ବିଦ୍ୟୁତ ତାର ସଂଯୋଗରେ ଆସି ଯାତ୍ରୀବାହି ବସର ୬ ଯାତ୍ରୀ ମୃତ, ୩୦ ଆହତ

ଜୟପୁର: ବିଦ୍ୟୁତ ତା’ର ସଂସ୍ପର୍ଶରେ ଆସି ୬ ଜଣ ମୃତ୍ୟୁବରଣ କରିଥିବା ବେଳେ ୩୦ ଜଣ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ବସଟି ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ରାଜସ୍ଥାନର ଜାଲୋର ଜିଲ୍ଲାରେ ଏହି ଅଘଟଣ ଘଟିଛି। ପୁଲିସର ସୂଚନା ଅନୁଯାୟୀ ଶନିବାର ରାତିରେ ଏହି ଅଘଟଣ ଘଟିଥିଲା। ବସଟି ଆଜମେରର ବେଓ୍ୱାରରୁ ଜାଲୋର ଯାଉଥିଲା। ଏହି ସମୟରେ ଡ୍ରାଇଭର ଜଣଙ୍କ ରାସ୍ତା ଭୁଲି ଯାଇ ଏକ ଗାଁରେ ପଶି ଯାଇଥିଲା। […]

BUS-ACCIDENT

BUS-ACCIDENT

Subhransu Sekhar
  • Published: Monday, 18 January 2021
  • Updated: 18 January 2021, 07:45 AM IST

Sports

Latest News

ଜୟପୁର: ବିଦ୍ୟୁତ ତା’ର ସଂସ୍ପର୍ଶରେ ଆସି ୬ ଜଣ ମୃତ୍ୟୁବରଣ କରିଥିବା ବେଳେ ୩୦ ଜଣ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ବସଟି ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ରାଜସ୍ଥାନର ଜାଲୋର ଜିଲ୍ଲାରେ ଏହି ଅଘଟଣ ଘଟିଛି।

ପୁଲିସର ସୂଚନା ଅନୁଯାୟୀ ଶନିବାର ରାତିରେ ଏହି ଅଘଟଣ ଘଟିଥିଲା। ବସଟି ଆଜମେରର ବେଓ୍ୱାରରୁ ଜାଲୋର ଯାଉଥିଲା। ଏହି ସମୟରେ ଡ୍ରାଇଭର ଜଣଙ୍କ ରାସ୍ତା ଭୁଲି ଯାଇ ଏକ ଗାଁରେ ପଶି ଯାଇଥିଲା। ଏହି ସମୟରେ ବସଟି ରାସ୍ତାରେ ଝୁଲୁଥିବା ବିଦ୍ୟୁତ ତା’ର ସଂସ୍ପର୍ଶରେ ଆସିଥିଲା। ତେଣୁ ଏହି ଦୁର୍ଘଟଣା ଘଟିଛି ବୋଲି ପୁଲିସ କହିଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଥିବା ବେଳେ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos