କରୋନା କବଳରେ ୧୮ ଆଇପିଏସ୍‌ ସମେତ ଶତାଧିକ ପୁଲିସ୍‌

ମୁମ୍ବାଇ: କରୋନା କବଳରେ ପଡ଼ୁଛନ୍ତି ସମ୍ମୁଖ ଯୋଦ୍ଧା। ଦେଶର ବିଭିନ୍ନ ସ୍ଥାନରେ ଡାକ୍ତରଙ୍କ ସମେତ ପୁଲିସ୍‌ ବି କରୋନା ଦ୍ୱାରା ଆକ୍ରାନ୍ତ ହେଉଛନ୍ତି। ଦେଶର ମାୟାନଗରୀ ମୁମ୍ବାଇରେ ଗତ ୪୮ ଘଣ୍ଟାରେ ୧୮ ଆଇପିଏସ୍‌ ଓ ୧୧୪ ପୁଲିସ୍‌ କର୍ମୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାବାଦା ରାଜଧାନୀ ଦିଲ୍ଲୀରେ ୩ଶହରୁ ଅଧିକ ପୁଲିସ୍‌ ପଜିଟିଭ ଚିହ୍ନଟ ହୋଇଛନ୍ତି। ଯାହାକି ଏବେ ଚିନ୍ତାର କାରଣ ପାଲଟିଛି। ସୂଚନାଯୋଗ୍ୟ, ଦେଶରେ ଆଖି ପିଛୁଳାକେ ମାଡ଼ି ଚାଲିଛି କରୋନା। ପ୍ରତିଦିନ ହଜାର ହଜାର […]

police

police

Niharika Rout
  • Published: Monday, 10 January 2022
  • Updated: 10 January 2022, 09:55 AM IST

Sports

Latest News

ମୁମ୍ବାଇ: କରୋନା କବଳରେ ପଡ଼ୁଛନ୍ତି ସମ୍ମୁଖ ଯୋଦ୍ଧା। ଦେଶର ବିଭିନ୍ନ ସ୍ଥାନରେ ଡାକ୍ତରଙ୍କ ସମେତ ପୁଲିସ୍‌ ବି କରୋନା ଦ୍ୱାରା ଆକ୍ରାନ୍ତ ହେଉଛନ୍ତି। ଦେଶର ମାୟାନଗରୀ ମୁମ୍ବାଇରେ ଗତ ୪୮ ଘଣ୍ଟାରେ ୧୮ ଆଇପିଏସ୍‌ ଓ ୧୧୪ ପୁଲିସ୍‌ କର୍ମୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାବାଦା ରାଜଧାନୀ ଦିଲ୍ଲୀରେ ୩ଶହରୁ ଅଧିକ ପୁଲିସ୍‌ ପଜିଟିଭ ଚିହ୍ନଟ ହୋଇଛନ୍ତି। ଯାହାକି ଏବେ ଚିନ୍ତାର କାରଣ ପାଲଟିଛି।

ସୂଚନାଯୋଗ୍ୟ, ଦେଶରେ ଆଖି ପିଛୁଳାକେ ମାଡ଼ି ଚାଲିଛି କରୋନା। ପ୍ରତିଦିନ ହଜାର ହଜାର ଲୋକ ଏହି ମହାମାରୀ ଦ୍ୱାରା ଆକ୍ରାନ୍ତ ହେଉଛନ୍ତି। ଦେଶର ମାୟାନଗରୀ ମୁମ୍ବାଇରେ  ପ୍ରତିଦିନ ହାରାହାରି ୨୦ ହଜାରରୁ ଅଧିକ ମାମଲା ସାମନାକୁ ଆସୁଛି।

ଏହା ମଧ୍ୟରେ ରାଜ୍ୟର ୧୮ ଆଇପିଏସ୍‌ କରୋନା କବଳରେ ପଡ଼ି ଯାଇଛନ୍ତି। ଏହାବାଦ ଗତ ୪୮ ଘଣ୍ଟାରେ ରାଜ୍ୟରେ ସମୁଦାୟ ୧୧୪ ପୁଲିସ୍‌ କର୍ମୀ ପଜିଟିଭ ଚିହ୍ନଟ ହୋଇ ସାରିଲେଣି । ମୁମ୍ବାଇ ପୁଲିସ୍‌ ତୁରଫରୁ ଏନେଇ ରବିବାର ସୂଚନା ଦିଆଯାଇଛି। ଏହାବାଦ ଗତ ୪୮ ଘଣ୍ଟା ମଧ୍ୟ ମଧ୍ୟରେ ୨ ପୁଲିସ୍‌ କର୍ମୀଙ୍କ ମୃତ୍ୟୁ ମଧ୍ୟ ହୋଇଛି।

୧୧୪ ପୁଲିସ୍‌ କର୍ମୀଙ୍କ ମଧ୍ୟରେ ୧୩ ଡିସିପି, ୪ ଅତିରିକ୍ତ ସିପି, ଜଣେ ସଂଯୁକ୍ତ ସିପି ମଧ୍ୟ ଅଛନ୍ତି।   ଏ ଯାଏ ମୁମ୍ବାଇ ପୁଲିସ୍‌ର ୧୨୫ କର୍ମଚାରୀ କରୋନା ଯୋଗୁ ଆଖି ବୁଜି ସାରିଛନ୍ତି।

ଗତ ୨୪ ଘଣ୍ଟାରେ ମୁମ୍ବାଇରେ ୧୯, ୪୭୪ କେସ୍‌ ସାମନାକୁ ଆସିଥିବା ବେଳେ ୭ ମୃତ୍ୟୁ ହୋଇଛି । ମୁମ୍ବାଇରେ ସମୁଦାୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯,୧୪,୫୭୨ରେ ପହଞ୍ଚି ସାରିଛି। ମୃତକଙ୍କ ସଂଖ୍ୟା ୧୬,୪୦୬ରେ ପହଞ୍ଚି ସାରିଛି।

ଏହାବାଦ ଦେଶର ରାଜଧାନୀ ଦିଲ୍ଲୀରେ ୩୦୦ରୁ ଅଧିକ ପୁଲିସ୍‌ କର୍ମଚାରୀ କରୋନା କବଳରେ ପଡ଼ିଛନ୍ତି।  ଦିଲ୍ଲୀରେ ଗତକାଲି ୨୨,୭୫୧ ମାମଲା ସାମନାକୁ ଆସିଥିଲା । ଗତ ବର୍ଷ ମେ’ ୧ ପରେ ଏହା ଦିନକର ସବୁଠୁ ଅଧିକ ଆକ୍ରାନ୍ତଙ୍କ ସଂଖ୍ୟା ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos