ପୁରୁଷଙ୍କ ଚନ୍ଦାପଣ ଦୂର କରିବ ଏହି ଡିଭାଇସ୍‌,ଗବେଷଣାରୁ ହେଲା ସ୍ପଷ୍ଟ

ନୂଆଦିଲ୍ଲୀ: କେଶ ଝଡ଼ିବା ଏବେ ଏକ ସାଧାରଣ ସମସ୍ୟା ହୋଇଗଲାଣି। ଅନେକ ଲୋକ ଅଳ୍ପ ବୟସରେ ଚନ୍ଦା ହୋଇଯାଉଛନ୍ତି। ଯଦି ଦୈନିକ ୫୦ ରୁ ୧୦୦ ଚୁଟି ଝଡ଼ୁଛି, ତା’ହେଲେ ଏହା ସାମାନ୍ୟ କଥା। କିନ୍ତୁ ଏହାଠୁ ଅଧିକ ଚୁଟଯ ଝଡ଼ୁ ଥିଲେ ଓ ନୂଆ ଚୁଟି ଉଠୁ ନଥିଲେ, ଏହା ନିଶ୍ଚିତ ଭାବେ ଚିନ୍ତାଜନକ ବିଷୟ। ଯେଉଁମାନେ ଏଭଳି ସମସ୍ୟା ଦେଇ ଗତି କରୁଛନ୍ତି, ସେମାନଙ୍କ ପାଇଁ ଏକ ଭଲ ଖବର ଆସିଛି। ଗବେଷଣାରୁ ଏମିତି […]

Untitled-3

Untitled-3

Jitendra Garnayak
  • Published: Sunday, 22 September 2019
  • Updated: 22 September 2019, 05:10 PM IST

Sports

Latest News

ନୂଆଦିଲ୍ଲୀ: କେଶ ଝଡ଼ିବା ଏବେ ଏକ ସାଧାରଣ ସମସ୍ୟା ହୋଇଗଲାଣି। ଅନେକ ଲୋକ ଅଳ୍ପ ବୟସରେ ଚନ୍ଦା ହୋଇଯାଉଛନ୍ତି। ଯଦି ଦୈନିକ ୫୦ ରୁ ୧୦୦ ଚୁଟି ଝଡ଼ୁଛି, ତା’ହେଲେ ଏହା ସାମାନ୍ୟ କଥା। କିନ୍ତୁ ଏହାଠୁ ଅଧିକ ଚୁଟଯ ଝଡ଼ୁ ଥିଲେ ଓ ନୂଆ ଚୁଟି ଉଠୁ ନଥିଲେ, ଏହା ନିଶ୍ଚିତ ଭାବେ ଚିନ୍ତାଜନକ ବିଷୟ।

ଯେଉଁମାନେ ଏଭଳି ସମସ୍ୟା ଦେଇ ଗତି କରୁଛନ୍ତି, ସେମାନଙ୍କ ପାଇଁ ଏକ ଭଲ ଖବର ଆସିଛି। ଗବେଷଣାରୁ ଏମିତି ଏକ ଯନ୍ତ୍ର ବା ଡିଭାଇସ୍ ବାହାରିଛି, ଯାହା ପୁରୁଷଙ୍କ ଚନ୍ଦାପଣ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିପାରିବ ବୋଲି କୁହାଯାଉଛି। ଏହି ଯନ୍ତ୍ରଟିକୁ ବେସ୍‌ ବଲ୍ ବ୍ୟାପ୍‌ ତଳେ ପିନ୍ଧା ଯାଇପାରିବ। ଏହି ଯନ୍ତ୍ରଟିକୁ ମୁଣ୍ଡରେ ଯୋପି ତଳେ ରଖିବା ଦ୍ୱାରା ଏହା ଶରୀରରୁ ଶକ୍ତି ନେଇ ଚୁଟିର ମୂଳଗୁଡ଼ିକୁ ଉତ୍ତେଜିତ କରିବା ପାଇଁ ଇଲେକ୍ଟ୍ରିକ୍ ପଲ୍ସ ପଠାଇଥାଏ। ଏଥିଯୋଗୁ ଚୁଟି ଉଠିଥାଏ। ଯେହେତୁ ଏହା ଶରୀରକୁ ଶକ୍ତି ସଂଗ୍ରହ କରିଥାଏ, ତେଣୁ ଏହାକୁ ଚଳାଇବା ପାଇଁ କୌଣସି ଅଧିକ କ୍ଷମତା ବିଶିଷ୍ଟ ବ୍ୟାଟେରୀର ଆବଶ୍ୟକତା ହୋଇ ନଥାଏ। ଏହାକୁ କେବଳ ବେସ୍‌ବଲ୍ ଟୋପି ତଳେ ସାବଧାନତାର ସହିତ ପିନ୍ଧିବାକୁ ହୋଇଥାଏ।

‘ଏସିଏସ୍‌ ନ୍ୟାନୋ’ ନାମକ ଏକ ଜର୍ଣ୍ଣାଲ୍‌ରେ ଏହି ଗବେଷଣା ଉପଲବ୍ଧ ଖବର ପ୍ରକାଶିତ ହୋଇଛି। ଚୁଟି ନଥିବା ମୂଷା ଦେହରେ ଏହି ପରୀକ୍ଷା କରାଯାଇଥିଲା, ଯାହା ସଫଳ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos