୬୩ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା: ‘ବାହୁବଳୀ’ ଶ୍ରେଷ୍ଠ ଚଳଚ୍ଚିତ୍ର, ଅମିତାଭ ଶ୍ରେଷ୍ଠ ଅଭିନେତା

ନୂଆଦିଲ୍ଲୀ: ୬୩ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଆଜି ଘୋଷଣା କରାଯାଇଛି। ୨୦୧୫ ବର୍ଷ ପାଇଁ ‘ବାହୁବଳୀ’ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ଜାତୀୟ ପୁରସ୍କାର ପାଇବାକୁ ମନୋନୀତ ହୋଇଛି। ସେହିଭଳି ‘ପିକୁ’ ପାଇଁ ଅମିତାଭ ବଚ୍ଚନଙ୍କୁ ଶ୍ରେଷ୍ଠ ଅଭିନେତା ଓ ‘ତନୁ ୱେଡସ୍ ମନୁ ରିଟର୍ଣ୍ଣସ୍’ ପାଇଁ କଙ୍ଗନା ରାଣାୱତ୍‌ଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପୁରସ୍କୃତ କରାଯିବାକୁ ଘୋଷଣା କରାଯାଇଛି।  ‘ବାଜି ରାଓ ମସ୍ତାନୀ’ ପାଇଁ  ସଞ୍ଜୟ ଲୀଳା ଭଂସାଳୀଙ୍କୁ ଶ୍ରେଷ୍ଠ  ନିର୍ଦ୍ଦେଶକ ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର […]

amitabh

amitabh

Rakesh Mallick
  • Published: Monday, 28 March 2016
  • Updated: 28 March 2016, 03:04 PM IST

Sports

Latest News

[caption id="attachment_76103" align="alignleft" width="300"]bahuballi ‘ବାହୁବଳୀ’ର ଏକ ଦୃଶ୍ୟ[/caption]

ନୂଆଦିଲ୍ଲୀ: ୬୩ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଆଜି ଘୋଷଣା କରାଯାଇଛି। ୨୦୧୫ ବର୍ଷ ପାଇଁ ‘ବାହୁବଳୀ’ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ଜାତୀୟ ପୁରସ୍କାର ପାଇବାକୁ ମନୋନୀତ ହୋଇଛି। ସେହିଭଳି ‘ପିକୁ’ ପାଇଁ ଅମିତାଭ ବଚ୍ଚନଙ୍କୁ ଶ୍ରେଷ୍ଠ ଅଭିନେତା ଓ ‘ତନୁ ୱେଡସ୍ ମନୁ ରିଟର୍ଣ୍ଣସ୍’ ପାଇଁ କଙ୍ଗନା ରାଣାୱତ୍‌ଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପୁରସ୍କୃତ କରାଯିବାକୁ ଘୋଷଣା କରାଯାଇଛି।

 ‘ବାଜି ରାଓ ମସ୍ତାନୀ’ ପାଇଁ  ସଞ୍ଜୟ ଲୀଳା ଭଂସାଳୀଙ୍କୁ ଶ୍ରେଷ୍ଠ  ନିର୍ଦ୍ଦେଶକ ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯିବ।

ଫିଲ୍ମ ‘ପିକୁ’ ପାଇଁ ଜୁହି ଚତୁବେର୍ଦୀ ଓ ‘ତନୁ ୱେଡସ୍ ମନୁ ରିଟର୍ଣ୍ଣସ୍’ ପାଇଁ ହିମାଂଶୁ ଶର୍ମା ଶ୍ରେଷ୍ଠ ଡାଏଲଗ୍/ସ୍କ୍ରିନ୍‌ପ୍ଲେ ପୁରସ୍କାର ପାଇବେ।

‘ବାଜି ରାଓ ମସ୍ତାନୀ’ ପାଇଁ ଶ୍ରେଷ୍ଠ କୋରିଓଗ୍ରାଫର୍ ପୁରସ୍କାର ପାଇବେ ରେମୋ ଡିସୁଜା।

‘ଦମ୍ ଲଗା କେ ହଇଶା’ ଶ୍ରେଷ୍ଠ ହିନ୍ଦୀ ଫିଲ୍ମ ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବାକୁ ମନୋନୀତ ହୋଇଛି।

ତନବୀ ଆଜମୀ ‘ବାଜି ରାଓ ମସ୍ତାନୀ’ ପାଇଁ ଶ୍ରେଷ୍ଠ ସହ ଅଭିନେତ୍ରୀ ପୁରସ୍କାର ପାଇବେ।

ଶ୍ରେଷ୍ଠ ଏଣ୍ଟରଟେନ୍‌ମେଣ୍ଟ୍ ଫିଲ୍ମ ଭାବେ ସଲମାନ ଖାନଙ୍କ ଅଭିନୀତ ‘ବଜରଙ୍ଗୀ ଭାଇଜାନ’ ଜାତୀୟ ଚଳଚ୍ଚିତ୍ର ପାଇବାକୁ ମନୋନୀତ ହୋଇଛି।

ସେହିପରି ‘ପାହାଡ଼ର ଲୁହ’ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବାକୁ ମନୋନୀତ ହୋଇଛି।

ଓଡ଼ିଆ ନିର୍ଦ୍ଦେଶକ ସୌମେନ୍ଦ୍ର ପାଢ଼ୀଙ୍କ ହିନ୍ଦୀ ଫିଲ୍ମ ‘ଦୂରନ୍ତ’କୁ ମିଳିଛି ଶ୍ରେଷ୍ଠ ଶିଶୁ ଚଳଚ୍ଚିତ୍ର ପୁରସ୍କାର। ଏଥିରେ ଅଭିନେତା ମନୋଜ ବାଜପେୟୀ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

‘ରିଂଗନ୍‘ ଶ୍ରେଷ୍ଠ  ମରାଠୀ ଫିଲ୍ମ ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବାକୁ ମନୋନୀତ ହୋଇଥିବା ବେଳେ ‘ପାଥେମରୀ’ ଶ୍ରେଷ୍ଠ ମାଲାୟଲମ୍ ଫିଲ୍ମ, ‘ବିସାରନଈ’ ଶ୍ରେଷ୍ଠ ତାମିଲ୍ ଫିଲ୍ମ, ‘କଂଚେ’ ଶ୍ରେଷ୍ଠ ତେଲୁଗୁ ଫିଲ୍ମ, ‘ପ୍ରିୟମନସମ’ ଶ୍ରେଷ୍ଠ ସଂସ୍କୃତ ଫିଲ୍ମ ଓ ‘ତିଥି’ ଶ୍ରେଷ୍ଠ କନ୍ନଡ଼ ଫିଲ୍ମ ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବାକୁ ମନୋନୀତ ହୋଇଛି।

ସୂଚନାଯୋଗ୍ୟ, ୭୩ ବର୍ଷୀୟ ଅମିତାଭଙ୍କର ଏହା ହେଉଛି ଚତୁର୍ଥ ଜାତୀୟ ଚଳଚ୍ଚିତ୍ର ପୁରସ୍କାର। ଏହା ପୂର୍ବରୁ ସେ ୧୯୯୦ରେ ‘ଅଗ୍ନିପଥ’, ୨୦୦୫ରେ ‘ବ୍ଲାକ୍’ ଓ ୨୦୦୯ରେ ‘ପା’ ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇ ସାରିଛନ୍ତି।

ସେହିଭଳି ଶ୍ରେଷ୍ଠ ଅଭିନେତ୍ରୀ ଭାବେ କଙ୍ଗନା ଦ୍ୱିତୀୟ ଥର ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବେ। ଏହା ପୂର୍ବରୁ ସେ ଗତବର୍ଷ ‘କୁଇନ୍’ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲେ। ତା’ପୂର୍ବରୁ ୨୦୦୮ରେ ରିଲିଜ୍ ହୋଇଥିବା ‘ଫ୍ୟାସନ୍’ ପାଇଁ ଶ୍ରେଷ୍ଠ ସହଅଭିନେତ୍ରୀ ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story