ସଞ୍ଜୟ ଦତ୍ତ ଲୀଳାବତି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତଙ୍କୁ ଶନିବାର ସନ୍ଧ୍ୟାରେ ହସ୍ପିଟାଲ ନିଆଯାଇଛି। ତାଙ୍କୁ ମୁମ୍ବାଇର ଲୀଳାବତି ହସ୍ପିଟାଲ ନିଆଯାଇଛି।


ତାଙ୍କ ଛାତିରେ ଯନ୍ତ୍ରଣା ହେବା ସହ ନିଃଶ୍ୱାସ ପ୍ରଶ୍ୱାସରେ ସମସ୍ୟା ହେବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ଆଣ୍ଟିଜେନ୍‌ ଟେଷ୍ଟ ପ୍ରକ୍ରିୟାରେ ତାଙ୍କର କୋଭିଡ୍‌-୧୯ ପରୀକ୍ଷା କରାଯାଇଥିଲା, ଯାହାକି ନେଗେଟିଭ୍‌ ଆସିଛି। ଅନ୍ୟପକ୍ଷରେ ଆରଟି-ପିସିଆର ଟେଷ୍ଟ ପାଇଁ ସ୍ୱାବ୍‌ ନିଆଯାଇଛି।

ସଞ୍ଜୁ ବାବାଙ୍କୁ ଅଣ-କୋଭିଡ୍‌ ଆଇସିୟୁରେ ବର୍ତ୍ତମାନ ରଖାଯାଇଛି। ଡାକ୍ତର ସ୍ୱାସ୍ଥ୍ୟ ପରୀକ୍ଷା ଆରମ୍ଭ କରିଛନ୍ତି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ