ପୂର୍ତ୍ତ ବିଭାଗରେ ଆଉ ୧୨୭୩ଟି ନୂଆ ଇଞ୍ଜିନିୟରିଂ ପଦବୀକୁ କ୍ୟାବିନେଟ୍ ମଞ୍ଜୁରୀ

ରାଜ୍ୟ କ୍ୟାବିନେଟରେ ଆଜି ଜଳସମ୍ପଦ ବିଭାଗର ‘ବନ୍ଧ ଓ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଉନ୍ନତିକରଣ ଯୋଜନା’କୁ ଅନୁମୋଦନ ମିଳିଛି । ଏହି ଯୋଜନାଟି ୨୦୨୩-୨୪ ଆର୍ଥିକ ବଷରେ ଆରମ୍ଭ ହୋଇ ୨୦୨୫-୨୬ରେ ସମ୍ପୂର୍ଣ୍ଣ କରାଯିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଛି ।

Engineering

Representative image

Pradeep Bharati
  • Published: Friday, 15 September 2023
  • Updated: 15 September 2023, 09:27 PM IST

Sports

Latest News

ପୂର୍ତ୍ତ ବିଭାଗ ଅଧୀନସ୍ଥ ଓଡ଼ିଶା ଇଞ୍ଜିନିୟରିଂ ସର୍ଭିସ ଓ ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟରିଂ ସର୍ଭିସରେ ୧୨୭୩ଟି ନୂଆ ପଦବୀ ସୃଷ୍ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଏହାସହିତ ବିଭାଗର କାର୍ଯ୍ୟଦକ୍ଷତାରେ ବୃଦ୍ଧିକୁ ଦୃଷ୍ଟିରେ ରଖି ବିଭାଗୀୟ ସଂରଚନାରେ କେତେକ ପରିବର୍ତ୍ତନ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁର କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ପୂର୍ତ୍ତ ବିଭାଗ ଅଧୀନରେ ଥିବା ଓଡ଼ିଶା ଇଞ୍ଜିନିୟରିଂ ସର୍ଭିସରେ କ୍ୟାଡ଼ର ପଦବୀ ସଂଖ୍ୟା ୬୪୨ରୁ ୧୦୧୧କୁ ଏବଂ ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟରିଂ ସର୍ଭିସ କ୍ୟାଡ଼ର ପଦବୀ ସଂଖ୍ୟା ୯୪୪ରୁ ୧୮୪୮କୁ ବୃଦ୍ଧି ପାଇବ । ଏହି କ୍ୟାଡ଼ର ପୁନର୍ଗଠନ ପରେ ଓଡ଼ିଶା ଇଞ୍ଜିନିୟରିଂ ସର୍ଭିସରେ ସିଧାସଳଖ ୧୬୬ଟି ଆସିଷ୍ଟାଣ୍ଟ ଏକଜ୍ୟୁଟିଭ ଇଞ୍ଜିନିୟର ପଦବୀରେ ନିଯୁକ୍ତି ସମେତ ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟରିଂ ସର୍ଭିସରେ ସିଧାସଳଖ ୩୦୯ଟି ଜୁନିୟର ଇଞ୍ଜିନିୟର ନିଯୁକ୍ତି ପାଇପାରିବେ । ଏହାସହିତ ଇଞ୍ଜିନିୟରମାନଙ୍କ ପଦୋନ୍ନତି ମଧ୍ୟ ଅଧିକ ବ୍ୟାପକ ହୋଇପାରିବ । ପୂର୍ତ୍ତ ବିଭାଗ ଅଧୀନସ୍ଥ ସମସ୍ତ ଇଞ୍ଜିନିୟରିଂ ପ୍ରତିଷ୍ଠାନ ଯଥା ଇଞ୍ଜିନିୟରିଂ ସେକ୍ସନରୁ ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସମସ୍ତ ଅନୁଷ୍ଠାନଗୁଡ଼ିକର ସମ୍ପ୍ରସାରଣ ହେବ । ଏହା ବ୍ୟତୀତ ରାଜ୍ୟର ସରକାରୀ ଉଦ୍ୟୋଗ ଯଥା- ଓଡ଼ିଶା ସେତୁ ଓ ନିର୍ମାଣ ନିଗ, ଇଡକୋ, ବିଡିଏ, ଓଡ଼ିଶା ରାଜ୍ୟ ଗୃହନିର୍ମାଣ ନିଗମ, ଓଡ଼ିଶା ପୁଲିସ ହାଉସିଂବୋର୍ଡ ନିଗମ, ସ୍ମାର୍ଟ ସିଟି ପ୍ରୋଜେକ୍ଟ, ବିଶ୍ୱବିଦ୍ୟାଳୟ , ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ଆଦିର ପରିଚାଳନା ନିମନ୍ତେ ଆବଶ୍ୟକୀୟ ବୈଷୟିକ କର୍ମଚାରୀ(ସିଭିଲ୍ ଇଞ୍ଜିନିୟର)ମାନଙ୍କୁ ନିଯୁକ୍ତି ଦିଆଯାଇଛି । ଏହି ନୂଆ ଇଞ୍ଜିନିୟର ପଦବୀ ସୃଷ୍ଟି ଯୋଗୁ ରାଜ୍ୟ ସରକାରଙ୍କ ଉପରେ ବାର୍ଷିକ ୫୮.୬୦କୋଟି ଟଙ୍କାର ଆର୍ଥିକ ବୋଝ ପଡ଼ିବ ।

Also Read

ସେହିପରି ରାଜ୍ୟ କ୍ୟାବିନେଟରେ ଆଜି ଜଳସମ୍ପଦ ବିଭାଗର ‘ବନ୍ଧ ଓ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଉନ୍ନତିକରଣ ଯୋଜନା’କୁ ଅନୁମୋଦନ ମିଳିଛି । ଏହି ଯୋଜନାଟି ୨୦୨୩-୨୪ ଆର୍ଥିକ ବଷରେ ଆରମ୍ଭ ହୋଇ ୨୦୨୫-୨୬ରେ ସମ୍ପୂର୍ଣ୍ଣ କରାଯିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଛି । ଏଥିପାଇଁ ୨୪୮କୋଟି ଟଙ୍କା ଖର୍ଚ୍ଚ କରାଯାଇ ପ୍ରାୟ ୧୬୪୦୦ହେକ୍ଟର ସେଚାଂଚଳର ପୁନରୁଦ୍ଧାର ଓ ୫୦୩ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ପୁନରୁଦ୍ଧାର କରାଯିବ । ସେହିପରି ନବରଙ୍ଗପୁର ଜିଲ୍ଲାର ତୁରୀ ଓ ଗୁଣ୍ଟାଟ ନଦୀ ଉପରେ ଗୋଟିଏ ଲେଖାଏଁ ଆନିକଟ୍ ନିର୍ମାଣ କରାଯାଇ ଉଭୟ ଜଳାଶୟକୁ ଏକ ସଂଯୋଗକାରୀ ଚ୍ୟାନେଲରେ ସଂଯୋଗ କରାଯିବାର ଯୋଜନା ଅଛି । ଏହାଫଳରେ ୯୧୩୫ ହେକ୍ଟର ଚାଷୋପଯୋଗୀ ଜମିକୁ ଜଳସେଚନର ସୁବିଧା ମିଳିବା ସହ ୧୦ହଜାର ଲୋକଙ୍କ ପାଇଁ ପାନୀୟ ଜଳ ସୁବିଧା, ମାଛ ଚାଷ ଆଦି ସମ୍ଭବପର ହେବ । ଏହି ପ୍ରକଳ୍ପ ନିର୍ମାଣ ନିମନ୍ତେ ୧୦୬.୧୨କୋଟି ଟଙ୍କାର ଟେଣ୍ଡର ଏବଂ ୫ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ପାଇଁ ୨.୭୬କୋଟି ଟଙ୍କାର ଟେଣ୍ଡରକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ୩୦ମାସ ମଧ୍ୟରେ ଶେଷ କରାଯିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story