କଙ୍ଗନା-ଶିବସେନା ବିବାଦ: ପାଓ୍ୱାରଙ୍କୁ ଭେଟିଲେ ଉଦ୍ଧବ ଏବଂ ସଞ୍ଜୟ ରାଉତ

ମୁମ୍ୱାଇ: ବିଏମସି କଙ୍ଗନା ରଣାଓ୍ୱତଙ୍କ ଅଫିସ ଭାଙ୍ଗିବା ପରେ ମହାରାଷ୍ଟ୍ରର ଶାସକ ଦଳ ଶିବସେନା ଏବଂ କଙ୍ଗନାଙ୍କ ମଧ୍ୟରେ ବିବାଦ ବଢ଼ି ଚାଲିଛି। ଯାହାକୁ ମେଣ୍ଟ ସରକାରରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଏନସିପି ସୁପ୍ରିମୋ ଶରଦ ପାଓ୍ୱାର ମଧ୍ୟ ନାପସନ୍ଦ କରିଛନ୍ତି। ଏହାରି ଭିତରେ ମହାରାଷ୍ଟ୍ର ସରକାରର ଆଭିମୁଖ୍ୟକୁ ନେଇ ନାନା ପ୍ରଶ୍ନ ଉଠିଛି। ଯାହାକୁ ନେଇ ଶରଦ ପାଓ୍ୱାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଶିବସେନା ନେତା ସଞ୍ଜୟ ରାଉତଙ୍କ ସହ ବୈଠକ କରିଛନ୍ତି। ଜାତୀୟ […]

SANJAY-ROUT-SHARAD-PAWAR

SANJAY-ROUT-SHARAD-PAWAR

Subhransu Sekhar
  • Published: Friday, 11 September 2020
  • Updated: 11 September 2020, 01:54 AM IST

Sports

Latest News

ମୁମ୍ୱାଇ: ବିଏମସି କଙ୍ଗନା ରଣାଓ୍ୱତଙ୍କ ଅଫିସ ଭାଙ୍ଗିବା ପରେ ମହାରାଷ୍ଟ୍ରର ଶାସକ ଦଳ ଶିବସେନା ଏବଂ କଙ୍ଗନାଙ୍କ ମଧ୍ୟରେ ବିବାଦ ବଢ଼ି ଚାଲିଛି। ଯାହାକୁ ମେଣ୍ଟ ସରକାରରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଏନସିପି ସୁପ୍ରିମୋ ଶରଦ ପାଓ୍ୱାର ମଧ୍ୟ ନାପସନ୍ଦ କରିଛନ୍ତି। ଏହାରି ଭିତରେ ମହାରାଷ୍ଟ୍ର ସରକାରର ଆଭିମୁଖ୍ୟକୁ ନେଇ ନାନା ପ୍ରଶ୍ନ ଉଠିଛି। ଯାହାକୁ ନେଇ ଶରଦ ପାଓ୍ୱାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଶିବସେନା ନେତା ସଞ୍ଜୟ ରାଉତଙ୍କ ସହ ବୈଠକ କରିଛନ୍ତି।

ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟିଭିର ରିପୋର୍ଟ ଅନୁଯାୟୀ ଶରଦ ପାୱାର କହିଛନ୍ତି ଯେ କଙ୍ଗନା ରଣାୱତଙ୍କ ମନ୍ତବ୍ୟକୁ ସରକାର ଅଣଦେଖା କରାଯିବା ଉଚିତ୍ ଥିଲା। ଯଦି ଏହା ହୋଇଥାନ୍ତା ତାହେଲେ ପ୍ରସଙ୍ଗ ଏତେ ବାଟ ଯାଇନଥାନ୍ତା।

ରିପୋର୍ଟ ଅନୁଯାୟୀ, ଉଦ୍ଧବ ଠାକରେ ଶରଦ ପାୱାରଙ୍କୁ କହିଥିଲେ ଯେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ଥିଲା। ମହାରାଷ୍ଟ୍ର ସରକାର କ୍ରମାଗତ ଭାବେ ଟାର୍ଗେଟ ହେଉଛନ୍ତି। କଙ୍ଗନାଙ୍କୁ ପ୍ରସଙ୍ଗ କରି ବିଜେପି ମହା ବିକାଶ ଅଘାଡ଼ି ସରକାରଙ୍କୁ ଅପମାନିତ କରୁଛି। ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ, କରୋନା ଭାଇରସ୍ ମହାମାରୀ ଏବଂ ପାଲଘର ଲିଞ୍ଚିଂ ଭଳି ମାମଲାରେ ମଧ୍ୟ ବିଜେପି ମେଣ୍ଟ ସରକାରକୁ ବଦନାମ କରିବାକୁ ଚେଷ୍ଟା କରୁଛି।

ରିପୋର୍ଟ ଅନୁଯାୟୀ, ଉଦ୍ଧବ ଠାକରେ କହିଛନ୍ତି ଏହାଦ୍ୱାରା ଲୋକଙ୍କ ଆଗରେ ସରକାରର ଭାବମୂର୍ତ୍ତି କ୍ଷୁର୍ଣ୍ଣ ହେଉଛି। ତେବେ ଶରଦ ପାୱାର ଉଦ୍ଧବ ଠାକରେଙ୍କ କାର୍ଯ୍ୟକୁ ସମର୍ଥନ କରିଥିଲେ କିନ୍ତୁ ଏଥି ସହିତ କଠୋର ପଦକ୍ଷେପ ଗ୍ରହଣ କରାଯିବା ଉଚିତ ନୁହେଁ ବୋଲି କହିଥିବା ସୂଚନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos