ଜମିଥିଲା ଆସର, ମଦ ବଦଳରେ ଏସିଡ ପିଇଦେଲେ ୩ ଜଣ

ତ୍ରିପୁରା: ରାତି ବଢ଼ିବା ସହ ଜମିଥିଲା ଆସର। ଏହି ସମୟରେ ନିଶାରେ ଚୁର୍‌ ଥିଲେ ୧୦ରୁ ଅଧିକ ବ୍ୟକ୍ତି। ଏହାପରେ ଅଧିକ ନିଶା ପାଇଁ ସେମାନଙ୍କ ମଧ୍ୟରୁ ମଦ ଭାବି ୩ ଜଣ ଏସିଡ ପିଇଦେଲେ । ଗୁରୁତର ଅବସ୍ଥାରେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ସମସ୍ତଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର। ଏପରି ଅଭାବନୀୟ ଘଟଣା ତ୍ରିପୁରାର ଧଲାଇ ଜିଲ୍ଲାରେ ହୋଇଛି। ପୁଲିସ୍‌ ସୂଚନା ଅନୁଯାୟୀ, ମୃତକ ୩ ଜଣ ହେଲେ ସଚିନ୍ଦ୍ର […]

liquor

liquor

Niharika Rout
  • Published: Thursday, 30 December 2021
  • Updated: 30 December 2021, 11:41 AM IST

Sports

Latest News

ତ୍ରିପୁରା: ରାତି ବଢ଼ିବା ସହ ଜମିଥିଲା ଆସର। ଏହି ସମୟରେ ନିଶାରେ ଚୁର୍‌ ଥିଲେ ୧୦ରୁ ଅଧିକ ବ୍ୟକ୍ତି। ଏହାପରେ ଅଧିକ ନିଶା ପାଇଁ ସେମାନଙ୍କ ମଧ୍ୟରୁ ମଦ ଭାବି ୩ ଜଣ ଏସିଡ ପିଇଦେଲେ । ଗୁରୁତର ଅବସ୍ଥାରେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ସମସ୍ତଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର। ଏପରି ଅଭାବନୀୟ ଘଟଣା ତ୍ରିପୁରାର ଧଲାଇ ଜିଲ୍ଲାରେ ହୋଇଛି।

ପୁଲିସ୍‌ ସୂଚନା ଅନୁଯାୟୀ, ମୃତକ ୩ ଜଣ ହେଲେ ସଚିନ୍ଦ୍ର ରିୟାଙ୍ଗ(୨୨), ଅଧିରାମ ରିୟାଙ୍ଗ(୪୦) ଓ ଭାବିରାମ ରିୟାଙ୍ଗ ।  ସେମାନଙ୍କ ମଧ୍ୟରୁ ଭାବିରାମଙ୍କ ପତ୍ନୀ ନିଜ ପିଲାଙ୍କ ସହ ଗତ ଶୁକ୍ରବାରଠାରୁ ବାପ ଘରକୁ ଆସିଥିଲେ।  ସେଠାରେ ଥିବା ବେଳେ ପୁଅ ଦେହ ଭଲ ନ ଥିବା ଖବର ପାଇ ଗତ ସୋମବାର ଭାବିରାମ ଶ୍ୱଶୁର ଘରକୁ ଯାଇଥିଲେ।

ସେଠାରେ ସୋମବାର ରାତିରେ ଏକ ପାର୍ଟି ଆୟୋଜିତ ହୋଇଥିଲା, ଯେଉଁଥିରେ ୧୦ ଜଣ ସାମିଲ ହୋଇଥିଲେ। ନିଶାସକ୍ତ ଥିବା ବେଳେ ଅଧିକ ମଦ ପିଇବା ପାଇଁ ଉକ୍ତ ୩ ଜଣ ମଦ ବଦଳରେ ଏସିଡ ପିଇ ଦେଇଥିଲେ।

ଏହାପରେ ଗୁରୁତର ଅବସ୍ଥାରେ ୩ ଜଣଙ୍କୁ ପ୍ରଥମେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରୁ ବୁଧବାର ସକାଳୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ସେଠାରେ ଡାକ୍ତର ଉକ୍ତ ୩ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପ୍ରଚାରିତ ହେବା ପରଠୁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos