୧୫ ବର୍ଷର ଝିଅ ଛୁଆ ଜନ୍ମ କରିପାରିବ, ବୟସ କାହିଁକି ବଢ଼ାଉଛ ପଚାରିଲେ କଂଗ୍ରେସ ନେତା

ଭୋପାଳ: ଝିଅଙ୍କ ବିବାହ ବୟସ ୧୮ ପରିବର୍ତ୍ତେ ୨୧ କରିବାକୁ ସରକାର ଯୋଜନା କରୁଛନ୍ତି। ଏହାକୁ ନେଇ ମତ ରଖିଛନ୍ତି ମଧ୍ୟପ୍ରଦେଶର କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ସଜ୍ଜନ ସିଂହ ବର୍ମା। ସେ କହିଛନ୍ତି ୧୫ ବର୍ଷର ଝିଅ ଛୁଆ ଜନ୍ମ କରିପାରିବ ତେଣୁ ବିବାହ ବୟସ ୨୧ ବର୍ଷ କରାଇବାର ଆବଶ୍ୟକତା କ’ଣ ରହିଛି ବୋଲି ସେ ପ୍ରଶ୍ନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ଡାକ୍ତରଙ୍କଠୁ ବଡ଼ କି ବୋଲି ସେ ପ୍ରଶ୍ନ […]

Marriage

Marriage

Subhransu Sekhar
  • Published: Wednesday, 13 January 2021
  • Updated: 13 January 2021, 10:22 PM IST

Sports

Latest News

ଭୋପାଳ: ଝିଅଙ୍କ ବିବାହ ବୟସ ୧୮ ପରିବର୍ତ୍ତେ ୨୧ କରିବାକୁ ସରକାର ଯୋଜନା କରୁଛନ୍ତି। ଏହାକୁ ନେଇ ମତ ରଖିଛନ୍ତି ମଧ୍ୟପ୍ରଦେଶର କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ସଜ୍ଜନ ସିଂହ ବର୍ମା। ସେ କହିଛନ୍ତି ୧୫ ବର୍ଷର ଝିଅ ଛୁଆ ଜନ୍ମ କରିପାରିବ ତେଣୁ ବିବାହ ବୟସ ୨୧ ବର୍ଷ କରାଇବାର ଆବଶ୍ୟକତା କ’ଣ ରହିଛି ବୋଲି ସେ ପ୍ରଶ୍ନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ଡାକ୍ତରଙ୍କଠୁ ବଡ଼ କି ବୋଲି ସେ ପ୍ରଶ୍ନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ନିକଟରେ ‘ନାରୀ ସମ୍ମାନ’ କାର୍ଯ୍ୟକ୍ରମରେ ଯୋଗ ଦେଇ ଝିଅଙ୍କ ବିବାହ ବୟସ ୧୮ରୁ ୨୧ ହେବ ବୋଲି କହିଥିଲେ। ଏହାପରେ ଶିବରାଜଙ୍କ ମନ୍ତବ୍ୟକୁ କାଉଣ୍ଟର କରି ପୂର୍ବତନ ମନ୍ତ୍ରୀ ସଜ୍ଜନ ସିଂହ ବର୍ମା ଏଭଳି ମତ ରଖିଛନ୍ତି।

ମଧ୍ୟପ୍ରଦେଶରେ ନାବାଳିକାଙ୍କ ବିରୋଧରେ ଦୁଷ୍କର୍ମ ବଢ଼ି ଚାଲିଛି। ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ସରକାର ବିଫଳ। ମୁଖ୍ୟମନ୍ତ୍ରୀ ଏହାକୁ ନେଇ ରାଜନୀତି କରୁଛନ୍ତି ବୋଲି କଂଗ୍ରେସ ନେତା ଜଣଙ୍କ କହିଛନ୍ତି।

ସଜ୍ଜନ ବର୍ମାଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ବିଜେପି ନେତା ନେହା ବଗ୍ଗା କହିଛନ୍ତି ଏଭଳି ମନ୍ତବ୍ୟ ଦେଇ ଝିଅଙ୍କୁ ଅପମାନ କରିଛନ୍ତି କଂଗ୍ରେସ ନେତା। ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ମଧ୍ୟ ମହିଳା। ଏଭଳି ମନ୍ତବ୍ୟ ପାଇଁ କଂଗ୍ରେସ ସଜ୍ଜନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos