ଆଣ୍ଡାମାନରେ ଭୂକଂପ

ନୂଆଦିଲ୍ଲୀ: ଆଣ୍ଡାମାନ ଓ ନିକୋବାର ଦୀପପୁଞ୍ଜରେ ଆଜି ଅପରାହ୍ନ ପ୍ରାୟ ୨ଟା ୪୫ ମିନିଟରେ ଭୂକଂପ ଅନୁଭୁତ ହୋଇଛି। ଏହି ଭୂକଂପର ତୀବ୍ରତା ରିକ୍ଟର ସ୍କେଲରେ ୫.୧ ରହିଥିଲା। ଆଣ୍ଡାମାନର ରାଜଧାନୀ ପୋର୍ଟବ୍ଲେୟରରେ ମଧ୍ୟ ଏହି ଭୂକଂପ ଅନୁଭୁତ ହୋଇଥିଲା। ଏହି ଭୂମିକମ୍ପର କେନ୍ଦ୍ର ସ୍ଥଳ ଆଣ୍ଡାମାନଠାରୁ ୧୩୫ କିଲୋମିଟର ଦୂରରେ ଥିଲା। ସେହିପରି ପପୁଆ ନିୟୁ ଗିନିରେ ମଧ୍ୟ ଭୂକଂପ ଅନୁଭୁତ ହୋଇଛି। ଏଠାରେ ଭୂକଂପର ତୀବ୍ରତା ରିକ୍ଟର ସ୍କେଲରେ ୭.୧ ରହିଥିଲା। ଅପରାହ୍ନ ୧ଟା […]

earth

earth

Rakesh Mallick
  • Published: Friday, 01 May 2015
  • Updated: 01 May 2015, 10:34 AM IST

Sports

Latest News

ନୂଆଦିଲ୍ଲୀ: ଆଣ୍ଡାମାନ ଓ ନିକୋବାର ଦୀପପୁଞ୍ଜରେ ଆଜି ଅପରାହ୍ନ ପ୍ରାୟ ୨ଟା ୪୫ ମିନିଟରେ ଭୂକଂପ ଅନୁଭୁତ ହୋଇଛି। ଏହି ଭୂକଂପର ତୀବ୍ରତା ରିକ୍ଟର ସ୍କେଲରେ ୫.୧ ରହିଥିଲା। ଆଣ୍ଡାମାନର ରାଜଧାନୀ ପୋର୍ଟବ୍ଲେୟରରେ ମଧ୍ୟ ଏହି ଭୂକଂପ ଅନୁଭୁତ ହୋଇଥିଲା। ଏହି ଭୂମିକମ୍ପର କେନ୍ଦ୍ର ସ୍ଥଳ ଆଣ୍ଡାମାନଠାରୁ ୧୩୫ କିଲୋମିଟର ଦୂରରେ ଥିଲା।

ସେହିପରି ପପୁଆ ନିୟୁ ଗିନିରେ ମଧ୍ୟ ଭୂକଂପ ଅନୁଭୁତ ହୋଇଛି। ଏଠାରେ ଭୂକଂପର ତୀବ୍ରତା ରିକ୍ଟର ସ୍କେଲରେ ୭.୧ ରହିଥିଲା। ଅପରାହ୍ନ ୧ଟା ୩୬ ମିନିଟରେ ଏଠାରେ ଭୂକଂପ ଅନୁଭୁତ ହୋଇଥିଲା। ଏହାର ଘଣ୍ଟାଏ ପରେ ଆଣ୍ଡାମାନ ଦୀପପୁଞ୍ଜରେ ଭୂକଂପ ହୋଇଥିଲା।

ଗତ ଶନିବାର ନେପାଳରେ ୭.୯ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ହୋଇଥିଲା। ଏଥିରେ କାଠମାଣ୍ଡୁ ସହର ପୂରା ଧ୍ୱଂସ ହୋଇଯାଇଥିବା ବେଳେ ଦେଶର ଏକାଧିକ ସ୍ଥାନ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି। ମୃତକଙ୍କ ସଂଖ୍ୟା ୬୦୦୦ ଅତିକ୍ରମ କରି ସାରିଛି। ଭାରତରେ ମଧ୍ୟ ସେହିଦିନ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଅନୁଭୁତ ହୋଇଥିଲା। ଏଥିରେ ୭୨ ଜଣ ଲୋକ ପ୍ରାଣ ହରାଇଥିଲେ। ବିହାର ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏଠାରେ ୫୬ ଜଣ ପ୍ରାଣ ହରାଇଛନ୍ତି। ସେହିପରି ଉକ୍ତ ଭୂକଂପ ପରଠାରୁ ନେପାଳରେ ଶତାଧିକ ପଶ୍ଚାତ ଭୂକଂପ ଝଟକା ଅନୁଭୁତ ହୋଇଥିବା ବେଳେ ଭାରତରେ ମଧ୍ୟ ଦୁଇ ଥରରୁ ଅଧିକ ଝଟକା ଅନୁଭୁତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos