ପାଟନା:ବିହାରର ପୁର୍ନିଆ ଓମାଧେପୁର ସମେତ ତିନୋଟି ଜିଲ୍ଲାରେ ମଙ୍ଗଳବାର ରାତିରେ ଘୂର୍ଣ୍ଣିଝଡ଼ ଯୋଗୁ ୩୨ ଜଣ ଲୋକଙ୍କ ମୃତୁ୍ୟ ଘଟିଥିବା ବେଳେ ୮୦ରୁ ଊଦ୍ଧ୍ୱର୍ ଆହତ ହୋଇଛନ୍ତି। ବିହାରର ବିପର୍ଯ୍ୟୟ ପରିଚାଳନାର ପ୍ରମୁଖ ସଚିବ ବୁଧବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏଥିରେ ୧୦,୦୦୦ରୁ ଅଧିକ ଘର ଭାଙ୍ଗି ଯାଇଛି । ଶହ ଶହ ବିଦୁ୍ୟତ ଖୁଣ୍ଟି ଭାଙ୍ଗି ପଡ଼ିଥିବା ଯୋଗୁ ବିଜୁଳେ ସେବା ଏକ ପ୍ରକାର ଠପ୍ ହୋଇଯାଇଛି। ଅନେକ ମୋବାଇଲ ଟାୱାର ଭାଙ୍ଗି ଯାଇଛି । ତେଣୁ ମୋବାଲ୍ ନେଟୱର୍କ ବି ଅଚଳ ହୋଇପଡ଼ିଛି। ମୃତବ୍ୟକ୍ତିମାନଙ୍କ ପରିବାର ଲୋକଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ସେହିପରି ପ୍ରଶାସନ ପକ୍ଷରୁ ତିନୋଟି ଯାକ ଜିଲ୍ଲାରେ ରିଲଫ୍ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ଆକାଶମାର୍ଗରୁ କ୍ଷତିଗ୍ରସ୍ତ ଅଞ୍ଚଳଗୁଡ଼ିକୁ ବୁଲି ଦେଖିବେ ବୋଲି ମଧ୍ୟ ଏହି ବରିଷ୍ଠ ପ୍ରଶାସନିକ ଅଧିକାରୀ ସୂଚନା ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଅଲ୍ଲୁ ଅର୍ଜୁନଙ୍କ ଘର ଆଗରେ ବିକ୍ଷୋଭ ଓ ଭଙ୍ଗାରୁଜା, ୮ ଗିରଫ
ବିକ୍ଷୋଭକାରୀ ଅଲ୍ଲୁ ଅର୍ଜୁନଙ୍କ ବାସଭବନରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ୮ ଜଣଙ୍କୁ ଉଠାଇ ନେଇଛି ପୁଲିସ।
National
ବିଷ ବଳୟରେ ରାଜଧାନୀ; ‘ସିଭିୟର’ ସ୍ଥିତିରେ ବାୟୁ ପ୍ରଦୂଷଣ
ରବିବାର ଦିନ ୩ଟା ସୁଦ୍ଧା ବାୟୁ ଗୁଣବତ୍ତା ସୂଚକାଙ୍କ ୪୦୬ରେ ପହଞ୍ଚିଛି। ୧୬ ଡିସେମ୍ବର ରାତିରୁ ଲାଗୁ ହୋଇଛି ଗ୍ରାପ-୪ କଟକଣା।
National
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା କୁଏତର ସର୍ବୋଚ୍ଚ ସମ୍ମାନ
ପ୍ରଧାନମନ୍ତ୍ରୀ ମୋଦିଙ୍କୁ କୁଏତର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ୍ ମୁବାରକ୍ ଅଲ୍-କବୀର’ ପ୍ରଦାନ କରାଯାଇଛି। ଏହା ହେଉଛି କୌଣସି ଦେଶ ଦ୍ୱାରା ମୋଦିଙ୍କୁ ପ୍ରଦାନ କରାଯାଇଥିବା ୨୦ଶ ଅନ୍ତର୍ଜାତୀୟ ସମ୍ମାନ।
Politics
ପ୍ରିୟଙ୍କା ଗାନ୍ଧିଙ୍କ ସଦସ୍ୟତାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ
ପ୍ରିୟଙ୍କା ଗାନ୍ଧି ନାମାଙ୍କନ ପତ୍ରରେ ସମ୍ପତ୍ତିର ସବିଶେଷ ତଥ୍ୟ ଦେଇନଥିବା ଅଭିଯୋଗ। କେରଳ ହାଇକୋର୍ଟରେ ପିଟିସନ ଦାଖଲ କଲେ ୱାୟନାଡ ଉପନିର୍ବାଚନରେ ପରାଜିତ ବିଜେପି ନେତ୍ରୀ।
National
ଘର ଲୋକ କେତେ ଭଲ ପାଆନ୍ତି? ନିଜକୁ ନିଜେ ଅପହରଣ କରି ବନ୍ଧା ହେଲା ଯୁବକ
ଡିସେମ୍ବର ୨୦ରେ ପୁଲିସ୍ର ୧୧୨ ହେଲ ନମ୍ବରକୁ ଗୋଟିଏ ଫୋନ କଲ ଆସିବା ପରେ ପୂରା କାହାଣୀ ଆରମ୍ଭ ହୋଇଥିଲା।