Advertisment

ପକ୍ଷୀପ୍ରେମୀଙ୍କ ସହର ଆଡ଼େ, ଆସନ୍ତୁ ଥରେ ବୁଲିଯିବା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ତେରି ଗାଲୋମେଁ ନୈନିତାଲ, ବାକି ସବ ତଲୟା”। ଏହି ଗୀତଟି ଆପଣ ଶୁଣିଥିବେ ନିଶ୍ଚୟ। ୧୯୯୯ରେ ଅଜୟ ଦେବଗନ୍‌ଙ୍କ ଅଭିନୀତ ‘ହୋଗି ପ୍ୟାର କି ଜିତ୍‌’ ଫିଲ୍ମର ଏହି ଗୀତରେ ନୈନିତାଲର ନୈସର୍ଗିକ ଶୋଭାକୁ ପ୍ରେମିକାର ଗାଲ ସହ ତୁଳନା କରାଯାଇଥିଲା। ଯାହାକି ସେ ସମୟରେ ବଡ଼ ଚର୍ଚ୍ଚିତ ହୋଇଥିଲା। ବାସ୍ତବରେ ନୈନିତାଲର ଏମିତି ବର୍ଣ୍ଣନା କିଛି ଅସମିଚୀନ ନୁହେଁ। କରଣ ତା ଅପୂର୍ବ ଶୋଭା ଆପଣ ଥରେ ଦେଖିଲେ ବିମୋହିତ ହୋଇପଡିବେ। ଏହି […]

author-image
Mihir Pattnayak
ଅଦ୍ୟତନ ହୋଇଛି
ପକ୍ଷୀପ୍ରେମୀଙ୍କ ସହର ଆଡ଼େ, ଆସନ୍ତୁ ଥରେ ବୁଲିଯିବା

parya

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ତେରି ଗାଲୋମେଁ ନୈନିତାଲ, ବାକି ସବ ତଲୟା”। ଏହି ଗୀତଟି ଆପଣ ଶୁଣିଥିବେ ନିଶ୍ଚୟ। ୧୯୯୯ରେ ଅଜୟ ଦେବଗନ୍‌ଙ୍କ ଅଭିନୀତ ‘ହୋଗି ପ୍ୟାର କି ଜିତ୍‌’ ଫିଲ୍ମର ଏହି ଗୀତରେ ନୈନିତାଲର ନୈସର୍ଗିକ ଶୋଭାକୁ ପ୍ରେମିକାର ଗାଲ ସହ ତୁଳନା କରାଯାଇଥିଲା। ଯାହାକି ସେ ସମୟରେ ବଡ଼ ଚର୍ଚ୍ଚିତ ହୋଇଥିଲା।

Advertisment

ବାସ୍ତବରେ ନୈନିତାଲର ଏମିତି ବର୍ଣ୍ଣନା କିଛି ଅସମିଚୀନ ନୁହେଁ। କରଣ ତା ଅପୂର୍ବ ଶୋଭା ଆପଣ ଥରେ ଦେଖିଲେ ବିମୋହିତ ହୋଇପଡିବେ।

publive-image

ଏହି କଥା କହିବାର କାରଣ ହେଉଛି, ଆଜି ଆମେ ଆପଣଙ୍କୁ ସେହି ନୈସର୍ଗିକ ଶୋଭାରାଜି ସମ୍ପନ୍ନ ନୈନିତାଲ ଆଡେ ବୁଲେଇ ନବୁ। ଆପଣ ବି ଆମର ସହ ମନେ ମନେ ସେଠୁ ବୁଲିଆସିବା ପରେ ସତ ସତିକା ଯିବାକୁ ଇଚ୍ଛା ପ୍ରକାଶ କରିବେ। ତାହେଲେ ଆଉ ଡେରି ନ କରି ଆସନ୍ତୁ ଜାଣିବା ନୈନିତାଲ ସମ୍ପର୍କରେ ଅଧିକ କିଛି।

Advertisment

ନୈନିତାଲ

ଉତ୍ତରାଖଣ୍ଡ ରାଜ୍ୟର ହିମାଳୟ ପାଦ ଦେଶରେ ରହିଛି ଏହି ସୁନ୍ଦର ଓ ମନୋରମ ହିଲ୍‌ ଷ୍ଟେଶନ୍‌। ସୁନ୍ଦର ବନରାଜି, ଉଚ୍ଚ ପର୍ବତାମାଳା ପରିବେଷ୍ଠିତ ଏହି ଅଞ୍ଚଳ ସବୁ ବର୍ଗର ଲୋକଙ୍କ ଲାଗି ଆମୋଦଦାୟକ। ବରାଫାବୃତ୍ତ ପାହାଡ ବେଢି ରହିଥିବା ଏହି ଅଞ୍ଚଳକୁ ହ୍ରଦର ସହର ବା ‘ଝିଲୋଁ କାଁ ସହର’ ବୋଲି ମଧ୍ୟ କୁହାଯାଏ। କାରଣ ଏଠାରେ ଅନେକ ଛୋଟ ବଡ଼ ହ୍ରଦ ରହିଛି। ଯାହା ଭିତରୁ ନୈନା ହ୍ରଦ ପ୍ରମୁଖ। ଏହି ଅଞ୍ଚଳର ପ୍ରମୁଖ ନୈନାଦେବୀ ଶକ୍ତିପୀଠର ନାମ ଅନୁଶାରେ ଏହାର ନାମକରଣ ଏପରି ହୋଇଛି। ୧୮୮୦ ମସିହାରେ ନୈନା ଦେବୀଙ୍କ ପାରମ୍ପରିକ ମନ୍ଦିରଟି ଭୂସ୍ଖଳନରେ ନଷ୍ଟ ହୋଇଯିବା ପରେ ଏହାର ପୁନଃ ନିର୍ମାଣ କରାଯାଇଥିଲ। ଏଣୁ ଏଠାକୁ ଆସୁଥିବା ପର୍ଯ୍ୟଟକ ନୈନା ହ୍ରଦରେ ନୈବିହାର କରିବା ସହ ନୈନା ଦେବୀଙ୍କ ଦର୍ଶନ କରିଥାନ୍ତି।

publive-image

ପଙ୍ଗୋଟ

ନୈନିତାଲ ବୁଲିବାକୁ ଗଲାବେଳେ ପଙ୍ଗୋଟ ଗାଁକୁ ଯେମିତି ବୁଲିଯିବାକୁ ଭୁଲି ନ ଯାଆନ୍ତି। କାରଣ ଏହା ହେଉଛି ନୈନିତାଲର ସବୁଠାରୁ ସୁନ୍ଦରତମ ଗାଁ। ନୈନିତାଲଠାରୁ ୧୩ କିମି ଦୂରରେ ରହିଥିବା ଏହି ଗାଁକୁ ଯିବା ବାଟରେ ଆପଣ ଚିନା ପିକ୍‌ ରେଞ୍ଜ, ସ୍ନୋ ଭ୍ୟୁ ପଟଣ୍ଟ ଓ କିଲବୁରୀ ଆଦି ଭ୍ରମଣସ୍ଥଳ ବୁଲି ପାରିବେ। ଏହି ଗ୍ରାମର ସବୁଠାରୁ ମୁଖ୍ୟ କଥା ହେଉଛି, ଏଠାରେ ପ୍ରାୟ ୫୮୦ ପ୍ରଜାତୀର ପକ୍ଷୀ ଦଖିବାକୁ ମିଳନ୍ତି। ଏଗୁଡିକ ମଧ୍ୟରୁ ୧୫୦ଟି ଘରୋଇ ପ୍ରଜାତୀର ହୋଇଥିବା ବେଳେ ବାକି ସବୁ ଭ୍ରମଣକାରୀ। ଏଣୁ ଏହାକୁ ପକ୍ଷୀପ୍ରେମିଙ୍କ ଭୁସ୍ୱର୍ଗ ବୋଲି ମଧ୍ୟ କୁହାଯାଇପାରେ।

publive-image

କେବେ ଯିବାକୁ ପ୍ଲାନ୍‌ କରିବେ

ଏଠାରେ ଖରାଦିନେ ସର୍ବୋଚ୍ଚ ତାପମାତ୍ରା ୨୫ ଡିଗ୍ରୀ ରହୁଥିବା ବେଳେ ଶୀତଦିନେ ୧୮ ଡିଗ୍ରୀ ସେଲ୍‌ସିୟସ୍‌ ରହିଥାଏ। ସେମିତି ଦେଖିବାକୁ ଗଲେ ବର୍ଷ ତମାମ୍‌ ଏଠାରେ ବର୍ଷା ମଧ୍ୟ ହୋଇଥାଏ। ଏଣୁ ଯଦି ଆପଣ ଏଠାକୁ ଯିବାକୁ ଚାହୁଁଛନ୍ତି ତା ହେଲେ, ମାର୍ଚ୍ଚରୁ ଜୁନ୍‌ ଏବଂ ଡିସେମ୍ବରରୁ ଫ୍ରେବୃୟାରୀ ହେଉଛି ସବୁଠାରୁ ପ୍ରକୃଷ୍ଠ  ସମୟ।

କେମିତି ଯିବେ

କାଠଗୋଦାନ ହେଉଛି ନୈନିତାଲର ପ୍ରବେଶ ପଥ। କାଠ ଗୋଦାମ୍‌ ରେଳ ଷ୍ଟେଶନ୍‌ ପହଞ୍ଚିବା ପରେ ଏଠାରୁ ଟ୍ୟାକ୍ସି ଯୋଗେ ଆପଣ ନୈନିତାଲ ଯାଇପାରିବେ। ରହିବାକୁ ଏଠାରେ ସରକାରୀ ଓ ବେସରକାରୀ ଯାତ୍ରୀନିବାସ ଓ ହୋଟେଲ ଅତି ସହଜରେ ମିଳିଯିବ।

publive-image