ସିଏବି ପାଇଁ ଜଳିଲା ଉତ୍ତର-ପୂର୍ବ, ଗଲେ ୫ ହଜାର ଅର୍ଦ୍ଧସାମରିକ ବାହିନୀ

ନୂଆଦିଲ୍ଲୀ: ଅଣମୁସଲିମ ଶରଣାର୍ଥୀଙ୍କୁ ଭାରତର ନାଗରିକତ୍ୱ ଦେବା ପାଇଁ କେନ୍ଦ୍ର ସରକାର ଆଣିଥିବା ବିବାଦୀୟ ନାଗରିକତା ସଂଶୋଧନ ବିଲ୍‌(ସିଏବି) ବିରୋଧରେ ଏବେ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ବ୍ୟାପକ ହିଂସାକାଣ୍ଡ ଦେଖାଦେଇଛି। ବିଶେଷ କରି ଆସାମ ଓ ତ୍ରିପୁରାର ବିଭିନ୍ନ ସ୍ଥାନରେ ପୁଲିସ୍‌ କର୍ମୀ ଓ ବିକ୍ଷୋଭକାରୀ ମୁହାଁମୁହିଁ ହୋଇଛନ୍ତି। ଏହି ଦୁଇ ରାଜ୍ୟ ବାଦ ମଣିପୁର, ମେଘାଳୟ ଓ ନାଗାଲ୍ୟାଣ୍ଡର ବିଭିନ୍ନ ସ୍ଥାନରେ ସିଏବି ବିରୋଧରେ ପୋଡ଼ାଜଳା ଓ ରାସ୍ତା ରୋକ ହୋଇଛି। ଆଜି ସନ୍ଧ୍ୟା ୭ଟାରୁ ୨୪ […]

dv

dv

Hemant Lenka
  • Published: Wednesday, 11 December 2019
  • Updated: 11 December 2019, 05:47 PM IST

ନୂଆଦିଲ୍ଲୀ: ଅଣମୁସଲିମ ଶରଣାର୍ଥୀଙ୍କୁ ଭାରତର ନାଗରିକତ୍ୱ ଦେବା ପାଇଁ କେନ୍ଦ୍ର ସରକାର ଆଣିଥିବା ବିବାଦୀୟ ନାଗରିକତା ସଂଶୋଧନ ବିଲ୍‌(ସିଏବି) ବିରୋଧରେ ଏବେ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ବ୍ୟାପକ ହିଂସାକାଣ୍ଡ ଦେଖାଦେଇଛି।

ବିଶେଷ କରି ଆସାମ ଓ ତ୍ରିପୁରାର ବିଭିନ୍ନ ସ୍ଥାନରେ ପୁଲିସ୍‌ କର୍ମୀ ଓ ବିକ୍ଷୋଭକାରୀ ମୁହାଁମୁହିଁ ହୋଇଛନ୍ତି। ଏହି ଦୁଇ ରାଜ୍ୟ ବାଦ ମଣିପୁର, ମେଘାଳୟ ଓ ନାଗାଲ୍ୟାଣ୍ଡର ବିଭିନ୍ନ ସ୍ଥାନରେ ସିଏବି ବିରୋଧରେ ପୋଡ଼ାଜଳା ଓ ରାସ୍ତା ରୋକ ହୋଇଛି।

ଆଜି ସନ୍ଧ୍ୟା ୭ଟାରୁ ୨୪ ଘଣ୍ଟା ପାଇଁ ଆସାମର ୧୦ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ ରଖିବାକୁ ନିର୍ଦ୍ଦେଶ ମିଳିଛି। ବିଭିନ୍ନ ସ୍ଥାନରେ ବିକ୍ଷୋଭକାରୀ ବସରେ ନିଆଁ ଲଗାଇବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।

ଛାତ୍ର ସଂଗଠନ ଠାରୁ ଆରମ୍ଭ କରି ସାଧାରଣ ଲୋକ ଓ ରାଜନୀତିକ ଦଳର ସଦସ୍ୟମାନେ ଏକାଠି ହୋଇ ସିଏବିକୁ ବିରୋଧ କରିଛନ୍ତି। ଅନେକ ସ୍ଥାନରେ ହିଂସାକାଣ୍ଡ ବ୍ୟାପୁଥିବାରୁ ଆଜି କେନ୍ଦ୍ର ସରକାର ୫ ହଜାର ଅର୍ଦ୍ଧସାମରିକ ବାହିନୀକୁ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକୁ ପଠାଇଛନ୍ତି।

ଧାରା ୩୭୦ ଉଚ୍ଛେଦ ହେବା ପରେ ଜମ୍ମୁ-କଶ୍ମୀରରେ ମୁତୟନ ହୋଇଥିବା ୨ ହଜାର ଯବାନଙ୍କୁ ପ୍ରତ୍ୟାହାର କରାଯାଇ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକୁ ପଠା ଯାଇଛି। ସେହିପରି ଅନ୍ୟ ୩୦ କମ୍ପାନୀ ଯବାନଙ୍କୁ ଦେଶର ବିଭିନ୍ନ ପ୍ରାନ୍ତରୁ ଉତ୍ତର ପୂର୍ବ ରାଜ୍ୟକୁ ପଠା ଯାଇଛି। ଏବେ ଏହି ଯବାନମାନେ ସ୍ଥାନୀୟ ପୁଲିସ୍‌ ସହ ମିଶି ଆନ୍ଦୋଳନକାରୀଙ୍କ ମୁକାବିଲା କରିବେ। ଏହି ୫ ହଜାର ଯବାନଙ୍କ ମଧ୍ୟରେ ସିଆରପିଏଫ, ବିଏସଏଫ ଓ ଏସଏସବି ରହିଛନ୍ତି।

ପ୍ରଥମ ଦଫାରେ ଯବାନମାନେ ଆସାମ ଓ ତ୍ରିପୁରାରେ ପହଞ୍ଚିଥିବା ଜଣାପଡ଼ିଛି। ତ୍ରିପୁରାର କାଞ୍ଚନପୁର ଓ ମାନୁ ଅଞ୍ଚଳରେ ଦୁଇ କଲମ ଯବାନ ମୃତୟନ ହୋଇଥିବା ବେଳେ ଆସାମର ବୋନଗାଇଗାଓଁରେ ଗୋଟିଏ କଲମ ଯବାନ ପହଞ୍ଚିଛନ୍ତି। ଗୋଟିଏ କଲମରେ ୭୦ ଜଣ ଯବାନ ଓ ଦୁଇ ଜଣ ଅଫିସର ରହିଛନ୍ତି। ସେହିପରି ଦିବ୍ରୁଗଡ଼ରେ ପୁଲିସ୍‌ ପକ୍ଷରୁ କୁଇକ ରେସପନ୍ସ ଟିମ୍‌କୁ ମଧ୍ୟ ମୁତୟନ କରାଯାଇଛି। ଫିଲ୍ଡ କମାଣ୍ଡର ଓ ଆର୍ମି ମୁଖ୍ୟାଳୟ ପୂରା ସ୍ଥିତି ଉପରେ ନଜର ରଖିଥିବା ସେନା ପକ୍ଷରୁ କୁହାଯାଇଛି।

ଆସାମରେ ଆଜି ୧୦ ହଜାରରୁ ଅଧିକ ଆନ୍ଦୋଳନକାରୀ ସିଏବି ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଆସାମ ଚୁକ୍ତି ପରେ ପ୍ରଥମଥର ପାଇଁ ରାଜ୍ୟରେ ଏଭଳି ଆନ୍ଦୋଳନ ଦେଖିବାକୁ ମିଳିଛି। ଅନେକ ସ୍ଥାନରେ ବିକ୍ଷୋଭକାରୀ ଟାୟାର ଜାଳି ରାସ୍ତାରୋକ କରିବାରୁ ଯାତାୟାତ ଠପ ହୋଇଯାଇଛି। ଏହି କାରଣରୁ ପୁଲିସ୍‌ ଓ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଥିଲେ। ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ପାଇଁ ପୁଲିସ୍‌ ଟିୟର ଗ୍ୟାସ ଓ ଲାଠି ଚାର୍ଜ କରିଛି।

ଗତକାଲି ଉତ୍ତର ପୂର୍ବ ଛାତ୍ର ସଂଗଠନ ବନ୍ଦ ଡାକରା ଦେଇଥିଲା। ହେଲେ ଆଜି କୌଣସି ସଂଗଠନ ବନ୍ଦ ଡାକରା ଦେଇନାହାନ୍ତି। ତଥାପି ହଜାର ହଜାର ଛାତ୍ରଛାତ୍ରୀ ରାସ୍ତାକୁ ଓହ୍ଲାଇ ସିଏବିକୁ ବିରୋଧ କରିଛନ୍ତି।

ବିକ୍ଷୋଭ ଯୋଗୁ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେହ୍ୱାଲ ଦୀର୍ଘ ୨୦ ମିନିଟ୍‌ ଧରି ଏୟାରପୋର୍ଟରେ ଫସି ରହିଥିଲେ। ଆସାମ ସଚିବାଳୟର କର୍ମଚାରୀମାନେ ଏହି ବିକ୍ଷୋଭକୁ ସମର୍ଥନ କରିଛନ୍ତି। ଗୌହାଟୀରେ ବିକ୍ଷୋଭକାରୀମାନେ ଅଗ୍ନିଶମ କର୍ମଚାରୀଙ୍କ ଗାଡ଼ି ଉପରକୁ ଠେକା ପଥର ମାଡ଼ କରିବା ସହ ଟାୟର ଜାଳି ରାସ୍ତା ରୋକ କରିଛନ୍ତି। ଏହି କାରଣରୁ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଇଛି। ବିଭିନ୍ନ ସ୍ଥାନରେ ୧୪୪ ଧାରା ଲାଗୁ ରାଯାଇଥିବା ବେଳେ ଇଣ୍ଟରନେଟ ସେବାକୁ କିଛି ସମ୍ବେଦନଶୀଳ ସ୍ଥାନରେ ବାତିଲ କରାଯାଇଛି।

ଆସାମର ଦିସପୁର, ଗୌହାଟୀ, ଦିବ୍ରୁଗଡ଼ ଓ ଜୋରହାଟରେ ସବୁଠାରୁ ଅଧିକ ପୋଡ଼ାଜଳା ହୋଇଛି। ପୁଲିସ୍‌ ଏଠାରେ ବିକ୍ଷୋଭକାରୀଙ୍କ ଉପରରେ ଟିୟର ଗ୍ୟାସ ଓ ଲାଠି ଚାର୍ଜ କରିଛି। ଏହି କାରଣରୁ ଶତାଧିକ ବିକ୍ଷୋଭକାରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ମହିଳା ଓ ସାମ୍ବାଦିକ ମଧ୍ୟ ରହିଛନ୍ତି।
ତ୍ରିପୁରାରେ ବିକ୍ଷୋଭକୁ ଦେଇ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ଗତକାଲି ଏଠାରେ ଜଣେ ନବଜାତଙ୍କ ବିକ୍ଷୋଭବେଳେ ମୃତ୍ୟୁ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story