ଲଖଭୀକୁ ମୁକ୍ତି ମାମଲା: ସୁପ୍ରିମକୋର୍ଟ ଗଲେ ପଞ୍ଜାବ ସରକାର

ଲାହୋର: ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ତଥା ଲଶ୍କର-ଇ-ତୋଇବାର କମାଣ୍ଡର ଜାକିଉର୍ ରେହମନ ଲଖଭୀଙ୍କୁ ଜେଲରୁ ମୁକ୍ତି କରାଯିବା ଘଟଣାକୁ ପାକିସ୍ତାନର ପଞ୍ଜାବ ପ୍ରଦେଶ ସରକାର ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଛନ୍ତି । ମଙ୍ଗଳବାର ପଞ୍ଜାବ ସରକାର ସୁପ୍ରିମକୋର୍ଟରେ ଦାଖଲ କରିଥିବା ପିଟିସନରେ ଉଲ୍ଲେଖ କରିଛନ୍ତି ଯେ ଲଖଭୀ ବିରୁଦ୍ଧରେ ସମସ୍ତ ସମ୍ବେଦନଶୀଳ ତଥ୍ୟ ଦେଖିବା ପରେ ବି ଲାହୋର ହାଇକୋର୍ଟ ତାକୁ ଜେଲରୁ ମୁକ୍ତ କରିବା ପାଇଁ ନିର୍ଦେଶ ଦେଇଥିଲେ । ଏହା ଦ୍ୱାରା ମୁମ୍ବାଇ […]

lakhvi

lakhvi

Rakesh Mallick
  • Published: Tuesday, 14 April 2015
  • Updated: 04 May 2017, 03:45 PM IST

Sports

Latest News

ଲାହୋର: ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ତଥା ଲଶ୍କର-ଇ-ତୋଇବାର କମାଣ୍ଡର ଜାକିଉର୍ ରେହମନ ଲଖଭୀଙ୍କୁ ଜେଲରୁ ମୁକ୍ତି କରାଯିବା ଘଟଣାକୁ ପାକିସ୍ତାନର ପଞ୍ଜାବ ପ୍ରଦେଶ ସରକାର ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଛନ୍ତି । ମଙ୍ଗଳବାର ପଞ୍ଜାବ ସରକାର ସୁପ୍ରିମକୋର୍ଟରେ ଦାଖଲ କରିଥିବା ପିଟିସନରେ ଉଲ୍ଲେଖ କରିଛନ୍ତି ଯେ ଲଖଭୀ ବିରୁଦ୍ଧରେ ସମସ୍ତ ସମ୍ବେଦନଶୀଳ ତଥ୍ୟ ଦେଖିବା ପରେ ବି ଲାହୋର ହାଇକୋର୍ଟ ତାକୁ ଜେଲରୁ ମୁକ୍ତ କରିବା ପାଇଁ ନିର୍ଦେଶ ଦେଇଥିଲେ । ଏହା ଦ୍ୱାରା ମୁମ୍ବାଇ ଆକ୍ରମଣ ନେଇ ହେଉଥିବା ତଦନ୍ତ ପ୍ରଭାବିତ ହେବ । ଲାହୋର ହାଇକୋର୍ଟଙ୍କ ରାୟକୁ ରଦ୍ଧ କରି ସୁରକ୍ଷା ଆଇନ ବଳରେ ପୁଣି ଥରେ ଲଖଭୀକୁ ଜେଲରେ ଭର୍ତ୍ତି କରିବା ପାଇଁ ନିଦେ୍ର୍ଧଶ ଦେବାକୁ ସୁପ୍ରିମକୋର୍ଟଙ୍କୁ ଆବେଦନ କରିଛନ୍ତି ।
ଏପ୍ରିଲ ୯ ତାରିଖରେ ଲାହୋର ହାଇକୋର୍ଟର ବିଚାରପତି ମହମ୍ମଦ ଅନବରୁଲ ହକ ନିଦେ୍ର୍ଧଶ ଦେଇଥିଲେ ଲଖଭୀକୁ ତୁରନ୍ତ ଜେଲରୁ ଖଲାସ କରିବାକୁ । ମୁମ୍ବାଇ ଆକ୍ରମଣ ଘଟଣାରେ ୬ ବର୍ଷ ତଳେ ଗିରଫ ହୋଇଥିବା ଲଖଭୀକୁ ଏପ୍ରିଲ ୧୦ ତାରିଖରେ ଛାଡ଼ି ଦିଆଯାଇଥିଲା । ସରକାରୀ ଓକିଲ ଲଖଭୀ ବିରୁଦ୍ଧରେ ସମସ୍ତ ସମ୍ବେଦନଶୀଳ ତଥ୍ୟ ଦାଖଲ କରାଯିବା ସତ୍ୱେ ହାଇକୋର୍ଟ ଏହା ପର୍ଯ୍ୟାପ୍ତ ନୁହେଁ ବୋଲି କହିଥିଲେ ।
ତଳ କୋର୍ଟ ଲଖଭୀକୁ ଗତବର୍ଷ ଡିସେମ୍ବର ୧୪ ତାରିଖରେ ଜାମିନ ଦେଇ ଦେଇଥିଲେ । ତେବେ ଭାରତର କଡ଼ା ପ୍ରତିକ୍ରିୟା ସହିତ ସେତେବେଳେ ପେଶାୱର ସ୍ଥିତ ଆର୍ମି ସ୍କୁଲରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହେବା ଯୋଗୁ ପାକିସ୍ତାନ ସରକାର ଲଖଭୀକୁ ଜେଲରୁ ଛାଡ଼ି ନଥିଲେ । ସୁରକ୍ଷା ଆଇନ ବଳରେ ପୁଣି ଜେଲରେ ରଖିଥିଲେ । ପରେ ସେ ଏହାକୁ ହାଇକୋର୍ଟରେ ଚାଲେଞ୍ଜ କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story