ପାକିସ୍ତାନ ଟାର୍ଗେଟରେ କୃଷକଙ୍କ ଟ୍ରାକ୍ଟର ରାଲି!

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସକୁ ଆଖି ଆଗରେ ରଖି କୃଷକଙ୍କ ଟ୍ରାକ୍ଟର ରାଲିକୁ ଦିଲ୍ଲୀ ପୁଲିସ୍ ଅନୁମତି ପ୍ରଦାନ କରିଛି। ଦିଲ୍ଲୀ ଭିତରେ ଶାନ୍ତିପୂର୍ଣ୍ଣ ଭାବେ ରାଲି ବାହାର କରିବାକୁ ଚାଷୀ ସଂଗଠନ ଓ ଦିଲ୍ଲୀ ପୁଲିସ୍ ମଧ୍ୟରେ ସହମତି ହୋଇଛି। ଧାରଣାରେ ବସିଥିବା ଚାଷୀ ତିନୋଟି ବର୍ଡରକୁ ତିନୋଟି ରୁଟ୍ ଭାବେ ବ୍ୟବହାର କରି ଦିଲ୍ଲୀର କିଛି ସୀମା ପର୍ଯ୍ୟନ୍ତ ଆସିବାକୁ ଅନୁମତି ମିଳିଛି। କିନ୍ତୁ ଏବେ ଏହି ରାଲି ଉପରେ ପାକିସ୍ତାନ ତା’ର ଖରାପ ନଜର […]

RALLY

RALLY

Ranjit Kumar Jena
  • Published: Sunday, 24 January 2021
  • Updated: 24 January 2021, 09:58 PM IST

Sports

Latest News

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସକୁ ଆଖି ଆଗରେ ରଖି କୃଷକଙ୍କ ଟ୍ରାକ୍ଟର ରାଲିକୁ ଦିଲ୍ଲୀ ପୁଲିସ୍ ଅନୁମତି ପ୍ରଦାନ କରିଛି। ଦିଲ୍ଲୀ ଭିତରେ ଶାନ୍ତିପୂର୍ଣ୍ଣ ଭାବେ ରାଲି ବାହାର କରିବାକୁ ଚାଷୀ ସଂଗଠନ ଓ ଦିଲ୍ଲୀ ପୁଲିସ୍ ମଧ୍ୟରେ ସହମତି ହୋଇଛି। ଧାରଣାରେ ବସିଥିବା ଚାଷୀ ତିନୋଟି ବର୍ଡରକୁ ତିନୋଟି ରୁଟ୍ ଭାବେ ବ୍ୟବହାର କରି ଦିଲ୍ଲୀର କିଛି ସୀମା ପର୍ଯ୍ୟନ୍ତ ଆସିବାକୁ ଅନୁମତି ମିଳିଛି। କିନ୍ତୁ ଏବେ ଏହି ରାଲି ଉପରେ ପାକିସ୍ତାନ ତା'ର ଖରାପ ନଜର ପକାଇଛି। ଦିଲ୍ଲୀ ପୁଲିସ୍ ପାକିସ୍ତାନର ଏହି ମନ୍ଦ ଉଦ୍ଦେଶ୍ୟର ବଡ଼ ଖୁଲାସା କରିଛି।

ଦିଲ୍ଲୀ ପୁଲିସର ସ୍ପେଶାଲ କମିଶନର (ଇଣ୍ଟେଲିଜେନ୍ସ) ଦୀପେନ୍ଦ୍ର ପାଠକ କହିଛନ୍ତି, ପାକିସ୍ତାନ କୃଷକଙ୍କ ଟ୍ରାକ୍ଟର ରାଲିକୁ ଟାର୍ଗେଟ୍ କରିବାକୁ ଷଡ଼ଯନ୍ତ୍ର କରୁଛି। କୃଷକଙ୍କ ଟ୍ରାକ୍ଟର ରାଲିକୁ ଅଶାନ୍ତ କରିବା ପାଇଁ ପାକିସ୍ତାନରେ ତିଆରି କରାଯାଇଥିବା ୩୦୮ ଟୁଇଟର୍ ହ୍ୟାଣ୍ଡଲ୍ ମିଳିଛି, ଯାହା ଏହି ଦ୍ୱନ୍ଦ୍ୱ ସୃଷ୍ଟି କରୁଛି।

ଦୀପେନ୍ଦ୍ର ପାଠକ ଆହୁରି କହିଛନ୍ତି, କୃଷକଙ୍କ ଟ୍ରାକ୍ଟର ରାଲିରେ ଅଶାନ୍ତ ସୃଷ୍ଟି କରିବା ପାଇଁ ଗୁଇନ୍ଦା ଓ ଆଉ କିଛି ଏଜେନ୍ସି ମାଧ୍ୟମରେ ଆମକୁ ଲଗାତର ଇନପୁଟ୍ ମିଳୁଛି। ଲୋକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରିବା ପାଇଁ ପାକିସ୍ତାନ ୩୦୮ ଟୁଇଟର୍ ହ୍ୟାଣ୍ଡଲ୍ କରିଛି। ପାକିସ୍ତାନ ଦ୍ୱାରା ପରିଚାଳିତ ଏହି ୩୦୮ ଟୁଇଟର୍ ହ୍ୟାଣ୍ଡଲ୍ ସମ୍ବନ୍ଧରେ ଚାଷୀଙ୍କୁ ଅବଗତ କରାଯାଇଛି।

ଦୀପେନ୍ଦ୍ର ପାଠକ କହିଛନ୍ତି, ପୁଲିସ୍ ଟ୍ରାକ୍ଟର ରାଲିର ଗତିବିଧିକୁ ସଠିକ୍ ଭାବେ ଗାଇଡ୍ କରିବ। ଆମ ପାଇଁ ଏହି ରାଲି ବଡ଼ ଚ୍ୟାଲେଞ୍ଜ ହେବ। ମେଡିକାଲ୍ ଜନିତ କିମ୍ବା କୌଣସି ଦୁର୍ଘଟଣା ଘଟିଲେ, ଏହାର ମୁକାବିଲା ପାଇଁ ପୂରା ବ୍ୟବସ୍ଥା କରାଯାଇଛି। ଦୁଇମାସ ଧରି କୃଷକଙ୍କ ଆନ୍ଦୋଳନ ଜାରି ରହିଛି। କୃଷକ ସଂଠଗନ ଜାନୁଆରୀ ୨୬ ତାରିଖରେ ଟ୍ରାକ୍ଟର ରାଲି କରିବାକୁ ଚାହୁଁଛନ୍ତି। ଆମେ ସେମାନଙ୍କ ସହ ୫-୬ ଥର ଆଲୋଚନା କରିଛି। ଆମେ ସେମାନଙ୍କ ସହ ପ୍ରତିଟି ପଏଣ୍ଟ ଉପରେ କଥା ହୋଇଛୁ। ଏହି ରାଲିରେ ଯେପରି ସୁରକ୍ଷା ବ୍ୟବସ୍ଥା ସୁଚାରୁରୂପେ ପ୍ରତିପାଦନ ହେବ, ସେଥିପ୍ରତି ଆମେ ଗୁରୁତ୍ୱ ଦେଉଛୁ।

କୃଷକ ସଂଗଠନ ରାଜଧାନୀର ଆଉଟର୍ ରିଙ୍ଗ ରୋଡରେ ରାଲି ବାହାର କରିବା ନେଇ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଦିଲ୍ଲୀ ପୁଲିସ୍ ସୁରକ୍ଷା କାରଣରୁ ଏହି ରାସ୍ତାରେ ଟ୍ରାକ୍ଟର ପରେଡ୍ ପାଇଁ ଅନୁମତି ଦେବାକୁ ମନା କରିଦେଇଛି। ଟ୍ରାକ୍ଟର ରାଲି ୩ଟି ରୁଟରେ ହେବ। ୩ଟି ରୁଟ୍ ମଧ୍ୟରୁ ସିନ୍ଧୁ ବର୍ଡରରୁ ୬୨ କିଲୋମିଟର, ଟିକରୀ ବର୍ଡରରୁ ୬୩ରୁ ୬୪ କିଲୋମିଟର ଏବଂ ଗାଜିପୁର ବର୍ଡରରୁ ୪୬ କିଲୋମିଟର ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos