍ୱିଧାରେ ସେ କାମରୁ ଓହରି ଯାଆନ୍ତୁ ଏବଂ ଯଦି ଉତ୍ତର ହଁ ଆସେ, ତେବେ ଯେତେ ବାଧା ଆସିଲେ ବି ସେ କାମକୁ କରି ଚାଲନ୍ତୁ। କାରଣ ଏହା ଆପଣକୁ ଆପଣଙ୍କ ଜୀବନର ଅନ୍ତିମ ଲକ୍ଷ୍ୟ ପୁରଣ କରିବାରେ ସାହାଯ୍ୟ କରିବ।

ନିଜର ଏକ ଡେଲି ରୁଟିନ ବନାନ୍ତୁ

ସବୁକିଛି ସମୟ ସହ ଯିବାକୁ ଛାଡି ଦିଅନ୍ତୁ ନାହିଁ।  ନିଜର ଏକ ଡେଲି ରୁଟିନ ବନାନ୍ତୁ। ଯାହା ଆପଣଙ୍କୁ ଗୋଟେ ଦିନରେ କେତେ କାମ କରିବେ ତାହା ସୂଚାଇବ। ଏହାଦ୍ୱାରା ଆପଣ ନିୟନ୍ତ୍ରଣରେ ମଧ୍ୟ ରହି ପାରିବେ। ଏହା ଆପଣଙ୍କୁ ଦିନରେ ଥିବା ସମସ୍ତ କାର୍ଯ୍ୟକୁ ଠିକ୍ ସମୟରେ କରିବାର ଅଭ୍ୟାସ କରାଇବ। ନିଜର ଡେଲି ରୁଟିନ କରି ଦିନରେ କେତେ କାମ କରିପାରୁଛନ୍ତି ତାହା ଉପରେ ନଜର ରଖନ୍ତୁ। ଏମିତି କରିବା ଦ୍ୱାରା ଏହା ଅପଣକୁ ଦିନକୁ ଦିନ ଅଧିକରୁ ଅଧିକ କାମ କରିବା ପାଇଁ ପ୍ରେରଣା ଯୋଗାଇବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos