ନୂଆଦିଲ୍ଲୀ: ଫେବୃଆରୀ ୧୪ ପୁଲ୍ୱାମା ଆକ୍ରମଣର ବଦ୍ଲା ମଙ୍ଗଳବାର ବାଲାକୋଟ୍ଠାରେ ନିଆଯିବା ପରେ ଭାରତ-ପାକିସ୍ତାନ ଅଶାନ୍ତ ହେବାରେ ଲାଗିଛି। ପାକିସ୍ତାନର କିଛି ବିମାନ ଭାରତୀୟ ସୀମା ଭିତରକୁ ପଶି ଆସିବା ପରେ ଜମ୍ମୁ-କଶ୍ମୀରରେ ବିମାନ ଉଡ଼ାଣ ଉପରେ କଟକଣା ଲଗାଯାଇଛି।
ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ, ପ୍ରତିରକ୍ଷା ମନ୍ତ୍ରୀ ନିର୍ମଲା ସୀତାରମଣ ଏବଂ ବରିଷ୍ଠ ଗୁଇନ୍ଦା ଅଧିକାରୀମାନେ ଯୋଗ ଦେଇଥିଲେ। ପାକିସ୍ତାନୀ ଏଫ୍-୧୬ ଏଲ୍ଓସି ପାର କରି ଭାରତକୁ ପଶିଆସିବାପରେ ଏହି ବୈଠକ ଡକାଯାଇଥିଲା। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ବର୍ତ୍ତମାନ ସୀମାରେ ରହିଥିବା ସ୍ଥିତି ବାବଦରେ ତଥ୍ୟ ଦେଇଥିଲେ।
ଅନ୍ୟପକ୍ଷରେ, ପାକିସ୍ତାନ ଭାରତୀୟ ବାୟୁସେନାର ଦୁଇଟି ବିମାନ ଗୁଳି କରି ଖସାଇବା ସହିତ ଅଭିନନ୍ଦନ ନାମକ ଜଣେ ପାଇଲଟଙ୍କୁ ଗିରଫ କରିଥିବା ନେଇ ଏକ ଭିଡିଓ ଜାରି କରିଛି। ତାଙ୍କ ଆଖି ବନ୍ଧା ହୋଇଛି ଏବଂ ଭିଡିଓରେ ନିଜ ନାମ କହିବା ସହିତ ନିଜର ସର୍ଭିସ ନମ୍ବର କହୁଛନ୍ତି ଏହି ବ୍ୟକ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଉପ ନିର୍ବାଚନ: ବୁର୍ଖା ଭୋଟରଙ୍କୁ ନେଇ ପ୍ରଶ୍ନ ଉଠାଇଲା ବିଜେପି, ପୁଲିସର ଗୁମର ଖୋଲିଲା ସପା
କ୍ଷମତାସୀନ ବିଜେପି ବୁର୍ଖା ପିନ୍ଧି ଭୋଟ ଦେବାକୁ ଆସିଥିବା ଲୋକଙ୍କ ଉପରେ ପ୍ରଶ୍ନ ଉଠାଇଛି। ବୁର୍ଖାରେ ଥିବା ଲୋକଙ୍କର ଭୋଟ ପରିଚୟ ଭଲ ଭାବେ ଯାଞ୍ଚ କରିବାକୁ ବିଜେପି ନିର୍ବାଚନ କମିଶନଙ୍କୁ କହିଛି।
Crime
ବିଜେପିକୁ ସମର୍ଥନ କରିବାରୁ ଦଳିତ ଯୁବତୀଙ୍କୁ ହତ୍ୟା!
ଉତ୍ତର ପ୍ରଦେଶ ଉପନିର୍ବାଚନରେ ବିଜେପିକୁ ସମର୍ଥନ କରିବାରୁ ଦଳିତ ଯୁବତୀଙ୍କୁ ହତ୍ୟା। ପରିବାରର ଅଭିଯୋଗକ୍ରମେ ସମାଜବାଦୀ ପାର୍ଟି ସମର୍ଥକଙ୍କୁ ଗିରଫ କଲା ପୁଲିସ।
Crime
ବାହାଘର ପ୍ରସ୍ତାବକୁ ମନା କଲେ ଗୁରୁମା, ସ୍କୁଲରେ ପଶି ତଣ୍ଟି କାଟିଦେଲା ପାଗଳ ପ୍ରେମୀ
ଘର ଲୋକଙ୍କ ଦ୍ୱାରା ଗୁରୁମାଙ୍କ ପାଖକୁ ବାହାଘର ପ୍ରସ୍ତାବ ଆସିଥିଲେ ହେଁ ସେ ଏହାକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ। ବାସ୍ ଏଥିରେ ରାଗି ଯାଇ ପାଗଳ ପ୍ରେମିକ ଜଣକ ସ୍କୁଲରେ ପଶି ଗୁରୁମାଙ୍କ ତଣ୍ଟି କାଟି ହତ୍ୟା କରିଛି।
National
ହିଟ୍ ଆଣ୍ଡ ରନ୍: ବିଏମ୍ଡବ୍ଲୁ ଧକ୍କାରେ ଚାଲିଗଲା ସାମ୍ବାଦିକଙ୍କ ଜୀବନ
ବାଇକ୍ରେ ଯାଉଥିବା ଜଣେ ଭିଡିଓ ଜର୍ଣ୍ଣାଲିଷ୍ଟଙ୍କୁ ଦ୍ରୁତ ଗତିରେ ଆସି ଏକ ବିଏମ୍ଡବ୍ଲୁ କାର୍ ପଛପଟୁ ଧକ୍କା ଦେଇଥିଲା। ଫଳରେ ୧୦୦ ମିଟର ଦୂରକୁ ସେ ଛିଟିକି ପଡିଥିଲେ।
National
ବିଟ୍କଏନ୍ ଘୋଟାଲା: ଅଜିତ ପାଓ୍ୱାର୍ କହିଲେ- ଅଡିଓ କ୍ଲିପ୍ରେ ରହିଛି ଭଉଣୀର ଭଏସ୍
ପୁଣେର ଜଣେ ପୂର୍ବତନ ଆଇପିଏସ୍ ଅଧିକାରୀ ଏନସିପି ନେତା ସୁପ୍ରିୟା ସୁଲେ ଏବଂ ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ ନାନା ପଟୋଲେଙ୍କୁ ବିଟକଏନ୍ ଅପବ୍ୟବହାର କରିଥିବା ଏବଂ ୨୦୧୮ରେ ବିଧାନସଭା ନିର୍ବାଚନରେ ସେହି ଟଙ୍କା ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି।