ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ବର୍ତ୍ତମାନ ୩୨୬ ପ୍ରକାରର ଉତ୍ପାଦ ରହିଛି ଯାହାକି ଜିଓଗ୍ରାଫିକାଲ୍ ଇଣ୍ଡିକେଶନ(ଜିଆଇ) ମାନ୍ୟତାପ୍ରାପ୍ତ। ସେଥି ମଧ୍ୟରେ କାଞ୍ଚିପୁରମର ସିଲ୍କ୍ ଶାଢ଼ି, ଆଲ୍ଫନସ୍ ଆମ୍ବ, ନାଗପୁରର କମଳା, କୋଲ୍ହାପୁରି ଚପଲ ଆଦି ରହିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ମଙ୍ଗଳବାର ଏହି ସୂଚନା ଦିଆଯାଇଛି।
ବିଭିନ୍ନ ବର୍ଗର ଉତ୍ପାଦ ମିଶି ଏହି ସଂଖ୍ୟା ୩୨୬ ଛୁଇଁବା ଏକ ରେକର୍ଡ ବୋଲି ସରକାର ପ୍ରକାଶ କରିଛନ୍ତି। ସେଥି ମଧ୍ୟରେ ୧୪ ବିଦେଶୀ ଜିଆଇ ଟ୍ୟାଗ ରହିଛି। ସେଲ୍ ଫର୍ ଇଣ୍ଟେଲେକ୍ଚୁଆଲ୍ ପ୍ରପର୍ଟି ରାଇଟ୍ ପ୍ରମୋଶନ ଆଣ୍ଡ୍ ମ୍ୟାନେଜମେଣ୍ଟ୍(ସିଆଇପିଏମ) ଏହି ସୂଚନା ଦେଇଛି।
ବିଶେଷ କରି କୃଷି ଉତ୍ପାଦ, ପ୍ରାକୃତିକ ସମ୍ପଦ ଏବଂ ଉତ୍ପାଦିତ ସାମଗ୍ରୀର ସ୍ୱତନ୍ତ୍ରତାକୁ ଦୃଷ୍ଟିରେ ରଖି ଜିଆଇ ମାନ୍ୟତା ଦିଆଯାଇଥାଏ।
ବାସମତି ଚାଉଳ, ଦାର୍ଜିଲିଂ ଚା’, ଚନ୍ଦେରି ଫ୍ୟାବ୍ରିକ, ମହୀଶୁର ସିଲ୍କ ଭଳି ଉତ୍ପାଦ ଏହି ଜିଓଗ୍ରାଫିକାଲ୍ ଇଣ୍ଡିକେଶନ ମାନ୍ୟତାପ୍ରପ୍ତ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Business
ରାଜ୍ୟରେ ୨ ବର୍ଷରେ ଆଇଟି କ୍ଷେତ୍ରରେ ସୃଷ୍ଟି ହେବ ୫୦ ହଜାର ନିଯୁକ୍ତି
ସିଙ୍ଗାପୁର କିମ୍ବା ମାଲେସିଆରୁ ସମୁଦ୍ର ତଳେ ଆସିବ ନେଟ୍। ପୁରୀରେ ହେବ ଡାଟା ସେଣ୍ଟର। ଆଇଟି କଂପାନୀରେ ଓଡ଼ିଶାର ଯୁବକଯୁବତୀଙ୍କ ନିଯୁକ୍ତି ପାଇଁ ମାସିକ ୨୫ ହଜାର ପ୍ରୋତ୍ସାହନ ରାଶି ଦେବେ ସରକାର।

Guest Column
ଅର୍ଥଶାସ୍ତ୍ର ବିଶାରଦ ଓ ସରକାରଙ୍କ ପାଇଁ ଆହ୍ୱାନ
ଅସଲକଥା ହେଉଛି ଭାରତର ରାଜନୈତିକ ଅର୍ଥନୀତି ଯଦି ପୂର୍ବ ଏସିଆ ଓ ଚୀନ୍ର ଅର୍ଥନୀତି ସହିତ ଦେଖାଯାଏ, ତେବେ ଭାରତୀୟ ରାଜନୈତିକ ଅର୍ଥନୀତି କେତେ ଦୁର୍ବଳ ତାହା ପ୍ରମାଣିତ ହେବ।ସେହିସବୁ ଦେଶମାନେ ଲୋକଙ୍କ ଭିତରେ କ୍ରୟଶକ୍ତି ବଢ଼ାଇବା ପାଇଁ ଏପରି ଭାବରେ ଆର୍ଥିକ ବଣ୍ଟନ ବ୍ୟବସ୍ଥା କରିଛନ୍ତି, ଯେଉଁଠାରେ ସେ ଲୋକମାନଙ୍କୁ ସରକାର କ୍ରୟଶକ୍ତି ବୃଦ୍ଧି ନିମନ୍ତେ ମୁକ୍ତ ଦାନ ବ୍ୟବସ୍ଥା କରିବାକୁ ପଡୁନାହିଁ।

Guest Column
ନୂଆ କୃଷି ଆଇନ ଆସିବା ଦରକାର
ମୋଦି ବିରୋଧୀଙ୍କୁ କୃଷି-ଆଇନ ପ୍ରତ୍ୟାହାର ଘୋଷଣା ଏକ ସାମୟିକ ସୁଖଦ ଅନୁଭୁତି ଦେଇଥିଲା – ଏହା ଏକ ସତ୍ୟ। କିନ୍ତୁ ଏହା କ’ଣ ଚାଷୀର ଆର୍ଥିକ ବାସ୍ତବତା, ପ୍ରକୃତ ଚାଷୀର ଉନ୍ନତି, ପରିବର୍ତ୍ତନଶୀଳ ପରିବେଶଗତ ସଙ୍କଟ ମଧ୍ୟରେ କୃଷିକର୍ମ ଏବଂ ରାଷ୍ଟ୍ରହିତରେ ବିଚାରବନ୍ତ ରାଜନୈତିକ ପଦକ୍ଷେପ ଆଧାରରେ କୃଷିନୀତି ପରିବର୍ତ୍ତନ କରି ଭାରତୀୟ କୃଷି ଓ କୃଷକର ମୂଳସମସ୍ୟା ଦୂର କରି ପାରିବ? “ଯେମିତି ଥିଲା, ସେମିତି ଥାଉ – ଇତି ବାଞ୍ଛା ସାହୁ !”ନ୍ୟାୟରେ କୃଷକଙ୍କୁ ନେଇ ରାଜନୀତି କେତେ ଦିନ କରିଚାଲିବା ?

Business
କୁଆଡ଼େ ଗଲା ଜଣକୁ ନିଯୁକ୍ତି ଦେଲେ 10 ହଜାର ଟଙ୍କା?
ଏବେ ନୂଆ ରାଜ୍ୟ ସରକାର ଆଇଟି ପିଲିସି-2025ର ଚିଠା ପ୍ରସ୍ତାବକୁ ସାର୍ବଜନୀନ କରିଛନ୍ତି। ଏଥିରେ ଆଇଟି କମ୍ପାନୀମାନଙ୍କୁ ସମ୍ପୂର୍ଣ୍ଣ ରୂପେ ଜମି ରେଜିଷ୍ଟ୍ରେସନ ଫି ଛାଡ଼, ପୁଞ୍ଜି ବିନିଯୋଗରେ 20 ପ୍ରତିଶତ ପର୍ଯ୍ୟନ୍ତ ସରକାରୀ ସବସିଡି, ବ୍ୟାଙ୍କ ଋଣ ସୁଧ ଉପରେ ରିହାତି, ବିଦ୍ୟୁତ ଶୁଳ୍କ ଉପରେ ରିହାତି ଭଳି ଅନେକ ପ୍ରୋତ୍ସାହନ କଥା ରଖିଛନ୍ତି।

National
ସରକାରୀ ଇ-ବଜାର ବା ଜିଇଏମ୍ କ’ଣ
ଦେଶର ସାମାଜିକ ବିକାଶ ସହିତ ତାଳଦେଇ ଜିଇଏମ୍ ଷ୍ଟାର୍ଟ ଅପ୍ ଗୁଡ଼ିକୁ ୩୫,୯୫୦ କୋଟି ଟଙ୍କାର ଅର୍ଡର ପୂରଣ କରିବାରେ ସକ୍ଷମ କରିଛି। ଜିଇଏମର ମୋଟ ବିକ୍ରେତା ସଂଖ୍ୟାର ୮% ମହିଳା ଉଦ୍ୟୋଗୀ, ଜିଇଏମ୍ ପୋର୍ଟାଲରେ ପଞ୍ଜୀକୃତ ସମୁଦାୟ ୧,୭୭,୭୮୬ ଜଣ ଉଦ୍ୟମ-ଭେରିଫାଏଡ୍ ମହିଳା ଅଣୁ ଏବଂ କ୍ଷୁଦ୍ର ଉଦ୍ୟୋଗ (ଏମ୍ଏସ୍ଇ) ୪୬,୬୧୫ କୋଟି ଟଙ୍କାର ସମୁଦାୟ ଅର୍ଡର ମୂଲ୍ୟ ପୂରଣ କରିଛନ୍ତି।