ନୂଆଦିଲ୍ଲୀ: ୨୨ ବରିଷ୍ଠ ଟ୍ୟାକ୍ସ ଅଧିକାରୀଙ୍କୁ କେନ୍ଦ୍ର ସରକାର ବିଦା କରିଛନ୍ତି। ଦୁର୍ନୀତି ଏବଂ କେତେକ ମାମଲାକୁ ଜାଣିଶୁଣି ଭୁଲ ଢ଼ଙ୍ଗରେ ନେବା ଅଭିଯୋଗରେ ୨୨ ଜଣ ବରିଷ୍ଠ ଟ୍ୟାକ୍ସ ଅଧିକାରୀଙ୍କୁ ଧାରା ୫୬(J) ଅନୁଯାୟୀ ବାଧ୍ୟତାମୂଳକ ଅବସର ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ସମାନ ଅଭିଯୋଗରେ ୨୭ ଜଣ ବରିଷ୍ଠ ଆଇଆରଏସ ଅଧିକାରୀଙ୍କୁ କେନ୍ଦ୍ର ସରକାର ବିଦା କରିଥିଲେ।
ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୟାକ୍ସ କ୍ଷେତ୍ରରେ 'ଜିରୋ ଦୁର୍ନୀତି' ଉପରେ ଗୁରୁତ୍ୱ ଦେଇ କହିଥିଲେ, ଏହା ଦ୍ୱାରା ଦେଶର ଅସଲି ଟିକସଦାତାଙ୍କୁ ଆଉ ଅଯଥା ସମସ୍ୟା କିମ୍ବା ହଇରାଣ ହରକତର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ଏହାକୁ ଦୃଷ୍ଟିରେ ରଖି ଅର୍ଥ ମନ୍ତ୍ରଣାଳୟ ଟିକସଦାତାଙ୍କୁ ଅଯଥା ସମସ୍ୟାରେ ପକାଇଥିବା କିମ୍ବା ଦୁର୍ନୀତି କରିଥିବା ଅଭିଯୋଗରେ ଏହି ବାବୁ ମାନଙ୍କୁ ବିଦା କରିଛି ବୋଲି ଜଣାପଡ଼ିଛି।
ଜୁନ ମାସରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ(ସିବିଡିଟି)ଙ୍କ ନିର୍ଦ୍ଦେଶକ୍ରମେ ୧୨ ଅଧିକାରୀ ସମେତ ୨୭ ଆଇଆରଏସଙ୍କୁ ବିଦା କରାଯିବା ସହିତ ବାଧ୍ୟତାମୂଳକ ଅବସର ନେବା ପାଇଁ କୁହାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ସମଲିଙ୍ଗୀ ବିବାହ: ବଡ଼ ନିଷ୍ପତ୍ତି ନେଲେ ସୁପ୍ରିମକୋର୍ଟ
ପୁନଃ ସମୀକ୍ଷା କରିବାକୁ ହୋଇଥିବା ଏକାଧିକ ଆବେଦନକୁ ମଧ୍ୟ ଆଜି ସର୍ବୋଚ୍ଚ ଅଦାଲତ ଅଗ୍ରାହ୍ୟ କରିଦେଇଛନ୍ତି। ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବାକୁ ୨୦୨୩ରେ ସର୍ବୋଚ୍ଚ ନ୍ୟାୟଳୟ ସଫା ସଫା ମନା କରିଦେଇଥିଲେ।
National
‘ଆମର ଅଧା କାହାଣୀ’ ଲେଖି ଝୁଲି ପଡ଼ିଲେ ଯୁବକ
୬ ମାସ ତଳେ କୋର୍ଟରେ ବାହା ହୋଇଥିଲେ। ତଥାପି ଝିଅ ଘର ଲୋକ ଶାନ୍ତିରେ ବଞ୍ଚିବାକୁ ଦେଲେନି। ସମୟକ୍ରମେ ଝିଅ ମଧ୍ୟ ବଦଳିଗଲା। ଶେଷରେ କୌଣସି ଉପାୟ ନ ପାଇ ଜଣେ ୨୫ ବର୍ଷୀୟ ଯୁବକ ଜୀବନ ହାରି ଦେଇଛନ୍ତି।
National
ଭୁଶୁଡ଼ିଲା ପ୍ଲାଣ୍ଟର ସିଲୋ: ୪ ଶ୍ରମିକ ମୃତ, ଚାପି ହୋଇ ରହିଛନ୍ତି ଅନେକ
ସିଲୋ ହେଉଛି ଲୁହାରେ ତିଆରି ହୋଇଥିବା ବିରାଟକାୟ ସିଲଣ୍ଡର ଆକୃତିର ଷ୍ଟ୍ରକଚର। ଇଟା ଭାଟିରେ ଲାଗୁଥିବା ଚିମିନି ଭଳି ଏହା ଦେଖିବାକୁ।
Crime
ଅଫିସ ପାର୍କିଂରେ ମହିଳା ସହକର୍ମୀଙ୍କୁ ବୀଭତ୍ସ ହତ୍ୟା: ସମସ୍ତେ ଦେଖିଲେ, କିନ୍ତୁ କିଛି କଲେନି
ଯୁବକ ଜଣଙ୍କ ପାର୍କିଂ ଲଟରେ ମହିଳାଙ୍କୁ ଆକ୍ରମଣ କରୁଥିବା ବେଳେ ସମସ୍ତେ ଏହାକୁ ଦେଖିଥିଲେ। କିନ୍ତୁ କେହି ବି ଯୁବକଙ୍କୁ ଅଟକାଇବାକୁ ଚେଷ୍ଟା ନ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
National
ଆପ୍ର ୫୮ରୁ ୩୨ ଓ ବିଜେପିର ୭ରୁ ୪ ବିଧାୟକଙ୍କ ନାଁରେ ରହିଛି ଗୁରୁତର ମାମଲା
ଦଳ ଦୃଷ୍ଟିରୁ ଦେଖିଲେ ଆପର ୫୮ ଜଣ ବିଧାୟକଙ୍କ ପାଖରେ ହାରାହାରି ୧୩.୩୯ କୋଟି ଟଙ୍କାର ସମ୍ପତ୍ତି ରହିଥିବାବେଳେ ବିଜେପିର ୭ ଜଣ ବିଧାୟକଙ୍କ ପାଖରେ ହାରାହାରି ୭ କୋଟି ୪୫ ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି।