ରୋଗୀଙ୍କୁ ଘରେ ଛାଡ଼ିବାକୁ ଲକଡାଉନ୍ ରାତିରେ ୫୪୦ କିମି ଗଲେ ଡାକ୍ତର

କୋଲକାତା: ଲକଡାଉନ୍ ବେଳେ ରୋଗୀ ସେବା ନୁହେଁ ରୋଗୀଙ୍କୁ ଘରେ ଛାଡ଼ି ମହାନତାର ପରିଚୟ ଦେଇଛନ୍ତି ଡାକ୍ତର ବବଲୁ ସରଦାର। ହଠାତ୍ ଲକଡାଉନ ପାଇଁ ପରିବହନ ସେବା ବନ୍ଦ ରହିବାକୁ ଯାଉଥିଲା। ୨୭୦ କିଲୋମିଟର ଦୂରରରେ ଥିବା ଘରକୁ ଆମ୍ୱୁଲାନ୍ସ ଭଡ଼ା କରି ଯିବା ପାଇଁ ରୋଗୀର ବାପାଙ୍କ ଅଣ୍ଟିରେ ସମ୍ୱଳ ମଧ୍ୟ ନଥିଲା। ଆମ୍ୱୁଲାନ୍ସ ଚାଳକ ଭଡ଼ା ବାବଦରେ ୧୩ ହଜାରରୁ ୧୪ ହଜାର ଟଙ୍କା ଦାବି କରୁଥିଲେ। କୋଲକାତାର ଏସଏସକେଏମ ହସ୍ପିଟାଲ ବାହାରେ ଛିଡ଼ା […]

Kolkata Doctor Drove To 540 Km To Drop 8 Years Old At Home In Kolkata

Subhransu Sekhar
  • Published: Monday, 06 April 2020
  • Updated: 06 April 2020, 05:18 PM IST

Sports

Latest News

କୋଲକାତା: ଲକଡାଉନ୍ ବେଳେ ରୋଗୀ ସେବା ନୁହେଁ ରୋଗୀଙ୍କୁ ଘରେ ଛାଡ଼ି ମହାନତାର ପରିଚୟ ଦେଇଛନ୍ତି ଡାକ୍ତର ବବଲୁ ସରଦାର। ହଠାତ୍ ଲକଡାଉନ ପାଇଁ ପରିବହନ ସେବା ବନ୍ଦ ରହିବାକୁ ଯାଉଥିଲା। ୨୭୦ କିଲୋମିଟର ଦୂରରରେ ଥିବା ଘରକୁ ଆମ୍ୱୁଲାନ୍ସ ଭଡ଼ା କରି ଯିବା ପାଇଁ ରୋଗୀର ବାପାଙ୍କ ଅଣ୍ଟିରେ ସମ୍ୱଳ ମଧ୍ୟ ନଥିଲା। ଆମ୍ୱୁଲାନ୍ସ ଚାଳକ ଭଡ଼ା ବାବଦରେ ୧୩ ହଜାରରୁ ୧୪ ହଜାର ଟଙ୍କା ଦାବି କରୁଥିଲେ। କୋଲକାତାର ଏସଏସକେଏମ ହସ୍ପିଟାଲ ବାହାରେ ଛିଡ଼ା ହୋଇ ଏସବୁ ଦେଖୁଥାନ୍ତି ଆନାସେସ୍ଥିଆ ବିଶେଷଜ୍ଞ ଡାକ୍ତର ବବଲୁ ସରଦାର। ଯଦିଓ ୮ ବର୍ଷର ଝିଅ ଆଞ୍ଜେଲା ତାଙ୍କର ପେସେଣ୍ଟ ନଥିଲେ ତଥାପି ରାତିରେ ଘରକୁ ଖାଇବା ପାଇଁ ଯିବାବେଳକୁ ରୋଗୀଙ୍କ ବାପାର ଏଭଳି ସ୍ଥିତି ଦେଖି ହଠାତ୍ ଛିଡ଼ା ହୋଇଯାଇଥିଲେ ଡାକ୍ତର ବବଲୁ ସରଦାର।

ଏହାପରେ ସେ ରୋଗୀଙ୍କ ବାପା ରାଜେଶ ବାସ୍କେଙ୍କୁ ତାଙ୍କ ଘରର ଠିକଣା ବାବଦରେ ପଚାରିଥିଲେ। ରାତି ୧୨ରେ ଲକଡାଉନ ହୋଇଯିବ। ଯଦି ରାଜେଶ ଆଜି ଯାଇନପାରିବେ ତାହେଲେ ସେ ଘରକୁ ଫେରିପାରିବେ ନାହିଁ। ଅନ୍ୟପଟେ ରାଜେଶଙ୍କ ପାଖରେ ପଇସା ନାହିଁ। ନିକଟରେ ତାଙ୍କର ଦୁଇ ଭାଇଙ୍କର ମୃତ୍ୟୁ ହୋଇଯାଇଛି। ଘରେ ସାନ ଝିଅ ରହିଛି। ପରିବାରର ଆର୍ଥିକ ସ୍ଥିତି ଦେଖି ଡାକ୍ତର ବବଲୁ ସହଯୋଗ କରିବା ପାଇଁ ଆଗେଇ ଆସିଥିଲେ।

ଡାକ୍ତର ଜଣଙ୍କ ନିଜ ଫେସବୁକରେ ଏ ବାବଦରେ ଉଲ୍ଲେଖ କରିଛନ୍ତି। ୨୪ ତାରିଖ ଦିନ ସକାଳ ୧୦ଟାରେ ତାଙ୍କର ଡ୍ୟୁଟି ଥିଲା। ସମୟ କିନ୍ତୁ ସେତେବେଳେ ରାତି ୯ଟା ବାଜିଥିଲା। ଯିବା ଆସିବା ୫୪୦ କିଲୋମିଟର। କାର୍‌ରେ ଗଲେ ସକାଳ ୧୦ ପୂର୍ବରୁ ପହଞ୍ଚି ହେବ ବୋଲି ସେ ଆକଳନ କରିଥିଲେ। ଏହାପରେ ଆଞ୍ଜେଲା ଓ ତାର ବାପାମା’ଙ୍କୁ କାର୍‌ରେ ବସାଇ ଝାଡ଼ଖଣ୍ଡ ସୀମାରେ ଥିବା ତାଙ୍କ ଘରେ ପହଞ୍ଚାଇଥିଲେ।

କାର୍‌ରେ ଯିବାବେଳେ ସେମିତି କିଛି ଅସୁବିଧା ହୋଇନଥିଲା। ଯେଉଁଠାରେ ପୁଲିସ ଅଟକାଉଥିଲା ସେଠାରେ ସମସ୍ତ କଥା କହିବା ପରେ ଛାଡ଼ି ଦେଉଥିଲେ ବୋଲି ଡାକ୍ତର ବବଲୁ ତାଙ୍କ ସୋଶାଲ ମିଡିଆରେ କହିଛନ୍ତି। ରାତି ୩ଟାରେ ଶେଷରେ ରାଜେଶଙ୍କୁ ତାଙ୍କ ଘରେ ଛାଡ଼ିଥିଲେ। ରାଜେଶ ଓ ତାଙ୍କ ସ୍ତ୍ରୀ ଯୋଡ଼ ହସ୍ତରେ ତାଙ୍କୁ ବିଦାୟ ଦେଇଥିଲେ। ଆଉ ତହିଁ ପରଦିନ ସେ ଆସି ଡ୍ୟୁଟିରେ ଯୋଗ ଦେଇଥିଲେ। ୫୪୦ କିଲୋମିଟର ରାସ୍ତା ପାଇଁ ମାତ୍ର ୩୦ ଲିଟର ତେଲ ଖର୍ଚ୍ଚ ହୋଇଛି। ସମସ୍ତ ଟଙ୍କା ଡାକ୍ତର ଜଣଙ୍କ ଖର୍ଚ୍ଚ କରିଛନ୍ତି। ନିଜ ସୋଶାଲ ମିଡିଆରେ ସେ ଏବାବଦରେ ଉଲ୍ଲେଖ କରିବା ପରେ ଲୋକଙ୍କ ପାଖରୁ ମିଳୁଥିବା ସାଧୁବାଦ ତାଙ୍କୁ ଆତ୍ମସନ୍ତୋଷ ଦେଇଛି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story