୨୦୦୨-୦୩ ମୁମ୍ବାଇ ବିସ୍ଫୋରଣ ମାମଲା: ୩ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶ

ମୁମ୍ବାଇ: ୨୦୦୨-୦୩ ମୁମ୍ବାଇ ବିସ୍ଫୋରଣ ମାମଲାର ୧୦ ଦୋଷୀଙ୍କୁ ଆଜି ସ୍ୱତନ୍ତ୍ର ପୋଟା କୋର୍ଟ ସଜା ଶୁଣାଇଛନ୍ତି। ମୁଖ୍ୟ ଦୋଷୀ ମୁଜମ୍ମିଲ ଅନ୍‌ସାରୀକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଯାଇଛି। ତା’ସହିତ ୱାହିଦ୍ ଅନ୍‌ସାରୀ ଓ ଫରହାନ୍ ଖୋଟ୍‌ଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡାଦେଶ ଶୁଣାଯାଇଛି। ଅନ୍ୟ ଦୋଷୀମାନଙ୍କୁ ଯେତିକି ସଜା ଦିଆଯାଇଛି ତା’ଠାରୁ ଅଧିକ ସମୟ ସେମାନେ ଜେଲ୍‌ରେ କଟାଇ ସାରିଛନ୍ତି। ଏଣୁ ସମସ୍ତ ପ୍ରକାର ଔପଚାରିକତା ଶେଷ କରିବା ପରେ ସେମାନଙ୍କୁ ମୁକ୍ତ କରି ଦିଆଯିବ। ମୁଜମ୍ମିଲ ଅନ୍‌ସାରୀଙ୍କୁ […]

mumbaiblast

mumbaiblast

Rakesh Mallick
  • Published: Wednesday, 06 April 2016
  • Updated: 06 April 2016, 08:18 AM IST

ମୁମ୍ବାଇ: ୨୦୦୨-୦୩ ମୁମ୍ବାଇ ବିସ୍ଫୋରଣ ମାମଲାର ୧୦ ଦୋଷୀଙ୍କୁ ଆଜି ସ୍ୱତନ୍ତ୍ର ପୋଟା କୋର୍ଟ ସଜା ଶୁଣାଇଛନ୍ତି। ମୁଖ୍ୟ ଦୋଷୀ ମୁଜମ୍ମିଲ ଅନ୍‌ସାରୀକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଯାଇଛି। ତା’ସହିତ ୱାହିଦ୍ ଅନ୍‌ସାରୀ ଓ ଫରହାନ୍ ଖୋଟ୍‌ଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡାଦେଶ ଶୁଣାଯାଇଛି। ଅନ୍ୟ ଦୋଷୀମାନଙ୍କୁ ଯେତିକି ସଜା ଦିଆଯାଇଛି ତା’ଠାରୁ ଅଧିକ ସମୟ ସେମାନେ ଜେଲ୍‌ରେ କଟାଇ ସାରିଛନ୍ତି। ଏଣୁ ସମସ୍ତ ପ୍ରକାର ଔପଚାରିକତା ଶେଷ କରିବା ପରେ ସେମାନଙ୍କୁ ମୁକ୍ତ କରି ଦିଆଯିବ।

ମୁଜମ୍ମିଲ ଅନ୍‌ସାରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ ଓ ଅନ୍ୟ ଚାରି ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇବା ପାଇଁ ପ୍ରତିପକ୍ଷ ଓକିଲ କୋର୍ଟଙ୍କ ନିକଟରେ ଯୁକ୍ତି ଉପସ୍ଥାପନ କରିଥିଲେ।

୨୦୦୨ ଓ ୨୦୦୩ ମଧ୍ୟରେ ମୁମ୍ବାଇରେ ତିନିଟି ବୋମା ବିସ୍ଫୋରଣ ହୋଇଥିଲା। ଏଥିରେ ୧୨ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ୧୪୦ରୁ ଅଧିକ ଆହତ ହୋଇଥିଲେ। ପ୍ରଥମ ବିସ୍ଫୋରଣ ୨୦୦୨ ଡିସେମ୍ବର ୬ ତାରିଖରେ ହୋଇଥିଲା ମୁମ୍ବାଇ ରେଳ ଷ୍ଟେସନ୍ ନିକଟରେ। ଏଥିରେ ୨୭ ଜଣ ଆହତ ହୋଇଥିଲେ। ୨୦୦୩ ଜାନୁଆରୀ ୨୭ ତାରିଖରେ ପାରଲେ ରେଳ ଷ୍ଟେସନ୍‌ରେ ଆଉ ଏକ ବିସ୍ଫୋରଣ ହୋଇଥିଲା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିଲା ଓ ୩୨ ଜଣ ଆହତ ହୋଇଥିଲେ। ତୃତୀୟ ବିସ୍ଫୋରଣଟି ୨୦୦୩ ମାର୍ଚ୍ଚ ୧୩ ତାରିଖରେ ମୁଲୁନ୍ଦ ଷ୍ଟେସନ୍‌ରେ ଏକ ଟ୍ରେନ୍‌ର ମହିଳା ବଗିରେ ହୋଇଥିଲା। ଏଥିରେ ୧୧ ଜଣ ପ୍ରାଣ ହରାଇଥିଲେ ଓ ୯୦ ଜଣ ଆହତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos